AI Photo Viral - The Sakala

ମହାପ୍ରଭୁଙ୍କୁ ପୁଣି ଅପମାନ; ସୋସିଆଲ ମିଡିଆରେ ଏଆଇ ଫଟୋ ଭାଇରାଲ
ଭୁବନେଶ୍ୱର /ପୁରୀ: ମହାପ୍ରଭୁଙ୍କୁ ପୁଣି ଅପମାନ। ଏଆଇ ସାହାଯ୍ୟରେ ମହାପ୍ରଭୁଙ୍କ ସଂସ୍କୃତି ଓ ପରମ୍ପରାକୁ ଅପମାନ କଲାଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଅସନ୍ତୋଷ ଦେଖାଯିବା ସହ ଜଗନ୍ନାଥ ପ୍ରେମୀ କାର୍ଯ୍ୟାନୁଷ୍ଟାନ ଦାବି କରିଛନ୍ତି। ଏକ ଭିଡିଓରେ ଦେଖିବାକୁ ମିଳୁଛି ମହାପ୍ରଭୁଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରହିଛି। ଏକ କ୍ରେନ ସାହାଯ୍ୟରେ ବିଗ୍ରହଙ୍କ ଉପରେ କ୍ଷୀର ଢଳା ଯାଉଛି। ସେହିପରି ଅନ୍ୟଏକ ଫଟୋ ଦେଖିବାକୁ ମିଳୁଛି ଶ୍ରୀବିଗ୍ରହ ଶୀତ ପୋଷାକ ପରିଧାନ କରି ରାସ୍ତାରେ ଯାଉଛନ୍ତି। ଏମିତି ଅନେକ ବିଭ୍ରାନ୍ତିକର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏଆଇ ମାଧ୍ୟମରେ ଦେଖିବାକୁ ମିଳିଛି। ବିଶ୍ୱରାଜ କ୍ରିଏସନ ନାମରେ ଏକ ଇନଷ୍ଟା ଆଇଡିରେ ଏଭଳି ଏଆଇ ମାଧ୍ୟମରେ ମହାପ୍ରଭୁଙ୍କ ଅନେକ ଫଟୋ ଓ ଭିଡିଓ ପୋଷ୍ଟା କରାଯାଇଛି। ଏ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ସାଇବର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି କି ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବାର ଅବାଞ୍ଛିତ ଶୈଳୀ କୁ ନେଇ ପ୍ରସ୍ତୁତ ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଛି।

ବିଶ୍ୱରାଜ କ୍ରିଏସନ ନାମରେ ଜଣେ ବ୍ୟକ୍ତି ଏହା ପ୍ରସ୍ତୁତ କରି ପ୍ରସାରିତ କରିଥିବାରୁ ଏହି ଚିତ୍ରକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଣୁ ଏନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ସାଇବର ଥାନାରେ ଏକ ଏଫ୍‌‌.ଆଇ.ଆର ଦାଖଲ କରିଛନ୍ତି। ଅପରପକ୍ଷରେ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି କି ଶ୍ରୀବଗ୍ରହଙ୍କୁ ନେଇ ଏଆଇ -ଜେନେରେଟେଡ୍‌‌ ଭାଇରାଲ୍‌‌ ଭିଡିଓ ଜରକୁ ଆସିବା ମାତ୍ରେ ଇଓ-ଜେନେରେଟେଡ୍‌‌ ଭିଡିଓକୁ ତୁରନ୍ତ ବିଚାର କରି, ସାଇବର ପୁଲିସ ଷ୍ଟେସନ୍‌‌ ସମ୍ପୃକ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଭ୍ରମାତ୍ମକ ବିଷୟବସ୍ତୁ ଅପସାରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏକକାଳୀନ, ମନ୍ଦିର ପ୍ରଶାସନ ସହିତ ପରାମର୍ଶ କରି, ଆବଶ୍ୟକ ହେଲେ, ଆଇନ ଅନୁଯାୟୀ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି।