Prithviraj Chavan - The Sakala

କଂଗ୍ରେସ ନେତା ପୃଥିବୀରାଜ ଚଭନଙ୍କ ବିବାଦୀୟ ମନ୍ତବ୍ୟ: ମୋଦୀଙ୍କୁ ଟ୍ରମ୍ପ ଅପହରଣ କରିନେବେ କି?
ମୁମ୍ବଇ: କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥିବୀରାଜ ଚଭନ ଭେନେଜୁଏଲା ସ୍ଥିତିକୁ ନେଇ ବିବଦାୟ ମନ୍ତବ୍ୟ ଦେଇଛନ୍ତି। ଭେନେଜୁଏଲାରେ ଯାହା ଘଟିଲା ତାହା ଭାରତରେ ହୋଇପାରେ ବୋଲି ସେ କହିଛନ୍ତି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିଭିନ୍ନ ମହଲରେ ତାଙ୍କୁ ସମାଲୋଚନା କରାଯାଉଛି। ଆଉ କିଛି ଲୋକ ଚଭନଙ୍କୁ ପରିହାସ କରୁଛନ୍ତି। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଉଠାଇ ନେଇଥିଲା। ଏହି ପ୍ରସଙ୍ଗକୁ ନେଇ ଚଭନ ଚର୍ଚ୍ଚା କରିଥିଲେ।  ଭାରତ ଉପରେ ଆମେରିକା ଲଗାଇ ଥିବା ୫୦ ପ୍ରତିଶତ ଶୁଳ୍କକୁ ନେଇ କଂଗ୍ରେସ ନେତା ପୃଥ୍ୱୀରାଜ କହିଲେ ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ପୂର୍ବରୁ ବନ୍ଦ ହୋଇସାରିଛି। ଭେନେଜୁଏଲାରେ ଯାହା ଘଟିଲା ​​ତାହା ଭାରତରେ ହେବ କି ବୋଲି ଏବେ ପ୍ରଶ୍ନ ଉଠୁଛି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପହରଣ କରିନେବେ କି? ଏବେ କେବଳ ଏହା ବାକି ରହିଛି ।

ଚଭନଙ୍କ ଏହି ମନ୍ତବ୍ୟକୁ ବକ୍ତବ୍ୟକୁ ବିଜେପି ଭାରତ ବିରୋଧୀ ଏବଂ ଅବାନ୍ତର ବୋଲି କହିଛି। ତୀବ୍ର ସମାଲୋଚନା ପରେ କଂଗ୍ରେସ ନେତା ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଚଭନ କହିଛନ୍ତି ଯେ ଆମେରିକା ଯାହା କରିଛି ତାହା ଜାତିସଂଘ ଚାର୍ଟାର ଏବଂ ଅନ୍ତର୍ଜାତୀୟ ଆଇନ ବିରୋଧୀ ବୋଲି ମୁଁ କହିଛ। ଜଣେ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅପହରଣ କରି ନିଆଯାଇଛି। ଏହା ଜାତିସଂଘ ଚାର୍ଟରର ଉଲ୍ଲଂଘନ।  ଟ୍ରମ୍ପ ପଡ଼ୋଶୀ କଲମ୍ବିଆର ରାଷ୍ଟ୍ରପତିଙ୍କୁ ମଧ୍ୟ ଧମକ ଦେଇଥିଲେ। ସେ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବା କଥା କହୁଛନ୍ତି। ସେ ପାନାମା କେନାଲକୁ ନିୟନ୍ତ୍ରଣ କରିବାକୁ ଚାହାନ୍ତି। ଯଦି ସହମତି ନହୁଏ, ତେବେ ଜାତିସଂଘ ବ୍ୟବସ୍ଥା ଭୁଶୁଡ଼ି ପଡ଼ିପାରେ। ତେଣୁ ଯଦି ସମସ୍ତ ଏକାଠି ହୋଇ ସତର୍କ ନ ହୁଅନ୍ତି ତେବେ ଯେକୌଣସି ବ୍ୟକ୍ତି ସହ ଏପରି ହୋଇପାରେ।  ଟ୍ରମ୍ପ ଯେପରି ମୋଦିଜୀଙ୍କୁ ଧମକ ଦେଉଛନ୍ତି ତାହାକୁ ଦେଖି ଆମେ ମଧ୍ୟ ସତର୍କ ରହିବା ଉଚିତ।

ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ମୋଦୀ କାହିଁକି ଟ୍ରମ୍ପଙ୍କ ନିକଟରେ ମୁଣ୍ଡ ନୁଆଁଇଛନ୍ତି ତାହା ସେ ବୁଝିପାରୁନାହିଁ। ଏହା ଦେଶ ପାଇଁ ଭଲ ନୁହେଁ। ଆପଣ ଦେଶ ପାଇଁ ଠିଆ ହେବା ଉଚିତ। ମୁଣ୍ଡ ହଲାଇବା ପାଇଁ ଦେଶ ଆପଣଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ କରିନାହିଁ। ରୁଷଠାରୁ ତୈଳ କ୍ରୟ ହ୍ରାସ ନେଇ ଟ୍ରମ୍ପ ଦେଇଥିବା ବୟାନ ପରେ ଖଡଗେ ଏହି ପ୍ରତିକ୍ରିୟା ଦେଇଛନ୍ତି। ଭେନେଜୁଏଲା ସ୍ଥିତି ଉପରେ ଚିନ୍ତା ପ୍ରକଟ କରି ସେ କହିଛନ୍ତି ଯେ ସେଠାକାର ପରିସ୍ଥିତି ବିଶ୍ବ ପାଇଁ ଭଲ ନୁହେଁ। ଭୟଭୀତ କରିବା ଏବଂ ବିସ୍ତାରବାଦ ନୀତି ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରେ ନାହିଁ। ହିଟଲର ଏବଂ ମୁସୋଲିନି ଭଳି ଲୋକ ଇତିହାସ ପାଲଟି ଯାଇଛନ୍ତି। ବିଶ୍ୱ ଶାନ୍ତିକୁ ବିପଦରେ ପକାଇବା ଭଳି ଭାବିବା ଠିକ୍ ନୁହେଁ ବୋଲି ସେ କହିଛନ୍ତିି ।