Laxmisagar - The Sakala

ରାଜଧାନୀରେ ବଡ଼ ଧରଣର ଲୁଟ୍: ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ବିଲ୍ଡର ପ୍ରୀତମ ଜେନାଙ୍କ ଘରର ମୁଖ୍ୟ ଫାଟକ ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ସେମାନେ ଘର ଭିତରେ ଥିବା ସୁନା ଅଳଙ୍କାର, ନଗଦ ଟଙ୍କା, ଦାମୀ ଘଣ୍ଟା ଏବଂ ଏକ ହୀରା ଖଚିତ ବ୍ରେସଲେଟ୍ ଲୁଟି ନେଇଛନ୍ତି। ରାତି ପ୍ରାୟ ୧୦ଟାରୁ ୧୧ଟା ମଧ୍ୟରେ ଏହି ଚୋରି ହୋଇଥିବା ସନ୍ଦେହ କରାଯାଉଛି।

ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଘରେ ଲାଗିଥିବା ସିସିଟିଭି ସର୍ଭିଲାନ୍ସ ସିଷ୍ଟମ୍‌ର ହାର୍ଡ ଡିସ୍କ ମଧ୍ୟ ସାଥୀରେ ନେଇଯାଇଛନ୍ତି। ଯାହା ଫଳରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଖବରପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଲୁଟେରାମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ତେବେ କମିଶନରେଟ୍ ପୋଲିସ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ସତ୍ତ୍ୱେ ଏତେ ବଡ଼ ଧରଣର ଲୁଟ୍ କିପରି ସମ୍ଭବ ହେଲା, ତାହାକୁ ନେଇ ସ୍ଥାନୀୟ ବାସିନ୍ଦା ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମାରୋହ
ଭୁବନେଶ୍ୱର: ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ସମାରୋହ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଗତକାଲି (ରବିବାର) ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଜଗତର ନାଥ ଶ୍ରୀଜଗନ୍ନାଥ ଓ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଏହି ବିଦାୟ କାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚେୟାରମ୍ୟାନ୍ ଡଃ ପିତବାସ ତ୍ରିପାଠୀ, ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ, ଟ୍ରଷ୍ଟି ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି, ବିଦ୍ୟାଳୟର ଡାଇରେକ୍ଟର ଶ୍ରୀଯୁକ୍ତ ରବିନ୍ଦ୍ରନାଥ ପଣ୍ଡା ଏବଂ ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ସଭାରେ ସଭାପତିତ୍ୱ କରିଥିଲେ।

ଅତିଥିମାନେ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଶିକ୍ଷା ହେଉଛି ଜୀବନ ଗଢିବାର ମୂଳ ଆଧାର। ସତ୍ୟ, ଶିଷ୍ଟାଚାର, କଠିନ ପରିଶ୍ରମ ଓ ନୀତିମୂଲ୍ୟକୁ ଅନୁସରଣ କରି ଆଗେଇ ଚାଲିଲେ ଜୀବନରେ ସଫଳତା ନିଶ୍ଚିତ ଭାବେ ମିଳିଥାଏ। ଭବିଷ୍ୟତରେ ଜଣେ ଶିଷ୍ଟ ଓ ଦାୟିତ୍ୱଶୀଳ ନାଗରିକ ହୋଇ ଦେଶ ତଥା ସମାଜର ସେବା କରିବାକୁ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାକୁ ଗୁରୁତ୍ଵାରୋପ କରିଥିଲେ। ଏହି ଅବସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ମୃତିଚିହ୍ନ ଓ ଉପହାର ପ୍ରଦାନ କରାଯାଇଥିଲା। ପରିଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପନ ହୋଇଥିଲା।