Bhakta Niwas - The Sakala

ପୁରୀ ଭକ୍ତ ନିବାସରେ ପାର୍କିଂ ଫି ପ୍ରସଙ୍ଗ: ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡିର ଦାବି
ଭୁବନେଶ୍ୱର: ପୁରୀ ଭକ୍ତ ନିବାସରେ ପାର୍କିଂ ଫି’ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ଓଡ଼ିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଲକ୍ଷଲକ୍ଷ ଭକ୍ତଙ୍କୁ ଲୁଟିବା ସହ ପବିତ୍ର ପୁରୀ ଓ ସମଗ୍ର ଓଡ଼ିଶାର ଭାବମୂର୍ତ୍ତି ମଳିନ ପାଇଁ ନିଆ ଯାଇଥିବା ନିଷ୍ପତ୍ତିକୁ ବିଜେଡି ଉପସଭାପତି ସଂଜୟ କୁମାର ଦାସବର୍ମା ଦୃଢ଼ ବିରୋଧ କରିଛନ୍ତି। ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ନିବାସରେ ପାର୍କିଂ ପାଇଁ ୧୮ପ୍ରତିଶତ ଜିଏସଟି ସହ ୫୦୦ ଟଙ୍କା ଆଦାୟ କରିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ବିଜେଡି କଡା ବିରୋଧ କରୁଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି।

ସେ କହିଛନ୍ତି ଯେ ପ୍ରଥମତଃ ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି। କଟା ଘା’ରେ ଚୂନ ସଦୃଶ  ଭକ୍ତ ନିବାସ ରହିବା ଦେୟ ମହଙ୍ଗା ପରେ ପୁଣି ପ୍ରଶାସନ ପକ୍ଷରୁ ଭକ୍ତନିବାସରେ ଗାଡ଼ି ପାର୍କିଂ ଶୁଳ୍କରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ସିଧାସଳଖ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଧର୍ମୀୟ ଭାବନାରୁ ପ୍ରଶାସନ ଆର୍ଥିକ ଫାଇଦା ନେବାକୁ ଚାହୁଛି। ନୂତନ ନିୟମ ଅନୁଯାୟୀ ଜାନୁଆରୀ ୭ ତାରିଖରୁ ପୁରୀର ସମସ୍ତ ଚାରୋଟି ଭକ୍ତ ନିବାସରେ ପ୍ରଥମଥର ପାଇଁ ଅତି ଉଚ୍ଚଦରରେ ପାର୍କିଂ ଫି’ ଆଦାୟ କରାଯିବା ନିଷ୍ପତ୍ତି ହୋଇଛି। ଯେଉଁ ଶ୍ରଦ୍ଧାଳୁମାନେ ଭକ୍ତ ନିବାସରେ ରହିବେ, ସେମାନଙ୍କୁ ନିଜର ଚାରିଚକିଆ ଯାନ ପାଇଁ ୨୪ ଘଣ୍ଟାକୁ ୫୦୦ ଟଙ୍କା ପାର୍କିଂ ଶୁଳ୍କ ଦେବାକୁ ପଡ଼ିବ। ଏହି ୫୦୦ ଟଙ୍କା ମଧ୍ୟରେ ୧୮ପ୍ରତିଶତ ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି। ପୁରୀରେ ଥିବା ନୀଳାଚଳ ଭକ୍ତନିବାସ, ନୀଳାଦ୍ରି ଭକ୍ତ ନିବାସ ସମେତ ଅନ୍ୟ ସମସ୍ତ ସରକାରୀ ଭକ୍ତ ନିବାସରେ ରହୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଏହି ନିୟମ ପରିସରଭୁକ୍ତ ହେବେ। ଶ୍ରୀ ଦାସବର୍ମା ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଏପରି ନିଷ୍ପତ୍ତି ପର୍ଯ୍ୟଟକ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପୁରୀ ଆଗମନକୁ ପ୍ରଭାବିତ କରିବ। ଏହା କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ତେଣୁ, ପ୍ରଶାସନ ତୁରନ୍ତ ଏ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ସେ ଦାବି କରିଛନ୍ତି।