Union Budget 2026 - The Sakala

Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ
ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ବଜେଟରେ ନିର୍ମଳା ଅନେକ ଘୋଷଣା କରିଛନ୍ତି। ଭାରତକୁ ‘ବୈଶ୍ବିକ ବାୟୋଫାର୍ମା ହବ୍’ ଭାବେ ଗଢ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗୁରୁତର ରୋଗର ଚିକିତ୍ସା ଖର୍ଚ୍ଚ ହ୍ରାସ କରିବାକୁ ପଦକ୍ଷେପ ନେଇଛନ୍ତି। କର୍କଟ, ମଧୁମେହ  ରୋଗୀଙ୍କୁ ସରକାର ବଜେଟ୍‌ରେ ବଡ଼ ଆଶ୍ବସ୍ତି ଦେଇଛନ୍ତି। କର୍କଟ ଚିକିତ୍ସାରେ ବ୍ୟବହୃତ ୧୭ଟି ଗୁରୁତ୍ବପୂର୍ଣ୍ଣ ଔଷଧ ଉପରେ ଲାଗୁ ସୀମାଶୁଳ୍କକୁ ସରକାର ହଟାଇ ଦେଇଛନ୍ତି।

ଏହି ଔଷଧଗୁଡ଼ିକ ବିଦେଶରୁ ଆମଦାନୀ କରାଯାଇଥାଏ। ଏହା ଉପରେ ୫ପ୍ରତିଶତ ସୀମାଶୁଳ୍କ ଲଗାଯାଉଥିଲା। ହୋମୋଫିଲିଆ, ସିକିଲ୍‌ ସେଲ ଏବଂ ମସ୍କୁଲାର ଡିଷ୍ଟ୍ରଫି ଭଳି ୭ ଜଟିଳ ରୋଗର ଔଷଧକୁ ଏବେ ଶୁଳ୍କମୁକ୍ତ କରିଦିଆଯାଇଛି। ଏହାବ୍ୟତୀତ ୭ ଜଟିଳ ରୋଗର ଚିକିତ୍ସା ପାଇଁ ବାହାରୁ ଆସୁଥିବା ଔଷଧ, ଉପକରଣ ଏବଂ ସ୍ବତନ୍ତ୍ର ଖାଦ୍ୟ ଉପରୁ ମଧ୍ୟ ଟିକସ ହଟାଇ ଦିଆଯାଇଛି। ଏହାଦ୍ବାରା ବିଦେଶୀ ଔଷଧ ଉପରେ ନିର୍ଭର ଥିବା ପରିବାରକୁ ଆର୍ଥିକ ଲାଭ ମିଳିବ। ତେବେ କେଉଁ କେଉଁ ଔଷଧର ମୂଲ୍ୟ ହ୍ରାସ ପାଇବ ତାହାର ତାଲିକା ସରକାରଙ୍କ ପକ୍ଷରୁ ଜାରି କରାଯାଇ ନାହିଁ। ସେହିପରି, ନବୋନ୍ମେଷକୁ ପ୍ରୋତ୍ସାହନ ଦେଇ ଅଣ-ସଂକ୍ରାମକ ରୋଗର ଚିକିତ୍ସାକୁ ସୁଲଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ୧୦ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।  ଏହି ନିବେଶ ଦ୍ବାରା କେବଳ ଔଷଧ ମୂଲ୍ୟ ହ୍ରାସ ହେବ ନାହିଁ, ବରଂ ବାୟୋ-ଫାର୍ମା ଶକ୍ତି ଏବଂ ବାୟୋଲଜିକ୍ସ ଉତ୍ପାଦନରେ ଭାରତ ବିଶ୍ବର ନେତୃତ୍ବ ନେବ।

ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ମୁମ୍ବଇ ଭଳି ବଡ଼ସହରକୁ ଯାଉଥିବା ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସରକାର ବଜେଟରେ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିରେ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପକେଟ୍‌କୁ ଧ୍ୟାନରେ ରଖି ୩ଟି ନୂତନ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଏବଂ ୫ଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ବା ମେଡିକାଲ୍‌ ହବ୍‌ ନିର୍ମାଣ ନିଷ୍ପତ୍ତି ନିଆଯାଇଛି। ଏହି ହବ୍‌ଗୁଡ଼ିକର ଉଦ୍ଦେଶ୍ୟ କେବଳ ଚିକିତ୍ସା ଯୋଗାଇବା ନୁହେଁ, ବରଂ ଏହା ଚିକିତ୍ସା ଗବେଷଣା ଏବଂ ତାଲିମକୁ ପ୍ରୋତ୍ସାହିତ କରିବ। ଏହି କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବା ସୁବିଧା ସହଜରେ ଉପଲବ୍ଧ ହେବ ଏବଂ ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ସରକାର ଏହି ହବ୍‌ଗୁଡ଼ିକ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ଯୋଜନା କରିଛନ୍ତି।

ଅନ୍ତସାରଶୂନ୍ୟ ବଜେଟ; ସାଧାରଣ ଓ ମଧ୍ୟବିତ୍ତ ନିରାଶ: ମାନସ ମଙ୍ଗରାଜ
ଭୁବନେଶ୍ୱର: ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ ଏକ ଅନ୍ତସାରଶୂନ୍ୟ ଓ ଲକ୍ଷ୍ୟହୀନ ବଜେଟ୍‌ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ମାନସ କହିଛନ୍ତି କି, ଏହି ବଜେଟରେ ଦେଶର ସାଧାରଣ ମଣିଷ ଓ ଟିକସଦାତା ମଧ୍ୟବିତ୍ତବର୍ଗ ସର୍ବାଧିକ ଉପେକ୍ଷିତ। ଏଥିରେ ନିଯୁକ୍ତି ପାଇଁ ବ୍ୟବସ୍ଥା ନାହିଁଁ, ଦରଦାମ ହ୍ରାସ ପାଇଁ ଯୋଜନା ନାହିଁ, ଗରିବ କଲ୍ୟାଣ ପାଇଁ ନିର୍ଦ୍ଦିଷ୍ଟ ନୀତି ନାହିଁ । ବିଶେଷ କରି ଓଡ଼ିଶା ପାଇଁ ବଜେଟରେ କିଛି ନାହିଁ । କଥିତ ବିରଳ ପୃଥିବୀ କରିଡ଼ର କେବଳ ଓଡ଼ିଶାରୁ ଖଣିଜ ସମ୍ପଦ ସ୍ଥାନାନ୍ତର ପାଇଁ ଉଦ୍ଦିଷ୍ଟ । ଖଣିଜ ସାମଗ୍ରୀ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ବ୍ୟତୀତ ଓଡ଼ିଶା ଏଥିରୁ କିଛି ପାଇବ ନାହିଁଁ । ଏହାବ୍ୟତୀତ ଯେଉଁ  ହାଇସ୍ପିଡ଼୍‌ ରେଳ କରିଡ଼ର, କାର୍ଗୋ ଓ ୱାଟୱେ, ପର୍ଯ୍ୟଟନ, ସେମି କଣ୍ଡକ୍ଟର ବିକାଶ ଯୋଜନା ହୋଇଛି ତାହା ଦ୍ୱାରା କେବଳ ଆଗାମୀ ଦିନରେ ନିର୍ବାଚନ ହେବାକୁଥିବା ରାଜ୍ୟଗୁଡ଼ିକ ଲାଭବାନ ହୋଇ ପାରିବେ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।

Union Budget 2026: ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ୫୩,୪୭,୩୧୫ କୋଟିର ବଜେଟ
ନୂଆଦିଲ୍ଲୀ: ବୈଶ୍ୱିକ ଅସ୍ଥିରତା, ରପ୍ତାନୀ ହ୍ରାସ, ଦରଦାମ ବୃଦ୍ଧି, ନିଯୁକ୍ତି ଅନିଶ୍ଚିତତା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।  ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା  ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ବଜେଟରେ ରାଜସ୍ବ ଆୟ ୩୫ ଲକ୍ଷ ୩୩ ହଜାର ୧୫୦ କୋଟି ରହିଥିବା ବେଳେ ବିତ୍ତୀୟ ନିଅଣ୍ଟ ପରିମାଣ ୧୬ ଲକ୍ଷ ୯୫ ହଜାର ୭୬୮ କୋଟି ଥିବା ଦର୍ଶାଯାଇଛି।

ଏନ୍‌ଡିଏ ସରକାରଙ୍କ ତୃତୀୟ ତଥା ନିର୍ମଳାଙ୍କ ଏହି ୯ମ  ବଜେଟ୍‌ ଉପରେ ସାରା ବିଶ୍ୱର ଧ୍ୟାନ ନିବଦ୍ଧ ରହିଥିଲା। ଆମେରିକା ସହ ବାଣିଜ୍ୟିକ ଉତ୍ତେଜନାଜନିତ ଚାପ ଓ ୟୁରୋପୀୟ ୟୁନିୟନ ସହ ବାଣିଜ୍ୟ ବୁଝାମଣା ଜନିତ ଆଶ୍ୱସ୍ତି ମଧ୍ୟରେ ଉପସ୍ଥାପନ ହୋଇଥିବା ଏହି ବଜେଟ ଉପରେ ଭାରତୀୟ ରପ୍ତାନୀକାରୀ, ଅର୍ଥନୀତିକୁ ନିୟନ୍ତ୍ରଣ କରୁଥିବା ବ୍ୟବସାୟୀ ଗୋଷ୍ଠୀ, ଦେଶର ଟିକସଦାତା ମଧ୍ୟବିତ୍ତ ଏବଂ  ଆର୍ଥିକ ଚାପଗ୍ରସ୍ତ ସାଧାରଣଜନତା ଅନେକ କିଛି ଆଶା ରଖିଥିଲେ। ମାତ୍ର ଏହି ବଜେଟ ପ୍ରାୟ ସବୁ ବର୍ଗକୁ ନିରାଶ କରିଛି। ଆୟକର ରିଆତି, ନିଯୁକ୍ତି ସୃଷ୍ଟି, ଦରଦାମ ହ୍ରାସ ସମ୍ପର୍କରେ ବଜେଟ୍‌ରେ ସେପରି କିଛି ଯୋଜନା ନାହିଁ। ଅର୍ଥମନ୍ତ୍ରୀ ତାଙ୍କର ୮୫ ମିନିଟର ବଜେଟ୍‌ ଅଭିଭାଷଣରେ ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ବିଶେଷକରି ଦେଶ ଚଳାଇବା ପାଇଁ ସରକାର ଋଣ ଉପରେ ବେଶି ନିର୍ଭରଶୀଳ ହୋଇଛନ୍ତି। ବଜେଟ ୨୦୨୬-୨୭ ଅନୁଯାୟୀ ସରକାର ଚଳିତ ବର୍ଷ ଦେଶ ଚଳାଇବା ପାଇଁ ଆବଶ୍ୟକ ଅର୍ଥର ୨୪% ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଆୟକରରୁ ୨୧%, କର୍ପୋରେଟ ଟିକସରୁ ୧୮% ଓ ଅନ୍ୟାନ୍ୟ ଟିକସରୁ ୧୫ ପଇସା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପକ୍ଷରେ ବ୍ୟୟ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ନିମନ୍ତେ ଟିକସ ଅଂଶ ବାବଦରେ ୨୨% ବ୍ୟୟ କରିବେ। ଋଣ ଓ ସୁଧ ବାବଦରେ ୨୦%, କେନ୍ଦ୍ରୀୟ ଯୋଜନା ବାବଦରେ ୧୭%, ପ୍ରତିରକ୍ଷା ନିମନ୍ତେ ୧୧%, କେନ୍ଦ୍ର ପ୍ରାୟୋଜିତ ଯୋଜନାରେ ୮%, ଅର୍ଥ କମିଶନ ଅନୁଦାନ ବାବଦରେ ୭%, ବିିଭିନ୍ନ ଯୋଜନାରେ ରିଆତି ବାବଦରେ ୬%, ସାମାଜିକ କଲ୍ୟାଣ ଯୋଜନାରେ ୨% ବ୍ୟୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପକ୍ଷରେ  ପ୍ରତିରକ୍ଷା ବଜେଟ ବୃଦ୍ଧି ଉପରେ ସେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଗତବର୍ଷ ତୁଳନାରେ ପ୍ରତିରକ୍ଷା ବରାଦ ୧୫.