Sagar Murder Case - The Sakala

ସାଗର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁଶୀଲ କୁମାର
ନୂଆଦିଲ୍ଲୀ : ଦିଲ୍ଲୀ ଛତ୍ରସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୁଲିସ ସୋମବାର ଚାର୍ଜସିଟ୍ ଦାଖଲ କରିଛି। ୧୭୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। କ୍ରାଇମ ବ୍ରାଞ୍ଚର ଏହି ଚାର୍ଜସିଟ୍‌ରେ ପହିଲମାନ ସୁଶୀଲ କୁମାରଙ୍କ ସମେତ ଅନ୍ୟ ୨୦ ଅଭିଯୁକ୍ତଙ୍କ ନାମ ସାମିଲ ରହିଥିବା ଜଣାପଡ଼ିଛି। ମୁଖ୍ୟ ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ ସତବୀର ସିଂହ ଲାମ୍ବାଙ୍କ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରି ପୁଲିସ ସୁଶୀଲ କୁମାରଙ୍କୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଥିବା ବେଳେ ଆଉ ୫ ଅଭିଯୁକ୍ତ ଫେରାର ଅଛନ୍ତି। ସୁଶୀଲଙ୍କୁ ଗତ ମେ ୨୩ ତାରିଖରେ ମୁଣ୍ଡକା ଅଞ୍ଚଳରୁ ଗିରଫ କରାଯାଇଥିଲା।

ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ ୪ ରାତିରେ ମଡେଲ ଥାନା ଅଞ୍ଚଳରେ ପହିଲମାନ ସୁଶୀଲ କୁମାର ଓ ତାଙ୍କ ସହଯୋଗୀ ଏକ ଫ୍ଲାଟରୁ ସାଗର ରାଣା ଏବଂ ତାଙ୍କ ବନ୍ଧୁ ସୋନୁ ମହାଲ , ଅମିତ୍ କୁମାରଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଛତ୍ରସାଲ ଷ୍ଟାଡିୟମ ଆଣି ପାର୍କିଂରେ ନିର୍ମମ ମାଡ ମାରିଥିଲେ। ଏଥିରେ ସାଗର ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ରେସଲର ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ୍ କଲା ରେଲୱେ
ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କୁ ଲାଗିଛି ବଡ ଝଟକା । ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ କରିଛି ଉତ୍ତର ରେଲୱେ । ଏହା ପୂର୍ବରୁ ସୁଶୀଲ କୁମାରଙ୍କୁ ନଲମ୍ୱିତ କରାଯିବ ବୋଲି ସୋମବାର ଦିନ ଉତ୍ତର ରେଲୱେର ପ୍ରବକ୍ତା କହିଥିଲେ।

ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ କହିଛନ୍ତି ଯେ, ସୁଶୀଲ ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ ଏବଂ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ସ୍ପେଶାଲ ଡ୍ୟୁଟି (ଓଏସଡି)ରେ ତାଙ୍କୁ ଅଫିସର ଭାବରେ ପୋଷ୍ଟିଂ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।