Yaas Cyclone - The Sakala
ୟସ ପୋଛିନେଲା ସିଂଥି ସିନ୍ଦୂର, ବାପ ଛେଉଣ୍ଡ ହୋଇଗଲେ ତିନି ନାବାଳିକା
ଔପଦା/ବାଲେଶ୍ୱର : ସଧବା ସିଂଥିରୁ ସିନ୍ଦୁର ପୋଛି ନେଲା ବାତ୍ୟା ୟସ ର କରାଳ ଗତି। ଏପଟେ ବାପ ଛେଉଣ୍ଡ ହେଇଗଲେ ୩ ନାବାଳିକା। ନା ଅଛି ଖାଇବାକୁ, ନା ବାସ ଅଛି ମୁଣ୍ଡ ଗୁଞ୍ଜିବାକୁ । ଶୁଦ୍ଧିକ୍ରିୟା ପାଇଁ ବି ଅର୍ଥ ମିଳୁନି। ନିଷ୍ଠୁର ବିଧାତାର ଅଙ୍କ ଏମାନଙ୍କ ପାଇଁ ଭୁଲ ହୋଇଯାଇଛି।। ବିଧବା ପତ୍ନୀ ଆଉ ନାବାଳିକା କନ୍ୟା ଙ୍କ ଆଖିରୁ ଲୁହ ଯେପରି ବିରାମ ନେଉନି।
ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ତଳକିଆ ପଞ୍ଚାୟତ ର ତଳକିଆ ଗ୍ରାମ ରେ । ଏହି ଗ୍ରାମର ସ୍ବର୍ଗତ ଉପେନ୍ଦ୍ର ନାୟକ ଙ୍କ ପୁତ୍ର ତଥା ଅଟୋ ଡ୍ରାଇଭର ଜମିବାଡ଼ି ଶୂନ୍ୟ ବିଜୟ କୁମାର ନାୟକ (୪୫) ଅଟୋ ଚଳାଇ ୭ ପ୍ରାଣୀ କୁଟୁମ୍ବ ପ୍ରତି ପୋଷଣ କରନ୍ତି । ୫ ଟି ଝିଅ ରୁ ଦୁଇ ଝିଅ କୁ ଧାର କରଜ କରି ଏଇ କିଛି ଦିନ ହେବ ବିବାହ କରାଇଛନ୍ତି । ହଠାତ ଦଇବ ବାଧକ ସାଜିଲା । ବାତ୍ୟା ୟସ ର ତାଣ୍ଡବ ରେ ଘର କାନ୍ଥ ପଡି ମେ ମାସ ୨୬ ତାରିଖ ବୁଧବାର ମୃତ୍ୟୁ ବରଣ କଲେ ଅଟୋ ଡ୍ରାଇଭର ବିଜୟ । ସେହି ଦିନ ଠାରୁ ବିଭାଗୀୟ ତରଫରୁ ତଦନ୍ତ ହୋଇ ଥିଲେହେଁ ଆଜି ସାତ ଦିନ ପୁରିଲା ପରେ ଅଭିଯୋଗ କଲାରୁ ତହସିଲ କିରାଣୀ ଦିଲୀପ ମଢେଇ ପହଁଚି ଖଣ୍ଡେ ପଲିଥିନ ଦେଇ ଖୁବ ଶୀଘ୍ର ସରକାରୀ ସହାୟତା ମିଳିବାର ପ୍ରତିଶୃତି ଦେଇ ଚାଲି ଯାଇଥିଲେ ।
ତିନୋଟି ନାବାଳିକା ମଧ୍ୟରୁ ଜଣେ ୧୦ମ ଶ୍ରେଣୀ, ଜଣେ ଷଷ୍ଠ ଶ୍ରେଣୀ ଓ ଅନ୍ୟ ଜଣେ ଦ୍ୱିତୀୟ ଶ୍ରେଣୀ ରେ ପଢୁଥିବାର ଜଣାଯାଇଛି । ବିଧବା ପତ୍ନୀ ଆଉ ତିନି ନାବାଳିକା ଙ୍କ ଆଖିରେ ଅସରନ୍ତି ଲୁହର ଧାର। ବିଧବା ପତ୍ନୀ ମମତା ଙ୍କ ପାଖରେ ଶୁଦ୍ଧି ହେବା ପାଇଁ ବି ଅର୍ଥ ନାହିଁ, ଖାଇବାକୁ ଘରେ ଦାନା ନାହିଁ । ଯାହା ଥିଲା ବାତ୍ୟା ରେ ସବୁ ଧୋଇ ହୋଇ ଯାଇଛି ବୋଲି ମମତା କହିଛନ୍ତି । ଏଭଳି ଅସହାୟ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି ।
ବାତ୍ୟା ୟସ ପ୍ରଭାବରେ ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି
ରାଜନଗର: ବଂଗୋପସାଗରରେ ସୃଷ୍ଟି ବାତ୍ୟା ୟସ ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ହେନ୍ତାଳବଣରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି । ଅନେକ ବିରଳ ବୃକ୍ଷ ଭାଙ୍ଗି ପଡିଛି । ଏହାଛଡା ଭିତରକନିକାକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ବଂଗୋପସାଗର କୂଳରେ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହବାଳିଖଟି ଠାରେ ନିର୍ମାଣ କରାଯାଇଥିବା କଟେଜ ଗୁଡିକ ବାତ୍ୟା ପ୍ରଭାବରେ କ୍ଷତି ଘଟିଛି । ଚଳିତ ବାତ୍ୟାରେ ସମୁଦ୍ର ଜୁଆର ହବାଳିଖଟିରେ ତାଣ୍ଡବ ରଚିଛି । ଡଲଫିନ ହାଉସ ଉପରେ ସମୁଦ୍ର ଜୁଆର ମାଡ ନେବା ସହ ଡଲଫିନ ହାଉସ ତଳୁ ୨ ଫୁଟ ଗଭୀରର ମାଟି ଓ ବାଲିକୁ ଧୋଇ ନେଇଛି । ଠିକ୍ ଯେପରି ଦୁଇ ବର୍ଷ ତଳେ ହବାଳିଖଟିର ଅନ୍ୟ ଏକ ବିଲ୍ଡିଂ ତଳୁ ଧୋଇ ନେଇଥିଲା । ସମୁଦ୍ର ଜୁଆର ଓ ପବନ ମାଡରେ ଡଲଫିନ ହାଉସର କବାଟ ଭାଙ୍ଗି ଘର ଭିତରେ ୨ଫୁଟର ଜୁଆର ପାଣି ଜମି ରହିଛି । ପବନରେ ଫ୍ଲୋଟିଂ ଜେଠିକୁ ୧୦ଫୁଟ ଉଚ୍ଚକୁ ଉଡାଇ ନେଇ ଟେକି ରଖିଛି । ବାବୁବାଲି ଠାରେ ବନବିଭାଗର କ୍ୟାମ୍ପ ହାଉସକୁ ଉଡାଇ ନେଇଛି ।
ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ଠାରେ ସମୁଦ୍ର କୂଳରେ ୨୦୧୮ ମସିହାରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ୪ଟି କଟେଜ ନିର୍ମାଣ କରାଯାଇଥିଲା । ଏକକୂଳା ଠାରେ ଥିବା ଅତିଥି ଭବନର ଛପର ଉଡାଇ ନେଇଛି । ଡାଙ୍ଗମାଳଠାରେ ଥିବା ମ୍ୟୁଜିୟମ ଉପରେ ଗଛ ପଡି ଭାଙ୍ଗି ଯାଇଛି । ନଳିତାପାଟିଆ ବିଟ ହାଉସ ଓ ଡାଙ୍ଗମାଳ ଭିତରେ ଥିବା ୨ଟି ରିସର୍ଚ୍ଚ ସେଂଟର ଗଛ ପଡିଛି । ଜଙ୍ଗଲ ଭିତରେ ଥିବା ବନବିଭାଗର ଅଧିକାଂଶ ପାଦଚଲା ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ସମୁଦ୍ର କୂଳରେ ଶତାଧିକ ଝାଉଁ ଗଛକୁ ଜୁଆର ଉପାଡି ଦେଇଛି । ଚାରିଆଡେ ପାଣି ମାଡିଥିବାରୁ ଜଙ୍ଗଲ ଭିତରର କ୍ଷୟକ୍ଷତି ରିପୋର୍ଟ ଜଣାପଡିନାହିଁ । ଡାଙ୍ଗମାଳଠାରେ ପାଚେରି ପଡି ଗୋଟିଏ ହରିଣ ଓ ଗଛ ପଡି ଅନ୍ୟ ଏକ ହରିଣ ମୃତ୍ୟୁବରଣ କରିଛି । ତାଳଚୁଆ ଅଂଚଳରେ ଗୋଟିଏ ହରିଣ ମୃତ୍ୟୁବରଣ କରିଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଖୋଳା ଗାଁ ଭିତରକୁ ପଶି ଆସିଥିବା ୪ଟି ହରିଣକୁ ଉଦ୍ଧାର କରାଯାଇ ଜାତୀୟ ଉଦ୍ୟାନ ମଧ୍ୟରେ ଛଡାଯାଇଥିବା ନେଇ ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି ।
ଓଡ଼ିଶାକୁ ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ବର: ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ୟସର ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳେ ବାତ୍ୟା ୟସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶାରେ ତୁରନ୍ତ ରିଲିଫ କାର୍ଯ୍ୟ ପାଇଁ ୫୦୦ କୋଟି ସହାୟତା ଘୋଷଣା କରିଛନ୍ତି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ସେପଟେ ଓଡିଶାର କ୍ଷୟକ୍ଷତି ଆକଳନ କରିବାକୁ ଖୁବଶୀଘ୍ର ଏକ କେନ୍ଦ୍ରୀୟ ଟିମ ଆସିବ । ଆନ୍ତଃମନ୍ତ୍ରୀସ୍ତରୀୟ ଟିମର ରିପୋର୍ଟ ଆଧାରରେ ପରବର୍ତ୍ତୀ ସହାୟତା ରାଶି ଘୋଷଣା କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି । ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାର ୩ଜିଲ୍ଲା ଓ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର କ୍ଷୟକ୍ଷତି ନେଇ ଆକାଶମାର୍ଗରୁ କରିଥିଲେ ଅନୁଧ୍ୟାନ ।
ବିମାନବନ୍ଦରରେ ବସିଥିବା ସମୀକ୍ଷା ବୈଠକରେ ଓଡିଶା ତରଫରୁ କ୍ଷୟୟତି ବାବଦ ଅର୍ଥ ରାଶି ଦାବି କରାଯାଇନଥିଲା । ବରଂ ବାତ୍ୟା ନିରୋଧୀ ଭିତ୍ତିଭୂମି ଦାବି କରିଥିଲା ଓଡ଼ିଶା । ବାତ୍ୟାରେ କଣ କଣ ହୋଇଛି ସେ ନେଇ 8ମିନଟର ଭିଡ଼ିଓ ମୋଦିଙ୍କୁ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଅଞ୍ଚଳର ଚିତ୍ର ପାୱାର ପଏଣ୍ଟ ମାଧ୍ୟରେ ଦେଖାଯାଇଥିଲା । ଏହାସହ ବାତ୍ୟା କ୍ଷୟକ୍ଷତିର ଭରଣା ରାଜ୍ୟ ନିଜେ କରିବ ବୋଲି ଜଣାଯାଇଛି ।
ବାତ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ସୂରୁପ ୨ଲକ୍ଷ ଅନୁକମ୍ପା ଯୋଗାଇଦିଆଯିବ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ବାତ୍ୟା ୟାସରେ ସର୍ବାଧିକ କ୍ଷତି ହୋଇଥିବା ରାଜ୍ୟ ଓଡ଼ିଶାକୁ ୫ଶହ କୋଟି ପ୍ରଦାନ କରାଯାଇଥିବା ବେଳେ ପଶ୍ଚିମବଙ୍ଗକୁ ୨୫୦ କୋଟି ଏବଂ ଝାଡଖଣ୍ଡକୁ ୨୫୦ କୋଟି ସହାୟତା ରାଶି ଘୋଷଣା କରାଯାଇଛି । ସମୀକ୍ଷା ସାରିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।
୮୯୮ଟି ବାତ୍ୟା ଆଶ୍ରୟସ୍ଥଳୀରେ ୭୮୩୯୦ ଜଣଙ୍କୁ ଥଇଥାନ କଲା କେନ୍ଦ୍ରାପଡ଼ା ପ୍ରଶାସନ
କେନ୍ଦ୍ରାପଡ଼ା : ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ୟସ୍‌’ l ଏହାର ପ୍ରଭାବରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପବନ ହେବା ଆରମ୍ଭ ହୋଇଛି l ସେପଟେ ଧୀରେ ଧୀରେ ବର୍ଷା ଆଉ ପବନର ବେଗ ବଢ଼ିବାରେ ଲାଗିଛି l ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୭୫-୧୮୫ କିଲୋମିଟର‌୍‌ ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି l ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ମହାକାଳପଡ଼ାର ସୁନୀତି, କ˚ସାର ବଡ଼ଦାଣ୍ତୁଅ ପ˚ଚାୟତ ସମେତ ରାଜନଗରର ପୁରୁଷୋତ୍ତମପୁର ଅଞ୍ଚଳରେ ଲୁଣା ପାଣି ପଶିଯାଇଛି। ଏପଟେ ଜିରୋ କାଜୁଆଲ୍‌ଟି ବା ଶୂନ୍ୟ ମୃତାହତ ନୀତିକୁ ଆଧାର କରି ପ୍ରଶାସନ ଗତକାଲିଠାରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲୁ ରଖିଛି। ବିଶେଷ କରି ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ର ସମୁଦ୍ର ଉପକୂଳବର୍ତ୍ତୀ ଅ˚ଚଳରେ ଥିବା ଜନବସତିରୁ ଅଧିକା˚ଶ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଜିଲ୍ଲାର ୯ଟି ବ୍ଲକ୍‌ ଓ ଦୁଇ ପୌରାଞ୍ଚଳରୁ ୬୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନ ଯୋଜନା କରିଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭୮ହଜାର ୩୯୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ୍‌ରେ ଥଇଥାନ କରାଯାଇଥିବା ନେ଼ଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି l ଆସନ୍ତାକାଲି ଅପରାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଥିବାରୁ ଆଜି ସ˚ଧୢା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବାରୁ ସ˚ଖ୍ୟା ଯଥେଷ୍ଟ ଅଧିକ ବଢ଼ିବା ସମ୍ଭାବନା ରହିଛି। ଖାସ୍‌ ସେଥିପାଇଁ ଜିଲ୍ଲାରେ ୭୯୧ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଅନ୍ୟପଟେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ଶକ୍ତି ସଚିବ ହେମନ୍ତ ଶର୍ମା ଆଜି ସକାଳେ ଜିଲ୍ଳାପାଳଙ୍କ ସହିତ ରାଜନଗର ଯାଇ ବିଭିନ୍ନ ଅ˚ଚଳ ପରିଦର୍ଶନ କରିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ଆଶ୍ରୟସ୍ଥଳୀକୁ ଯାଇ ବିପନ୍ନ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ତଦାରଖ କରିଥିବା ଦେଖିବାକୁ ମିଳିଛି।
ସନ୍ଧ୍ୟା ସୁଦ୍ଧା ହସ୍ତଗତ ପ୍ରଶାସନିକ ରିପୋର୍ଟ ମୁତାବକ, ରାଜନଗର ଓ ମହାକାଳପଡ଼ା ବ୍ଲକ୍‌ରୁ ସର୍ବାଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ରାଜନଗର ବ୍ଲକ୍‌ର ୨୩ହଜାର ୫୦୭ଲୋକଙ୍କୁ ୧୬୨ଟି ଆଶ୍ରୟସ୍ଥଳୀ(୪୬ବାତ୍ୟା ଆଶ୍ରୟସ୍ଥଳୀ ଓ ୧୧୬ଅନ୍ୟ ଆଶ୍ରୟସ୍ଥଳୀ)କୁ ସ୍ଥାନାନ୍ତର କରାଯାଇଥିବା ବେଳେ ମହାକାଳପଡ଼ା ବ୍ଲକ୍‌ରୁ ୧୬ହଜାର ୫୧୨ ପ୍ରଭାବିତଙ୍କୁ ୧୮୯ଟି ଆଶ୍ରୟସ୍ଥଳସ୍ଥଳୀ( ୩୫ବାତ୍ୟା ଆଶ୍ରୟସ୍ଥଳ ଓ ୧୫୪ଟି ଅନ୍ୟ)ରେ ଥଇଥାନ କରାଯାଇଛି। ସେହିପରି ଆଳି ବ୍ଲକର ୪୮୧୧ ଲୋକଙ୍କୁ ୬୨ଟି ଆଶ୍ରୟସ୍ଥଲକୁ ସ୍ଥାନାନ୍ତର କରାଯାଇଛି l ସେହିପରି ଡେରାବିଶ ବ୍ଲକର ୬୩୮୦ ଲୋକଙ୍କୁ ୭୩ଟି ଆଶ୍ରୟସ୍ଥଳରେ ରଖାଯାଇଛି l ସେହିପରି ଗରଦପୁର ବ୍ଲକର ୨୩୮୪ ଜଣଙ୍କୁ ୬୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି l କେନ୍ଦ୍ରାପଡ଼ା ବ୍ଲକର ୫୦୬୫ ଜଣଙ୍କୁ ୯୮ଟି ଆଶ୍ରସ୍ଥଳକୁ ସ୍ଥାନାନ୍ତର କରାଯାଇଛି l ସେହିପରି ମାର୍ଶାଘାଇର ୨୩୩୩ ଜଣଙ୍କୁ ୪୩ଟି ଆଶ୍ରୟସ୍ଥଳକୁ ସୁରକ୍ଷିତ ଭାବେ ପଠାଯାଇଛି l ପଟ୍ଟାମୁଣ୍ଡାଇର ୯୨୩୫ ଜଣଙ୍କୁ ୧୦୦ଟି ଆଶ୍ରୟସ୍ଥଳକୁ ପଠାଯାଇଛି l ରାଜକନିକା ଅଞ୍ଚଳରୁ ୬୫୫୮ ଜଣଙ୍କୁ ୭୭ଟି ବାତ୍ୟା ଆଶ୍ରସ୍ଥଳୀରେ ରଖାଯାଇଛି l କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ୭୮୨ ଜଣଙ୍କୁ ୧୪ଟି ଆଶ୍ରୟ ସ୍ଥଳୀରେ ରଖାଯାଇଛି l ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳରୁ ୮୨୩ ଜଣଙ୍କୁ ୧୧ଟି ଆଶ୍ରୟସ୍ଥଳୀକୁ ପଠାଯାଇଛି l
ସେଠାରେ ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ସମେତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଅଗ୍ନିଶମ ବାହିନୀ ସମେତ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌ ଟିମ୍‌ ମଧୢ ପ୍ରଭାବିତ ଆଶଙ୍କା ଥିବା ଅ˚ଚଳରେ ଗତକାଲିଠାରୁ ନିୟୋଜିତ ଥିବା ସୂଚନା ମିଳିଛି।
ଏପଟେ ଜିଲ୍ଳାପାଳ ଅମ୍ରିତ ଋତୁରାଜ ବିପଦପୂର୍ଣ୍ଣ ସ୍ଥାନଗୁଡିକ ବୁଲି ବୁଲି ସ୍ଥାନାନ୍ତର ପ୍ରକ୍ରିୟା ତଦାରଖ କରିବା ସହିତ ଆଶ୍ରୟସ୍ଥଳରେ ହୋଇଥିବା ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଛନ୍ତି l
ବାତ୍ୟା ‘ୟସ୍’ ପାଇଁ ବୁଧବାର ଭୁବନେଶ୍ୱର ଓ ରାଉରକେଲାରେ ବନ୍ଦ ରହିବ ଟିକାକରଣ
ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ ସେମାନେ ୨୯ ତାରିଖରେ ଟିକା ନେଇ ପାରିବେ ।
The Vaccination Drive tomorrow 26th May is herby rescheduled to 29th May in all the centres under BMC area due to #CycloneYaas.
Citizens who have booked their appointment for 26th May can take the Vaccination on 29th May with the same appointment slip#StaySafe #OdishaFightsYaas pic.twitter.com/vqQPJve0uq
— BMC (@bmcbbsr) May 25, 2021
ସେହିଭଳି ଆସନ୍ତାକାଲି ରାଉରକେଲା ସହରରେ କୋଭିଡ୍ ଟିକାକରଣ ବନ୍ଦ ରହିବ । ସହରର ସମସ୍ତ ଟିକା ଦାନ କେନ୍ଦ୍ରରେ ଟିକାକରଣ ହେବନାହିଁ । ଏନେଇ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।
ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୭ ତାରିଖ ଯାଏ କୋଭିଡ୍ ଟିକାକରଣ, କୋଭିଡ୍ ଟେଷ୍ଟ ସହ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ ମଧ୍ୟ ହେବ ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବୁଧବାର ଭୋର୍ ସମୟରେ ବାତ୍ୟା ‘ୟାସ୍’ ଧାମରା ନିକଟରେ ମାଡ଼ ହେବ ।
ବାତ୍ୟା ‘ୟସ୍’ ମୁକାବିଲା ନେଇ ଜାଣନ୍ତୁ କେଉଁ ଜିଲ୍ଲାରେ କଣ ରହିଛି ପ୍ରସ୍ତୁତି
ଭୁବନେଶ୍ୱର: ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ‘ୟସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି ।
ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପର୍ଯ୍ୟାପ୍ତ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆଲୋକ ସହ ବିଦ୍ୟୁତ୍ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୫ ହଜାର ୫୨୩ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ୨ ଲକ୍ଷ ୪୮ ହଜାର ୪୯ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏଥିସହ ୬୫୧ଟି ଫ୍ରି କିଚେନ୍ ସେଣ୍ଟର କରାଯାଇଛି ।
ଜିଲ୍ଲା ଅନୁଯାୟୀ ସ୍ଥାନାନ୍ତରଣ
ଜିଲ୍ଲା
ଖୋଲା ଥିବା ବାତ୍ୟା ଆଶ୍ରୟସ୍ଥଳୀ
ସ୍ଥାନାନ୍ତରଣ
୧
ବାଲେଶ୍ୱର
୧୪୧୨
୭୯, ୫୫୮
୨
ଭଦ୍ରକ
୭୭୪
୭୩, ୧୦୩
୩
କଟକ
୭୬୨
୧, ୯୧୫
୪
ଜଗତସିଂହପୁର
୧୭୯
୧,୧୧,୧୮୪
୫
ଯାଜପୁର
୧୨୦
୩,୬୨୩
୬
କେନ୍ଦ୍ରାପଡ଼ା
୮୦୦
୬୨,୦୦୯
୭
କେନ୍ଦୁଝର
୧୨
୪୫୩
୮
ମୟୂରଭଞ୍ଜ
୪୨୭
୧୦,୨୮୧
୯
ଢେଙ୍କାନାଳ
୩୦
୯୭୯
୧୦
ପୁରୀ
୧୬୬
୩, ୫୦୦
୧୧
ଖୋର୍ଦ୍ଧା
୮୪୧
୧, ୪୪୪
ମୋଟ
୫୫୨୩
୨, ୪୮, ୦୪୯
ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୩ ଜିଲ୍ଲାରେ ୫୨ଟି ଏନଡିଆରଏଫ୍ ଟିମ୍, ୬୦ଟି ଓଡ୍ରାଫ୍ ଟିମ୍, ୨୦୬ଟି ଅଗ୍ନିଶମ ବାହିନୀ ସହ ୮୬ଟି ଗଛ କାଟିବା ପାଇଁ ଟିମ୍ ମୁତୟନ ହୋଇଛନ୍ତି । ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ସାଟେଲାଇଟ୍ ଫୋନ୍ ଦିଆଯାଇଛି । ଟେଲିକମ୍ ସେବା ବ୍ୟାହତ ହେଲେ ଏହାର ବ୍ୟବହାର କରାଯିବ । ବାତ୍ୟାରେ ଘର ଭାଙ୍ଗିଲେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।
ଜୁନ୍ ପ୍ରଥମ ସୁଦ୍ଧା ପ୍ରସବ ତାରିଖ ଥିବା ୪ ହଜାର ୫୧୦ ମହିଳାଙ୍କୁ ଚିହ୍ନଟ କରାଯାଇଛି । ୩୬୫ ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ସ୍ଥାନାନ୍ତରଣ ନେଇ ପ୍ରକ୍ରିୟା ଚାଲିଛି । ଆବଶ୍ୟକ ଔଷଧ ସହ ସ୍ୱାସ୍ଥ୍ୟସେବା ନେଇ ଅନ୍ୟ ବ୍ୟବସ୍ଥା କରାଯାଇଛି । ସରକାରୀ ଛୁଟି ବାତିଲ୍ କରାଯାଇଥିବା ବେଳେ ସମସ୍ତ ଅଧିକାରୀ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ବାତ୍ୟା ୟସ ର ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟାର ମୁକାବିଲା କିପରି କରାଯାଉଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସରକାର ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ଲୋକମାନେ ମଧ୍ୟ ଏଥିରେ ସହଯୋଗ କରନ୍ତୁ ବୋଲି କହିିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଜୀପ ଜେନା। ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ୟାସ୍‌ ବର୍ତ୍ତମାନ ପାରୀଦୀପ ଠାରୁ ୨୦୦ କିମି ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ରହିଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦେଇ ଗତି କରୁଛି।
ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ ଜେନା ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କିଭଳି ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତା ସହ ଏସଆରସି ପ୍ରଦୀପ ଜେନା ବାତ୍ୟା ୟସର ଗତିପଥ ଓ ଏହାର ଲ୍ୟାଣ୍ଡଫଲ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାତ୍ୟାର ଗତିପଥ, ମୁକାବିଲା, ପ୍ରଶାସନ ପ୍ରସ୍ତୁତି ନେଇ ବ୍ୟାପକ ଭାବେ ଏସଆରସି ଏହି ଭିଡିଓ କନଫରେନ୍ସିଂରେ ସୂଚନା ଦେଇଥିଲେ ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅତିଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହା ବାଲେଶ୍ୱର କିମ୍ବା ଭଦ୍ରକ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ବଢିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେବେ ଏହାପୂର୍ବରୁ ପ୍ରଶାସନର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।
ଗୋଟେପଟେ କରୋନା ଅନ୍ୟପଟେ ବାତ୍ୟା : ଘର ଛାଡି ଯିବାକୁ ମଙ୍ଗୁନାହାନ୍ତି ଲୋକେ, ବୁଝାସୁଝା କରି ଅଞ୍ଚଳବାସୀଙ୍କୁ କରାଯାଉଛି ସ୍ଥାନାନ୍ତର
ବାଲେଶ୍ବର : ଗୋଟିଏପଟେ କରୋନା କଲବଲ କରୁଛି ତ ଅନ୍ୟପଟେ ମାଡିଆସୁଛି ବାତ୍ୟା ୟସ୍‌। ତେବେ ଏହାକୁ ନେଇ ଲେକେ‌ ଭୟଭୀତ ମଧ୍ୟ ଅଛନ୍ତି। ଏପରି ସମୟରେ ବାତ୍ୟାରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ବାଲେଶ୍ବର ଜିଲ୍ଲା ସମୁଦ୍ରକୂଳ ଅଞ୍ଚଳରୁ ଦୁଇ ଦିନ ଧରି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ବିଶେଷକରି ସମୁଦ୍ର କୁଳରେ ଅଧିକାଂଶ ଘର କଚ୍ଚା ଘର ରହିଛି। ସେଥିପାଇଁ ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇ କଚ୍ଚା ଘରୁ ଆଶୟସ୍ଥଳୀକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି। ତେବେ ସଂକ୍ରମଣ ଭୟରେ ଲୋକେ ଘର ଛାଡ଼ିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ସେମାନଙ୍କୁ ବୁଝାସୁଝା କରି ଆଶ୍ରୟସ୍ଥଳୀକୁ ପଠାଯାଉଛି। ଏହାର ଉଦାହରଣ ହେଉଛି ଚାନ୍ଦିପୁରର ମିର୍ଜାପୁର ଗ୍ରାମ। ଯାହା ସମୁଦ୍ରର ଅତି ନିକଟରେ ଅବସ୍ଥିତ। ଏହି ଗାଁର ଅଧିକାଂଶ ଲୋକଙ୍କ ଘର କଚ୍ଚା। ତେବେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଗ୍ରାମର ଲୋକଙ୍କୁ ବୁଝାସୁଝା କରି ବାତ୍ୟା ଆଶ୍ରୟସ୍ଥଳୀକୁ ପଠାଉଛନ୍ତି।
ଗୋଟିଏପଟେ ସଂକ୍ରମଣ ଭୟ ଅନ୍ୟପଟେ ଜୀବନ ବଞ୍ଚାଇବାକୁ ନେଇ ପୁଣି ସଂଘର୍ଷ। ଏପରିସ୍ଥିତିରେ ଗ୍ରାମବାସୀ ଘର ଛାଡ଼ିକି ଯିବାକୁ ରାଜି ହେଉନାହାନ୍ତି। ଫଳରେ ମାଇକ୍‌ ଧରି ଲୋକଙ୍କୁ ବୁଝାଇ ଆଶ୍ରୟସ୍ଥଳୀକୁ ଯିବାକୁ କୁହାଯାଉଛି। ସେହିପରି ସଦର ବ୍ଲକ ରସାଳପୁର ପଞ୍ଚାୟତର ଭୀମପୁରପାହି ଗ୍ରାମ। ଯାହା ସମୁଦ୍ର ନିକଟରେ ଅବସ୍ଥିତ। ଯେଉଁଠି ପ୍ରାୟ ୧୫ ଶହ ଲୋକ କଚ୍ଚା ଘରେ ବସବାସ କରନ୍ତି। ତେବେ ସେମାନଙ୍କୁ ସ୍ଥାନାନ୍ତର ପାଇଁ ସୋମବାର ରାତିରେ ଓଡ୍ରାଫ୍‌ ଟିମ୍‌ ପହଞ୍ଚିଥିଲେ ମାତ୍ର ମଙ୍ଗଳବାର ସକାଳୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ସମସ୍ୟା ହେଉଛି, ଉକ୍ତ ପଞ୍ଚାୟତରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ଯାହା ୬ କିମି ଦୂରରେ। ଫଳରେ ଲୋକ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଲୋକଙ୍କୁ ବୁଝାସୁଝା କରି ସ୍ଥାନାନ୍ତର କରିବା କଷ୍ଟକର ହୋଇପଡ଼ୁଛି। ଏପରି ଆହୁରି ଅନେକ ଗ୍ରାମ ରହିଛି, ଯେଉଁଠି ସମାନ ପରିସ୍ଥିତି ଉପୁଜିଛି।
