PUC Checking - The Sakala

ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ, ଜରିମାନା କମାଇବାକୁ ନେଇ ଚାଲିଛି ତର୍ଜମା
ଭୁବନେଶ୍ୱର: ପ୍ରଦୂଷଣ ସାର୍ଟିଫିକେଟ୍‌ (ପିୟୁସିସି) ଓ ଏହାକୁ ନେଇ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ପରିବହନ ବିଭାଗ କରିଥିବା ଫନ୍ଦି ଏବେ ସରକାରଙ୍କ ପାଇଁ ବୁମେରାଂ ହୋଇଛି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସରକାରଙ୍କୁ ଚାରି ଆଡ଼ୁ ସମାଲୋଚନା କରାଯାଉଛି। ଦିନକୁ ଦିନ ଏହି ପ୍ରସଙ୍ଗରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ବିଜେଡି ଏହି ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି। ଜନ ଅସନ୍ତୋଷ ଭୟ ଏବେ ସରକାରଙ୍କୁ ଘାରିଛି ଓ ପ୍ରଦୂଷଣ ଜୋରିମାନା ସଂକ୍ରାନ୍ତରେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ୧୦ ହଜାର ଟଙ୍କା ବଦଳରେ ୧ ହଜାର ଟଙ୍କା ଜୋରିମାନା ନିମନ୍ତେ ସରକାର ଯୋଜନା କରୁଛନ୍ତି। ଏହା ସହ ପ୍ରଦୂଷଣ ଜୋରିମାନା ହୋଇଥିବା ଦିନଠାରୁ ୭ ଦିନ ମଧ୍ୟରେ ଗାଡ଼ି ମାଲିକ ପ୍ରମାଣପତ୍ର ଦାଖ କଲେ ସମ୍ପୂର୍ଣ୍ଣ ଜୋରିମାନା ଛାଡ଼ ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି । ବିଶେଷକରି ‘ପିୟୁସିସି ନ ଥିଲେ ତେଲ ମନା’ ନିର୍ଦ୍ଦେଶ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଏପରିକି ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏହାପରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପିୟୁସିସି ନାଁରେ ପରିବହନ ବିଭାଗ ବକେୟା ଚାଲାଣ ଆଦାୟ ପାଇଁ କରିଥିବା ଫନ୍ଦି ଏକପ୍ରକାର ଫସର ଫାଟିଛି। ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ରାଜ୍ୟବାସୀ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି । ରାଜ୍ୟରେ  ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ରହିଥିବା ରୋଷକୁ ପ୍ରଦୂଷଣ ପ୍ରମାଣପତ୍ର ଯନ୍ତ୍ରଣା ବହୁଗୁଣିତ କରିଛି । ଏହା ବଳବତ୍ତର ରହିଲେ ଶାସକ ଦଳ ଓ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ହେବା ଆଶଙ୍କା ରହିଥିବାରୁ ଜୋରିମାନା ହ୍ରାସ ଓ ନିୟମ କୋହଳ କରିବାକୁ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି।  ଦିନେ ଦୁଇଦିନ ଭତରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇପାରେ ବୋଲି କୁହାଯାଉଛି। ଗାଡ଼ିଚାଳକଙ୍କ ପାଇଁ ରହିଥିବା ଜରିମାନା ରାଶିକୁ  ହ୍ରାସ କରି ଜନଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଏବେ କୌଣସି ଗାଡ଼ି ଚାଳକ ପ୍ରଦୂଷଣ ସାର୍ଟିଫିକେଟ୍‌ ନ କରିଥିଲେ, ତାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା କରିବାର ବ୍ୟବସ୍ଥା ରହିଛି। ମାତ୍ର ଏହି ରାଶିକୁ ୧୦୦୦ ଟଙ୍କାକୁ ଖସାଇ ଦେବା ପାଇଁ ଯୋଜନା କରାଯାଉଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ ଗାଡ଼ିର ପିୟୁସିସି ନ ଥିଲେ ପ୍ରଥମେ ୧ ହଜାର ଓ ପରେ ୨ ହଜାର ଟଙ୍କା ଜରିମାନା କରାଯାଉଛି। ତେଣୁ ଓଡ଼ିଶାରେ ଏମ୍‌ଭି ଆକ୍ଟରେ ପରିବର୍ତ୍ତନ କରି ଜରିମାନା ରାଶିକୁ କମ୍‌ କରିବା ପାଇଁ ନିଷ୍ପତ୍ତି ହୋଇଛି। ସମାନ ଭାବେ ବ୍ୟବସ୍ଥା ଅନୁଯାୟୀ କୌଣସି ଗାଡ଼ି ଚାଳକ ପିୟୁସିସି କରି ନ ଥିଲେ ଗାଡ଼ି ଉପରେ ଜରିମାନା  ହେବାର ୭ ଦିନ ମଧ୍ୟରେ ଗାଡ଼ି ଚାଳକ ପିୟୁସିସି କରି ଅପ୍‌ଲୋର୍ଡ କଲେ ଏହାକୁ ଛାଡ଼ କରାଯିବାର ନିୟମ ରହିଛି। ତେବେ ଏମ୍‌ଭି ଆକ୍ଟରେ ଏ ସମ୍ପର୍କିତ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାର ବିଚାର କରିପାରିବେ ବୋଲି ଦର୍ଶାଯାଇଛି। ପୂର୍ବରୁ ଓଡ଼ିଶାରେ ଏହି ବ୍ୟବସ୍ଥାରେ ଜରିମାନା ଛାଡ଼ କରାଯାଉ ନ ଥିବା ବେଳେ ଏବେ ରାଜ୍ୟ ସରକାର ଏହି ନିୟମକୁ କୋହଳ କରି ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତି ଆଣିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ଆଜି ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ରକୁ ନେଇ ବଢ଼ୁଥିବା ଅସନ୍ତୋଷର ସମୀକ୍ଷା କରି ରାଜ୍ୟରେ ଏପ୍ରିଲ ୧ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର କୋହଳ କରାଯାଇଥିବା ଘୋଷଣା କରିଛନ୍ତି । ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଜୋରିମାନର ତର୍ଜମା କରିବାକୁ ମଧ୍ୟ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ।  ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ତେବେ ଜନସାଧାରଣ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବାର ଦୃଷ୍ଟିକୁ ଆସିବାରୁ ଜନସାଧାରଣଙ୍କ ସୁବିଧା ପାଇଁ  କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମୟ ଅବଧିରେ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।