Fategarh Police Station - The Sakala

ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ
ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଫତେଗଡ଼ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ବିରୋଧରେ ଥାନା ମାମଲା ରଫାଦଫା କରିବା ବାହାନାରେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇବା ଏବଂ ଅସଦାଚରଣ କରିବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ପୀଡ଼ିତା ସିଧାସଳଖ ପୋଲିସ ଡିଜି (DGP)ଙ୍କ ନିକଟରେ ଲିଖିତ ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କଣ ରହିଛି ସମ୍ପୂର୍ଣ୍ଣ ଘଟଣା?

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୩ ତାରିଖରେ ଘଟିଥିବା ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାରେ ଫତେଗଡ଼ ଜେଏମ୍ଏଫ୍‌ସି (JMFC) କୋର୍ଟରୁ ଏକ ସମନ୍ ମଧ୍ୟ ଆସିଥିଲା। ଏହି ଘଟଣାର ତଦନ୍ତ ଆଳରେ ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ତାଙ୍କ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ମୁତାବକ, ପୋଲିସ ଅଧିକାରୀ ଜଣକ ଖରାପ ଉଦ୍ଦେଶ୍ୟ ରଖି ତାଙ୍କ ସହିତ କଥାବାର୍ତ୍ତା କରିବା ସହ ଏକ ହୋଟେଲକୁ ଆସିବାକୁ ବାଧ୍ୟ କରିଥିଲେ। ମହିଳା ଜଣକ ଏଥିରେ ରାଜି ନହେବାରୁ ସେ ହ୍ଵାଟ୍ସଆପ୍‌ରେ ଅଶ୍ଳୀଳ ବାର୍ତ୍ତା ପଠାଇଥିଲେ, ଯାହାର ପ୍ରମାଣ ତାଙ୍କ ପାଖରେ ରହିଥିବା ମହିଳା ଦାବି କରିଛନ୍ତି।

ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ

ଏହି ଘଟଣା ଏତିକିରେ ସୀମିତ ରହିନଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯଦି ସେ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହୁଅନ୍ତି, ତେବେ ତାଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯିବ ବୋଲି ଏସ୍‌ଡିପିଓ ଧମକ ଦେଇଥିଲେ। ଏପରିକି ମିଥ୍ୟା କେସ୍ କରି ପୀଡ଼ିତାଙ୍କୁ ରାତିସାରା ଥାନାରେ ଅଟକ ରଖି ନିଜର ଖରାପ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଏକ ଅଡିଓ କ୍ଲିପ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

ଏଭଳି ଏକ ସମ୍ବେଦନଶୀଳ ତଥା ସଂଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ଏସ୍‌ଡିପିଓଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଥିବାରୁ କୌଣସି ଯୋଗାଯୋଗ ହୋଇପାରିନାହିଁ। ଏବେ ପୋଲିସ ମହାନିର୍ଦ୍ଦେଶକ ଏହି ଘଟଣାରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ବିବାହ ପାଇଁ ପ୍ରେମିକ ରାଜି ନହେବାରୁ ଥାନା ସମ୍ମୁଖରେ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ
ନୟାଗଡ଼: ବିବାହ ପାଇଁ ରାଜି ହେଲାନି ପ୍ରେମିକ, ଆତ୍ମହତ୍ୟା ଉଦ୍ୟମ କଲା ପ୍ରେମିକା। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଆଗରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ବିବାହ କରିବା ପାଇଁ ରାଜି ନ ହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଫତେଗଡ଼ ଥାନା ଆଗରେ  ଯୁବତୀ ଜଣକ ପୋକ ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପ୍ରେମିକର ବାପା ଏବଂ ଫତେଗଡ଼ ଥାନା ପୋଲିସ ଯୁବତୀଙ୍କୁ ଅଟକାଇ ଥିଲେ ।

ମିଳିଥିବା ସୂଚନା ଅନୁସାରେ, ଚୁକ୍ତି ଅନୁଯାୟୀ ଦୁହେଁ ପ୍ରେମିକ ଏବଂ ପ୍ରେମିକା କୋର୍ଟରେ ମ୍ୟାରେଜ୍ କରିବା ପାଇଁ ଆବେଦନ କରିବା ସହ ମନ୍ଦିରରେ ବିବାହ ହୋଇଥାନ୍ତା। ଏଥିପାଇଁ  ପ୍ରେମିକା ଶଙ୍ଖା ସିନ୍ଦୂର ଫୁଲମାଳ ନୂଆ ଶାଢ଼ୀ କିଣିକି ଆଣିଥିବା କହିଛନ୍ତି । କିନ୍ତୁ ବିବାହ କରିବା ପାଇଁ ପ୍ରେମିକ ଶିବ ନାରାୟଣ ପଣ୍ଡା ରାଜି ନହେବାରୁ ପ୍ରେମିକା ବିଷ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।

ସୂଚନା ଅନୁସାରେ, ଦୁହିଁଙ୍କ ମଧ୍ୟରେ ୯ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶିବ ନାରାୟଣ ଭୁବନେଶ୍ବର କ୍ୟାଟେରିଂ କାମ କରୁଥିବା ବେଳେ ପ୍ରେମିକା ସେଠାରେ ରହି ପାଠ ପଢ଼ୁଥିଲେ । ବିବାହ ପାଇଁ ଦୁହେଁଙ୍କ ପରିବାର ଲୋକଙ୍କ ରାଜି ଥିବା ବେଳେ ହଠାତ୍ ପ୍ରେମିକ ଶିବ ନାରାୟଣ ପଣ୍ଡା ବିବାହ ପାଇଁ ରାଜି ନହେବାରୁ ପ୍ରେମିକା ନିରାଶ ହୋଇ ଥାନା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରେମିକାଙ୍କ ଅଭିଯୋଗ କ୍ରମେ ଫତେଗଡ ଥାନା ପୋଲିସ ପ୍ରେମିକ ଶିବ ନାରାୟଣ ପଣ୍ଡାଙ୍କୁ ଗିରଫ କରିଛି ।