ବାତ୍ୟା ସ୍ଥାନାନ୍ତରଣ, ଭିତ୍ତିଭୂମି, ଯନ୍ତ୍ରାଂଶ, ଥଇଥାନ, ରିଲିଫ ସୁପରିଚାଳନା ନେଇ କେନ୍ଦ୍ରାପଡାରେ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା : ସମ୍ବାବ୍ୟ ବାତ୍ୟା ୟସ ମୁକାବିଲା ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି l ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଶୁନ ମୃତାହତକୁ ନେଇ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି l ବାତ୍ୟା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି l ସେହି ସୁବିଧା ସୁଯୋଗ ଲୋକଙ୍କ ନିକଟରେ କିପରି ଅତି ସହଜରେ ପହଂଚିବ ସେ ନେଇ ତଦାରଖ କରାଯାଉଛି l ଗତକାଲି ବରିଷ୍ଠ ଆଏଏସ ହେମନ୍ତ ଶର୍ମା, ପୋଲିସ ଡିଜି ପହଞ୍ଚି ତଳିଆ ଅଞ୍ଚଳ ମହାକାଳପଡ଼ା, ରାଜନଗର, ରାଜକନିକା, ପଟ୍ଟାମୁଣ୍ଡାଇ ବୁଲି ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ l ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି l ସବୁ ପ୍ରକାରର ପ୍ରସ୍ତୁତି ପରେ ଏବେ ବାତ୍ୟା କେଉଁ କେଉଁ ଜାଗାରେ ଅଧିକ କ୍ଷତି ପହଞ୍ଚାଇବ ସେ ନେଇ ବିଚାର ବିମର୍ଶ ଆରମ୍ଭ ହେବା ସହ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି ଲ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରାପଡାରେ ପହଞ୍ଚି ବାତ୍ୟା “ୟସ”ର ପରବର୍ତ୍ତୀ ଥଇଥାନ ଓ ରିଲିଫ କାର୍ଯ୍ୟ କିପରି ସୂଚାରୁ ରୂପେ ସମ୍ପାଦନ କରାଯାଇ ପାରିବ ସେ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ରାପଡା ବ୍ଲକର ଭିଡିଓ କନଫରେନସିଂ ଗୃହରେ ସଂଗଠନ ସମ୍ପାଦକ ତଥା ବିଧାୟକ ଶ୍ରୀ ଦାସ ଯୋଗଦେଇ ବୈଠକରେ ଉପସ୍ଥିତ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ, କେନ୍ଦ୍ରାପଡା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ବାତ୍ୟାର ପରବର୍ତ୍ତୀ ସମୟରେ ଥଇଥାନ, ରିଲିଫ ଓ ସରକାରୀ ସହାୟତା ପ୍ରଦାନ କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରାଯିବା ଓ ସଠିକ ଭାବରେ କାର୍ଯ୍ୟ ସମ୍ପାଦନ ପ୍ରତି ଉଚିତ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ବିଡିଓ ଶ୍ରୀ ଦାସ ବ୍ଲକ ପକ୍ଷରୁ ବାତ୍ୟାର ସମ୍ମୁଖିନ ହେବାପାଇଁ ନିଆଯାଇଥିବା ପଦକ୍ଷପ ଗୁଡିକ ସମ୍ପର୍କରେ ବିବରଣୀ ପ୍ରଦାନ କରି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୨୭ଟି ପଞ୍ଚାୟତକୁ ୫୦କ୍ୱିଣ୍ଟିଲ ଚୁଡା, ୫କ୍ୱିଣ୍ଟିଲ ଗୁଡ,୫୦ପେଟି ବିସ୍କୁଟ ସମେତ ପାଣି ପାଉଚ, ପାଣି ବୋତଲ, ମାସ୍କ ଓ ସାନିଟାଇଜର ପ୍ରଭୃତି ଯୋଗାଇ ଦିଆଯାଇଥିବା ସୂଚନା ଦେଇଥିଲେ । ଏଥି ସହିତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳିରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ସୋମବାରଠାରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ଆଳି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଥଇଥାନ, ରିଲିଫ ଓ ସହାୟତା କାର୍ଯ୍ୟ ନିମନ୍ତେ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟରେ ଶ୍ରୀ ଦେବଙ୍କୁୁ ସହଯୋଗ କରିବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକଙ୍କୁ ମଧ୍ୟ ଦଳ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳର ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ଦାସ କେନ୍ଦ୍ରାପଡା ବ୍ଲକ ପରିସରରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଉପସ୍ଥିତ ଦଳର କର୍ମକର୍ତ୍ତାମାନଙ୍କୁ କହିଥିଲେ ଯେ ସମ୍ଭାବ୍ୟ ବାତ୍ୟାର କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରୁ ସରକାରୀ ସହାୟତା ପାଇବାରେ ଯେପରି ଜଣେ ବି କ୍ଷତିଗ୍ରସ୍ତ ବଂଚିତ ନ ହୁଅନ୍ତି ସେଥିପ୍ରତି ଆବଶ୍ୟକୀୟ ଦୃଷ୍ଟି ଦେବା ସହ ସରକାରୀ ଅଧିକାରୀମାନଙ୍କୁ ଆବଶ୍ୟକ ସହଯୋଗ ସେମାନେ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । କୌଣସି ସମସ୍ୟା ଉପୁଜିଲେ ଦଳୀୟ କର୍ମକର୍ତ୍ତା ସେ ସମ୍ପର୍କରେ ଜିଲ୍ଲା ଦାୟିତ୍ୱରେ ଥିବା ବିଧାୟକ ଶ୍ରୀ ଦେବ କିମ୍ବା ବିଧାୟକ ଶ୍ରୀ ନାୟକଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ । ରିଲିଫ, ଥଇଥାନ ଓ ସରକାରୀ ସହାୟତା ପ୍ରଦାନ କାର୍ଯ୍ୟ ଯେପରି ନିରପେକ୍ଷ, ର୍ନିବିବାଦୀୟ ଭାବରେ ସମ୍ପାଦିତ ହୁଏ ସେଥିପ୍ରତି ସମସ୍ତ କର୍ମକର୍ତ୍ତା ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ପ୍ରଶାସନ ପହଞ୍ଚି ପାରିନଥିବା ସ୍ଥାନରେ ଦଳ ପକ୍ଷରୁ ମଧ୍ୟ ରିଲିଫ ସହାୟତା ଯୋଗାଇ ଦିଆଯିବାକୁ ସେ ଆଳି ବିଧାୟକ ଶ୍ରୀ ଦେବଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆଙ୍କ ସମୀକ୍ଷା ବୈଠକରେ ଅନୁପସ୍ଥିତକୁ ନେଇ ଶ୍ରୀ ଦାସ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗୀୟ ଉଚ୍ଚକର୍ତ୍ତୁପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇବେ ବୋଲି କହିଥିଲେ ।
ବୈଠକରେ ଆଳି ବିଧାୟକ ଶ୍ରୀ ଦେବ, ମହାକାଳପଡା ବିଧାୟକ ଶ୍ରୀ ନାୟକ, କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ମହିଳା ବିଜେଡି ସଭାନେତ୍ରୀ ରୋସ୍ôନା ସାହୁ, ହିରଣ୍ୟ କୁମାର ପଣ୍ଡା, ଧିରେନ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଭଳି ଏକ ଗୁରୁତ୍ୱପୁର୍ଣ୍ଣ ଓ ସମ୍ବେଦନଶୀଳ ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଅନୁପସ୍ଥିତ ଥିବା ଦେଖାଯାଇଥିଲା l
ବାତ୍ୟା ପ୍ରଭାବରେ ଚାନ୍ଦିପୁର ବେଳାଭୁମିରେ ପ୍ରଖର ହେଉଛି ସାମୁଦ୍ରିକ ଜୁଆର
ବାତ୍ୟା ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ସାମୁଦ୍ରିକ ଜୁଆର ଆଜି ପ୍ରଖର ହେବାରେ ଲାଗିଛି।ଆଜି ଜିଲ୍ଲାର ଚାନ୍ଦିପୁର,ତାଳସାରି, ଉଦୟପୁର ଓ କୀର୍ତ୍ତନିଆ ଆଦି ସ୍ଥାନରେ ଗତକାଲି ରାତିରୁ ୨ ମିଟର ଉଚ୍ଚତାରେ ଜୁଆର ଉଠୁଛି। ଚାନ୍ଦିପୁର ବେଳାଭୁମି ରେ ସମୁଦ୍ର ଭୟଙ୍କର ରୂପ ଧାରଣ କରିଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ନିର୍ମିତ ହୋଇଥିବା କଙ୍କ୍ରିଟ ପାହାଚ ଉପରେ ପାଣି ଛାଟି ହୋଇ ପଡୁଛି। ସେହିପରି ସଦର ବ୍ଲକ ଅଧିନସ୍ଥ ରସୁଲପୁର ପଞ୍ଚାୟତର ବଡଧନାଡି ଓ ଉପାଡ଼ି ଗାଁ ନିକଟକୁ ଜୁଆର ପାଣି ଧିରେ ଧିରେ ମାଡ଼ି ଆସୁଥିବାରୁ ଏହି ଦୁଇ ଗାଁର ଲୋକେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି।ପରଖି ଅଞ୍ଚଳରେ ମଧ୍ୟ ସମୁଦ୍ର ର କରାଳ ରୂପ ଦେଖିବାକୁ ମିଳୁଛି ବୋଲି ସ୍ଥାନୀୟ ଗ୍ରାମବାସୀ ସୂଚନା ଦେଇଛନ୍ତି।ଉଚ୍ଚ ଜୁଆର ଯୋଗୁଁ ଭୋଗରାଇ ବ୍ଲକ ଅଧିନସ୍ଥ ତାଳସାରି ସନ୍ନିକଟ ଥିବା ସୁବର୍ଣ୍ଣପୁର ଦ୍ବିପରେ ହଜାର ହଜାର ସଙ୍ଖ୍ୟାରେ ଝାଉଁ ଗଛ ଉପୁଡ଼ି ପଡ଼ିଛି।କୀର୍ତ୍ତନିଆ ଚଡ୍ ଉପରେ ୪ ମିଟର ଉଚ୍ଚତାରେ ଜୁଆର ପାଣି ମାଡି ଆସିବା ସହ ଲୁଣି ବନ୍ଧରେ ମାଡ଼ ଖାଉଛି। ଫଳରେ ଏନଏମ ପଡିଆ,କୀର୍ତ୍ତନିଆ, ଚନ୍ଦ୍ରାବାଲି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି।ସେହିପରି କୀର୍ତ୍ତନିଆର ଅତି ନିକଟରେ ଥିବା ରଣସିଂପୁର,ଖଡିବିଲ ଓ ବଡପାହି ଗାଁର ମଧ୍ୟ ସମାନ ଅବସ୍ଥା।
