Republic Day 2026 - The Sakala

ଭାରତର ପ୍ରଥମ ‘ଆଣ୍ଟି-ସିପ୍ ହାଇପରସୋନିକ୍ ମିସାଇଲ’, ୧୫ ମିନିଟରେ ୧୫୦୦ କି.ମି ଭେଦିବ ଲକ୍ଷ୍ୟ
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି ଭାରତ । ସେନାବଳ ବଢାଇବାକୁ ସାମିଲ୍ କରୁଛି ନୂଆ ନୂଆ ଜ୍ଞାନକୌଶଳ । ୭୭ତମ ସାଧାରଣତନ୍ତ୍ର ଦିବସ ପରେଡରେ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିବ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ 'ଲଙ୍ଗ-ରେଞ୍ଜ୍ ଆଣ୍ଟି-ସିପ୍ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର' (LRAShM) । ପ୍ରଥମ ଥର ପାଇଁ ବିଶ୍ୱ ସାମ୍ନାରେ ଏହା ପ୍ରଦର୍ଶିତ ହେବାକୁ ଯାଉଛି। ଭାରତ ମହାସାଗରରେ ନୌସେନାର ଶକ୍ତି ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଏହି ହାଇପରସୋନିକ୍ କ୍ଷେପଣାସ୍ତ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଅଦ୍ଭୁତ କ୍ଷିପ୍ର ବେଗ। ପ୍ରୋଜେକ୍ଟ ଡାଇରେକ୍ଟର ଏ ପ୍ରସାଦ ଗୌଡଙ୍କ ସୂଚନା ଅନୁଯାୟୀ, ଏହା ହାଇପରସୋନିକ୍ ବେଗରେ ଗତି କରୁଥିବାରୁ ଶତ୍ରୁ ପକ୍ଷର କୌଣସି ରାଡାର୍ ଏହାକୁ ଚିହ୍ନଟ କରିପାରିବ ନାହିଁ। ଏହାର ରେଞ୍ଜ୍ ବା ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୫୦୦ କିଲୋମିଟର ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୧୫୦୦ କିମି ଦୂରତା ଅତିକ୍ରମ କରିବାକୁ ଏହାକୁ ମାତ୍ର ୧୫ ମିନିଟ୍ ସମୟ ଲାଗିବ।

ଭାରତୀୟ ନୌସେନା ପାଇଁ ପ୍ରସ୍ତୁତ ହୋଇଥିବା ଏହି କ୍ଷେପଣାସ୍ତ୍ର ସମୁଦ୍ର ମଧ୍ୟରେ ଥିବା ଯେକୌଣସି ଯୁଦ୍ଧ ଜାହାଜକୁ ଧ୍ୱଂସ କରିବାର କ୍ଷମତା ରଖିଛି। ଏହାର ଏରୋଡାଇନାମିକ୍ ଦକ୍ଷତା ଏହାକୁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଗ୍ଲାଇଡ୍ କରିବାରେ ସାହାଯ୍ୟ କରେ। ଏହା ବିଭିନ୍ନ ପ୍ରକାରର ପେ-ଲୋଡ୍ ବହନ କରି ଶତ୍ରୁପକ୍ଷକୁ କମ୍ ସମୟ ମଧ୍ୟରେ ଜବାବ ଦେବାକୁ ସକ୍ଷମ।

DRDO ବର୍ତ୍ତମାନ ହାଇପରସୋନିକ୍ ଗ୍ଲାଇଡ୍ ଏବଂ କ୍ରୁଜ୍ ମିସାଇଲ୍ ଟେକ୍ନୋଲୋଜି ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଶ୍ରୀ ଗୌଡ କହିଛନ୍ତି ଯେ, ଭାରତ ପାଖରେ ବର୍ତ୍ତମାନ ୩୦୦୦ ରୁ ୩୫୦୦ କିଲୋମିଟର ପର୍ଯ୍ୟନ୍ତ କ୍ଷମତା ବୃଦ୍ଧି କରିବାର ଜ୍ଞାନକୌଶଳ ଉପଲବ୍ଧ ଅଛି। ଚଳିତ ସାଧାରଣତନ୍ତ୍ର ଦିବସରେ ଏହାର ପ୍ରଦର୍ଶନ ଭାରତର ଆତ୍ମନିର୍ଭରଶୀଳତା ଏବଂ ସାମରିକ ଶକ୍ତିର ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରିବ।

ସାଧାରଣତନ୍ତ୍ର ଦିବସ ୨୦୨୬: ଜାଣନ୍ତୁ ରାଜ୍ୟରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ...
ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଦେଶ ପାଳିବ ୭୭ତମ ସାଧାରଣତନ୍ତ୍ର ଦିବସ । ଆଉ ମାତ୍ର ୫ ଦିନ ପରେ ସମଗ୍ର ଦେଶ ବେଶ ଧୁମ୍‌ଧାମ୍‌ରେ ସାଧାରଣତନ୍ତ୍ର ଦିବସ ପାଳନ କରିବ। ତେବେ ଓଡ଼ିଶାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିବେ। କଟକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।

ସେହିପରି ପୁରୀରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ରାୟଗଡ଼ାରେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ,କେନ୍ଦୁଝରରେ କୃଷ୍ଣଚନ୍ଦ୍ର ପାତ୍ର, ଢ଼େଙ୍କାନାଳରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, କନ୍ଧମାଳରେ ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମାଲକାନଗିରିରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଦ୍ରକରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କଳାହାଣ୍ଡିରେ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ନୟାଗଡ଼ରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମ୍ବଲପରରେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ବାଲେଶ୍ବରରେ ମତ୍ସ୍ୟସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବୌଦ୍ଧରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗ ଦେବେ।