BJP Govt - The Sakala

ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ବଦଳିବ କେନ୍ଦ୍ରରେ ମୋଦୀ ସରକାରଙ୍କ କ୍ୟାବିନେଟ୍‌ ଚେହେରା। ମନ୍ତ୍ରିମଣ୍ଡଳରୁ ପ୍ରାୟ ଏକ ଡ଼ଜନରୁୁ ଉର୍ଦ୍ଧ୍ୱ ମନ୍ତ୍ରୀଙ୍କୁ ଅପସାରଣ କରାଯିବ ଓ  ୧୫ରୁ ଉର୍ଦ୍ଧ୍ୱ ବିଭାଗର ମନ୍ତ୍ରୀମାନଙ୍କର  ବିଭାଗ ପରିବର୍ତ୍ତନ ହେବ। ଏନ୍‌ଡ଼ିଏର ପ୍ରମୁଖ ସହଯୋଗୀ ଜେଡ଼ିୟୁ, ଟିଡ଼ିପି, ଶିବସେନା (ସିନ୍ଦେ)କୁ ଗୋଟିଏ ଲେଖାଏଁ କ୍ୟାବିନେଟ ପାହ୍ୟା ସହ ମୋଟ ୫ରୁ ୬ଟି ମନ୍ତ୍ରୀପଦ ମିଳିବ। ଏହା ସହ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜରାଟ ଆଦି ରାଜ୍ୟକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଗୁରୁତ୍ୱ ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁୁରୁଷୋତ୍ତମ ମାସ ଅର୍ଥାତ୍‌ ମଳମାସ ୧୫ ତାରିଖରେ ଶେଷ ହେବ ଓ ୧୬ ତାରିଖରେ ପ୍ରତିପଦ । ତେଣୁ ୧୭ ଓ ୧୮ ତାରିଖରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହେବାର ସମ୍ଭାବନା ରହିଛି । ବିଜେପିର ରାଶି ନକ୍ଷତ୍ର ଅନୁସାରେ ୧୭ ତାରିଖ ଅଧିକ ଶୁଝୁଥିବାରୁ ଏହିଦିନ ପ୍ରଧାନମନ୍ତ୍ରୀ ସରକାରର ପୁନର୍ବିନ୍ୟାସ କରିପାରନ୍ତି। ଏହି ଅଦଳବଦଳରେ ବିଜେପିର ଅନ୍ୟୂନ ୩  କ୍ୟାବିନେଟ ଓ ୩  ରାଷ୍ଟ୍ରମନ୍ତ୍ରୀଙ୍କ ସହ ମୋଟ ଡ଼ଜନେରୁ  ଊର୍ଦ୍ଧ୍ବ ମନ୍ତ୍ରୀ ବାଦ ପଡ଼ିପାରନ୍ତି। ଅନୁରୂପ ଭାବରେ କୃଷି, ଆଇନ, ପରିବେଶ, ଜଳଶକ୍ତି,  ରେଳ, ଅର୍ଥ, କର୍ପୋରେଟ୍‌ ବ୍ୟାପାର, କୋଇଲା, ବୟନଶିଳ୍ପ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ଗ୍ରାମୀଣ ବିକାଶ, ସାର ଓ ରସାୟନ, ସହକାରୀତା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀମାନଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ। ଏହାସହ ଅତିରିକ୍ତ ଦାୟିତ୍ୱରେ ପରିଚାଳିତ ହେଉଥିବା ଦୁଇ ତିନୋଟି ବିଭାଗ ପାଇଁ ପୃଥକ କ୍ୟାବିନେଟ୍‌ ମନ୍ତ୍ରୀ ନିଯୁକ୍ତ ହୋଇପାରନ୍ତି।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେପିର କିଛି  ବରିଷ୍ଠ ନେତାଙ୍କୁ ସରକାରରୁ ପ୍ରତ୍ୟାହାର କରି ସଂଗଠନ ଦାୟିତ୍ୱ ଅର୍ପଣ କରାଯାଇପାରେ। ଜଣେ ପ୍ରଭାବଶାଳୀ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ସଂଗଠନିକ ଦାୟିତ୍ୱ ଦିଆଯାଇପାରେ ଓ ଜଣେ ନେତାଙ୍କୁ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରେ ନିଯୁକ୍ତ କରାଯାଇପାରେ। ୨୦୨୯ ସାଧାରଣ ନିର୍ବାଚନ ଓ ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ହେବାକୁଥିବା ୭ ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶ, ପଞ୍ଜାବ ଭଳି ରାଜ୍ୟକୁ ଦୃଷ୍ଟିରେ ରଖି ସରକାର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିବେ। ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବାରୁ ଆମଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାଘବ ଚଡ୍ଡା ଓ ତାଙ୍କ ସହଯୋଗୀଙ୍କୁ ମଧ୍ୟ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇପାରେ।  ଅନ୍ୟପକ୍ଷରେ ଆଗାମୀ ସମ୍ପ୍ରସାରଣ ସମୟରେ ବିଜେପି ଯୁବ ମୁହଁ, ଆଞ୍ଚଳିକ ସନ୍ତୁଳନ, ସାମାଜିକ ପ୍ରତିନିଧିତ୍ୱକୁ ଗୁରୁ୍‌ତ୍ବ ଦେବ ବୋଲି କୁହାଯାଉଛି ।  କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପୂର୍ବରୁ ଇତିମଧ୍ୟରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗ୍ରାମୀଣ ବିକାଶ, ରସାୟନ ଓ ପେଟ୍ରୋକେମିକାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ସଚିବ ନିଯୁକ୍ତି ହୋଇସାରିଛି। ନୂଆ ମନ୍ତ୍ରୀମାନେ ଦାୟିତ୍ୱ ନେବା ପୂର୍ବରୁ ପ୍ରଶାସନିକ ଢାଞ୍ଚାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନେ କରାଯାଉଛି।

ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତିରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି ହୋଇଛି । ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ମିଳିଛି । ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୦ ତାରିଖରେ ମୟୂରଭଞ୍ଜ  ଜିଲ୍ଲା ରାଇରଙ୍ଗପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଗଦେବା ପାଇଁ ସ୍ୱୀକୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ  ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ସଭାରେ ଯୋଗଦେଉଥିବା ସାଧାରଣ ଲୋକଙ୍କ ପାଇଁ ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ତେଣୁ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରକାଶ କରି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରୁ ଜଣାଯାଇଛି ଯେ, ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଅବସରରେ ଓଡିଶା ପାଇଁ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ଜେଏସଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ: ବିଜେଡି
ଭୁବନେଶ୍ୱର: ପାରାଦୀପ ନିର୍ବାଚନ ମଣ୍ଡଳୀର ଢିଙ୍କିଆ- ନୂଆଗାଁର ଗଡକୁଜଙ୍ଗରେ ନବୀନ ସରକାର ଅମଳରେ ଜେଏସ୍ଡବ୍ଲୁ ପ୍ଲାଣ୍ଟର ଭିତ୍ତିପ୍ରସ୍ତର କରାଯାଇଥିଲା । ବର୍ତ୍ତମାନର ବିଜେପି ସରକାର  ପୁଣି ସେହି ପ୍ରକଳ୍ପର ଆଉଥରେ ଶିଳାନ୍ୟାସ କରିଛନ୍ତି। ଯେଉଁ ପୁଞ୍ଜିନିବେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣିଥିଲେ, ସେହି ଜେଏସଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ କରି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛି ବିଜେଡି ।

ବୁଧବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ଯେ ନବୀନ ସରକାର ଅମଳରେ ‘ମେକ୍‌ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମରେ ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢିଙ୍କିଆ ନୂଆଗାଁର ଗଡକୁଜଙ୍ଗରେ ଜେଏସଡବ୍ଲୁ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏସଡବ୍ଲୁର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୂର୍ବ ସରକାର କରିଥିବା କାମକୁ ବର୍ତ୍ତମାନର ବିଜେପି ସରକାର ନିଜ କାମ କହି ଡିଣ୍ଡିମ ପିଟିବା ଅତ୍ୟନ୍ତ ହାସ୍ୟାସ୍ପଦ। ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସୁଥିବା କଥା ସରକାର କହୁଛନ୍ତି, ମାତ୍ର ବାସ୍ତବରେ କେତେ ପୁଞ୍ଜିନିବେଶ ଆସିଛି ଓ କେତେ ପୁଞ୍ଜି ଗ୍ରାଉଣ୍ଡେଡ୍‌ ହୋଇଛି, ତାହା ଓଡ଼ିଶାବାସୀଙ୍କ ନିକଟରେ ଉପସ୍ଥାପନା କରନ୍ତୁ । ନିଯୁକ୍ତି ସୃଷ୍ଟି ନାଁରେ ଯୁବବର୍ଗଙ୍କୁ ହତାଶ କରି ତାଙ୍କ ଭାବନା ସହିତ ସରକାର ନ ଖେଳନ୍ତୁ। ପ୍ରକଳ୍ପ ପ୍ରତିଷ୍ଠା ନାଁରେ ମିଛ କହିବାରୁ ସରକାର ନିବୃତ୍ତ ରୁହନ୍ତୁ। ରାଜ୍ୟରେ କଞ୍ଚାମାଲ, ଭଲ ନେତୃତ୍ୱ ଓ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଥିଲେ ନିବେଶ ଆସେ; କିନ୍ତୁ ରାଜ୍ୟରେ ବିଗିଡ଼ିଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ନୂତନ ପୁଞ୍ଜିନିବେଶ ପାଇଁ ଶିଳ୍ପପତି ମାନେ ମନ ବଳାଉ ନାହାନ୍ତି ।

ଅପରପକ୍ଷରେ ରାଜ୍ୟକୁ ନୂତନ ପୁଞ୍ଜି ଆଣିବା ବାହାନାରେ ରାଜ୍ୟ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ, ଦେଶ ବିଦେଶ ଭ୍ରମଣ କରିବାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସଚିବମାନେ ମାତିଛନ୍ତି । ଗଲା ୨ ବର୍ଷ ଭିତରେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ନାରୀ ନିର୍ଯାତନା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ପୁଲିସର ନିଷ୍କ୍ରିୟତା ଯୋଗୁଁ ଭିଡ଼ ହିଂସା ଘଟି ନିରୀହ ଜୀବନ ଯାଉଛି । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶା ଏବେ ଅପରାଧରେ ୧ ନମ୍ୱର ସ୍ଥାନରେ ରହିଛି । ପୂର୍ବ ସରକାର କରିଥିବା କାମକୁ ପୁଣିଥରେ କରି ମୁଖ୍ୟମନ୍ତ୍ରୀ ବାହାବା ନେବା ପରିବର୍ତ୍ତେ, ପ୍ରଥମେ ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ କରନ୍ତୁ  ବୋଲି ଡ. ମହାନ୍ତି କହିଛନ୍ତି।

ବ୍ରହ୍ମପୁର ଗିରିରୋଡରେ ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ, କହିଲେ 'ରାଜ୍ୟରେ ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି'
ଭୁବନେଶ୍ୱର: ବ୍ରହ୍ମପୁର ଗିରିରୋଡରେ ଘଟିଥିବା ଅମାନୁଷିକ ଆକ୍ରମଣ ଘଟଣାକୁ ନିନ୍ଦା କଲେ ନବୀନ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏପରି ଅଭିଯୋଗ ଆଣି ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଜ୍ୟରେ 'ଗୁଣ୍ଡାରାଜ' ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡ଼ିଆ ସାଇଟ 'X' ରେ ନବୀନ ଲେଖିଛନ୍ତି କି, ଅରାଜକତାର ଭୟଙ୍କର ଚିତ୍ର ଓଡ଼ିଶା ଦେଖୁଛି, ବିଜେପିର ଶାସନ ନୁହେଁ ତ ଲାଗୁଛି ଗୁଣ୍ଡାରାଜ୍ ଚାଲିଛି।

ନବୀନ ଆହୁରି ମଧ୍ୟ ଲେଖିଛନ୍ତି କି, ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବାର ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି। ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି। ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି। କୁଆଡ଼େ ଯାଉଛି ପୋଲିସ ପ୍ରଶାସନ, କୁଆଡ଼େ ଯାଉଛି ଆଇନ କାନୁନର ବ୍ୟବସ୍ଥା?

ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର।

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ। ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବୋଲି ନବୀନ ଦାବି କରିଛନ୍ତି ।

ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି ବିଜେପି ସରକାର: ନବୀନ ପଟ୍ଟନାୟକ
ଯାଜପୁର: ଦଳକୁ ମଜଭୁତ କରିବାକୁ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟବାସୀ ଆମକୁ ୨୪ ବର୍ଷ କ୍ଷମତା ଦେଇଥିଲେ। ଏବେ ମଧ୍ୟ ଆମେ ରାଜ୍ୟର ବଡ଼ ଦଳ। ଆମର ସଫଳତା ପାଇଁ ବିଜେଡିର ପ୍ରତି କର୍ମୀ ଗର୍ବ କରିବା ଉଚିତ। ଯାଜପୁର ଜିଲ୍ଲା କାର୍ଯ୍ୟକାରିଣୀରେ ଏମିତି କିଛି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି କି, ଲୋକଙ୍କ ଏହି ଭଲ ପାଇବା ଆମର ବଡ଼ ବଳ। ଦଳ ସବୁବେଳେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛି। ତେଣୁ ଦଳରେ ବିଶୃଙ୍ଖଳାର ସ୍ଥାନ ନାହିଁ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସଂଗଠନକୁ ଆହୁରି ମଜଭୁତ କରିବା ଓ ଲୋକଙ୍କ ସହ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । ବିଜେପି ସରକାର ଏବେ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି। ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ଲଢ଼ିବାକୁ ହେବ। ଯୁବ, ଚାଷୀ ଓ ମିଛ ପ୍ରଚାର ବିରୋଧରେ ଆମକୁ ଲଢ଼ିବାକୁ ହେବ। ଆସନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରତ୍ବ ଦେଇ ଏଇ ଲଢ଼େଇ କୁ ଜୋରଦାର କରିବା।

ଭୁଲ ତଥ୍ୟ ଦେଇ ବିଶ୍ୱବ୍ୟାଙ୍କ ଓ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସରକାର: ୧୮ ମାସର ସରକାରରେ ହେଲାଣି ୯୧ ହଜାର କୋଟି ଋଣ
ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍‌ ଆଗରେ ଭୁଲ ତଥ୍ୟ ଉପସ୍ଥାପନ କରି ଏକ ଗୋଲାପୀ ଚିତ୍ର ପ୍ରଦର୍ଶନ କରିଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ରାଜ୍ୟ ସରକାର ଗତ ୧୮ ମାସରେ ଅଧିକାଂଶ କ୍ଷେତ୍ରରେ ରାଜ୍ୟ ପଛକୁ ଚାଲିଯାଇଛି ବୋଲି ଅଭିଯୋଗ କରିଛି ବିଜେଡି । ବିଶ୍ୱ ବ୍ୟାଙ୍କ ସମୂହ ସଭାପତି ଅଜୟ ବଙ୍ଗା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଭେଟି ରାଜ୍ୟର ଦୀର୍ଘକାଳୀନ ବିକାଶ ଅଗ୍ରାଧିକାର, ଅର୍ଥନୈତିକ ସଂସ୍କାର ଏବଂ ନିଯୁକ୍ତି ସୃଷ୍ଟି ଉପରେ ଆଲୋଚନା କରିଥିଲେ। ଏହି ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଯେଉଁ ସୂଚନା ଦିଆଯାଇଥିଲା, ତାହାକୁ ଭ୍ରାମାତ୍ମକ ବୋଲି କହି ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି।

ଦଳ ପକ୍ଷରୁ ଶୁକ୍ରବାର ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ ରାଜ୍ୟ ବିଜେପି ସରକାର ବିଶ୍ୱ ବ୍ୟାଙ୍କ ଟିମ୍‌ ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କ ଆଗରେ ଓଡ଼ିଶାର ବର୍ତ୍ତମାନ ଅର୍ଥନୀତିର ଏକ ଗୋଲାପି ଚିତ୍ର ଉପସ୍ଥାପନ କରି ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ବିଜେଡି ସରକାରଙ୍କ କାର୍ଯ୍ୟକାଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତିଶୀଳ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ନୀତି ଆୟୋଗଙ୍କ ଆର୍ଥିକ ପରିଚାଳନା ସୂଚକାଙ୍କରେ ଭାରତରେ ପ୍ରଥମ ସ୍ଥାନ ଲାଭ କରିଥିଲା। ଦେଶରେ ଓଡ଼ିଶାର ଋଣ ଭାର ସର୍ବନିମ୍ନ ଥିଲା ଏବଂ ୨୪ ବର୍ଷର କାର୍ଯ୍ୟକାଳରେ ମୋଟ ଋଣ ଥିଲା ମାତ୍ର ୭୮,୦୦୦ କୋଟି ଟଙ୍କା। ବିଶ୍ୱ ବ୍ୟାଙ୍କ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆଇଏମ୍‌ଏଫ୍‌ ବିଜେଡି ସରକାରଙ୍କ ଆର୍ଥିକ ପରିଚାଳନା ମଡେଲ୍‌କୁ ପ୍ରଶଂସା କରିଥିଲେ। ହେଲେ ବିଜେପି କ୍ଷମତାକୁ ଆସିବା ପରଠାରୁ ଆର୍ଥିକ ପରିଚାଳନା ବିପରୀତ ଦିଗରେ ଗତି କରିଛି। ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ଓ ଏହା ଓଡ଼ିଶାକୁ ୩ ଦଶନ୍ଧି ପଛକୁ ଫେରାଇ ନେଇଛି।
ବିଜେପି ସରକାର ମାତ୍ର ୧୮ ମାସରେ ୯୧,୦୦୦ କୋଟି ଟଙ୍କା ଋଣ ନେଇଛନ୍ତିି। ଏହାମଧ୍ୟରୁ ୩୮ ପ୍ରତିଶତ ଋଣ ଖୋଲା ବଜାରରୁ ନିଆଯାଇଛି, ଯାହା ବିଶ୍ୱ ବ୍ୟାଙ୍କ ନିର୍ଦ୍ଦେଶିକାକୁ ସ୍ପଷ୍ଟ ଭାବେ ଉଲ୍ଲଂଘନ କରୁଛି।