ବାତ୍ୟା ମୁକାବିଲା ପାଇଁ କଚ୍ଚା ଚାଳ ଛପର ଓ ଆଜବେଷ୍ଟ ଘରେ ରହୁଥିବା ୧୨ ଟି ବ୍ଲକ ଓ ୪ ଟି ସହରଞ୍ଚଳର ୬୦୨୫୫ ଜଣ ଲୋକଙ୍କୁ ୧୩୪୧ ଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଛି ବୋଲି କୁହାଯାଇଛି। ସେଥିମଧ୍ୟରୁ ୭୪୯ ଟି ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ସେହିପରି ବାତ୍ୟା ସମୟରେ ଓ ପରେ ଉଦ୍ଧାର କାର୍ଯ୍ୟ ପାଇଁଁ ଜିଲ୍ଲାରେ ଚୁଡାନ୍ତ ଭାବେ ୯ ଟି ଏନଡିଆରଏଫ ଟିମ,୪ ଟି ଓଡ୍ରାଫ ଟିମ,୯ ଟି ଫରେଷ୍ଟ ଟିମ ଓ ୨୮୧ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବାତ୍ୟା ପରବର୍ତ୍ତୀ‌ ପୂର୍ତ୍ତ କିମ୍ବା ଅନ୍ୟ ମୁଖ୍ୟ ରାସ୍ତା ସଫା(ରୋର୍ଡ କ୍ଲିୟର) ପାଇଁ ଜିଲ୍ଲା ର ୯୬ ଟି ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ପୂର୍ତ୍ତ ଓ ବନ୍ୟ ବିଭାଗକୁ ଦାୟିତ୍ଵ ଦିଆଯାଇଛି। ତେବେ ଗତକାଲି ରାତିରୁ ବର୍ଷା ସହ ପବନର ବେଗ ବଢୁଥିବାରୁ ବିଭିନ୍ନ ସ୍ଥାନରେ ଗଛ ପଡ଼ିବା ଓ ଭାଙ୍ଗିବା ଆରମ୍ଭ ହୋଇଛି। ସେହିପରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକରେ ଖାଲୁଆ ଅଞ୍ଚଳର ଗୁଡ଼ିକରେ ବର୍ଷା ପାଣି ର ପ୍ରଖର ସ୍ରୋତ ଚାଲିଛି।
ବାତ୍ୟା ୟଶ ର ମୁକାବିଲା ପାଇଁ ସର୍କିଟ ହାଉସ୍ ରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜରୁରୀ ବୈଠକ
ବାଲେଶ୍ଵର : ବିଜୁ ଜନତା ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୋମବାର ଦିନ ବାଲେଶ୍ୱର ସର୍କିଟ ହାଉସ୍ ରେ ଉପସ୍ଥିତ ରହି ଏକ ବୈଠକ କରିଥିଲେ। ଏହି ବୈଠକରେ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ବରୂପ କୁମାର ଦାସ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର,ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବିଧାୟକ ଅନନ୍ତ ଦାସଙ୍କ ପୁଅ ବିଶ୍ବଜିତ ଦାସ,ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ଯୁବ ସଭାପତି ତାପସ ପରିଡା, ଛାତ୍ର ସଭାପତି ସିମନ ଦାସମହାପାତ୍ର, ଟାଉନ ସଭାପତି ସନତ ଦାସ, ପୂର୍ବତନ ଭାଇସ୍ ଚେୟାରମ୍ୟାନ ମନୋଜ ରାଉତ, ଟାଉନ୍ ମହିଳା ସଭାପତି ରଞ୍ଜିତା ମହାପାତ୍ର, ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ମୀନା ମହାନ୍ତି ଏବଂ ଛାମୁଆ ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ବାତ୍ୟା ପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ଶ୍ରୀ ଦାସ କହିଥିଲେ। ଏଥିସହିତ ଜିଲ୍ଲା ପ୍ରଶାସନ ସହ ମିଶି ଗ୍ରାଉଣ୍ଡରେ ସମସ୍ତ କାମରେ ସହଯୋଗ କରିବାକୁ ସମସ୍ତ ବିଧାୟକ, ଯୁବ ଛାତ୍ର ସଭାପତି ଏବଂ ସମସ୍ତ ସକ୍ରିୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ତେବେ ଆସନ୍ତାକାଲିଠୁ ପ୍ରବଣ ପ୍ରକାଶ ଦାସ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବାଲେଶ୍ଵରରେ ରହିବେ। ବାତ୍ୟା ପରିଚାଳନା କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରିବେ।
ବାତ୍ୟା ୟଶ ପାଇଁ ସମସ୍ତ ସରକାରୀ ଛୁଟି ବାତିଲ କଲେ ରାଜ୍ୟ ସରକାର, ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ବାତ୍ୟାକୁ ଆଖି ଆଗରେ ରଖି ସମସ୍ତ ସରକାରୀ ଛୁଟିକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମେ ୩୧ ତାରିଖ ଯାଏଁ କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେ ନାହିଁ । ତା ସହିତ କୌଣସି କର୍ମଚାରୀ ମୁଖ୍ୟାଳୟରେ ଛାଡି ପାରିବେନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ପୂର୍ବରୁ ଛୁଟି ନେଇଥିବା ସରକାରୀ କର୍ମଚାରୀମାନଙ୍କର ମଧ୍ୟ ସମସ୍ତ ଛୁଟି ବାତିଲ କରାଯାଇଛି। ତା ସହିତ ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ପାଣିପାଗ ବିଭାଗର ସୂଚନା ମୁତାବକ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ୟଶ ଏବେ ଓଡିଶା ମୁହାଁ ହୋଇଛି । ଆସନ୍ତା ୨୬ ତାରିଖରେ ଏହା ଲ୍ୟାଣ୍ଡଫଲ କରିବା ସହିତ ଭଦ୍ରକ କିମ୍ବା ବାଲେଶ୍ୱରରେ ସ୍ଥଳଭାଗ ଛୁଇଁପାରେ । ତେଣୁ ଏଭଳି ସ୍ଥିତିକୁ ମୁକାବିଲା କରିବା ପାଇଁ ଏବେ ପ୍ରସ୍ତୁତ ହେଉଛି ଓଡିଶା । ଆଉ ଏହାକୁ ଆଖି ଆଗରେ ରଖି ଏବେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି ।