Car Parking - The Sakala

ପୁରୀ ଭକ୍ତନିବାସରେ ବଢ଼ିଲା ପାର୍କିଂ ଫି: ଏଣିକି ପ୍ରତି କାର ପିଛା ଦେବାକୁ ପଡିବ ୫୦୦ଟଙ୍କା
ପୁରୀ: ବଢ଼ିଲା ଭକ୍ତନିବାସର ପାର୍କିଂ ଫି । ଭକ୍ତ ନିବାସରେ ୪ ଚକିଆ ଗାଡ଼ିର ପାର୍କିଂ ଫି ହେଲା ୫୦୦ ଟଙ୍କା । ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ ଫି ବଢିଲା । ଏଣିକି ଚାରି ଚକିଆ ଯାନ ପିଛା ୫୦୦ ଟଙ୍କା ଆଦାୟ କରାଯିବ । ଏହି ୫୦୦ ଟଙ୍କା ମଧ୍ୟରେ ୧୮ ପ୍ରତିଶତ GST ଅନ୍ତର୍ଭୁକ୍ତ କରାଯାଇଛି । କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତ ନିବାସରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା ଦେବାକୁ ପଡିବ। ସାଧାରଣତଃ ୨୪ ଘଣ୍ଟା ଗାଡ଼ି ପାର୍କିଂ ନିମନ୍ତେ ୫୦ରୁ ୧୦୦ ଟଙ୍କା ଭିତରେ ନିମନ୍ତେ ଆଦାୟ ହୋଇଥାଏ । ହେଲେ ଏହି ପରିମାଣକୁ ୫୦୦ ଟଙ୍କା କରାଯିବା ଯାତ୍ରୀଙ୍କ ଚିନ୍ତା ବଢ଼ାଇଛି । ତେବେ ଏ ନିଷ୍ପତ୍ତି ସଂପର୍କରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଭକ୍ତ ନିବାସ ଭଳି ସ୍ଥାନରୁ ଏତେ ପାର୍କିଂ ଫି କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।