Maharastra - The Sakala
ମହାରାଷ୍ଟ୍ର ରାଜନୀତି: ଏକନାଥ ସିନ୍ଦେ ମୁଖ୍ଯମନ୍ତ୍ରୀ, ଫଡ଼ନାଭିସ ଉପମୁଖ୍ଯମନ୍ତ୍ରୀ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ। ସିନ୍ଦେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଭଗତ ସିଂ କୋସିୟାରୀ। ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାୟୀ, ନିଜକୁ ସରକାରରୁ ବାହାରେ ରଖିବେ ବୋଲି କହିଥିଲେ ଫଡନବୀଶ । ତେବେ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡା ସିନ୍ଦେଙ୍କ ସରକାରରେ ଫଡନବୀଶ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସନ୍ଧ୍ୟାରେ ଟ୍ୱିଟ୍‌ କରିଥିଲେ।
ଖବର ଅନୁଯାୟୀ, ବୁଧବାର ରାତିରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଥିଲା।
ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ହାଇଡ୍ରାମା। ଉଦ୍ଧବ ଠାକରେ ଗତକାଲି ଫେସବୁକରେ ଲାଇଭ କରି ବିଦ୍ରୋହୀଙ୍କୁ ସାମ୍ନାସାମ୍ନି ଆସି ଆଲୋଚନ କରିଥିବା କହିଥିଲେ। ଏପରି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଅସନ୍ତୁଷ୍ଟ ବିଧାୟକ । ରାଜ୍ୟସଭା ନିର୍ବାଚନ ବେଳେ ଆମ ପ୍ରତି ଅବିଶ୍ୱାସ ବ୍ୟକ୍ତ କରାଗଲା । ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛୁ । ମନ୍ତ୍ରଣାଳୟରେ ବି ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଦିଆଗଲାନି । ଆମର ସବୁ ସମସ୍ୟା ଏକନାଥ ସିନ୍ଦେ ଶୁଣୁଥିଲେ।
ही आहे आमदारांची भावना… pic.twitter.com/U6FxBzp1QG
— Eknath Shinde – एकनाथ शिंदे (@mieknathshinde) June 23, 2022
ବିଦ୍ରୋହୀ ବିଧାୟକଙ୍କୁ ଅପମାନଜନକ ବ୍ୟବହାର କରାଯାଇଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏନସିପି ନେତା ଅପମାନ କରିଥିଲେ । ଆଦିତ୍ୟ ଠାକରେଙ୍କୁ ଅଯୋଧ୍ୟା ଯିବକୁ ଅନୁମତି ମିଳିଥିବା ବେଳେ ଆମକୁ ଫୋନ କରି ରୋକି ଦିଆଗଲା । ନ୍ୟାୟ ପାଇଁ ସିନ୍ଦେଙ୍କ ସହ ଆସିଛୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଚିଠିକୁ ଟ୍ୱିଟ କରିଛନ୍ତି ଏକନାଥ ସିନ୍ଦେ । ଏହା ବିଦ୍ରୋହୀ ବିଧାୟକଙ୍କ ଭାବନା ବୋଲି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ଏକନାଥ ।
ସୂଚନା ଅନୁଯାୟୀ, ଶିବସେନାର ମୋଟ ୫୫ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୧୬ ଜଣ ବିଧାୟକ ସିଏମ୍ ଠାକରେଙ୍କ କ୍ୟାମ୍ପରେ ଅଛନ୍ତି।
ପତନାଭିମୁଖୀ ମହାଅଘାଡ଼ି ସରକାର, ଇସ୍ତଫା ଦେବାକୁ ପ୍ରସ୍ତୁତ: ଉଦ୍ଧବ
ମୁମ୍ବାଇ : ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବିରୋଧରେ ଉଠିଥିବା ବିଦ୍ରୋହ ମହାଅଘାଡି ସରକାରର ପତନର କାରଣ ହେବାକୁ ଯାଉଛି। ଗତ ଦୁଇ ଦିନର ଘଟଣାକ୍ରମକୁ ନେଇ  ବିଚଳିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିଲେ ହେଁ ନିଜ ସରକାରର ପତନ ଅବଶ୍ୟମ୍ଭାବୀ ଜାଣି ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଫେସବୁକ୍‌ ଲାଇଭରେ  ଅତ୍ୟନ୍ତ ଭାବପ୍ରବଣ ଭାବେ ସେ ରାଜ୍ୟବାସୀଙ୍କୁ ସାମ୍ବୋଧÒତ କରି ଏହା କହିଥିଲା  ବେଳେ ସେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଦୌ ଲାଳାୟିତ ନୁହନ୍ତି ବୋଲି କହିଛନ୍ତି। ସେ କେବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ ବରଂ ଏନସିପି ସହ ମେଣ୍ଟ ହେବା ପରେ ଏହି ଦଳର ମୁଖିଆ ଶରଦ ପାୱାରଙ୍କ ପରାମର୍ଶକ୍ରମେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ।
କିନ୍ତୁ ସେ କ୍ଷମତାକୁ କେବେ ବି ଅଗ୍ରାଧିକାର ଦେଇ ନାହାନ୍ତି ବୋଲି କହିଛନ୍ତି। ସେପଟେ ନିଜ ଦଳର ବିଦ୍ରୋହୀ ନେତାଙ୍କ ଉଦ୍ଦେଶ୍ୟରେ ଉଦ୍ଧବ କହିଛନ୍ତି ଯେ, ତାଙ୍କ ସରକାର  ଶିବସେନାର ମୂଳାଧାର ଅର୍ଥାତ୍‌ ହିନ୍ଦୁତ୍ବ  ଠାରୁ ଦୂରେଇ ଯାଉଛି ବୋଲି ଯାହା ଅଭିଯୋଗ ଉଠୁଛି ତାହା ସମ୍ପୂର୍ଣ୍ଣ ଭୁଲ। ହିନ୍ଦୁତ୍ବ ଏବଂ ଶିବସେନା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ଉଦ୍ଧବ କହିଛନ୍ତି। ତେବେ  ଯଦି କିଛି କାରଣକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ କିଛି ଅସନ୍ତୋଷ ରହିଛି ତେବେ ସେମାନେ ଗୌହାଟୀରେ ନ ବସି ତାଙ୍କ ସମ୍ମୁଖକୁ ଆସନ୍ତୁ ଏବଂ ତାହାର ସମାଧାନ କରନ୍ତୁ ବୋଲି ଉଦ୍ଧବ ବିଦ୍ରୋହୀ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଆଜି ସନ୍ଧ୍ୟାରେ ଉଦ୍ଧବ ବିଗତ ଦୁଇ ଦିନର ଘଟଣାକ୍ରମକୁ ନେଇ ସନ୍ଧ୍ୟାରେ ବିଧାୟକମାନଙ୍କୁ ନିଜ ବାସଭବନକୁ ଡକାଇ ଆଲୋଚନା କରିଥିଲେ।
