BJD President - The Sakala

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ଏଥିପାଇଁ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ସରକାରରେ ଶୁଣିବାକୁ କେହି ନାହିଁ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରବିବାର ଶଙ୍ଖ ଭବନରେ ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆୟୋଜିତ ସମାବେଶକୁ ଉଦ୍‌ଘାଟନ କରି ନବୀନ କହିଛନ୍ତି, ବିଜୁ ଜନତା ଦଳ ମା’ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତୀକରଣରେ ବିଶ୍ୱାସ କରେ। ଅନ୍ୟ ଦଳମାନଙ୍କ ପରି  ଲୋକଦେଖାଣିଆ କାମ କରେ ନାହିଁ। ମା’ମାନଙ୍କ ମର୍ଯ୍ୟାଦା, ନିରାପତ୍ତା ଓ ସଶକ୍ତୀକରଣ ପାଇଁ  ବିଜେଡି ପ୍ରତିବଦ୍ଧତାର ସହ କାମ କରୁଛି। ବିଜେଡି ସରକାର ମା’ମାନଙ୍କ କଲ୍ୟାଣ ପାଇଁ  ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା’ମାନଙ୍କୁ ବିକାଶର ମୁଖ୍ୟଧାରାକୁ ଆଣିଥିଲା। ମା’ମାନେ ହେଉଛନ୍ତି ବିଜେଡିର ନୀତି ଓ ଆଦର୍ଶର ବାର୍ତ୍ତାବହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସମାଜର ବୃହତ୍ତର ବିକାଶରେ ମହିଳାମାନଙ୍କ ଗୁରୁତ୍ୱକୁ ବିଜୁ ବାବୁ ଭଲ ଭାବରେ ବୁଝିଥିଲେ ଏବଂ ସେ ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବରେ ବିଜୁବାବୁ ହିଁ ଥିଲେ ସାରା ଦେଶରେ ମହିଳା ସଶକ୍ତିକରଣର ପଥ ପ୍ରଦର୍ଶକ। ମା’ମାନଙ୍କ ପ୍ରକୃତ ସଶକ୍ତୀକରଣ  ସହ ମା’ମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦାର ସୁରକ୍ଷା ପାଇଁ ବିଜେଡିର ଲଢେ଼ଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ବଢ଼ୁଥିବା ମହିଳା ହିଂସା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିବା ସହ କେତେଦିନ ଏମିତି ଚାଲିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ସକାଳେ ଏକ୍ସ ଯୋଗେ ନବୀନ ଉଲ୍ଲେଖ କରିଛନ୍ତି ଯେ, ମା’ଙ୍କ ପରିଚୟ ‘ମିଶନ ଶକ୍ତି’। ଲକ୍ଷ ଲକ୍ଷ ମା’ଙ୍କ ସମୃଦ୍ଧି ଓ ସୁରକ୍ଷାର ଭରସା ‘ମିଶନ ଶକ୍ତି’। ଦୀର୍ଘ ୨୫ବର୍ଷର ଯାତ୍ରାରେ ଅଗଣିତ ମା’,ଭଉଣୀଙ୍କ ଜୀବନରେ ଏହା ପରିବର୍ତ୍ତନ ଆଣିଛି, ସେମାନଙ୍କୁ ବିକାଶରେ ସମଭାଗୀ କରିଛି। ହାଣ୍ଡିଶାଳରୁ ବାହାର କରି ଦୁନିଆ ଦେଖାଇଛି। ମା’ମାନଙ୍କ ବିକାଶ ପାଇଁ ‘ମିଶନ ଶକ୍ତି’ ଆମ ସଂକଳ୍ପକୁ ମଜଭୁତ କରିଛି ବୋଲି ନବୀନ ଉଲ୍ଲେଖ କରିଛନ୍ତି। ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନାରୀ ନେତ୍ରୀ ମାନେ ଉଦ୍‌ବୋଧନ ଦେଇଥିଲେ।

୧୦ ବିଧାୟକଙ୍କ ସହ ନବୀନଙ୍କ ଆଲୋଚନା; ପଞ୍ଚାୟତ ନିର୍ବାଚନ ରଣକୌଶଳ ଉପରେ ଗୁରୁତ୍ବାରୋପ
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଦଳର ଆଉ ୧୦ ଜଣ ବିଧାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ନବୀନ ସେମାନଙ୍କ ସହ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣକୌଶଳ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ବିଜେପି ସରକାର ବିରୁଦ୍ଧରେ ସୃଷ୍ଟି ହୋଇ ଥିବା ପ୍ରବଳ ଜନ ଅସନ୍ତୋଷକୁ ଅସ୍ତ୍ର କରି ଲୋକଙ୍କ ନିକଟତର ହେବାକୁ ସେ ଏହି ଅବସରରେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସରକାରଙ୍କ ଜନ ବିରୋଧୀ  କାର୍ଯ୍ୟ, ପ୍ରତିଶ୍ରୁତି ପୂରଣରେ ବିଫଳତା ସମ୍ପର୍କରେ  ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ନବୀନ ବିଧାୟକଙ୍କୁ ପରାମର୍ଶ ଦେଇଥଲେ। ରାଜ୍ୟରେ ରାଜ୍ୟ ବିଜେପି ସରକାର ଏକାଧିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଲୋକଙ୍କୁ ସୁଶାସନ ଦେଇପାରୁ ନାହିଁ। ସମସ୍ତ ପ୍ରସଙ୍ଗଗୁଡ଼ିକୁ ଲୋକଙ୍କ ନିକଟରେ ଶାଣିତ ଢଙ୍ଗରେ ଉତ୍ଥାପନ ପାଇଁ ନବୀନ କହିଥିଲେ। ସେମାନଙ୍କ ନିର୍ବାଚନମଣ୍ଡଳୀର ବିକାଶ କାମ ବିଷୟରେ ଆଲୋଚନା ସହ ଚାଷୀଙ୍କ ସମସ୍ୟା, ଧାନ କିଣା ସ୍ଥିତି  ସମ୍ପର୍କରେ ମଧ୍ୟ ସେ ପଚାରି  ବୁଝିଥିଲେ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ବିଧାୟକ ପ୍ରତାପ କେଶରୀ ଦେବ, ବିଭୂତି ଭୂଷଣ ବଳବନ୍ତରାୟ, ସାରଦା ପ୍ରସନ୍ନ ନାୟକ,  ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଯୋଗେଶ କୁମାର ସିଂହ, ଅଧୀରାଜ ମୋହନ ପାଣିଗ୍ରାହୀ, ସୁନୀଲ ମହାନ୍ତି, ରୁପେଶ ପାଣିଗ୍ରାହୀ ଓ ରୋହିତ ଜୋସେଫ ତିର୍କୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।