Geetu Mohandas - The Sakala

ରିଲିଜ ହେଲା ‘ରକିଂ ଷ୍ଟାର’ ୟଶଙ୍କ ଅପକମିଂ ଫିଲ୍ମ ‘ଟକ୍ସିକ’ର ଦମଦାର ଟିଜର
ମୁମ୍ବାଇ: କେଜିଏଫ୍ ପରେ ପୁଣି ଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରକିଂ ଷ୍ଟାର ୟଶ। ଦୀର୍ଘ ଦିନର ଅପେକ୍ଷା ପରେ ତାଙ୍କର ଆଗାମୀ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର ‘ଟକ୍ସିକ୍: ଏ ଫେୟାରୀଟେଲ୍ ଫର୍ ଗ୍ରୋନ୍-ଅପ୍ସ’ର ଅଫିସିଆଲ୍ ଟିଜର ଆଜି ମୁକ୍ତିଲାଭ କରିଛି। ଆସନ୍ତା ମାର୍ଚ୍ଚ ୧୯ ତାରିଖରେ ଏହି ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ମୁକ୍ତିଲାଭ କରିବାକୁ ଥିବାବେଳେ, ଏହାର ଟିଜର ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢାଇ ଦେଇଛି।

୨ ମିନିଟର ଏହି ଟିଜରରେ ୟଶଙ୍କୁ ଏକ ଭୟଙ୍କର ଏବଂ ଷ୍ଟାଇଲିସ୍ ଅବତାରରେ ଦେଖିବାକୁ ମିଳିଛି। ଏକ ପାର୍ଟିର ଦୃଶ୍ୟରୁ ଆରମ୍ଭ ହୋଇଥିବା ଏହି ଟିଜରରେ ଭରପୂର ଆକ୍ସନ୍ ରହିଛି। ୟଶଙ୍କ ଚରିତ୍ର ‘ରାୟା’କୁ ବେଶ୍ ଶକ୍ତିଶାଳୀ ଭାବେ ଉପସ୍ଥାପନ କରାଯାଇଛି। ଟିଜରରେ ୟଶ କହୁଛନ୍ତି, “ଖେଳ ସେତେବେଳେ ସରିବ, ଯେତେବେଳେ ମୁଁ କହିବି... ସେପର୍ଯ୍ୟନ୍ତ କିଛି ସମ୍ମାନ ଶିଖ।” ଟିଜରର ଶେଷ ଭାଗରେ ୟଶ ହାତରେ ଏକ ଚେନ୍ କରତ (chainsaw) ଧରି ଶତ୍ରୁ ସଂହାର କରୁଥିବା ଦୃଶ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ନିର୍ମାତାମାନେ ଏହି ଟିଜରକୁ କନ୍ନଡ, ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ କରିଛନ୍ତି।

ଏହି ଚଳଚ୍ଚିତ୍ରରେ କେବଳ ୟଶ ନୁହନ୍ତି, ବରଂ ଏକାଧିକ ବଡ଼ ତାରକାଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ନୟନତାରା ‘ଗଙ୍ଗା’ ଭୂମିକାରେ, କିଆରା ଆଡଭାନୀ ‘ନାଦିଆ’ ଭୂମିକାରେ, ହୁମା କୁରେଶୀ ‘ଏଲିଜାବେଥ୍’ ଭାବରେ ଏବଂ ତାରା ସୁତାରିଆ ‘ରେବେକା’ ଭୂମିକାରେ ନଜର ଆସିବେ। ପ୍ରଖ୍ୟାତ ନିର୍ମାତା ଗୀତୁ ମୋହନଦାସ ଏହାର ନିର୍ଦ୍ଦେଶନା ଦେଇଥିବାବେଳେ, ଏହା କନ୍ନଡ ଏବଂ ଇଂରାଜୀ ଭାଷାରେ ଏକକାଳୀନ ସୁଟିଂ କରାଯାଇଛି।

‘ଟକ୍ସିକ୍’ର କାହାଣୀ ୧୯୪୦ ରୁ ୧୯୭୦ ଦଶକ ମଧ୍ୟରେ ଗୋଆରେ ସେଟ୍ ହୋଇଥିବା କୁହାଯାଉଛି। ଏହା ଏକ ଗ୍ୟାଙ୍ଗଷ୍ଟର ଡ୍ରାମା, ଯେଉଁଥିରେ ଅପରାଧ ଜଗତର କଳା ସାମ୍ରାଜ୍ୟ, ଭୟ ଏବଂ ବିଶ୍ୱାସଘାତକତାର କାହାଣୀ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ମାର୍ଚ୍ଚ ୧୯ରେ ଇଦ୍, ଉଗାଡି ଏବଂ ଗୁଡି ପାଡୱା ଅବସରରେ ଏହା ରିଲିଜ୍ ହେବ। ତେବେ ବକ୍ସ ଅଫିସରେ ଏହା ରଣବୀର ସିଂହଙ୍କ ଅଭିନୀତ ଚଳଚ୍ଚିତ୍ର ‘ଧୁରନ୍ଧର: ଦ ରିଭେଞ୍ଜ’ ସହ ମୁହାଁମୁହିଁ ହେବ ବୋଲି ଜଣାପଡିଛି।