କିନ୍ତୁ ସେଠାରେ ମାତ୍ର ୨୧ ଜଣ ବିଧାୟକ ଉପସ୍ଥିତ ଥିବା କୁହାଯାଉଛି। ପରେ ପରେ ସେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ସେଠାରୁ ସେଭଳି କିଛି ଫଳ ମିଳିନାହିଁ। ବରଂ ବିରୋଧୀ ଭୂମିକା ନିଭାଇବାକୁ ଏନସିପି ପ୍ରସ୍ତୁତ ଅଛି ବୋଲି ଶରଦ କହିଥିବା ଜାଣିବାକୁ ମିଳିଛି। ଏଭଳି ସ୍ଥିତିରେ ଉଦ୍ଧବ ସରକାର ପତନ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ନିଜକୁ ଦଳୀୟ ନେତା ଭାବେ ଦାବି କରିଛନ୍ତି। ସେ ବୁଧବାର ସନ୍ଧ୍ୟାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଚିଠି ଲେଖି ତାଙ୍କ ପ୍ରତି ୪୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳେ ଏକନାଥଙ୍କ ନେତୃତ୍ବରେ ୨୬ ବିଧାୟକ ଗୌହାଟୀରେ ପହଞ୍ଚିଥିଲା ବେେଳ ପରେ ପରେ ଆଉ କିଛି ବିଧାୟକ ମଧ୍ୟ ଏକନାଥଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ।
ଏକନାଥଙ୍କ ନେତୃତ୍ବରେ ଗୌହାଟୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାମ୍ପରେ ଆଉ କିଛି ବିଧାୟକ ଯୋଗ ଦେବାକୁ ଯାଉଛନ୍ତି ବୋଲି ଘୋଷଣା କରାଯାଇଥିଲା।  ଏକନାଥଙ୍କ ସମର୍ଥନରେ ରହିଥିବା ବିଧାୟକମାନେ ଉଦ୍ଧବଙ୍କୁ ବିରୋଧ କରୁନାହାନ୍ତି ,ବରଂ ଶିବସେନା ସହ କଂଗ୍ରେସ ଏବଂ ଏନସିପିର ମେଣ୍ଟକୁ ହଜମ କରିପାରୁ ନଥିବା କୁହାଯାଉଛି। ଏପରିକି ଏନସିପି ଶିବସେନକୁ ତଳିତଳାନ୍ତ କରିବାରେ ଲାଗିଛି ବୋଲି ଏହି ବିଧାୟକମାନେ କହିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ନିଜ ଦଳରେ ସଂଖ୍ୟାଲଘୁ ହୋଇପଡ଼ିଛନ୍ତି। ସେପେଟେ ଏକନାଥଙ୍କ ନିକଟରେ ୩୦ରୁ ଅଧିକ ବିଧାୟକ ରହିଥÒବାରୁ ତାଙ୍କ ବିରୋଧରେ ଦଳ ବିରୋଧୀ ଅଭିଯୋଗ ଲାଗିପାରିବ ନାହିଁ ବୋଲି କୁହାଯାଇଛି।
ମହାରାଷ୍ଟ୍ରରେ ରାଜନୈତିକ ମହାଡ୍ରାମା: ବୈଠକରେ ଅନୁପସ୍ଥିତ ରହିଲେ ରଦ୍ଦ ହେବ ସଦସ୍ୟତା- ଉଦ୍ଧବ ଠାକରେ
ମୁମ୍ବାଇ: ରୋଚକ ମୋଡ ନେବାରେ ଲାଗିଛି ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ମହାଡ୍ରାମା । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଆଜି ସନ୍ଧ୍ଯାରେ ହେବାକୁ ଥିବା ବୈଠକରେ ସମସ୍ତ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ ରହିଛି। ବୈଠକରେ ଅନୁପସ୍ଥିତ ରହିଲେ ଦଳ ସଦସ୍ୟ ନୁହନ୍ତି ବୋଲି ବିଚାର କରାଯିବା ନେଇ ନିର୍ଦ୍ଦେଶନାମାର ସ୍ପଷ୍ଟ କରାଯାଇଛି । ବୈଠକ ପରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ ମଧ୍ୟ କରିବେ । ଏହି ସମ୍ବୋଧନରେ ସେ ନିଜ ଇସ୍ତଫା ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ, ଦଳର ବିଦ୍ରୋହୀ ବିଧାୟକମାନେ ସରକାରରେ ଦୁର୍ନୀତିକୁ ନେଇ ଅସନ୍ତୋଷ ଜାହିର କରିବା ସହ ସେନାର ଆଦର୍ଶରେ ଆପୋଷ ବୁଝାମଣା କରାଯାଇ ପାରିବ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନେ ଏକ ସଂକଳ୍ପ ପାରିତ କରିଛନ୍ତି।