ବିତ୍ତୀୟ ନିଅଣ୍ଟ ହାର ୧.୭ ପ୍ରତିଶତରୁ ବଢ଼ି ୩.୫ ପ୍ରତିଶତ ହୋଇଛି । ପ୍ରାଥମିକ ନିଅଣ୍ଟ ୧.୧ ପ୍ରତିଶତରୁ ବଢ଼ି ୨.୯ ପ୍ରତିଶତ ହୋଇଛି। ଏହି ସମୟରେ ଓଡି଼ଶାର ଜିଏସ୍‌ଡିପି ବୃଦ୍ଧି ଦର ୯.୬ ପ୍ରତିଶତରୁ ଖସି ୭.୨ ପ୍ରତିଶତ ହୋଇଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ୭.୬ ପ୍ରତିଶତରୁ ୩.୮ ପ୍ରତିଶତକୁ ହ୍ରାସ ପାଇଛି। ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ୮.୭ ପ୍ରତିଶତରୁ ୬.୧ %କୁ ଖସିଛି।  ସେବା କ୍ଷେତ୍ର ଯୋଗଦାନ ୨% ହ୍ରାସ ପାଇଛି।  ନୀତି ଆୟୋଗଙ୍କ ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ ତମରୁ ୨୦୨୪ରେ ୧୫ତମକୁ ଖସି ଆସିଛି।  ଜାତୀୟ ଷ୍ଟାର୍ଟଅପ୍‌ ରାଙ୍କିଙ୍ଗରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠରୁ ୨୦୨୫ରେ ୨୦ତମକୁ ଖସିଛି। ଏହି ସମସ୍ତ ତଥ୍ୟ ଏବଂ ରାଙ୍କିଙ୍ଗ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଡବଲ୍‌ ଇଞ୍ଜିନ୍‌ ସରକାର ଅର୍ଥନୈତିକ ଏବଂ ଆର୍ଥିକ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଯଦି ଏହି ଅବନତି ଧାରା ଜାରି ରହିବ ତେବେ ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାରେ ପରିଣତ କରିବା ଲକ୍ଷ୍ୟ ସ୍ୱପ୍ନରେ ହିଁ ରହିଯିବ ବୋଲି ଶ୍ରୀ ଘଡ଼ାଇ କହିଛନ୍ତି।

PUCCକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ: ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କଲେ
ଭୁବନେଶ୍ୱର: ପ୍ରଦୂଷଣ ପ୍ରମାଣପତ୍ର (PUCC)କୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଦୂଷଣ ସାର୍ଟିଫିକେଟ୍‌ (ପିୟୁସିସି) କାର୍ଯ୍ୟକାରୀ କରିବାରେ ବିଜେପି ସରକାର ବିଫଳ। ଟ୍ଵିଟ୍ କରି ପରିବହନ ବିଭାଗର ଦୂରଦୃଷ୍ଟି ଅଭାବ ଓ ଅକ୍ଷମତା ନେଇ କଟୁ ସମାଲୋଚନା କରିବା ସହ ଲୋକଙ୍କ ହଇରାଣ ଓ ହରକତକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ନବୀନ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା PUCC ପ୍ରକ୍ରିୟାରେ ଘୋର ଅବ୍ୟବସ୍ଥା ଦେଖାଦେଇଛି।

