Karnataka Police - The Sakala

ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା
ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଏକ ଗ୍ରାନାଇଟ୍ କ୍ୱାରୀରେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ ମହଜୁଦ ରଖିବା ଏବଂ ବ୍ୟବହାର କରିବା ଅଭିଯୋଗରେ ଆଭାଲାହାଲ୍ଲୀ (Avalahalli) ପୋଲିସ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହି କ୍ୱାରୀରେ ବେଆଇନ ଭାବେ ପଥର ଫଟାଇବା ପାଇଁ ଏସବୁ ବିସ୍ଫୋରକ ବ୍ୟବହାର କରାଯାଉଥିଲା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ୟେରାପାନାହାଲ୍ଲୀ (Yerapanahalli) ଗ୍ରାମରେ ଥିବା ଭେଙ୍କଟେଶ୍ୱର ଗ୍ରାନାଇଟ୍ କ୍ରସର (Venkateshwara Granite Crusher) ନାମକ ଏକ କ୍ୱାରୀରେ ବେଆଇନ ବିସ୍ଫୋରଣ ହେଉଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଜୁନ୍ ୪ ତାରିଖରେ ହେଡ୍ କନଷ୍ଟେବଳ ଶିବୁ ଏମ୍. ଙ୍କ ନେତୃତ୍ୱରେ ପୋଲିସ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଏହି ଗୁପ୍ତ ଖବର ପାଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ପୋଲିସ ଉକ୍ତ କ୍ୱାରୀରୁ ବିପୁଳ ପରିମାଣର ଡିଟୋନେଟର ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୋଲିସ ଭେଙ୍କଟରମଣ ରେଡ୍ଡୀ, ଲୋକେଶ ରେଡ୍ଡୀ, ବିକାଶ, ତୌହିଦ ଏବଂ ସନ୍ଦୀପଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ବିସ୍ଫୋରକ ଅଧିନିୟମର ଧାରା ୯ବି(୧)(ବି), ବିସ୍ଫୋରକ ପଦାର୍ଥ ଅଧିନିୟମର ଧାରା ୫ ଏବଂ ବିସ୍ଫୋରକ ନିୟମାବଳୀର ନିୟମ ୭ ଅନୁଯାୟୀ ମାମଲା ଦାୟର କରାଯାଇଛି।

ବେଆଇନ ବିସ୍ଫୋରକ ଉପରେ କଡ଼ା ନଜର

ଗତ ମେ ୧୦ ତାରିଖରେ ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଭୟ ଯିବାକୁ ଥିବା ରାସ୍ତାରୁ ଏକ ବିସ୍ଫୋରକ ଭର୍ତ୍ତି ବାକ୍ସ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ସହରରେ ବେଆଇନ ବିସ୍ଫୋରକ ସାମଗ୍ରୀ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ ସହର ତଥା ଏହାର ଉପକଣ୍ଠରେ ଚାଲିଥିବା ବିଭିନ୍ନ ବେଆଇନ ପଥର କ୍ୱାରୀ ଏବଂ ନିର୍ମାଣ ସ୍ଥଳରେ ବ୍ୟାପକ ଯାଞ୍ଚ ଅଭିଯାନ ଜାରି ରହିଛି।

୧୦ କୋଟିର ସୁନା ଲୁଟ୍‌ ମାମଲା: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ
କଟକ: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କୋର୍ଟ। ଏପ୍ରିଲ ୯ ତାରିଖରୁ ୧୫ ତାରିଖ ଯାଏ ରିମାଣ୍ଡ ଅବଧୀ ରହିଛି । କର୍ଣ୍ଣାଟକ ପୁଲିସର ଏକ ସ୍ବତନ୍ତ୍ର ଟିମ୍ କଟକ ଚୌଦ୍ଵାର ଜେଲ୍‌ରୁ କଡ଼ା ସୁରକ୍ଷା ଭିତରେ ରାଜାକୁ କର୍ଣ୍ଣାଟକ ନେଇଛନ୍ତି। ମହୀଶୁର ନିକଟରେ ୧୦ କୋଟି ଟଙ୍କାର ଡକାୟତି ସମ୍ପର୍କରେ ଜେରା କରିବ କର୍ଣ୍ଣାଟକ ପୋଲିସ ।

ସୂଚନାଯୋଗ୍ୟ, କଟକ ଚୌଦ୍ଵାର ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ଓ ରାଜା ସାହାଣୀ ଫେରାର ହୋଇଥିଲେ । ଫେରାରର ୭ ମାସ ପରେ କଟକ କମିଶନରେଟ୍ ପୋଲିସକୁ ଚକମା ଦେଇ ଏଇ ରାଜ୍ୟରୁ ସେଇ ରାଜ୍ୟକୁ ବୁଲିଥିବା ରାଜାକୁ ଋଷିକେଶରୁ ଗିରଫ କରିଥିଲା କଟକ ସ୍ପେଶାଲ ସ୍କ୍ୱାର୍ଡ । ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ ପ୍ରାୟ ୧୦କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲା । ଏହି ଡକାୟତି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ।

ରିଲ୍ସ ପାଇଁ ପାଗଳାମି: ବୃଦ୍ଧ ବାପାଙ୍କୁ ବସ୍ତାରେ ଭର୍ତ୍ତି କରି କୋରିୟରରେ ପାର୍ସଲ କରିବାକୁ ପରିବାରର ଉଦ୍ୟମ
ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ଘରୋଇ କୋରିଅର କମ୍ପାନୀର କର୍ମଚାରୀମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ଗୋଟିଏ ପରିବାର ଏକ ବୃଦ୍ଧଙ୍କୁ ବସ୍ତାରେ ପୂରାଇ ପାର୍ସଲ କରିବାକୁ ଚେଷ୍ଟା କରିଥିଲେ।

ପୋଲିସ ସୂଚନା ଅନୁଯାୟୀ, ବେଙ୍ଗାଲୁରୁର ବ୍ୟାଲିକାଭଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଉଗାଦି ଏବଂ ଇଦ୍-ଉଲ୍-ଫିତର ପୂର୍ବରୁ ବସ୍ ଭଡ଼ା ବୃଦ୍ଧିକୁ ବିରୋଧ କରି ଏହା ଏକ ପ୍ରତୀକାତ୍ମକ ପ୍ରତିବାଦ ବୋଲି ପରିବାର ଲୋକେ ଦାବି କରିଥିଲେ। ବୃଦ୍ଧଙ୍କ ଝିଅ ପୋଲିସକୁ କହିଥିଲେ ଯେ ସେମାନେ କେବଳ ଏକ ସୋସିଆଲ ମିଡିଆ ରିଲ୍ (Reel) ତିଆରି କରିବା ସହ ପ୍ରତିବାଦ ଜଣାଇବା ପାଇଁ ଏହି ଷ୍ଟଣ୍ଟ କରିଥିଲେ।

ଏହି ଅଜବ ଅନୁରୋଧ ଦେଖି କୋରିଅର କମ୍ପାନୀର ଅଧିକାରୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସର ପଚରାଉଚରା ଚାଲିଥିବା ବେଳେ ବସ୍ତା ଭିତରେ ଥିବା ବୃଦ୍ଧ ଜଣକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ପରିସ୍ଥିତି ଗମ୍ଭୀର ହୋଇପଡିଥିଲା। ପୋଲିସ କହିଛି ଯେ ଏହି କାର୍ଯ୍ୟ ବୃଦ୍ଧଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରିଥାନ୍ତା।

ଏହି ଘଟଣାରେ ପରିବାର ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ପୋଲିସ ସେମାନଙ୍କୁ କଡ଼ା ଚେତାବନୀ ଦେବା ସହ ଏକ ଭିଡିଓ କ୍ଷମାପ୍ରାର୍ଥନା ଜାରି କରିବା ପରେ ଛାଡି ଦେଇଛି। ଭବିଷ୍ୟତରେ ଏଭଳି ବିପଜ୍ଜନକ ଷ୍ଟଣ୍ଟ ନକରିବାକୁ ପୋଲିସ ପରିବାରକୁ କଡ଼ା ତାଗିଦ୍ କରିଛି।

‘ହିନ୍ଦୁ ହୋଇ ରହିବ’ କହି ବିବାହ, ପରେ ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ଆଣିଲେ ଦ୍ୱିତୀୟ ସ୍ତ୍ରୀ
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ସଙ୍ଗିନ ମାମଲା ସାମ୍ନାକୁ ଆସିଛି। ପ୍ରେମ ବିବାହ ପରେ ଜଣେ ଯୁବତୀଙ୍କୁ କିଭଳି ପ୍ରତାରଣାର ଶିକାର ହେବାକୁ ପଡିଛି, ତାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି। ଅଭିଯୋଗ ଅନୁଯାୟୀ, ବିବାହ ପୂର୍ବରୁ ଧର୍ମ ପରିବର୍ତ୍ତନ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ବିବାହ ପରେ ଜବରଦସ୍ତ ଯୁବତୀଙ୍କ ନାମ ରୀତାରୁ ବଦଳାଇ ସାଦିଆ ତବସୁମ କରାଯାଇଛି। ଏବେ ଦୁଇ ସନ୍ତାନର ଜନନୀ ହେବା ପରେ ସ୍ୱାମୀ ତାଙ୍କୁ ଛାଡି ଦ୍ୱିତୀୟ ବିବାହ କରିଛନ୍ତି, ଯାହାକୁ ନେଇ ପୀଡିତା ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

ପ୍ରେମ ଜାଲରେ ଫସାଇ ବିବାହ

ଏହି ମାମଲା ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ଡିଜେ ହଲ୍ଲୀ ଅଞ୍ଚଳର ବାସିନ୍ଦା ରୀତା ପିୟୁସି ପଢିବା ସମୟରେ ତାଙ୍କର ସାକ୍ଷାତ ଡିଜେ ପରଭେଜଙ୍କ ସହ ହୋଇଥିଲା। ପରଭେଜ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଧର୍ମ ଅଲଗା ହୋଇଥିବାରୁ ରୀତାଙ୍କ ପରିବାର ଏହି ସମ୍ପର୍କକୁ ଦୃଢ ବିରୋଧ କରିଥିଲେ। କିନ୍ତୁ ପରଭେଜ କଥା ଦେଇଥିଲେ ଯେ ରୀତାଙ୍କ ଉପରେ କେବେବି ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯିବ ନାହିଁ ଏବଂ ସେ ବିବାହ ପରେ ମଧ୍ୟ ହିନ୍ଦୁ ହୋଇ ରହିବେ। ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ୧୫ ଡିସେମ୍ବର ୨୦୧୯ରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ପ୍ରତିଶ୍ରୁତି ଭାଙ୍ଗିଲେ ସ୍ୱାମୀ, ଧର୍ମ ବଦଳାଇବାକୁ ବାଧ୍ୟ କଲେ

ବିବାହର କିଛି ଦିନ ପରେ ପରଭେଜଙ୍କ ବ୍ୟବହାର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ରୀତାଙ୍କ ଅଭିଯୋଗ ମୁତାବକ, ଇସଲାମ ଧର୍ମ ଗ୍ରହଣ କରିବାକୁ ତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା। ଯଦି ସେ ଧର୍ମ ପରିବର୍ତ୍ତନ ନକରନ୍ତି, ତେବେ ଛାଡପତ୍ର ଦିଆଯିବ ବୋଲି ଧମକ ଦିଆଯାଇଥିଲା। ନିଜ ବୈବାହିକ ଜୀବନ ବଞ୍ଚାଇବାକୁ ଯାଇ ରୀତା ଶେଷରେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ବଦଳାଇ ‘ସାଦିଆ ତବସୁମ’ ରଖାଯାଇଥିଲା।

ଦ୍ୱିତୀୟ ବିବାହ ପରେ ଜୀବନରୁ ମାରିଦେବାକୁ ଧମକ

ସାଦିଆ ତବସୁମ ହେବା ପରେ ରୀତା ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ, କିନ୍ତୁ ତଥାପି ପରଭେଜଙ୍କ ମନ ବଦଳି ନଥିଲା। ଅଭିଯୋଗ ରହିଛି ଯେ, କିଛି ଦିନ ପରେ ପରଭେଜ ବିନା ଛାଡପତ୍ରରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିନେଇଥିଲେ। ଯେତେବେଳେ ସାଦିଆ ଏହାର ବିରୋଧ କରିଥିଲେ, ତାଙ୍କୁ ଜୀବନରୁ ମାରିଦେବାକୁ ଏବଂ ଛାଡପତ୍ର ଦେବାକୁ ଧମକ ଦିଆଯାଇଥିଲା। ସ୍ଥାନୀୟ ଥାନାରୁ ଉପଯୁକ୍ତ ସାହାଯ୍ୟ ନ ମିଳିବାରୁ ପୀଡିତା ଏବେ ବେଙ୍ଗାଲୁରୁ ପୋଲିସ କମିଶନର, ଡିଜିପି ଏବଂ ଆଇଜିପିଙ୍କ ଦ୍ୱାରସ୍ଥ ହୋଇ ନିଜ ଦୁଇ ଛୁଆଙ୍କ ଭବିଷ୍ୟତ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି।

