agitation - The Sakala
ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଅଶାନ୍ତି: ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅନଶନ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ତୀବ୍ର ରୂପ ନେଇଛି। ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି କରି ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଏବଂ ଧାରଣାରେ ବସିଛନ୍ତି। ହଷ୍ଟେଲ ଅନ୍ତେବାସୀଙ୍କ ପ୍ରତି ଡେପୁଟି ୱାର୍ଡେନଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି।
ଗତ ଅଗଷ୍ଟ ୧ ତାରିଖ ରାତିରେ ହଷ୍ଟେଲରେ ଫ୍ରେଣ୍ଡସିପ୍ ଡେ' ବା ବନ୍ଧୁତା ଦିବସ ପାଳନ କରାଯିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ଡେପୁଟି ୱାର୍ଡେନ ବିନା କୌଣସି ପୂର୍ବ ସୂଚନାରେ ହଷ୍ଟେଲରେ ପ୍ରବେଶ କରି ଦୁଇଟି ରୁମରେ ତାଲା ପକାଇ ଦେଇଥିଲେ। ଜଣେ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ସହ ତାଙ୍କ ରୁମରେ ତାଲା ପକାଇ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଉକ୍ତ ଛାତ୍ରଙ୍କ ବିରୋଧରେ ବୟାନ ଦେବାକୁ ଅନ୍ୟ ଅନ୍ତେବାସୀଙ୍କ ଉପରେ ଚାପ ପକାଯାଉଥିବା ଅଭିଯୋଗ ହୋଇଛି, ଯାହା ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଶତାଧିକ ଛାତ୍ର ହାତରେ ପ୍ଲାକାର୍ଡ ଧରି ଏବଂ ଘଣ୍ଟ ବାଡ଼େଇ ଇଷ୍ଟ ହଷ୍ଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନ ଫଳରେ ହଷ୍ଟେଲର ସ୍ୱାଭାବିକ କାର୍ଯ୍ୟକଳାପ ବ୍ୟାହତ ହୋଇଛି। ରବିବାର ଠାରୁ ହଷ୍ଟେଲର ମେସ୍ ବନ୍ଦ ରହିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି। ଯେପର୍ଯ୍ୟନ୍ତ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର ରାତି ଏବଂ ସୋମବାର ଦିନ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ। ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ର ରୁମରେ ତାଲା ପଡ଼ିଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଛାତ୍ରମାନେ ଏହି ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରିବା ସହ ଡେପୁଟି ୱାର୍ଡେନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଦ୍ ଧରି ବସିଛନ୍ତି। ଗତକାଲିଠାରୁ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।
ଭୁବନେଶ୍ୱର: ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟ ପାଇଁ ରାଜ୍ୟ ସରକାରଙ୍କ ଅନ୍ଧ ନୀତି ଯୋଗୁଁ ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ଏହି ଅନ୍ଧ ନୀତିର ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଭୁବନେଶ୍ୱରର ଆରଟିଓ-୧ ଅଫିସ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି । ରାଜ୍ୟ ସରକାରଙ୍କ ଏହି ବିବାଦୀୟ ନିଷ୍ପତ୍ତିକୁ ବିଶେଷକରି ପଲୁ୍ୟସନ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ ଓ ପୁରୁଣା ଫାଇନ ପୈଠ ନହେବା ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁକୁ ତୁରନ୍ତ ପ୍ରତ୍ୟାହାର ନକଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଘୋଷଣା କରିଛନ୍ତି ।
ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସରକାରଙ୍କ ଏହି ଅନ୍ଧ ନୀତିର ତୀବ୍ର ସମାଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ୱା ତାଲିକା ପ୍ରଦାନ କରାଯାଇଥିଲା । ଯୁବ ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ଲୋକଙ୍କୁ ଧାଡିରେ ଛିଡା କରି ହନ୍ତସନ୍ତ କରିବାରେ ଆନନ୍ଦ ପାଉଛନ୍ତି । ସୁଭଦ୍ରା ଯୋଜନା ଦେବାବେଳେ ଏଥିରେ ସାମିଲ କରିବା ପାଇଁ ମହିଳା ମାନଙ୍କୁ ଧାଡିରେ ଛିଡା କଲେ । ଲୋକେ ରାସନ ପାଇବା ପାଇଁ ଲାଇନରେ ଛିଡା ହେଉଛନ୍ତି । ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ଏବେ ପଲୁ୍ୟସନ ସାର୍ଟିଫିକେଟ ପାଇଁ ରାଜରାସ୍ତାରେ ଛିଡା ହେବାକୁ ପଡୁଛି । ସରକାରଙ୍କ ତୋଗଲକି ନିଷ୍ପତ୍ତି ଯୋଗୁଁ ରାଜ୍ୟବାସୀ ଅତିଷ୍ଟ ହୋଇପଡିଲେଣି ।
ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ସୁଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରିବାରେ ଲାଗିଛି । ପଲୁ୍ୟସନ ସାର୍ଟିଫିକେଟ ନାମରେ ନୂଆ ଶୋଷଣ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଲୁ୍ୟସନ ସାର୍ଟିଫିକେଟ ନଥିଲେ ତେଲ ମିଳିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଏହାଛଡା ଫାଇନ ପୈଠ ନହେଲେ ପଲୁ୍ୟସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ମଧ୍ୟ ଗ୍ରହଣୀୟ ନୁହେଁ । ୧୮ ମାସର ଶାସନରେ ବିଜେପି ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଇଥିବା ବେଳେ ବର୍ତ୍ତମାନ ଲୋକଙ୍କୁ ଶୋଷଣ କରିବାକୁ ବସିଛନ୍ତି । ରାଜ୍ୟ ସରକାର ତାଙ୍କ ଏହି ଅନ୍ଧ ନୀତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନେ୍ଦାଳନକୁ ଅଧିକ ବ୍ୟାପକ କରିବ ।