Bangladesh Cricket Board - The Sakala

ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିଲା ବାଂଲାଦେଶ: ସ୍କଟଲାଣ୍ଡକୁ ମିଳିଲା ସୁଯୋଗ, ମୋହର ମାରିଲା ଆଇସିସି
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିଲା ବାଂଲାଦେଶ । ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ଖେଳିବ ଟ୍ୱେଣ୍ଟି-୨୦ ବିଶ୍ୱକପ୍ । ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି ।  ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଆନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଏହି ବଡ଼ ନିଷ୍ପତ୍ତି ନେଇଛି। ସୁରକ୍ଷା କାରଣ ଦର୍ଶାଇ ଭାରତ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିବା ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ଆନୁଷ୍ଠାନିକ ଭାବେ ବାଦ୍ ଦିଆଯାଇଛି। ଦୁବାଇରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଆଇସିସି ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛି।

ଶୁକ୍ରବାର ଦିନ ଆଇସିସି ଅଧ୍ୟକ୍ଷ ଜୟ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ନିଷ୍ପତ୍ତି ନେବା ପାଇଁ ୨୪ ଘଣ୍ଟାର ସମୟ ସୀମା ଦିଆଯାଇଥିଲା। ତେବେ ଏହି ସମୟ ମଧ୍ୟରେ ବୋର୍ଡ କୌଣସି ଆନୁଷ୍ଠାନିକ ଉତ୍ତର ନଦେବାରୁ ଆଇସିସି ଏହି କଠୋର ପଦକ୍ଷେପ ଗ୍ରହଣ କରିଛି। ଶନିବାର, ଜାନୁଆରୀ ୨୪ରେ ଆଇସିସି ପକ୍ଷରୁ ବିସିବିକୁ ଏକ ଇମେଲ ମାଧ୍ୟମରେ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି।

ସୂଚନା ଅନୁଯାୟୀ, ଆଇସିସିକୁ ଜଣାଇବା ପୂର୍ବରୁ ବାଂଲାଦେଶ କ୍ରିକେଟ୍ ବୋର୍ଡ ଢାକାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ଭାରତ ଗସ୍ତ କରିବ ନାହିଁ ବୋଲି ଘୋଷଣା କରିଥିଲା, ଯାହା ପ୍ରୋଟୋକଲ୍ ଉଲ୍ଲଂଘନ ଅଟେ। ଅନ୍ୟପକ୍ଷରେ, ବାଂଲାଦେଶ ଏହି ପ୍ରସଙ୍ଗରେ ଆଇସିସିର ବିବାଦ ସମାଧାନ କମିଟିର ହସ୍ତକ୍ଷେପ ଲୋଡିଥିଲେ ମଧ୍ୟ କମିଟି ଶାସକ ସଂସ୍ଥାର ନିଷ୍ପତ୍ତିକୁ ବଦଳାଇବାକୁ ମନା କରିଦେଇଥିଲା।

ବାଂଲାଦେଶର ବହିଷ୍କାର ପରେ ବର୍ତ୍ତମାନ ସ୍କଟଲାଣ୍ଡ ଟି-୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ। ଆଇସିସି ଟି-୨୦ ମାନ୍ୟତାରେ ଅନ୍ୟ ଦଳଙ୍କ ତୁଳନାରେ ସ୍କଟଲାଣ୍ଡ ଆଗରେ ଥିବାରୁ ଏହି ସୁଯୋଗ ମିଳିଛି। ସ୍କଟଲାଣ୍ଡକୁ ଗ୍ରୁପ୍‌-ସି (Group C)ରେ ରଖାଯାଇଛି। ଦଳ ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍‌, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ମ୍ୟାଚ୍ ଖେଳିବ। ଏହାପରେ ମୁମ୍ବାଇରେ ଫେବୃଆରୀ ୧୭ରେ ନେପାଳ ବିପକ୍ଷରେ ମୈଦାନକୁ ଓହ୍ଲାଇବ।

T-20 ବିଶ୍ବକପ୍: ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ନେଇ ବାଂଲାଦେଶର ଆବଦେନକୁ ଖାରଜ କଲା ICC
ନୂଆଦିଲ୍ଲୀ: ବାଂଲାଦେଶକୁ ବଡ଼ ଝଟକା । ଭାରତରୁ ମ୍ୟାଚ୍ ସ୍ଥାନାନ୍ତର ଆବଦେନକୁ ଖାରଜ କଲା ICC । T-20 ବିଶ୍ବକପ୍ ମ୍ୟାଚ୍ ଭାରତରେ ନଖେଳିବାକୁ ଆବେଦନ କରିଥିଲା ବାଂଲାଦେଶ କ୍ରିକେଟ୍ ବୋର୍ଡ । ଆସନ୍ତା ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ପକ୍ଷରୁ କରାଯାଇଥିବା ସ୍ଥାନ ପରିବର୍ତ୍ତନ ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଖାରଜ କରିଦେଇଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ନିଜର ମ୍ୟାଚଗୁଡ଼ିକୁ ଭାରତ ବାହାରେ ସ୍ଥାନାନ୍ତର କରିବାକୁ ଦାବି କରିଥିଲା, କିନ୍ତୁ ଆଇସିସି ଏଥିରେ କୌଣସି ଯଥାର୍ଥତା ପାଇନାହିଁ।

