mental depression - The Sakala

ଆଜି ବିଶ୍ୱ ମାନସିକ ଅବସାଦ ଦିବସ: ବିଶ୍ୱରେ ମାନସିକ ଅବସାଦ ରୋଗୀ ସଂଖ୍ୟାରେ ଭାରତ ଏକ ନମ୍ବର
ଭୁବନେଶ୍ୱର: ବର୍ତ୍ତମାନ ସମାଜରେ ମାନସିକ ଅବସାଦ ଏକ ପ୍ରମୁଖ ବ୍ୟାଧି ପାଲଟିଲାଣି। ଡିପ୍ରେସନ ହେଉଛି ବିଶ୍ୱର ସବୁଠାରୁ ପ୍ରଚଳିତ ମାନସିକ ବ୍ୟାଧି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଏହା ଉଭୟ ମାନସିକ ଓ ଶରିରୀକ କ୍ଷେତ୍ରରେ ମଣିଷକୁ ଦୁର୍ବଳ କରିଦିଏ। ଡିପ୍ରେସନ ବିକାଶର ମୁଖ୍ୟ ବିପଦ କାରଣଗୁଡ଼ିକ ହେଉଛି କିଛି ଆତ୍ମୀୟଙ୍କୁ ହରେଇବା, କ୍ଷୟ କ୍ଷତି, ଦୁର୍ବ୍ୟବହାର, ଅପମାନ ଏବଂ ହିଂସା ଭଳି ପରିସ୍ଥିତିର ଶିକାର ହେବା। ଏହାସହ ଅନ୍ୟ ବିଭିନ୍ନ କାରଣ ମଧ୍ୟ ରହିଛି। ତେବେ ଡିପ୍ରେସନକୁ ରୋକିବାରେ, ପ୍ରଥମେ ଆମର ଦୈନନ୍ଦିନ ଅଭ୍ୟାସର ଯତ୍ନନେବା, ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ, ଭାବପ୍ରବଣ ଏବଂ ସାମାଜିକ ସନ୍ତୁଳନ ବଜାୟ ରଖିବା। ନିଜକୁ ଅଲଗା କରିବାର ପ୍ରବୃତ୍ତିକୁ ହ୍ରାସ କରିବା ଏବଂ ଅନ୍ୟମାନଙ୍କ ସହିତ ଖୋଲା ଯୋଗାଯୋଗକୁ ଉତ୍ସାହିତ କରିବା ଅତ୍ୟନ୍ତ ଜରୁରୀ ଅଟେ।ପ୍ରତିବର୍ଷ ଜାନୁଆରୀ ୧୩ ତାରିଖକୁ ‘ବିଶ୍ୱ ଡିପ୍ରେସନ ଦିବସ’ ବା ‘ବିଶ୍ୱ ମାନସିକ ଅବସାଦ ଦିବସ’ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ଜାଗ୍ରତ କରିବା ଲକ୍ଷ୍ୟରେ ପାଳନ କରାଯାଉଛି।

ବର୍ତ୍ତମାନ ସମାଜରେ ଅଧିକ ମାନସିକ ଅବସାଦର ଶିକାର ହେଉଛନ୍ତି ଯୁବଗୋଷ୍ଠୀ। ଯାହାର ଫଳସ୍ୱରୂପ ପରବର୍ତ୍ତୀ ସମୟରେ ଆତ୍ମହତ୍ୟାର ରୂପ ନେଇଥାଏ। ତେବେ ଏହାର ଏକ ପ୍ରମୁଖ କାରଣ ଅତ୍ୟଧିକ ସାମାଜିକ ଗଣମାଧ୍ୟର ବ୍ୟବହାର, ଆପଣାର ଭାବୁଥିବା ଲୋକଙ୍କ ସହ ଘଟିଥିବା ଭୁଲ ବୁଝାମଣାକୁ ଦୂର ନକରିବା, ଘନିଷ୍ଠ ବା ଆପଣାର ଲୋକଙ୍କ ଆଗରେ ମନକଥା କହିବାକୁ କୁଣ୍ଠାବୋଧ ପ୍ରକାଶ କରିବା, ପରିବାର ସଦସ୍ୟଙ୍କ ଦୂରତା ଆଦି ଯୋଗୁଁଁ ଏଭଳି ଘଟଣା ଘଟୁଥିବା ମନସ୍ତତ୍ତ୍ୱବିତ୍‌‌ ମାନେ ମତ ଦେଇଛନ୍ତି। ଯେକୌଣସି ଶାରୀରିକ ସମସ୍ୟାକୁ ଆମେ ଯେପରି ଗମ୍ଭୀରତା ଏବଂ ତତ୍କାଳ ଚିକିତ୍ସା କରୁ, ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ସେହିପରି ଗମ୍ଭୀରତା ଏବଂ ତତ୍କାଳ ଚିକିତ୍ସା କରାଯିବା ଅତ୍ୟନ୍ତ ଜରୁରୀ। ଏଭଳି ପରିସ୍ଥିତିରେ କ୍ଷଣିକେ ଉତ୍ତେଜନାରେ ବଶୀଭୂତ ହୋଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ। ଏହି ଆତ୍ମହତ୍ୟା ତାଲିକା ମଧ୍ୟରେ ସର୍ବାଧିକ ଭାବେ ଯୁବପିଢ଼ୀ ରହିଥିବା ଦେଖିବାକୁ ମିଳୁଛି। ବିଶେଷ କରି ଏକାପଣ ବା ମାନସିକ ଅବସାଦରେ ରହି ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଥିବା ସୂଚନା ରହିଛି। ୧୮ରୁ ୨୫ ବର୍ଷର ଯୁବବର୍ଗ ବା ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ପ୍ରେମ, ପାଠପଢ଼଼ାରେ ଚାପ, ପରିବାରଲୋକଙ୍କ ତାଗିଦ୍‌‌ ବେଳେ ୨୫ରୁ ୪୦ ବର୍ଷ ମଧ୍ୟରେ ରହିଥିବା ବ୍ୟକ୍ତି ପାରିବାରିକ କହଳ, ସଂସାର ବୋଝ, କର୍ମକ୍ଷେତ୍ରରେ ଚାପ କିମ୍ବା ବ୍ୟବସାୟରେ କ୍ଷତି ସହି ନପାରି ଆତ୍ମହତ୍ୟା ରାସ୍ତାକୁ ଆପଣାଉଥିବା ସୂଚନା ରହିଛି। ତେବେ ଏସବୁର ମୂଳ କାରଣ ମାନସିକ ଅବସାଦ ଅଟେ।