୨% ବୃଦ୍ଧି ବଜେଟର ପ୍ରମୁଖ ଉପଲବ୍ଧି ବୋଲି କୁହାଯାଉଛି। ତେବେ ବଜେଟରେ ଉତ୍ସର୍ଗୀକୃତ ବିରଳ ଖଣିଜ (ରେୟାର ଆର୍ଥ)କରିଡର, ହାଇ-ସ୍ପିଡ୍‌ ରେଳ କରିଡର, ନଡ଼ିଆ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ ଓ ଅର୍ଥମନ୍ତ୍ରୀଙ୍କ କାଞ୍ଜିଭରମ୍‌ ଶାଢ଼ୀକୁ ଅର୍ଥନୀତିଜ୍ଞ ଓ ଆର୍ଥିକ ସମୀକ୍ଷକମାନେ ନିର୍ବାଚନ ହେବାକୁ ଥିବା ରାଜ୍ୟ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆସାମ ନିର୍ବାଚନ ସହ ସଂଯୋଗ କରିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ପାଞ୍ଚ ବର୍ଷ ମଧ୍ୟରେ ଜୈବ ଔଷଧ ପାଇଁ ୧୦,୦୦୦ କୋଟି ଟଙ୍କାର ଆବଣ୍ଟନ ସହିତ ଜୈବ ଔଷଧ ଉପରେ ଏକ ନୀତି ପ୍ରଣୟନ କରିବାର ଯୋଜନା ଅଛି। ସେହିପରି ସରକାର ଏକ ସେମିକଣ୍ଡକ୍ଟର ମିଶନ୍‌ ଆରମ୍ଭ କରିବେ ଓ ଏକ ବିଶ୍ୱ-ମାନକ ଔଷଧ ନିୟାମକ ପ୍ରତିଷ୍ଠା ଲକ୍ଷ୍ୟ ରଖିଛନ୍ତି। ଘରୋଇ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ତିନୋଟି ରାସାୟନିକ ପାର୍କ ଓ ଏକ ବଡ଼ ଟେକ୍ସଟାଇଲ୍‌ ପାର୍କ ପ୍ରତିଷ୍ଠା କରିବେ। ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଉତ୍ପାଦନ ପାଇଁ ୪୦,୦୦୦ କୋଟି ଖର୍ଚ୍ଚ କରିବେ। ଦେଶର ଅଭିବୃଦ୍ଧିର ଲାଭ ପ୍ରତ୍ୟେକ ଚାଷୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଯୁବପିଢ଼ିଙ୍କ ପାଖରେ ବୋଲି ଉଲ୍ଲେଖ କରିବା ସହ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ସୁଦୃଢ଼  କରିବା ପାଇଁ  ଆତ୍ମନିର୍ଭର ଭାରତ ପାଣ୍ଠିକୁ ଅତିରିକ୍ତ ୪,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଆଗାମୀ ଆର୍ଥିକ ବର୍ଷରେ ୨୦୦ ପୁରୁଣା ଶିଳ୍ପ କ୍ଲଷ୍ଟରକୁ ପୁନରୁଦ୍ଧାର କରିବା ପାଇଁ ଏକ ଯୋଜନା ପ୍ରସ୍ତାବ ଦେଇଛନ୍ତି। ଖଦି ହସ୍ତତନ୍ତକୁ ସୁଦୃଢ଼ କରିବା ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ବିକାଶ କରାଯିବ, ଅନ୍ୟପକ୍ଷରେ ବୈଷୟିକ ବୟନଶିଳ୍ପରେ ନିବେଶ ସହ ବଡ଼ ମେଗା ଟେକ୍ସଟାଇଲ୍‌ ପାର୍କ ସ୍ଥାପନ କରାଯିବ।ସେହିପରି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍‌ୟୋଗଗୁଡ଼ିକ ଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକରୁ କରାଯାଉଥିବା ସମସ୍ତ କ୍ରୟ ପାଇଁ ଏକ ପ୍ଲାଟଫର୍ମ ସ୍ଥାପନ କରାଯିବ। ଆଗାମୀ ବର୍ଷଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଭାରତର ଅଭିବୃଦ୍ଧିର ପ୍ରକୃତ ଶକ୍ତି ହେବ । ଭାରତ ଆଉ କେବଳ ପ୍ରଯୁକ୍ତିବିଦ୍ୟା ଗ୍ରହଣକାରୀ ରହିବ ନାହିଁ,ଭବିଷ୍ୟତରେ ଭାରତ ଏହାର ନେତୃତ୍ୱ ନେବ।  