ମଙ୍ଗଳବାର ଦିନ ଆଇସିସି ଏବଂ ବିସିବି ଅଧିକାରୀଙ୍କ ମଧ୍ୟରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଆଇସିସି ସ୍ପଷ୍ଟ କରିଛି ଯେ ଭାରତରେ ବାଂଲାଦେଶ ଟିମ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ କିମ୍ବା ବିଶ୍ୱାସଯୋଗ୍ୟ ବିପଦ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ କିମ୍ବା ସ୍ଥାନରେ କୌଣସି ପରିବର୍ତ୍ତନ କରାଯିବାର ଆବଶ୍ୟକତା ନାହିଁ। ଆଇସିସି ଜାନୁଆରୀ ୧୦ ସୁଦ୍ଧା ଏନେଇ ଆନୁଷ୍ଠାନିକ ଲିଖିତ ନିଷ୍ପତ୍ତି ଜଣାଇବ ବୋଲି ଆଶା କରାଯାଉଛି।

ଆଇସିସିର ନିଷ୍ପତ୍ତି ପରେ ବାଂଲାଦେଶର ମ୍ୟାଚ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ହିଁ ଖେଳାଯିବ। କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଗ୍ରୁପ୍ ସି ମ୍ୟାଚ୍ ଖେଳିବ। ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲୀ ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ରହିଛି। ଏହା ପରେ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ମ୍ୟାଚ୍ ଖେଳାଯିବ।

ସୂଚନାଯୋଗ୍ୟ ଯେ, ନିକଟରେ ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯାହା ପରେ ଦୁଇ ବୋର୍ଡ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏହାର ଜବାବରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଦେଶରେ ଆଇପିଏଲ୍ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ଘଟଣା ପରେ ହିଁ ବିସିବି ଖେଳାଳିଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲା।

ଟି-୨୦ ବିଶ୍ୱକପ୍‌ ୨୦୨୬: ଭାରତରେ ଖେଳିବାକୁ ବାଂଲାଦେଶର ମନାକରିବା ପରେ ବଦଳିପାରେ ମ୍ୟାଚର ପୂରା ଖେଳସୂଚୀ
ନୂଆଦିଲ୍ଲୀ: ବଦଳିବ ଆଗାମୀ ଟି-୨୦ ବିଶ୍ୱକପ୍‌ ମ୍ୟାଚର ପୂରା ଖେଳସୂଚୀ । ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ଯାଉଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଭାରତରେ ମ୍ୟାଚ୍ ଖେଳିବାକୁ ମନା କରିବା ପରେ ଏହି ବଡ଼ ନିଷ୍ପତ୍ତି ନେଇପାରେ ICC । କୋଲକାତା ନାଇଟ୍ ରାଇଡର୍ସ (KKR) ଦଳରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ବାଦ୍ ଦିଆଯିବା ପରେ ବିସିସିଆଇ ଏବଂ ବିସିବି ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ତେବେ ଟି-୨୦ବିଶ୍ୱକପ୍ ୨୦୨୬ ମସିହା ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାର ଥିଲା ଏବଂ ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ମିଶି ଆୟୋଜନ କରିବାକୁ ଯାଉଛନ୍ତି । ହେଲେ ତା ପୂର୍ବରୁ ବାଂଲାଦେଶ ଖେଳାଳି ଆଇପିଏଲରୁ ବାଦ୍ ପଡ଼ିବା ଏବଂ ଏହାକୁ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତରେ ବିଶ୍ୱକପ୍ ଖେଳିବାକୁ ମନା କରିବା ପରେ ବିଶ୍ୱକପର ପୂରା ସିଡ୍ୟୁଲ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି ।

ଏହି ବିବାଦର ମୂଳ କାରଣ ହେଉଛି ଆଇପିଏଲ୍ ନିଲାମ ଓ ରାଜନୈତିକ ଉତ୍ତେଜନା। ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି। ଏହି ପରିପ୍ରେକ୍ଷୀରେ BCCI କୋଲକାତା ନାଇଟ୍ ରାଇଡର୍ସକୁ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯଦିଓ ଦଳ ତାଙ୍କୁ ନିଲାମରେ ୯.୨୦ କୋଟି ଟଙ୍କାରେ କିଣିଥିଲା। ଔପଚାରିକ ଭାବେ କେକେଆର ତାଙ୍କୁ ଦଳରୁ ବାଦ୍ ଦେବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଜରୁରୀକାଳୀନ ବୈଠକ ଡାକି କଡ଼ା ପଦକ୍ଷେପ ନେଇଛି।

ବାଂଲାଦେଶର ଯୁବ ଓ କ୍ରୀଡ଼ା ଉପଦେଷ୍ଟା ଆସିଫ ନଜରୁଲ ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ଆମେ ବାଂଲାଦେଶ କ୍ରିକେଟ୍ ଏବଂ ଦେଶର ଅପମାନ ସହ୍ୟ କରିବୁ ନାହିଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଜଣେ ବାଂଲାଦେଶୀ ଖେଳାଳି ଭାରତରେ ସୁରକ୍ଷିତ ନୁହଁନ୍ତି, ତେବେ ପୁରା ଦଳ ସେଠାକୁ ଯିବା ଉଚିତ୍ ନୁହେଁ। ଏହା ସହିତ ବାଂଲାଦେଶରେ ଆଇପିଏଲ୍ ପ୍ରସାରଣ ବନ୍ଦ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଫେବୃଆରୀ ୭ରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ ହାତରେ ମାତ୍ର ଗୋଟିଏ ମାସ ସମୟ ରହିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶର ମ୍ୟାଚ୍ କୋଲକାତା ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବାର ଥିଲା। କିନ୍ତୁ ବାଂଲାଦେଶ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ଦାବି କରିଛି। ଏଭଳି ପରିସ୍ଥିତିରେ ଆଇସିସି ଚେୟାରମ୍ୟାନ୍ ଜୟ ଶାହାଙ୍କ ନେତୃତ୍ୱରେ ଏକ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି, ଯାହା ଆୟୋଜକଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ।