Sharjeel Imam - The Sakala

ଦିଲ୍ଲୀ ଦଙ୍ଗା ମାମଲା: ୬ ବର୍ଷ ପରେ ଜେଲରୁ ବାହାରିଲେ ଶରଜିଲ୍ ଇମାମ, କୋର୍ଟରୁ ମିଳିଲା ୧୦ ଦିନର ଅନ୍ତରୀଣ ଜାମିନ
୨୦୨୦ ମସିହାର ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତ ତଥା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ର ପୂର୍ବତନ ଛାତ୍ର ଶରଜିଲ୍ ଇମାମ (Sharjeel Imam)ଙ୍କୁ ଦିଲ୍ଲୀର କରକରଡୁମା କୋର୍ଟ ପକ୍ଷରୁ ୧୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ନିଜ ଭାଇଙ୍କ ବିବାହରେ ସାମିଲ ହେବା ଏବଂ ଅସୁସ୍ଥ ମା'ଙ୍କୁ ଭେଟିବା ପାଇଁ କୋର୍ଟ ତାଙ୍କୁ ଏହି ଅନୁମତି ଦେଇଛନ୍ତି। ଶୁକ୍ରବାର ଦିନ (ମାର୍ଚ୍ଚ ୨୦) ତିହାର ଜେଲରୁ ସେ ବାହାରିଛନ୍ତି। ପ୍ରାୟ ୬ ବର୍ଷ ଧରି ଜେଲରେ ରହିବା ପରେ ଶରଜିଲଙ୍କୁ ଏହି ସାମୟିକ ଆଶ୍ୱସ୍ତି ମିଳିଛି।

କଡ଼ା ସର୍ତ୍ତ ସହ ମିଳିଲା ଅନୁମତି

ଅତିରିକ୍ତ ଦୌରା ଜଜ୍ ସମୀର ବାଜପେୟୀ ଏହି ଜାମିନ ଆବେଦନର ଶୁଣାଣି କରି ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶରଜିଲ୍ ଇମାମଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଏବଂ ସମାନ ପରିମାଣର ଦୁଇଟି ସ୍ୟୁରିଟି ପ୍ରଦାନ କରିବାକୁ ପଡ଼ିବ। ଏହି ୧୦ ଦିନର ଅବଧି ମଧ୍ୟରେ ସେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ କିମ୍ବା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ। ଏହାଛଡ଼ା ମାମଲାର କୌଣସି ସାକ୍ଷୀଙ୍କ ସହ ଯୋଗାଯୋଗ ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୩୦ ତାରିଖ ସନ୍ଧ୍ୟାରେ ତାଙ୍କୁ ପୁଣିଥରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ହେବ।

କାହିଁକି ଗିରଫ ହୋଇଥିଲେ ଶରଜିଲ୍?

ସୂଚନାଯୋଗ୍ୟ ଯେ, ୨୦୧୯-୨୦୨୦ ମସିହାରେ ସିଏଏ (CAA) ଏବଂ ଏନଆରସି (NRC) ବିରୋଧୀ ଆନ୍ଦୋଳନ ସମୟରେ ଉତ୍ତେଜନାମୂଳକ ଭାଷଣ ଦେବା ଏବଂ ଦିଲ୍ଲୀ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଶରଜିଲଙ୍କ ବିରୋଧରେ ୟୁଏପିଏ (UAPA) ଆଇନ ଅଧୀନରେ ମାମଲା ରୁଜୁ କରିଥିଲା। ୨୦୨୦ ମସିହାରୁ ସେ ତିହାର ଜେଲରେ ବନ୍ଦୀ ଅଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଶରଜିଲ୍ ଇମାମ ଏବଂ ଅନ୍ୟତମ ଅଭିଯୁକ୍ତ ଉମର ଖାଲିଦଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।

'ଜେଲ୍‌ ହିଁ ଏବେ ମୋ ଜୀବନ', ଜାମିନ ନାମଞ୍ଜୁର ପରେ ଉମର ଖାଲିଦଙ୍କ ଭାବବିହ୍ୱଳ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ ଏହି ମାମଲାରେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ନାମଞ୍ଜୁର ହେବା ପରେ ଉମର ଖାଲିଦ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, "ଜେଲ୍‌ ହିଁ ଏବେ ମୋର ଜୀବନ।"

ଉମର ଖାଲିଦଙ୍କ ସହଯୋଗୀ ବନଜ୍ୟୋତ୍ସ୍ନା ଲାହିରି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଉମରଙ୍କ ସହ ହୋଇଥିବା କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୋର୍ଟଙ୍କ ରାୟ ଶୁଣିବା ପରେ ଉମର ବିଚଳିତ ନହୋଇ ବରଂ ଅନ୍ୟ ସାଥୀମାନେ ଜାମିନ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଉମର କହିଥିଲେ, "ମୁଁ ଅନ୍ୟମାନଙ୍କ ପାଇଁ ବହୁତ ଖୁସି ଯେ ସେମାନେ ଜାମିନ ପାଇଲେ। ଏହା ବହୁତ ବଡ଼ ଆଶ୍ୱସ୍ତିର ବିଷୟ।"

ଯେତେବେଳେ ଲାହିରି ମଙ୍ଗଳବାର ଜେଲରେ ତାଙ୍କୁ ଭେଟିବାକୁ କହିଥିଲେ, ଉମର ଉତ୍ତର ଦେଇଥିଲେ, "ଭଲ କଥା, ଆସିଯାଅ। ଏବେ ତ ଏହି ଜେଲ୍‌ ହିଁ ମୋର ଜୀବନ ।"

ସୁପ୍ରିମକୋର୍ଟ ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା ଉର ରହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦବ ଅହମ୍ମଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ କୋର୍ଟ ପର୍ଯ୍ୟବେକ୍ଷଣ କରିଛନ୍ତି ଯେ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅଧୀନରେ ପ୍ରାଥମିକ ପ୍ରମାଣ ରହିଛି, ତେଣୁ ସେମାନଙ୍କୁ ଜାମିନ ଦିଆଯାଇପାରିବ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ବିଚାର ପ୍ରକ୍ରିୟାରେ ବିଳମ୍ବକୁ ଜାମିନ ପାଇଁ ଏକ ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯାଇପାରିବ ନାହିଁ।

୨୦୨୦ ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ପୋଲିସର ଅଭିଯୋଗ ଅନୁଯାୟୀ, ଏହି ଦଙ୍ଗା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ଏବଂ ଉମର ଖାଲିଦ ଏହାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ଗତ ପ୍ରାୟ ୫ ବର୍ଷ ଧରି ଉମର ଜେଲରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଏହି ରାୟ ଉପରେ ପ୍ରତିକ୍ରିୟା ଦେଇ ଉମରଙ୍କ ବାପା ସୟଦ କାସିମ ରସୁଲ ଇଲିୟାସ ଅତ୍ୟନ୍ତ ନିରାଶା ପ୍ରକାଶ କରିଛନ୍ତି।

ଦିଲ୍ଲୀ ଦଙ୍ଗା ମାମଲା: ଉମର ଖାଲିଦ ଓ ଶରଜିଲ ଇମାମଙ୍କ ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ଷଡଯନ୍ତ୍ର ମାମଲାରେ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ ଛାତ୍ର ନେତା ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ ଏହି ମାମଲାରେ ଜଡିତ ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଜାମିନ ପ୍ରଦାନ କରିଛନ୍ତି, ଯାହା ସେମାନଙ୍କ ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

ବିଚାରପତି ଅରବିନ୍ଦ କୁମାର ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କୋର୍ଟ ଗୁଲଫିଶା ଫାତିମା, ମିରାନ ହାଇଦର, ଶିଫା-ଉର-ରେହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦବ ଅହମ୍ମଦଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ପୂର୍ବରୁ ଏମାନଙ୍କ ଜାମିନ ଖାରଜ କରିଥିଲେ, ଯାହାକୁ ଚ୍ୟାଲେଞ୍ଜ କରି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗୁଲଫିଶା ଫାତିମାଙ୍କ ଓକିଲଙ୍କ ଅନୁଯାୟୀ, କୋର୍ଟ ଏହି ପାଞ୍ଚ ଜଣଙ୍କ ଅପରାଧିକ ଭୂମିକାକୁ କମ୍ ଗୁରୁତର ବୋଲି ବିବେଚନା କରିଛନ୍ତି।

ଅନ୍ୟପକ୍ଷରେ, ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ କ୍ଷେତ୍ରରେ କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ଦର୍ଶାଇଛନ୍ତି ଯେ, ଏହି ଦଙ୍ଗା ଷଡଯନ୍ତ୍ରରେ ଉଭୟଙ୍କ ଭୂମିକା 'କେନ୍ଦ୍ରୀୟ' ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେମାନଙ୍କ ବିରୋଧରେ UAPA (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ)ର ଧାରା ଲାଗୁ ହୋଇଥିବାରୁ ଜାମିନ ମିଳିବା କଷ୍ଟକର। ତେବେ, ଯଦି ଆସନ୍ତା ଏକ ବର୍ଷ ମଧ୍ୟରେ ମାମଲାର ବିଚାରରେ ଅଗ୍ରଗତି ନହୁଏ କିମ୍ବା ସାକ୍ଷୀଙ୍କ ବୟାନ ରେକର୍ଡ ଶେଷ ନହୁଏ, ତେବେ ସେମାନେ ପୁଣିଥରେ ଟ୍ରାଏଲ କୋର୍ଟରେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଫେବୃଆରୀ ୨୦୨୦ରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧୀ ଆନ୍ଦୋଳନ ସମୟରେ ଉତ୍ତର-ପୂର୍ବ ଦିଲ୍ଲୀରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା। ଏଥିରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସର ଅଭିଯୋଗ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ହ୍ୱାଟସ୍‌ଆପ୍ ଗ୍ରୁପ୍ ଓ ଉତ୍ତେଜନାମୂଳକ ଭାଷଣ ଜରିଆରେ ଏହି ଷଡଯନ୍ତ୍ର ରଚାଯାଇଥିଲା।