Heavy Cold Wave - The Sakala

ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା, ଆହୁରି ୩ ଦିନ କଲବଲ କରିବ ଜାଡ଼
ଭୁବନେଶ୍ୱର: ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀରେ ବାଘୁଆ ଜାଡ଼ । ୯ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ୱରର ପାରଦ । ଜାନୁଆରୀ ମାସରେ ଭୁବନେଶ୍ୱରର ତୃତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ । ଭୁବନେଶ୍ୱରର ରାତି ତାପମାତ୍ରା ୯.୪ ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀକୁ ଖସିବା ସହ ଚଳିତବର୍ଷ ଏହା ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ସେହିପରି ବାଲେଶ୍ୱର ୯.୫, ଝାରସୁଗୁଡା ୫.୮, କେନ୍ଦୁଝର ୮.୦, ସମ୍ବଲପୁର ୧୦.୦, ରାଉରକେଲା ୫.୪ ରେକର୍ଡ ହୋଇଛି ।

ଅନ୍ୟପଟେ ଏଭଳି ସ୍ଥିତି ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ଶୀତ ଲହରୀ (କୋଲ୍ଡ ୱେଭ୍‌) ସତର୍କ ସୂଚନା ଜାରି କରାଯାଇଛି। ଜଗତସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ସୋନପୁର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ଆସନ୍ତା ୩ ଦିନ ପରେ ରାଜ୍ୟର କିଛି ସ୍ଥାନରେ ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବ। ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଅପରିବର୍ତ୍ତିତ ରହି ପୁଣି ଏହା ପରେ ତାପମାତ୍ରାରେ ହ୍ରାସ ଘଟିବ ବୋଲି ପାଣିପାଗ କେନ୍ଦ୍ର ନିଜ ବୁଲେଟିନ୍‌ରେ ଦର୍ଶାଇଛି। ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ୍‌(୦) ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଛି।

ଶୀତରେ ଥରୁଛି ସାରା ମୟୂରଭଞ୍ଜ; ଶିମିଳିପାଳରେ ପାରଦ ଶୂନ ଡିଗ୍ରୀ, ଜନଜୀବନ ଅସ୍ତବ୍ୟସ୍ତ
ବାରିପଦା: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଥଣ୍ଡାରେ ଥରୁଛି ଶିମିଳିପାଳ । ଶିମିଳିପାଳରେ ଚଳିତ ବର୍ଷ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଗତ ୪୮ଘଣ୍ଟା ମଧ୍ୟରେ ପାରଦ ୮ଡିଗ୍ରୀ ତଳକୁ ଖସି ଶୂନ ତାପମାତ୍ରାରେ ପହଞ୍ଚିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଦିନତମାମ ଘଣ୍ଟାକୁ ୧୭କି.ମି ବେଗରେ ଉତ୍ତରା ପବନ ପ୍ରବାହିତ ହେଉଥିବାରୁ ହାଡଭଙ୍ଗା ଶୀତକଷ୍ଟ ଜିଲ୍ଲାତମାମ ଅନୁଭୂତ ହେଉଛି । ଏପରିକି କୋହଲା ପାଗ ସହିତ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଶୀତର ପ୍ରଭାବ ପାଇଁ ଦିନରାତି ଲୋକେ ଶୀତବସ୍ତ୍ର ଘୋଡାଇ ରହୁଛନ୍ତି । ସନ୍ଧ୍ୟା ସମୟରେ ନିଆଁ ଜାଳି ଶୀତକଷ୍ଟ ଲାଘବ କରୁଛନ୍ତି ।

ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ରୁ ୮ଡିଗ୍ରୀ ପାଖାପାଖି ରହୁଛି । ଶିମିଳିପାଳର ଉପରବାରହା କାମୁଡା ରେଞ୍ଜରେ ସୋମବାର ସର୍ବନିମ୍ନ ତାପମାତ୍ରା ୮ଡିଗ୍ରୀ ଓ ଚହଲାରେ ୯ଡିଗ୍ରୀ ଥିବା ବେଳେ ମଙ୍ଗଳବାର ପାରଦ ଖସିଯାଇ ୩ ଡିଗ୍ରୀରେ ପହଞ୍ଚିଥଲା । ମାତ୍ର ଗତ ରାତିରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ହୋଇଛି । ଏହି ଦୁଇଟି ସ୍ଥାନରେ ସକାଳେ ଘାସ ଓ ଗଛପତ୍ରରେ ପଡିଥିବା ତୁହିନର ଆସ୍ତରଣ ତୁଷାରପାତର ଭ୍ରମ ସୃଷ୍ଟି କରିଛି ।

ଗତ ରାତିରେ ଶିମିଳିପାଳର ତାପମାତ୍ରା ୦° ସେଲସିଅସ୍‌କୁ ଖସିଯାଇ ଏକ ବିସ୍ମୟକର ମୋଟା ତୁହିନର ଚାଦର ସୃଷ୍ଟି କରିଛି।  ଶିମିଳିପାଳରେ ଏପରି ତୁହିନର ଆସ୍ତରଣ (ଫ୍ରଷ୍ଟ) ଦୃଶ୍ୟ ଶୀତଳ ଲହରୀ ସମୟରେ ସୃଷ୍ଟି ହୋଇଛି । ଯାହା ପ୍ରକୃତିର ଏକ ଅପୂର୍ବ ସୌନ୍ଦର୍ଯ୍ୟ  ।