Severe ColdWave - The Sakala

ସାରା ରାଜ୍ୟରେ ଶୀତର କର୍ଫ୍ୟୁ, ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ
ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତରେ ଥରୁଛି  ସାରା ରାଜ୍ୟ । ଅସହ୍ୟ ଥଣ୍ଡା ସାଙ୍ଗକୁ ଘନକୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପ୍ରବଳ ଜାଡରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ତୁଷାର ପାତ ହୋଇଥିବା ଜଣାପଡିଛି । ଶିମିଳିପାଳରେ -୧° ଡିଗ୍ରୀକୁ ଖସିଲା ପାରଦ । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀକୁ ତାପମାତ୍ରା ଥିବା ବେଳେ ଆଜି -୧ ଡିଗ୍ରୀକୁ ଖସିଛି ପାରଦ ।  ଚହଲା ଏବଂ ଗୁଡ଼ିଗୁଡ଼ିଆରେ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାର ପାତ ହେଇଛି । ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି ।

ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ ଥଣ୍ଡା । ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା ।  ରାଜଧାନୀ ଭୁବନେଶ୍ୱରରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। କିଛି କିଛି ସ୍ଥାନରେ ଶୀତଲହରୀ ନେଇ ଚେତାବନୀ ଜାରି ହୋଇଛି। ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ବଢ଼ିବ ଜାଡ଼। ଆଗାମୀ ୨ ସପ୍ତାହ ଯାଏଁ ହାଡ଼ ଭଙ୍ଗା ଶୀତ ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜାଡ଼ ସହ କଲବଲ କରୁଛି କାଳୁଆ ପବନ ଓ କୁହୁଡ଼ି । ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି।