Corona Situation - The Sakala
କୋଭିଡ୍‍ ସ୍ଥିତି ଉପରେ ନଜର; ଆଜି ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କୋଭିଡକୁ ନେଇ ଟିକେ ବି ଅବହେଳା ହେବନାହିଁ। ସେମିତି କିଛି ଜଟିଳ ପରିସ୍ଥିତି ହେବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିବ। ଆଜି ସବୁ ଜିଲ୍ଲାରେ ପ୍ରସ୍ତୁତିର ମକ୍‍ଡ୍ରିଲ୍‍ ହେବ। ଏହା ସହିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ, ସିଡିଏମ୍ଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।
ଅନ୍ୟ ପଟେ କୋଭିଡ୍‍ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ କୋଭିଡ୍‍ ଗାଇଡ୍‍ଲାଇନ୍‍ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି। କୋଭିଡ୍‍ ନିୟମ ଅନୁସାରେ ଆଗକୁ ସମ୍ମେଟିଭ୍‍ ଓ ଯୁକ୍ତ ଦୁଇ ପରୀକ୍ଷା ଆୟୋଜିତ ହେବ ବୋଲି ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପିଲାମାନେ ଏବଂ କର୍ମଚାରୀ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମ ପାଳନ କରିବା ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ଓଡ଼ିଶାର ସବୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍‍ ପ୍ରସ୍ତୁତି ପାଇଁ ମକ୍‍ ଡ୍ରିଲ୍‍ ହେବ। କେତେ ପରିମାଣର ଔଷଧ ମହଜୁଦ ଅଛି, କେତେ ପିପିଇ କିଟ୍‍, ଟେଷ୍ଟିଂ କିଟ୍‍ ମହଜୁଦ ଅଛି ତାହାର ବିବରଣୀ ପ୍ରସ୍ତୁତ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏହି ମକ୍‍ ଡ୍ରିଲ୍‍ ସମୟରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବେ। ସେହିପରି ଅମ୍ଳଜାନ୍‍ ସଂଯୋଗ ଥିବା ଶଯ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରାଯିବ। ପୂର୍ବ ଲହର ସମୟରେ ମିଳିଥିବା କିଟ୍‍ ପ୍ୟାକେଟ୍‍ ଖୋଲା ଯାଇଛି। ଅମ୍ଲଜାନ୍‍ ସିଲିଣ୍ଡର ସବୁ ପରୀକ୍ଷା କରାଯାଇଛି। ଆଇସିୟୁ, ଏଚ୍‍ଡିୟୁ ଆଦିକୁ ପ୍ରସ୍ତୁତ କରାଯାଉଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ପ୍ରାକ୍‍ ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ନେଇଛନ୍ତି।
ରାଜ୍ୟ ଔଷଧ ଭଣ୍ଡାରରେ ଏବେ ଆଗାମୀ ଏକ ମାସ ପାଇଁ କୋଭିଡ୍‍ ଔଷଦ ମହଜୁଦ ଅଛି। ଯଦି ପରିସ୍ଥିତି ଖରାପ ହୁଏ ତା ହେଲେ ଅଧିକ ଔଷଧ ମଗାଇବା ପାଇଁ ଯୋଗାଣ ସଂସ୍ଥା ସହିତ ଆଲୋଚନା ହୋଇଛି। ଅପରପକ୍ଷେ ରାଜ୍ୟ ସରକାର ଏବେ ପୁନଃ ଟିକାକରଣ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡ୍‍ଲାଇନ୍‍ ତଥା ଟିକା ଆସିବାକୁ ଅପେକ୍ଷା କରିଛନ୍ତି। ରାଜ୍ୟରେ ବୁଷ୍ଟର ଡୋଜ୍‍ ନେଇଥିବା ୬୦% ଲୋକଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ।
କରୋନା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କୋଭିଡ୍ ନିୟମ କଡ଼ାକଡ଼ି କରିବାକୁ ଡିଜିପିଙ୍କୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ବର : ଭୟ ବଢାଉଛି କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’। ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟକୁ ନେଇ ବିଶ୍ୱରେ ବାଜିଛି ସତର୍କ ଘଣ୍ଟି । ଏହା ସାରା ବିଶ୍ବ ପାଇଁ ଘାତକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ସୋମବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନାର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ୍’ କରୋନାର ତୃତୀୟ ଲହର ଭାବେ ମାଡି ଆସୁଛି। ଯାହାକୁ ନେଇ ଆଗୁଆ ସତର୍କ ହୋଇଯାଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ବର୍ତ୍ତମାନ କରୋନାର ସ୍ଥିତି ଏବଂ ଆଗାମୀ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ରାଜ୍ୟବାସୀଙ୍କ ସତର୍କ କରିବା ସହ କହିଛନ୍ତି ଯେ କରୋନାର ନୂଆ ଭାରିଆଣ୍ଟ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଛି। ଏଣୁ ଆମକୁ ଏବେଠୁ ସତର୍କ ହେବାକୁ ପଡିବ। ଆଗୁଆ ସଚେତନତା କାରଣକୁ ଓଡ଼ିଶା ପ୍ରଥମ ଓ ଦ୍ୱିତୀୟ ଲହରକୁ ସଫଳତାର ସହ ସାମ୍ନା କରିପାରିଛି। ଏଣୁ ବର୍ତ୍ତମାନଠୁ କରୋନା ବିରୋଧରେ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ପୂର୍ବଭଳି ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୋଭିଡ ନିୟମକୁ ନିବେଦନ କରିଥିବା ବେଳେ କରୋନା ବିରୋଧରେ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।କୋଭିଡ ମୁକାବିଲା ପାଇଁ ଆମର ଥିବା ପ୍ରସ୍ତୁତିକୁ ପୁଣି ଥରେ ପୁନଃ ସକ୍ରିୟ କରିବା ସହିତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କ ସମତେ ଏଥିରେ ସଂଶ୍ଲିଷ୍ଟ ସବୁ ଅଧିକାରୀ ମାନଙ୍କୁ ଜାଗତିଆର ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହିତ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କୋଭିଡ ନିୟମ ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତି ଗ୍ରୁପ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ସଚେତନତା ତଥା କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ରାଜ୍ୟରେ ଯେପରି କୋଭିଡ୍ ନିୟମକୁ ପୂର୍ବଭଳି କଡ଼ାକଡ଼ି ପାଳନ ହେବ ତାହା ଉପରେ ଦୃଷ୍ଟି ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର କହିଲେ ଯେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୁରାପୁରି ସତର୍କ ଅଛନ୍ତି । କୋଭିଡ ଭିତ୍ତିଭୂମିକୁ ସୁଦୃଢ ରହିଛି ଏବଂ ତାକୁ ଆହୁରି ଅଧିକ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯାଉଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କୋଭିଡ ମୁକାବିଲା ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ସେ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଟେଷ୍ଟ ପଜିଟିଭ ହାର ମାତ୍ର ୦.୪୪ ପ୍ରତିଶତ ରହିଛି । ଚାରୋଟି ଜିଲ୍ଲା ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁରର କିଛି ଅଂଚଳରେ ଅପେକ୍ଷାକୃତ ଅଧିକ କେସ୍ ବାହାରିଥିଲେ ମଧ୍ୟ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ନୂଆ ରୋଗୀ ମାନଙ୍କର Genome Sequencing ପାଇଁ ମଧ୍ୟ ନମୁନା ପଠାଯାଉଛି । ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ୮୫.୬ ପ୍ରତିଶତ ଥିବାବେଳେ ଦ୍ବିତୀୟ ଡୋଜ ଟୀକାକରଣ ୪୮.୪ ପ୍ରତିଶତ ରହିଛି, ଯାହା କି ଜାତୀୟ ହାର ଠାରୁ ଉନ୍ନତ ରହିଛି । ଘରକୁ ଘର ବୁଲି ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ।
ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କୋଭିଡରୁ ମୁକାବିଲା ପାଇଁ ପ୍ରସ୍ତୁତିକୁ ଆହୁରି ଉନ୍ନତ କରିବା, Oxygen Supply chainକୁ ଆହୁରି ମଜବୁତ କରିବା ଏବଂ ଘରୋଇ ହସ୍‌ପିଟଲଗୁଡିକୁ କୋଭିଡ ଚିକିତ୍ସା ପାଇଁ ପ୍ରସ୍ତୁତି ରଖିବା ଉପରେ ଗୁରୁତ୍ବ ଦେଇଥିଲେ । ବୈଠକରେ ପୁଲିସ ମହାନିର୍ଦ୍ଦେଶକ  ଅଭୟ, ପୁଲିସ କମିଶନରଙ୍କ ସମେତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ ଗୁଡିକର କମିଶନର ଏବଂ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଭୁବନେଶ୍ୱର: ରାଜ୍ୟରେ ଏବେ ଆଂଶିକ ଲକଡାଉନ ଜାରି ରହିଛି । ଆସନ୍ତା ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ଏହି ଆଂଶିକ ଲକଡାଉନ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଗଷ୍ଟ ୧ ପରେ ରାଜ୍ୟରେ ଆଂଶିକ ଲକଡାଉନ ହେବ କି ସମ୍ପୂର୍ଣ ଅନଲକ୍ ହେବ ସେ ନେଇ ମତ ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି । ସେ କହିଛନ୍ତି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସମ୍ପୂର୍ଣ୍ଣ ଅନଲକ୍ ହେବାର ସମ୍ଭାବନା ନାହିଁ । ସ୍ଥିତି, ସମୟ, ସଂକ୍ରମଣକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ । ବିଶେଷଜ୍ଞ କମିଟି ଟିମ୍ ଯାହା କହିବେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି । ଏବେ ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଗତ କିଛି ଦିନ ହେବ ୧୬ଶହରୁ ୧୭ଶହ ଭିତରେ ହିଁ ଟ୍ରେଣ୍ଡ ରହୁଛି । ଵିଶେଷ ବଢ଼ି ନାହିଁ । ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ଆମ ରାଜ୍ୟରେ ଦୈନିକ ସଂକ୍ରମଣ ହାରାହାରି ୧୮ ଶହ ରହୁଛି । ଜାତୀୟ ହାର ତୁଳନାରେ ଆମ ସଂଖ୍ୟା ନଗଣ୍ୟ ବୋଲି ଡିଏମଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି ।
ଦେଶରେ ତଳମୁହାଁ କରୋନା ଗ୍ରାଫ୍, ୩୫ ପ୍ରତିଶତ କମିଛି ସଂକ୍ରମଣ ମାମଲା
ନୂଆଦିଲ୍ଲୀ: ଦେଶରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଗତ ୨୨ ଦିନ ଧରି ଲଗାତାର ଅତ୍ୟଧିକ ମାତ୍ରାରେ ନୂଆ ମାମଲା ଆସୁଛି ଏବଂ ବହୁ ସଂଖ୍ୟାରେ କରୋନା ପରୀକ୍ଷା କରାଯାଉଛି, ପଜିଟିଭ ହାର ହ୍ରାସ ଏବଂ ପୁନରୁଦ୍ଧାର ହାରରେ ବୃଦ୍ଧି ହେତୁ କରୋନାର ଦ୍ୱିତୀୟ ଲହର ଥମିବାର ନଜର ଆସୁଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ ହେଉଛି । ଦେଶର ୨୪ଟି ରାଜ୍ୟରେ କରୋନା ପଜିଟିଭ୍ ମାମଲାର କମୁଥିବାର ଦେଖିବାକୁ ମିଳିଛି । ସେ ଏହାମଧ୍ୟ କହିଛନ୍ତି ଯେ, କରୋନାର ଲହରରେ ବ୍ରେକ ଲାଗିଲା ଭଳି ନଜର ଆସୁଛି । କିନ୍ତୁ ବର୍ତ୍ତମାନ ସମୟରେ କୋଭିଡ ମାମଲାରେ କଠୋରତା ଏବଂ ସତର୍କତା ନିହାତି ଆବଶ୍ୟକ ।
ବର୍ତ୍ତମାନ ଦେଶରେ ୨୪.୨ ଲକ୍ଷ କରୋନା ପଜିଟିଭ୍ ମାମଲା ରହିଛି। ଏହି ସଂଖ୍ୟା ପୂର୍ବ ସପ୍ତାହର ରିପୋର୍ଟ ତଥା ୯ ମେ’ରେ ଆସିଥିବା ରିପୋର୍ଟ ଠାରୁ ୩୫ ପ୍ରତିଶତ କମ୍ ରହିଛି । ଗତ ସପ୍ତାହରେ ୩୭.୪ ଲକ୍ଷ ସକ୍ରିୟ ମାମଲା ରହିଥିଲା। ଗତ ନଅ ଦିନ ଧରି ଦୈନିକ ୨୦ ଲକ୍ଷ କୋଭିଡ -19 ପରୀକ୍ଷା କରାଯାଉଛି । ଯଦିଓ ମେ ୨୦ ରୁ ମେ ୨୬ ମଧ୍ୟରେ ପଜିଟିଭ୍ ହାର ୧୦.୪ ପ୍ରତିଶତ ଥିବାବେଳେ ଏପ୍ରିଲ୍ ୨୯ ରୁ ମେ ୫ ମଧ୍ୟରେ ପଜିଟିଭ୍ ହାର ୨୧.୫ ପ୍ରତିଶତ ଥିଲା । ଗୋଟିଏ ପଟେ ଅଧିକ ସଂକ୍ରମିତ ରାଜ୍ୟଗୁଡ଼ିକ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁରେ ସଂକ୍ରମିତ ମାମଲା ହ୍ରାସ ପାଉଛି । ଏହା ସତ୍ତ୍ୱେ ଏହି ୧୦ ପ୍ରତିଶତ ସକାରାତ୍ମକ ହାର ଚିନ୍ତାର ବିଷୟ ପାଲଟିଛି । ପଜିଟିଭିଟି ହାରକୁ ୫ ପ୍ରତିଶତରୁ କମ୍ କରିବାକୁ ରାଜ୍ୟମାନଙ୍କୁ ଅତିରିକ୍ତ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ସେହିପରି ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ନୂଆ ପଜିଟିଭ୍ । ଦିନକରେ ୩ ହଜାର ୬୬୦ ଜଣଙ୍କ ଜୀବନ ନେଇଛି କରୋନା । ଏବଂ ଦେଶରେ କରୋନରୁ ସୁସ୍ଥ ହୋଇଛନ୍ତି ଆଉ ୨ ଲକ୍ଷ ୫୯ ହଜାର ୪୫୯ ଆକ୍ରାନ୍ତ । ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ ଛୁଇଁଥିବା ବେଳେ, ସେମଧ୍ୟରୁ ସୁସ୍ଥ ହୋଇଛନ୍ତି ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ଆକ୍ରାନ୍ତ । ଏବେ ସାରା ଦେଶରେ ମୋଟ ୨୩ ଲକ୍ଷ ୪୩ ହଜାର ୧୫୨ ଆକ୍ଟିଭ କେସ୍ ରହିଛି । ଅନ୍ୟପଟେ କରୋନା ଟିକାକରଣ ଜାରିଥିବା ବେଳେ, ୨୦ କୋଟି ୫୭ ଲକ୍ଷ ୨୦ ହଜାର ୬୬୦ ଲୋକଙ୍କୁ ଦିଆଯାଇଛି ଟିକା ।