OMSA - The Sakala

ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଓମ୍‌ସାର ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ । ଲୋକସେବା ଭବନଠାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ସଫଳ ଆଲୋଚନା ପରେ ଓଡ଼ିଶାରେ ଡାକ୍ତରମାନେ ସେମାନଙ୍କର ୪ ଦିନିଆ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି। ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଶନିବାରଠାରୁ ଡାକ୍ତରମାନେ ନିଜ କାର୍ଯ୍ୟରେ ଯୋଗଦେବେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓମ୍‌ସା (OMSA) ପକ୍ଷରୁ ଉଠାଯାଇଥିବା ଦାବିଗୁଡ଼ିକର ସମୀକ୍ଷା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଆସନ୍ତା ଜୁଲାଇ ୨୨ ତାରିଖରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ।

ଡାକ୍ତରମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ସରକାର ସହାନୁଭୂତିଶୀଳ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିବା ସହ ସମସ୍ତ ସମସ୍ୟାର ସମୀକ୍ଷା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ଓମ୍‌ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ନୂତନ କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ନେଇ ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ ପାଇଛି। ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାରୁ ଏହା ରୋଗୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବା ପୁଣିଥରେ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ: ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ, ବହିଷ୍କାର ହେବେ ଚୁକ୍ତିଭିତ୍ତିକ ଡାକ୍ତର
ସା (OMSA) ସଦସ୍ୟ, ଓଏମଏଚଏସ (OMHS) କ୍ୟାଡରର ଡାକ୍ତର ଏବଂ କିଛି ଚୁକ୍ତିଭିତ୍ତିକ ଡାକ୍ତର ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବର୍ଜନ କରିଛନ୍ତି। ଏହି ଧର୍ମଘଟ ଯୋଗୁଁ ସାଧାରଣ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

କର୍ତ୍ତୃପକ୍ଷ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଡ୍ୟୁଟିରେ ଅନୁପସ୍ଥିତ ଥିବା ସମସ୍ତ ଓଏମଏଚଏସ (OMHS) କ୍ୟାଡର ଡାକ୍ତରଙ୍କ ଦରମା ସ୍ଥଗିତ ରଖାଯିବ। ଏହା ସହ ଯେଉଁ ଚୁକ୍ତିଭିତ୍ତିକ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିବେ, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବା ପରେ ଚାକିରିରୁ ବିଦା କରାଯିବ ବୋଲି ପତ୍ରରେ ସ୍ପଷ୍ଟ କରାଯାଇଛି। ସ୍ୱାସ୍ଥ୍ୟ ପରି ଅତ୍ୟାବଶ୍ୟକ ସେବାରେ କୌଣସି ପ୍ରକାର ବାଧା ସୃଷ୍ଟି କରାଯାଇପାରିବ ନାହିଁ ବୋଲି ସରକାର ନିଜର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ଚିଠିକୁ ଜୁନିୟର ଡାକ୍ତର ଆସୋସିଏସନ୍‌ ବିରୋଧ କରିଛନ୍ତି । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ଜୁନିୟର ଡାକ୍ତର ଆସୋସିଏସନ୍‌ । ନଚେତ୍‌ ଆସନ୍ତାକାଲିଠାରୁ ୧ ଘଣ୍ଟା ଓପିଡିରେ ଚିକିତ୍ସା ସେବା ବନ୍ଦ ରଖିବା ସହ ପିଜି ଛାତ୍ରଛାତ୍ରୀ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ଆସୋସିଏସନ୍‌ ।

ରାଜ୍ୟବ୍ୟାପୀ 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ, ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ୍
​ବାରିପଦା: ଆଜିଠୁ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ ।  ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା) ଆକ୍ସନ କମିଟିର ଆହ୍ୱାନ କ୍ରମେ ଆଜି ଅର୍ଥାତ ଜୁଲାଇ ୧ ତାରିଖଠାରୁ ସମସ୍ତ ସରକାରୀ ଚିକିତ୍ସାଳୟରେ ଡାକ୍ତରମାନେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଚଳିତ ଆନ୍ଦୋଳନରେ ସାଧାରଣ ଚିକିତ୍ସା ସହିତ ଜରୁରୀକାଳୀନ ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି, ଯାହା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। 'ଓମସା'ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇଛି।

ସଂଘ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଡାକ୍ତରମାନଙ୍କର ଦୀର୍ଘଦିନର ନ୍ୟାୟସଙ୍ଗତ ଏବଂ ବୈଧ ଦାବିଗୁଡ଼ିକ ପ୍ରତି ସରକାର ଓ ପ୍ରଶାସନ ଲଗାତାର ଭାବେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି। ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସକାରାତ୍ମକ ପଦକ୍ଷେପ ନିଆନଯିବାରୁ ବାଧ୍ୟ ହୋଇ ସଂଘ ଏହି ଚରମ ନିଷ୍ପତ୍ତି ଗ୍ରହଣ କରିଛି। ଏକ ଉତ୍ତମ କାର୍ଯ୍ୟ ପରିବେଶ, କର୍ମଚାରୀଙ୍କ ସମ୍ମାନ ଏବଂ ରୋଗୀଙ୍କ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା ପାଇଁ ଏହି ସଂଗ୍ରାମ ଜାରି ରହିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆନ୍ଦୋଳନ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସା ପ୍ରତିଷ୍ଠାନରେ କୌଣସି ସେବା ଉପଲବ୍ଧ ହେବ ନାହିଁ। ବିଶେଷ କରି ଓପିଡି ବା ବାହ୍ୟ ରୋଗୀ ବିଭାଗ),​ଆଇପିଡି ବା ଆନ୍ତଃରୋଗୀ ବିଭାଗ, ​ନିର୍ଦ୍ଧାରିତ ଚିକିତ୍ସା ଓ ଅପରେସନ ପ୍ରକ୍ରିୟା,​ନିଦାନମୂଳକ ସେବା (ଯଥା: ରକ୍ତ ପରୀକ୍ଷା, ଏକ୍ସ-ରେ ଇତ୍ୟାଦି),​ଜରୁରୀକାଳୀନ ସେବା  ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ଓମସା ନିର୍ଦ୍ଦେଶ ଦେଇଛି। ଆନ୍ଦୋଳନ ଯୋଗୁଁ ଜନସାଧାରଣ ଓ ରୋଗୀମାନଙ୍କର ଯେଉଁ ଅସୁବିଧା ହେଉଛି, ସେଥିପାଇଁ ସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଏହା ସହିତ ନିଜର ହକ୍, ନ୍ୟାୟ ଏବଂ ସ୍ୱାସ୍ଥ୍ୟ ସେବାର ସମ୍ମାନ ପାଇଁ ଚାଲିଥିବା ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଓଡ଼ିଶାବାସୀଙ୍କୁ ଓମସା ନିବେଦନ କରିଛି।

ମୟୂରଭଞ୍ଜ ଜିଲ୍ଲାର ଦୂରଦୂରାନ୍ତ ତଥା ଗ୍ରାମାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଶହ ଶହ ଗରିବ ରୋଗୀ ଏହି ଧର୍ମଘଟ ଯୋଗୁଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଜରୁରୀକାଳୀନ ସେବା ବନ୍ଦ ରହିଥିବାରୁ ସ୍ଥିତି ଅତି ସଂଗୀନ ରୂପ ଧାରଣ କରିବା ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ସରକାର ଓମସା ସହିତ ଆଲୋଚନା କରି କେବେ ଏବଂ କିଭଳି ସମାଧାନର ପନ୍ଥା ବାହାର କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦାଳନରୁ ଓହରିଥିବା ନେଇ ସୂଚନା ଦେଲେ OMSA ସଭାପତି । ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ହୋଇପାରେ ସ୍ୱାସ୍ଥ୍ୟସେବା ।

ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ତେଣୁ ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା ।  ଆସନ୍ତାକାଲିଠୁ ସବୁ ଡାକ୍ତରଖାନାରେ ରୋଗୀ ସେବା ସ୍ଵାଭାବିକ ହେବ ବୋଲି ଓମସା ସଭାପତି କିଶୋର ମିଶ୍ର କହିଛନ୍ତି । ୧୪ ଦଫା ଦାବି ନେଇ ଗତ ଡିସେମ୍ବର ୨୬ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସାରା ରାଜ୍ୟରେ ୨ ଘଣ୍ଟିଆ OPD ବନ୍ଦ କରିଥିଲେ ଡାକ୍ତର ସଂଘ ।

୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓମ୍‌ସା, ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ
ଭୁବନେଶ୍ୱର: ଦାବି ପୂରଣ ନ ହେବାରୁ ତେଜିଲା ଡାକ୍ତରଙ୍କ ଆନ୍ଦୋଳନ । ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ । ଓମ୍‌ସା ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ୨ ଘଣ୍ଟିଆ ଓପିଡି ବନ୍ଦ । ଆଜିଠୁ ୯ଟାରୁ ୧୧ଟା ଯାଏଁ ଓପିଡି ବନ୍ଦ ରଖିବାକୁ ଓମ୍‌ସାର ନିଷ୍ପତ୍ତି । ପଦୋନ୍ନତି ସମେତ ୧୦ ଦଫା ଦାବି ନେଇ ଆନ୍ଦୋଳନ କରୁଛି ଓମ୍‌ସା ।

ଆଜିଠାରୁ ଓମ୍‌ସା ଡାକ୍ତର ଦୁଇ ଘଣ୍ଟା ପାଇଁ ଓପିଡି ସେବାରେ ଅସହଯୋଗ କରିବେ। ଓମ୍‌ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି, ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନି। ତେଣୁ ଆନ୍ଦୋଳନ ଅବଧି ବଢ଼ାଇବା ପାଇଁ ଓମ୍‌ସା ବାଧ୍ୟ ହେଉଛି। ଏହା ଦ୍ୱାରା ସ୍ବାସ୍ଥ୍ୟସେବାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଲେ ସରକାର ଦାୟୀ ରହିବେ। ୧୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ସକାଳେ ଘଣ୍ଟାଏ ପରିବର୍ତ୍ତେ ୯ରୁ ୧୧ଟା ଓପିଡି ସେବା ବର୍ଜନ କରାଯିବ। ଏହାପରେ ବି ସରକାର ଦାବି ପୂରଣ ନ କଲେ ୧୫ତାରିଖରୁ ସକାଳେ ୨ ଘଣ୍ଟା ଓ ଉପରବେଳା ସମ୍ପୂର୍ଣ୍ଣ ଓପିଡି ବନ୍ଦ କରାଯିବ। କେବଳ ଜରୁରିକାଳୀନ ସେବା ଜାରି ରହିବ। ଏହାପରେ ୨୭ରୁ ସମ୍ପୂର୍ଣ ଭାବେ ଓପିଡି ସେବା ବନ୍ଦ ହେବ। ଏହାଛଡ଼ା ୨୬ରୁ ବନ୍ଦ ରହିଥିବା ଏନ୍ଏଚ୍ଏମ୍ ଯୋଜନାରେ ଅସହଯୋଗ ଜାରି ରହିବ ବୋଲି ସେମାନେ ଜଣାଇଛନ୍ତି। ତା' ପରେ ସରକାରଙ୍କୁ ସମୂହ ଇସ୍ତଫା ପଠାଇବ ଓମସା।