Chaudwar Mandal Jail - The Sakala

ଚୌଦ୍ୱାର ଜେଲରୁ କଏଦୀ ଫେରାର ଘଟଣା: ଜେଲ୍‌ ଅଧିକାରୀଙ୍କ ମଧ୍ୟରେ ଚାଲିଛି କାଦୁଅଫିଙ୍ଗା ରାଜନୀତି
ଚୌଦ୍ୱାର: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁର୍ଦ୍ଦାନ୍ତ ଦୁଇ ବିହାରୀ କଏଦୀଙ୍କ ଫେରାର ଘଟଣା। ଏହି ଘଟଣାକୁ ୪ମାସ ୧୬ ଦିନ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ ଧରାପଡ଼ିନାହାନ୍ତି ଫେରାର୍‌ କଏଦୀ। କିନ୍ତୁ, ଏବେ ଜେଲ୍‌ ଅଧିକାରୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି, ସେନେଇ ଚାଲିଛି କାଦୁଅଫିଙ୍ଗା। ଗତକାଲି ଚୌଦ୍ୱାର କାରାଗାରର ତତ୍‌କାଳୀନ ଜେଲର୍‌ ସନ୍ତୋଷିନୀ ଦାସ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ବିରୋଧରେ ଚୌଦ୍ୱାର ଥାନାରେ ବିଭିନ୍ନ ଅଭିଯୋଗ ଉଠାଇ ଏତଲା ଦେଇଥିବା ବେଳେ ଆଜି ଖୋଦ୍‌ କାରାଗାର ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉଳ ପାଲଟା ଅଭିଯୋଗ କରି ଏତଲା ଦେଇଥିବା ଜଣାପଡ଼ିଛି। ଏହି ଏତଲାରେ ସନ୍ତୋଷିନୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଉଲ୍ଲେଖ କରିଥିବା ଖବର ମିଳିଛି।

ତେବେ ଚୌଦ୍ୱାର ଥାନା ଆଇଆଇସି ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ରାଉଳ ସନ୍ତୋଷିନୀଙ୍କ ବିରୋଧରେ ଏତଲା ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ ମଧ୍ୟ ଏତଲାରେ କ’ଣ ଉଲ୍ଲେଖ ରହିଛି, ତାହା ସ୍ପଷ୍ଟ କରିନାହାନ୍ତି। ଗତକାଲି ସନ୍ତୋଷିନୀ ଦାସ ଦେଇଥିବା ଏତଲାକୁ ପୁଲିସ କେସ ନମ୍ବର ୩୫/୨୬ରେ ରୁଜୁ କରିଥିବା ବେଳେ ଆଜି ପାଲଟା ଅଭିଯୋଗକୁ ମଧ୍ୟ ଗ୍ରହଣ କରାଯାଇଛି। କାରାଗାର ଅଧିକାରୀମାନେ ଏଭଳି ଅଭିଯୋଗ କରିବା ପରେ ଫେରାର୍‌ ହେବା ଘଟଣା ସମ୍ପର୍କରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୨ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର କାରାଗାରରୁ ଦୁଇଜଣ ବିହାରୀ କଏଦୀ ଫେରାର ହୋଇଯାଇଥିଲେ। ସେମାନେ ଫେରାର୍‌ ହେବା ପୂର୍ବରୁ ଜେଲ୍‌ ଭିତରେ ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା ବୋଲି କୁହାଯାଇଥିଲା। କୌଣସି ଜେଲ କର୍ମଚାରୀଙ୍କ ସହାୟତା ବିନା ଏହା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ମଧ୍ୟ ହୋଇଥିଲା। ସେମାନେ ଫେରାର ହେବାର ୩ ମାସ ପୂର୍ବରୁ ଉଭୟଙ୍କଠାରୁ ଆରିପାତ ଓ ବ୍ଲେଡ୍‌ ମିଳିଥିଲା। ତେଣୁ ସେବେଠାରୁ ସେମାନେ ଫେରାର ହେବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିସାରିଥିଲା। ଏହା ଜାଣି ସୁଦ୍ଧା ଜେଲ୍‌ କର୍ତ୍ତୃପକ୍ଷ କାହିଁକି ସେମାନଙ୍କ ଉପରେ ଅଧିକ ସତର୍କ ଦୃଷ୍ଟି ରଖି ନଥିଲେ ବୋଲି ପ୍ରଶ୍ନ ସୃଷ୍ଟି ହେବା ସହ ଏବେ ଏଭଳି ଆରୋପ-ପ୍ରତ୍ୟାରୋପକୁ ନେଇ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ସେତେବେଳେ ଜେଲ ଡିଜି ସୁଶାନ୍ତ କୁମାର ନାଥ କହିଥିଲେ ଯେ ଏହି ଘଟଣା ପରେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି। ଡିଆଇଜି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ତା’ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆମ ଷ୍ଟାଫ ହୁଅନ୍ତୁ ବା ବାହାରର ଷ୍ଟାଫ୍‌; ଯଦି କାହାର ସଂପୃକ୍ତି ଥିବା ନେଇ ତଦନ୍ତରୁ ଜଣାପଡ଼ିବ, ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କର୍ତ୍ତବ୍ୟରେ ଅବହେଳା ପାଇଁ ଚୌଦ୍ୱାର କାରାଗାରର ଜେଲର୍‌, ଚିଫ୍‌ ୱାର୍ଡର୍‌ ଓ ଜଣେ ୱାର୍ଡରଙ୍କୁ ନିଲମ୍ବନ କରାଯାଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ଅକ୍ଟୋବର ୨ ତାରିଖରେ ଦଶହରା ପାଳନ ହେଉଥିଲା। ଏହି ପରିପ୍ରେକ୍ଷୀରେ ଚୌଦ୍ୱାର ଜେଲରେ ମା’ଙ୍କ ପୂଜାର୍ଚ୍ଚନା ବି ଚାଲିଥିଲା। ଜେଲ୍‌ ଅଧିକାରୀ ଓ କର୍ମଚାରୀ ଦଶହରା ପାଳନରେ ମସଗୁଲ ଥିବା ବେଳେ ଫେରାର ହେବା ଯୋଜନାକୁ ଅନ୍ତିମ ରୂପ ଦେଉଥିଲେ ବିହାର ଅଞ୍ଚଳର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ। ରାତି ପ୍ରାୟ ଗୋଟାଏ ବେଳେ ଜେଲରୁ ଚମ୍ପଟ ମାରିଥିଲେ ଉଭୟ। ସେମାନଙ୍କୁ ଅଲଗା ଅଲଗା ସେଲରେ ରଖାଯାଇଥିଲା।

ସେମାନେ ସେଲର ଲୁହା ରଡ୍‌ କାଟି ବାହାରିଥିଲେ। ତା’ପରେ କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରି ସେମାନେ ଜେଲ୍‌ ପାଚେରି ଡେଇଁ ଫେରାର୍‌ ହୋଇଯାଇଥିଲେ। କମ୍ବଳକୁ ଦଉଡ଼ି ଭାବେ ବ୍ୟବହାର କରିବା ପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତି କରି ରଖିଥିଲେ ବୋଲି ସ୍ପଷ୍ଟ ଜଣା ପଡ଼ିଥିଲା। କମ୍ବଳକୁ ଲମ୍ବା ଲମ୍ବା କରି କଟାଯାଇ ପରସ୍ପର ସହିତ ବନ୍ଧା ଯାଇଥିଲା। ଏହାର ମଝିରେ ମଝିରେ ଅତିରିକ୍ତ ଗଣ୍ଠି ପକାଯାଇଥିଲା, ଯେମିତି ସୁବିଧାରେ ସେଥିରେ ଚଢ଼ି ହେବ ଓ ହାତ ଗୋଡ଼ ନ ଖସିବ। ଯଦି ସେତେବେଳେ ଜେଲ ଅଧିକାରୀ ଓ କର୍ମଚାରୀମାନେ ଠିକ୍‌ ଭାବେ କାର୍ଯ୍ୟ କରିଥାନ୍ତେ, ହୁଏତ ସେମାନଙ୍କ ଯୋଜନା ସଫଳ ହୋଇ ନଥାନ୍ତା। ଅନ୍ୟପକ୍ଷରେ କଏଦୀ ଫେରାର ଘଟଣାରେ ଥାନାରେ ମାମଲା ହୋଇଥିଲେ ବି ପୁଲିସ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଠାବ କରି ପାରୁନଥିବା ପୁଲିସର ଅପାରଗତାକୁ ପଦାରେ ପକାଉଛି। ଏ ନେଇ ଚୌଦ୍ୱାର ଥାନା ଆଇଆଇସି ରଜନୀକାନ୍ତ ଦାସଙ୍କୁ ପଚରାଯାଇଥିଲେ ବି କୌଣସି ବିଷୟରେ ମୁହଁ ଖୋଲିନଥିଲେ।