ଦେଶର ଉତ୍ପାଦନ କ୍ଷମତା ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ବଜାରରେ ଭାରତକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସରକାର ଛଅଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରିବେ।

ବିଜେପି ନେତୃତ୍ୱାଧୀନ ଶାସକ ଏନ୍‌ଡିଏ ନେତାମାନେ ବଜେଟ୍‌କୁ ଏକ ଶକ୍ତିଶାଳୀ ଓ ବିକଶିତ ଭାରତ ନିମନ୍ତେ ରୋଡ଼ମ୍ୟାପ ବୋଲି ବର୍ଣ୍ଣନା କରୁଥିବାବେଳେ ବିରୋଧୀ ଏହାକୁ ନିରାଶାଜନକ, ସବୁବର୍ଗକୁ ନିରାଶ କରିବା ପରି ବଜେଟ୍‌ ବୋଲି ଅଭିହିତ କରିଛନ୍ତି । ଦେଶର ବିକାଶ ପାଇଁ ସରକାରଙ୍କ ଧ୍ୟାନ ୩ଟି ପ୍ରସଙ୍ଗ  ‘ଗତି’, ‘କ୍ଷମତା’ ଓ ‘ସମୂହ’ ଉପରେ କେନ୍ଦ୍ରୀତ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଉତ୍ପାଦକତା ବୃଦ୍ଧି କରି ଆର୍ଥିକ ଅଭିବୃଦ୍ଧିର ଗତିକୁ ତ୍ୱରାନ୍ୱିତ କରିବା, ଦେଶର ବିକାଶରେ ଅଂଶୀଦାର ହେବା ପାଇଁ ଲୋକଙ୍କ କ୍ଷମତା ବିକାଶ କରିବା,  ଦେଶର ପ୍ରତ୍ୟେକ ପରିବାର ଓ ଅଞ୍ଚଳର ପର୍ଯ୍ୟାପ୍ତ ସମ୍ବଳ ଏବଂ ରୋଜଗାର ପାଇଁ ସୁଯୋଗ ସୃଷ୍ଟି ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି;  ମାତ୍ର ଏହା ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରି ନାହିଁ।

​ଓଡ଼ିଶା ପାଇଁ ନୈରାଶ୍ୟଜନକ ବଜେଟ୍: ନବୀନ ପଟ୍ଟନାୟକ
ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିଥିବା ବେଳେ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ସମସ୍ତଙ୍କୁ ନିରାଶ କରିଛି ବୋଲି ସେ କହିଛନ୍ତି। ବଜେଟରେ  ଓଡ଼ିଶା ଏବଂ ଏହାର ଲୋକଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ପ୍ରଦାନ କରାଯାଇ ନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ଡବଲ ଇଞ୍ଜିନ୍‌ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧି ଗତି ପ୍ରଦାନ କରିବ। କିନ୍ତୁ ଏଥିରୁ ରାଜ୍ୟକୁ ବହୁତ କମ୍‌ ମିଳିଛି ବୋଲି ନବୀନ ଉଦବେଗ ପ୍ରକାଶ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ନବୀନ କହିଛନ୍ତି ଯେ ମୁଁ ଓଡ଼ିଶାରେ ସମର୍ପିତ ବିରଳ ମୃତ୍ତିକା କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ୱାଗତ କରୁଛି। ଓଡ଼ିଶା ଅନେକ ମୁଖ୍ୟ ଖଣିଜ ପଦାର୍ଥର ଅଗ୍ରଣୀ ଉତ୍ପାଦକ ଅଟେ ଏବଂ ଏହାର ସମୃଦ୍ଧ ସମ୍ପଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସର୍ବଦା ଯୋଗଦାନ ଦେବ। ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ପୁଣି ଥରେ ଜାତୀୟ ଜଳପଥ ଘୋଷଣା କରାଯାଇଛି। ମାତ୍ର ଏହା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ ହୋଇଥିବା ବେଳେ ଏଥିରେ ତୃଣମୂଳସ୍ତରରେ କୌଣସି ଅଗ୍ରଗତି ହୋଇନାହିଁ। ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ନିରାଶା ଯେ ସହରଗୁଡ଼ିକ ମଧ୍ୟରେ ସାତଟି ହାଇ-ସ୍ପିଡ୍‌ ରେଳ କରିଡରକୁ ‘ଗ୍ରୋଥ୍‌ କନେକ୍ଟର୍‌’ ଭାବରେ ବିକାଶ କରିବା ଘୋଷଣାରେ ଓଡ଼ିଶାର ଉଲ୍ଲେଖ ନାହିଁ। ଓଡ଼ିଶା ବିଜେପି ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରିଦେଇଥିଲା ଏବଂ ଲୋକଙ୍କ ଆବଶ୍ୟକତାକୁ ଅବହେଳା କରିବାର ଧାରା ପୂର୍ବପରି ଜାରି ରହିଛି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ଆମର ‘ଡାଇମଣ୍ଡ ଟ୍ରାଇଙ୍ଗଲ୍‌’ ସମେତ ଅନେକ ପ୍ରସିଦ୍ଧ ବୌଦ୍ଧ ସ୍ଥଳ ଥିବା ସତ୍ତ୍ୱେ ପର୍ଯ୍ୟଟନ ଭିତ୍ତିକ ‘ବୌଦ୍ଧ ସର୍କିଟ୍‌ ବିକାଶ ଯୋଜନା’ରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି; ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସାମଗ୍ରିକ ବଜେଟକୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ନେଇଯିବା ପାଇଁ ହିଁ କେବଳ ଅନୁଦାନ ମିଳୁଛି। ମାତ୍ର ରାଜ୍ୟବାସୀଙ୍କ ସୁବିଧା ତଥା ଉନ୍ନତି ପାଇଁ ଅର୍ଥ ଆବଣ୍ଟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି, ରାଜ୍ୟ ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରନ୍ତୁ ଏବଂ କେନ୍ଦ୍ରରୁ ଓଡ଼ିଶାର ନ୍ୟାଯ୍ୟ ଅଧିକାର ମିଳିବା ସୁନିଶ୍ଚିତ କରନ୍ତୁ। ଓଡ଼ିଶା ଏବଂ ଏହାର ଜନସାଧାରଣ କେନ୍ଦ୍ର ବଜେଟରୁ ଅଧିକ ସୁଫଳ ପାଇବାକୁ ହକଦାର୍‌ ଅଟନ୍ତି ବୋଲି ନବୀନ କହିଛନ୍ତି।

ଆଜି ଆସିବ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬: ମଧ୍ୟବିତ୍ତଙ୍କ ପାଇଁ ରହିବ କି ବଡ଼ ସଙ୍କେତ?
ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ (Economic Survey) ଉପସ୍ଥାପନ କରିବାକୁ ଯାଉଛନ୍ତି। ଆସନ୍ତା ଫେବୃଆରୀ ୧ ତାରିଖରେ ହେବାକୁ ଥିବା କେନ୍ଦ୍ର ବଜେଟ୍ ୨୦୨୬ ପୂର୍ବରୁ, ଏହି ସର୍ଭେ ଦେଶର ଆର୍ଥିକ ସ୍ଥିତି ଏବଂ ଭବିଷ୍ୟତର ରୂପରେଖ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ। ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଭାରତ ନିଜର ସ୍ଥିତି ମଜବୁତ କରିଥିବା ବେଳେ, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନେ ଏହି ରିପୋର୍ଟ ଉପରେ ନଜର ରଖିଛନ୍ତି।

ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା (CEA) ଭି. ଅନନ୍ତ ନାଗେଶ୍ୱରନ୍‌ଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ଦଲିଲରେ ୨୦୨୬ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୩%ରୁ ୭.୫% ମଧ୍ୟରେ ରହିବା ନେଇ ପୂର୍ବାନୁମାନ କରାଯାଇପାରେ। ସରକାରଙ୍କ ପ୍ରାରମ୍ଭିକ ଆକଳନ ଏବଂ IMFର ରିପୋର୍ଟ ଅନୁଯାୟୀ, ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଭାରତୀୟ ଅର୍ଥନୀତି ଏକ ସୁଦୃଢ଼ ସ୍ଥିତି ବଜାୟ ରଖିଛି। ଉଚ୍ଚ ସୁଧ ହାର ପରିବେଶ ମଧ୍ୟରେ ମଧ୍ୟ ଭାରତ ଅଭିବୃଦ୍ଧିର ଧାରା ବଜାୟ ରଖିବାରେ ସଫଳ ହୋଇଛି।

ଚଳିତ ବର୍ଷର ଅର୍ଥନୀତିକ ସର୍ଭେରେ ''ଗୋଲ୍ଡିଲକ୍ସ'' (Goldilocks) ପରିସ୍ଥିତି ଉପରେ ଆଲୋକପାତ କରାଯିବାର ସମ୍ଭାବନା ରହିଛି, ଯେଉଁଠାରେ ଦ୍ରୁତ ଅଭିବୃଦ୍ଧି ସହ ଦରଦାମ୍ ନିୟନ୍ତ୍ରଣରେ ରହିଛି। ୨୦୨୫ ଶେଷ ଭାଗରେ ଖୁଚୁରା ମୁଦ୍ରାସ୍ଫୀତି କେନ୍ଦ୍ରୀୟ ବ୍ୟାଙ୍କର ୪% ଲକ୍ଷ୍ୟଠାରୁ ତଳକୁ ଖସିଥିଲା, ଯାହା ଅର୍ଥନୀତି ପାଇଁ ଏକ ବଡ଼ ଆଶ୍ୱସ୍ତି। ଏହା ସହିତ ଘରୋଇ ଉପଭୋଗ (Domestic Consumption) ବୃଦ୍ଧି ପାଇବା ଦେଶର ଆର୍ଥିକ ମେରୁଦଣ୍ଡକୁ ଅଧିକ ଶକ୍ତିଶାଳୀ କରିଛି।

ଅର୍ଥନୀତିକ ସର୍ଭେ କୌଣସି ନୀତିଗତ ଦଲିଲ ନହେଲେ ମଧ୍ୟ, ଏହା ବଜେଟର ଆଭିମୁଖ୍ୟ ସ୍ପଷ୍ଟ କରିଥାଏ। ସରକାରଙ୍କ ପାଖରେ ମଧ୍ୟବିତ୍ତଙ୍କୁ ଟିକସ ରିହାତି (Tax Relief) ଦେବା ପାଇଁ ଯଥେଷ୍ଟ ଆର୍ଥିକ ସୁଯୋଗ ବା ''ଫିସ୍କାଲ ସ୍ପେସ୍'' ଅଛି କି ନାହିଁ, କିମ୍ବା ସରକାର ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବେ, ସେନେଇ ଏଥିରୁ ସଙ୍କେତ ମିଳିବ।

ଜାନୁଆରି ୨୮ରୁ ସଂସଦର ବଜେଟ ଅଧିବେଶନ, ପ୍ରଥମଥର ପାଇଁ ରବିବାର ହେବ ଆଗତ
ନୂଆଦିଲ୍ଲୀ: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଆସନ୍ତା ଫେବୃଆରୀ ପହିଲାରେ ଆଗତ ହେବ। ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି (ସିସିପିଏ) ବୈଠକରେ ଏ ସମ୍ପର୍କରେ ପ୍ରସ୍ତାବ ପାରିତ ହୋଇଛି। ତେବେ ସିସିପିଏର ଏହି ପ୍ରସ୍ତାବ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ମୋହର ବାଜିବା ପରେ ବଜେଟ ଅଧିବେଶନର ରୂପରେଖ ଚୂଡ଼ାନ୍ତ ହେବ।

ସିସିପିଏର ପ୍ରସ୍ତାବିତ ସୂଚୀ ଅନୁସାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ପହିଲା (ରବିବାର)ରେ ବଜେଟ ଉପସ୍ଥାପନ କରିବେ। ଜାନୁଆରୀ ୨୮ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହେବ । ଏହି ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ସଂସଦୀୟ ବ୍ୟାପାର କମିଟି ଆଜି ବଜେଟ ଦିନ ଧାର୍ଯ୍ୟ କରିବା ପରେ ଏ ନେଇ ପୂର୍ବରୁ ରହିଥିବା ସଂଶୟ ଦୂର ହୋଇଛି। କାରଣ ଫେବୃଆରୀ ୧ ତାରିଖ ରବିବାର ଦିନ ପଡୁଛି। ତେଣୁ ରବିବାର ଛୁଟି ଦିନରେ ବଜେଟ ଆଗତ କରାଯିବ କିମ୍ବା ତାହାର  ଦିବସ ପରିବର୍ତ୍ତନ ହେବ ବୋଲି ରିପୋର୍ଟ ମାନ ପ୍ରକାଶ ପାଉଥିଲା। ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସିସିପିଏର ବୈଠକ ବସିଥିଲା। ସେଥିରେ  ସଂସଦର ଆଗାମୀ ବଜେଟ୍ ଅଧିବେଶନ ପାଇଁ ତାରିଖ ପ୍ରସ୍ତାବିତ ହୋଇଥିଲା। ବଜେଟ୍ ଅଧିବେଶନର ପ୍ରଥମ ଭାଗ ଜାନୁଆରୀ ୨୮ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ, ଯେତେବେଳେ କି ଦ୍ୱିତୀୟ ଭାଗ ମାର୍ଚ୍ଚ ୯ ରୁ ଏପ୍ରିଲ୍ ୨ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ଅନୁଦାନ ଦାବି ଏବଂ ଅର୍ଥ ବିଲ୍ ମଞ୍ଜୁର ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ଜାନୁଆରୀ ୨୮ରେ ସଂସଦ ଆରମ୍ଭ ହେବ । ୨୯ ତାରିଖରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ ।