state- transport department - The Sakala

ରାଜ୍ୟ ପରିବହନ ବିଭାଗର ଅନ୍ଧ ନୀତି ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ 'ଜନ ଜାଗରଣ' ଆନ୍ଦୋଳନ
ମୟୂରଭଞ୍ଜ: ରାଜ୍ୟ ପରିବହନ ବିଭାଗର ଅନ୍ଧ ନୀତି ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗର୍ଜନ ସମାବେଶ । ରାଜ୍ୟ ସରକାର ପରିବେଶର ସୁରକ୍ଷା ନାଁରେ ରାଜ୍ୟବାସୀଙ୍କୁ ଶୋଷଣ କରୁଛନ୍ତି। ପ୍ରତ୍ୟେକ ଗାଡ଼ିରେ ପଲ୍ୟୁସନ ସାର୍ଟିଫିକେଟ ହାସଲ କରିବା ପରିପ୍ରେକ୍ଷିରେ ବିଭିନ୍ନ ପ୍ରକାରର ମିଛ ଫାଇନ କାଟୁଥିବା ଦେଖିବାକୁ ମିଳୁଛି। ଗାଡ଼ି ରାସ୍ତାରେ ନ ଗଡିଲେ ମଧ୍ୟ ଫାଇନ ମେସେଜ ଆସି ପହଞ୍ଚୁଛି । ଲୋକେ ଋଣ କରି ଫାଇନ ଜମା କରୁଥିଲା ବେଳେ ଏ ପ୍ରକାର ଶୋଷଣ ପ୍ରତିବାଦରେ ବିଜୁ ଜନତା ଦଳର ଯୁବ ଏବଂ ଛାତ୍ର ସଂଗଠନ ପକ୍ଷରୁ ବାରିପଦାଠାରେ ଗର୍ଜନ ସମାବେଶ ଆୟୋଜିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାର ବିଜେଡି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିଜେଡି ।

ମୟୂରଭଞ୍ଜ ଜିଲ୍ଲା ବିଜେଡିର ଯୁବ ସଭାପତି ଅରୁଣ ବରାଡ ଏବଂ ଛାତ୍ର ସଭାପତି ସୁନିଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗର୍ଜନ ସମାବେଶରେ ବିଜେଡ଼ିର ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁ ଏବଂ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ଯୋଗଦାନ ଏହି ସମାବେଶକୁ ଅଧିକ ଶକ୍ତିଶାଳୀ କରିଥିବା ଦେଖିବାକୁ ମିଳିଥିଲା। ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୟୂରଭଞ୍ଜ‌ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ପୌରପରିଷଦ ର ଉପାଧ୍ୟକ୍ଷା ସୀମା ଦାସ ଏଵଂ ଵହୁ କାଉନସିଲର,ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଗଣେଶ୍ଵର ପାତ୍ର, ବିଜେଡି ର ବରିଷ୍ଠ ନେତା ଡକ୍ଟର ଦେବାଶିଷ ମାରାଣ୍ଡି, ଦେବାଶିଷ ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ମହିଳା ନେତ୍ରୀ ଦିପ୍ତିଲତା ମିଶ୍ର ପ୍ରମୁଖ ଏହି ସମାବେଶରେ ଅଂଶଗ୍ରହଣ କରି ରାଜ୍ୟ ସରକାରଙ୍କ ଜନତା ମାରଣ ନୀତିର ସମାଲୋଚନା କରିଥିଲେ। ପରିଶେଷରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।