https://twitter.com/Naveen_Odisha/status/2009527482702270819

ନବୀନ ଲେଖିଛନ୍ତି ଯେ, ଓଡ଼ିଶାରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିଜେପି ସରକାରଙ୍କ ପରିଚାଳନା ଅତ୍ୟନ୍ତ ଅବ୍ୟବସ୍ଥିତ ଏବଂ ବାରମ୍ବାର ନିୟମ ପରିବର୍ତ୍ତନ ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ଅକଥନୀୟ କଷ୍ଟ ଓ ଅସୁବିଧା ସୃଷ୍ଟି କରିଛି। ଜାନୁଆରୀ ୧, ୨୦୨୬ ରୁ 'ନୋ ପିୟୁସି, ନୋ ଫ୍ୟୁଏଲ୍' ନିୟମର ହଠାତ୍ ଘୋଷଣା ପରେ ସାରା ରାଜ୍ୟରେ ଥିବା ଟେଷ୍ଟିଂ ସେଣ୍ଟରଗୁଡ଼ିକରେ ପ୍ରବଳ ଭିଡ଼ ଜମିବା ସହ ଲୋକମାନେ ହଇରାଣ ହେଉଥିବା ଦେଖାଦେଇଥିଲା। ବିଜେପି ସରକାର ପର୍ଯ୍ୟାପ୍ତ ପରୀକ୍ଷା କେନ୍ଦ୍ର ନ କରି, ପୂର୍ବ ପରିକଳ୍ପନା ଓ ପ୍ରଚାର-ପ୍ରସାରର ନ କରି ଏଭଳି ନିୟମ ଲାଗୁ କରିବା ଅଯୌକ୍ତିକ ।

ଜନସାଧାରଣଙ୍କ ଆକ୍ରୋଶର ସମ୍ମୁଖୀନ ହୋଇ ସରକାର ନିଜ ନିଷ୍ପତ୍ତିରୁ ବାରମ୍ବାର ‘U-ଟର୍ଣ୍ଣ ମାରିଛନ୍ତି । ପ୍ରଥମେ ଏହି ନିୟମକୁ ଫେବୃଆରୀ ୧ କହିଲେ, ତା’ପରେ ମାର୍ଚ୍ଚ ୩୧ ଏବଂ ଶେଷରେ ଏପ୍ରିଲ୍ ୧, ୨୦୨୬ ପର୍ଯ୍ୟନ୍ତ କୌଣସି ଜରିମାନା କରାଯିବ ନାହିଁ ବୋଲି ଘୋଷଣା କରାଯିବା ସହ ଟୋଲ୍ ଗେଟ୍‌ରେ ଇ-ଡିଟେକ୍ସନକୁ ମଧ୍ୟ ସ୍ଥଗିତ ରଖାଗଲା। ଏହି ବାରମ୍ବାର ପରିବର୍ତ୍ତନ ପରିବହନ ବିଭାଗର ସମ୍ପୂର୍ଣ୍ଣ ଅପାରଗତା ଏବଂ ଦୂରଦୃଷ୍ଟିର ଅଭାବକୁ ପଦାରେ ପକାଇଛି। ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହା ନାଗରିକମାନଙ୍କୁ ହଇରାଣ କରିବା ମୂଲ୍ୟରେ ହେବା ଉଚିତ ନୁହେଁ।

ବିଜୁ ଜନତା ଦଳ ଦୃଢ଼ ଭାବରେ ଜନସାଧାରଣଙ୍କ ସହ ଠିଆ ହୋଇଛି ଏବଂ ଏହି ଅପରିଚାଳନା ବିରୁଦ୍ଧରେ ଆମେ ସ୍ୱର ଉତ୍ତୋଳନ କରିଆସୁଛୁ। PUC ସୁବିଧା ବୃଦ୍ଧି, ପ୍ରକ୍ରିୟା ସରଳୀ କରଣ ଓ ଅନ୍ୟାୟ ଜରିମାନା ବନ୍ଦ ଦାବି କରିବା ସହ ଓଡ଼ିଶାବାସୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଦରକାର ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରି ଶୁଣାଇଛନ୍ତି ।