ୟଶଙ୍କ ‘ଟକ୍ସିକ’ ପାଇଁ ୧୨୦ କୋଟିର ଡିଲ୍! ଜାଣନ୍ତୁ କ’ଣ ରହିଛି ଏହି ଖବର ପଛର ସତ୍ୟତା
ସାଉଥ୍ ସୁପରଷ୍ଟାର ୟଶ ତାଙ୍କ ଆଗାମୀ ଫିଲ୍ମ ‘ଟକ୍ସିକ’ (Toxic) ମାଧ୍ୟମରେ ପୁଣି ଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି। ଦର୍ଶକମାନେ ୨୦୨୬ ମାର୍ଚ୍ଚ ୧୯ ତାରିଖକୁ ଅପେକ୍ଷା କରି ରହିଛନ୍ତି, କାରଣ ଏହି ଦିନ ବକ୍ସ ଅଫିସରେ ଏକ ବଡ଼ ଲଢେଇ ଦେଖିବାକୁ ମିଳିବ। ଗୋଟିଏ ପଟେ ରଣବୀର ସିଂଙ୍କ ‘ଧୁରନ୍ଧର’ ଏବଂ ଅନ୍ୟ ପଟେ ୟଶଙ୍କ ‘ଟକ୍ସିକ’ ମୁହାଁମୁହିଁ ହେବେ। ତେବେ ରିଲିଜ୍ ପୂର୍ବରୁ ଫିଲ୍ମର ଏକ ବଡ଼ ଡିଲକୁ ନେଇ ଚର୍ଚ୍ଚା ଜୋର ଧରିଛି।

୧୨୦ କୋଟିର ଡିଲ୍ ଚର୍ଚ୍ଚା

ସଦ୍ୟ ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ପ୍ରଯୋଜକ ଦିଲ୍ ରାଜୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପାଇଁ ‘ଟକ୍ସିକ’ର ଡିଷ୍ଟ୍ରିବ୍ୟୁସନ୍ ରାଇଟ୍ସ କିଣିଛନ୍ତି। ଦିଲ୍ ରାଜୁଙ୍କ ପ୍ରଡକ୍ସନ୍ କମ୍ପାନୀ ‘ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ୍ସ’ ଏହି ରାଇଟ୍ସ ପାଇଁ ପ୍ରାୟ ୧୨୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି। ଯଦି ଏହି ଖବର ସତ ହୁଏ, ତେବେ କୌଣସି ଅଣ-ତେଲୁଗୁ (Non-Telugu) ଫିଲ୍ମ ପାଇଁ ଏହା ଏକ ରେକର୍ଡ ବୋଲି ବିବେଚନା କରାଯାଉଛି।

ପିଆର୍ ଷ୍ଟଣ୍ଟ୍ ନା ବାସ୍ତବତା?

ଏତେ ବଡ଼ ଡିଲ୍ ବିଷୟରେ ଖବର ଆସିବା ପରେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ଉଠୁଛି। କିଛି ଟ୍ରେଡ୍ ବିଶେଷଜ୍ଞଙ୍କ ମତରେ ଏହି ୧୨୦ କୋଟିର ତଥ୍ୟ କେବଳ ଫିଲ୍ମର ହାଇପ୍ ବଢାଇବା ପାଇଁ ଏକ ପିଆର୍ ଷ୍ଟଣ୍ଟ୍ (PR Stunt) ହୋଇପାରେ। ବର୍ତ୍ତମାନ ସମୟରେ ଦିଲ୍ ରାଜୁ ଏତେ ବଡ଼ ଆର୍ଥିକ ରିସ୍କ ନେଉନାହାନ୍ତି, ବିଶେଷକରି ଯେତେବେଳେ ସାମ୍ନାରେ ରଣବୀର ସିଂଙ୍କ ଭଳି ତାରକାଙ୍କ ଫିଲ୍ମ ରହିଛି। ଏହା ବ୍ୟତୀତ, ‘ଟକ୍ସିକ’ ରିଲିଜର ଠିକ୍ ଗୋଟିଏ ସପ୍ତାହ ପରେ ପୱନ କଲ୍ୟାଣଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଉସ୍ତାଦ ଭଗତ ସିଂ’ ମଧ୍ୟ ରିଲିଜ୍ ହେବାର ଅଛି, ଯାହା ଫିଲ୍ମର ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ।

ଫିଲ୍ମର ଷ୍ଟାରକାଷ୍ଟ ଏବଂ ନିର୍ଦ୍ଦେଶନା

ଏହି ଚର୍ଚ୍ଚିତ ଫିଲ୍ମର ନିର୍ଦ୍ଦେଶନା ଗୀତୁ ମୋହନଦାସ ଦେଉଛନ୍ତି। କେଜିଏଫ୍-୨ ପରେ ୟଶଙ୍କ ଏହି ପ୍ରତ୍ୟାବର୍ତ୍ତନକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଫିଲ୍ମରେ କିଆରା ଆଡଭାନୀ, ନୟନତାରା, ତାରା ସୁତାରିଆ, ହୁମା କୁରେଶୀ ଏବଂ ରୁକ୍ମିଣୀ ବସନ୍ତଙ୍କ ଭଳି ୫ ଜଣ ଅଭିନେତ୍ରୀ ନଜର ଆସିବେ। ତେବେ ୧୨୦ କୋଟିର ଡିଲ୍ ସତ କି ମିଛ, ତାହା ଆଗାମୀ ଦିନରେ ଅଫିସିଆଲ ଘୋଷଣା ପରେ ସ୍ପଷ୍ଟ ହେବ।

Toxic Movie; ଜନ୍ମଦିନରେ ଧମାକା: ହାତରେ ମେସିନ୍ ଗନ୍ ଧରି ଫେରିଲେ ୟଶ୍, ରିଲିଜ୍ ହେଲା ‘ଟକ୍ସିକ୍’ର ଦମଦାର୍ ଟିଜର
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ‘ରକିଂ ଷ୍ଟାର୍’ ଯଶ (Yash) ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଆଜିର ଦିନଟି କୌଣସି ଉତ୍ସବଠାରୁ କମ୍ ନୁହେଁ। ଆଜି ଅଭିନେତାଙ୍କ ୪୦ତମ ଜନ୍ମଦିନ ଅବସରରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ଟକ୍ସିକ୍' (Toxic: A Fairy Tale for Grown-ups) ର ଟିଜର ରିଲିଜ୍ କରାଯାଇଛି। 'କେଜିଏଫ୍ ୨' ପରେ ଦୀର୍ଘ ଦିନ ଧରି ଦର୍ଶକ ଯଶଙ୍କୁ ବଡ଼ ପରଦାରେ ଦେଖିବାକୁ ଅପେକ୍ଷା କରିଥିଲେ, ଆଉ ଆଜି ଏହି ଟିଜର ସେମାନଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଛି।

ପ୍ରାୟ ୩ ମିନିଟର ଏହି ଟିଜରଟି ଏକ କବରସ୍ଥାନର ଦୃଶ୍ୟରୁ ଆରମ୍ଭ ହୁଏ, ଯେଉଁଠାରେ ଜଣେ ବ୍ୟକ୍ତିର ଅନ୍ତିମ ସଂସ୍କାର ଚାଲିଥାଏ। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହୁଛନ୍ତି ଯେ, କେହି ବି ଏତେ ପାଗଳ ନୁହଁନ୍ତି ଯେ ଏଠାକୁ ଆସିବେ। ଠିକ୍ ସେହି ସମୟରେ ଏକ ଜବରଦସ୍ତ ବିସ୍ଫୋରଣ ଘଟେ ଏବଂ ଏଣ୍ଟ୍ରି ହୁଏ 'ରାୟା' (Raya) ରୂପୀ ଯଶଙ୍କର। ହାତରେ ମେସିନ୍ ଗନ୍ ଏବଂ ପାଟିରେ ସିଗାର୍ ଧରି ଯଶ ଶତ୍ରୁମାନଙ୍କ ଉପରେ ଗୁଳି ବର୍ଷା କରୁଥିବା ଦେଖିବାକୁ ମିଳିଛି। ଟିଜର ଶେଷରେ ଯଶଙ୍କ ମୁହଁରୁ ଶୁଣିବାକୁ ମିଳେ ଏକ ଦମଦାର୍ ଡାଇଲଗ୍- "ଡାଡିସ୍ ହୋମ୍" (Daddy's Home)।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶିକା ଗୀତୁ ମୋହନଦାସ। କେବଳ ଯଶ ନୁହଁନ୍ତି, ଫିଲ୍ମରେ ଏକ ବଡ଼ ତାରକା ସମାହାର ଦେଖିବାକୁ ମିଳିବ। ଏଥିରେ କିଆରା ଆଡଭାନୀ, ନୟନତାରା, ହୁମା କୁରେଶୀ, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତଙ୍କ ଭଳି ଅଭିନେତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଟିଜରରେ ଦେଖାଯାଇଥିବା ଭିଜୁଆଲ୍ସ ଏବଂ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ଦର୍ଶକଙ୍କୁ ହଲିଉଡ୍ ଫିଲ୍ମର ଅନୁଭବ ଦେଉଛି।

ଯଶଙ୍କ ଏହି ଆକ୍ସନ୍ ଥ୍ରୀଲର ଫିଲ୍ମଟି ଆସନ୍ତା ୧୯ ମାର୍ଚ୍ଚ ୨୦୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟିଜର ରିଲିଜ୍ ହେବାର କିଛି ସମୟ ମଧ୍ୟରେ ହିଁ ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛି। ଫ୍ୟାନ୍ସମାନେ ଯଶଙ୍କ ନୂଆ ଲୁକ୍ ଏବଂ ଆକ୍ସନ୍ ଅବତାରକୁ ବେଶ୍ ପସନ୍ଦ କରିଛନ୍ତି।