ଏନେଇ ମନସ୍ତତ୍ତ୍ୱିତ୍‌‌ ସଚ୍ଚିଦାନନ୍ଦ ନାଥ କହିଛନ୍ତି ଯେ, ଯେଉଁମାନେ ବିଭିନ୍ନ କାରଣରୁ ମାନସିକ ଚିନ୍ତାରେ ରହୁଛନ୍ତି ସେମାନଙ୍କୁ ପରିବାର, ବନ୍ଧୁ କିମ୍ବା କର୍ମକ୍ଷେତ୍ରରେ ସହଯୋଗୀମାନେ ଏକାକୀ ନକରି ସହଯୋଗ କଲେ ବ୍ୟକ୍ତିର ମାନସିକ ସ୍ଥିତି ବଦଳିଥାଏ। ତେଣୁ ଏଥିପ୍ରତି ସମସ୍ତେ ଗୁରୁତ୍ୱ ଦେବା ଉଚିତ୍‌‌। ଡିପ୍ରେସନର ମୁଖ୍ୟ କାରଣ ହେଲା, ଡିଜିଟାଲ ପ୍ଲାଟଫର୍ମର ଆଡିକସନ୍‌‌। ତେବେ ସାରା ବିଶ୍ୱରେ ମାନସିକ ଅବସାଦ ରୋଗୀଙ୍କ ସଂଖ୍ୟା ଭାରତରେ ଏକ ନମ୍ବର ରହିଛି। କୋଭିଡ ପରବର୍ତ୍ତୀ ସମୟରେ ଏହା ଅଧିକ ବୃଦ୍ଧି ପାଇଛି। କାରଣ କୋଭିଡ ପରେ ସଫଳତାର ସଞ୍ଜ୍ଞା ବଦଳିଯାଇଛି। ସାମାଜିକ ଗଣମାଧ୍ୟର ପୋଷ୍ଟ ମଧ୍ୟ ଦୁଃଖ ଓ ଖୁସିର ଆଧାର ପାଲଟିଛି। ସାମାଜିକ ଗଣମଧ୍ୟମାର ବ୍ୟବହାର ବୃଦ୍ଧି ଯୋଗୁଁଁ ପରିବାର ସଦସ୍ୟଙ୍କ ଓ ଆତ୍ମୀୟଙ୍କ ସହ ଯୋଗଯୋଗ କମିଛି। ଯଦିଓ ମୋବଇଲରେ ଯୋଗଯୋଗ ହେଉଛି କିନ୍ତୁ ଉପସ୍ଥିତିର ଅଭାବ ମଧ୍ୟ ଡିପ୍ରେସନର ଏକ କାରଣ।

ସେହିପରି ଜୀବନଶୈଳରେ ମଧ୍ୟ ପରିବର୍ତ୍ତନ ହୋଇଛି। ୱାର୍କ ଫ୍ରମ୍‌‌ କାମ ଦ୍ୱାରା ଏକାପଣ ବଢ଼଼ିବା ସହ ସ୍କ୍ରିନ୍‌‌ ଟାଇମ୍‌‌ ବି ବଢ଼଼ିଛି। ଭାରତରେ ପ୍ରତି ବ୍ୟକ୍ତିର ସ୍କ୍ରିନ୍‌‌ ଟାଇମ ୬ରୁ ୮ଘଣ୍ଟା ରହିଛି। ଫଳରେ ପ୍ରକୃତିରୁ ଯେଉଁ ଷ୍ଟିମୁଲସ୍‌‌ ଆସିବା କଥା ତାହା ମୋବାଇରୁ ଆସୁଥିବାରୁ ପରସ୍ପର ମଧ୍ୟରେ ଭାବପ୍ରବଣତା କମିବା ସହ ଏକାପଣ ବଢ଼଼ୁଛି। ମଣିଷକୁ ନିହାତି ଜରୁରୀ ଠାରୁ ଦୂରେଇ ଏକା ରହିବାକୁ ଅନେକ ପସନ୍ଦ କରୁଛନ୍ତି। ପ୍ରକୃତି ସହ ସମୟ ବିତାଇବା ବଦଳରେ ମୋବାଇଲରେ ବିତାଉଛନ୍ତି। ତେବେ ମୋବଇଲରେ ସର୍ଟ ଟର୍ମରେ ଖୁସି ମିଳି ଯାଉଥିବାରୁ ଲୋକମାନଙ୍କର ଧୌର୍ଯ୍ୟ କମିଯାଉଛି। ତେଣୁ ଏହିସବୁ ଦିଗପ୍ରତି ଯତ୍ନବାନ ହେଲେ ଆମେ ମାନସିକ କ୍ଷେତ୍ରରେ ଖୁସି ରହିପାରିବା ଏବଂ ମାନସିକ ଖୁସି ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ବୋଲି ଶ୍ରୀ ନାଥ କହିଛନ୍ତି।