ବିବାଦ ଘେରରେ କର୍ଣ୍ଣାଟକର ରସିକିଆ ଡିଜିପି: ଅଫିସ୍ ଚାମ୍ବରରେ ଅଶ୍ଳୀଳ ଭିଡିଓ ଭାଇରାଲ, କାର୍ଯ୍ୟରୁ ନିଲମ୍ବିତ
କର୍ଣ୍ଣାଟକ: କର୍ଣ୍ଣାଟକର ଜଣେ ବରିଷ୍ଠ ଆଇପିଏସ (IPS) ଅଧିକାରୀ ତଥା ଡିଜିପି କେ ରାମଚନ୍ଦ୍ର ରାଓ ଏକ ବଡ଼ ବିବାଦରେ ଫସିଛନ୍ତି। ନିଜ ସରକାରୀ କାର୍ଯ୍ୟାଳୟ ଭିତରେ ଜଣେ ମହିଳାଙ୍କ ସହ ଅଶ୍ଳୀଳ ତଥା ଆପତ୍ତିଜନକ ଆଚରଣ କରୁଥିବାର ଏକ ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ରାମଚନ୍ଦ୍ର ରାଓ ନିଜ ଅଫିସ୍ ଚାମ୍ବରରେ ପୋଲିସ ପୋଷାକ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ଅନ୍ୟ ଏକ କ୍ଲିପରେ ସେ ସୁଟ୍ ପିନ୍ଧି ଜାତୀୟ ପତାକା ଏବଂ ପୋଲିସ ବିଭାଗର ପ୍ରତୀକ ସାମ୍ନାରେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ, ଏହି ଭିଡିଓ ଗୁଡିକ ପ୍ରାୟ ଏକ ବର୍ଷ ପୁରୁଣା ବୋଲି କୁହାଯାଉଛି।

ଏହି ଘଟଣାକୁ ଗୁରୁତର ସହ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମାୟା କହିଛନ୍ତି ଯେ କୌଣସି ଅଧିକାରୀ ଆଇନରୁ ଊର୍ଦ୍ଧ୍ୱରେ ନୁହନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଏବଂ ଆବଶ୍ୟକ ହେଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗୃହମନ୍ତ୍ରୀ ଜି ପରମେଶ୍ୱରା କହିଛନ୍ତି ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଛି ଏବଂ ତଦନ୍ତ ପରେ ତାଙ୍କୁ ବରଖାସ୍ତ ମଧ୍ୟ କରାଯାଇପାରେ।

ତେବେ ଡିଜିପି ରାମଚନ୍ଦ୍ର ରାଓ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ ଦାବି କରିଛନ୍ତି ଯେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓଗୁଡ଼ିକ "ମାନିପୁଲେଟେଡ୍" ବା ନକଲି। ସେ ବେଙ୍ଗାଲୁରୁରେ ଗଣମାଧ୍ୟମକୁ କହିଛନ୍ତି ଯେ ଏଭଳି କୌଣସି ଘଟଣା ଘଟିନାହିଁ ଏବଂ ସେ ନିଜ ଓକିଲଙ୍କ ସହ ପରାମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବେ।

ସୂଚନାଯୋଗ୍ୟ ଯେ, ରାମଚନ୍ଦ୍ର ରାଓ ପୂର୍ବରୁ ମଧ୍ୟ ବିବାଦରେ ରହିଥିଲେ। ତାଙ୍କ ସାବତ ଝିଅ ରଣ୍ୟା ରାଓ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିଲେ। ନିଜ ପଦବୀର ଅପବ୍ୟବହାର କରି ଚୋରା ଚାଲାଣରେ ସହଯୋଗ କରିଥିବା ଅଭିଯୋଗରେ ସରକାର ତାଙ୍କ ବିରୁଦ୍ଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।