ବ୍ରିଜ୍ ତଳକୁ କାର୍ ଖସି ବିଧାୟକଙ୍କ ପୁଅ ସମେତ ୭ ଡାକ୍ତରୀ ଛାତ୍ର ମୃତ
ମୁମ୍ବାଇ: ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ଓ୍ବାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲା | ଏହି ଦୁର୍ଘଟଣାରେ କାରରେ ଥିବା ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପୂରା ରାଜ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ଏସପି ପ୍ରଶାନ୍ତ ହୋଲକର କହିଛନ୍ତି ଯେ କାରରେ ଥିବା ଲୋକେ ସବୁ ଛାତ୍ର ଥିଲେ ଏବଂ ସେମାନେ ଓ୍ବାର୍ଦ୍ଧାକୁ ଯାଉଥିଲେ। ବିଧାୟକଙ୍କ ପୁଅ ଅଭିଷେକଙ୍କ ସମେତ ସବୁ ଛାତ୍ର ସାଙ୍ଗଭିର ଏକ ମେଡିକାଲ କଲେଜରେ ପଢୁଥିଲେ। ସେମାନେ ଓ୍ବାର୍ଦ୍ଧାକୁ ଯାଉଥିବାବେଳେ କାରଟି ନିୟନ୍ତ୍ରଣ ହରାଇ ଏକ ବ୍ରିଜ ତଳକୁ ଖସିପଡ଼ିଥିଲା।
ସୂଚନା ଅନୁସାରେ, ସେମାନେ ସମସ୍ତେ ସେଲସୁରା ବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଗୋଟିଏ ଜଙ୍ଗଲୀ ପଶୁ ସେମାନଙ୍କ ଗାଡ଼ି ଆଗକୁ ଚାଲି ଆସିଥିଲା। ପଶୁଟିକୁ ରକ୍ଷା କରିବା ପାଇଁ ଗାଡ଼ି ଚାଳକ ଜଣଙ୍କ ହଠାତ୍‌ ବ୍ରେକ ଲଗାଇ ଦେଇଥିଲେ। ଫଳରେ କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ଜୀବନ ଯାଇଛି। ମୃତ ଛାତ୍ରଙ୍କ ପରୀକ୍ଷା ନିକଟରେ ଶେଷ ହୋଇଥିଲା ଏବଂ ଏହା ପରେ ସେମାନେ ଏକ ପାର୍ଟିରୁ ଫେରୁଥିଲେ | ଅଭିଷ୍କାରଙ୍କ ବ୍ୟତୀତ ନୀରଜ ଚୌହାନ, ନୀତେଶ ସିଂହ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂହ, ଶୁଭମ ଜୈସୱାଲ ଓ ପବନ ଶକ୍ତିଙ୍କ ମୃତ୍ୟୁ ଘଟିଥିବା ୱାର୍ଦ୍ଧା ଏସ୍‌ପି ପ୍ରଶାନ୍ତ ହୋଲକରଙ୍କ ପକ୍ଷରୁ ସୂଚନା ମିଳିଛି ।
ମନି ଲଣ୍ଡରିଂ ମାମଲା: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ
ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଦେଶମୁଖଙ୍କୁ ଅଧିକ ୯ ଦିନ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
୧୨ ଘଣ୍ଟାର ପଚରାଉଚରା ପରେ ଗତ ସୋମବାର ରାତିରେ ଦେଶମୁଖଙ୍କୁ ଇଡି ଗିରଫ କରିଥିଲା । ମଙ୍ଗଳବାର କୋର୍ଟ ଦେଶମୁଖଙ୍କୁ ୬ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ । କେବଳ ଦେଶମୁଖ ନୁହେଁ ଏହି ମାମଲାରେ ଇଡି କୁନ୍ଦନ ସିନ୍ଧେ ଏବଂ ସଞ୍ଜୀବ ପାଲାଣ୍ଡେଙ୍କୁ ମଧ୍ୟ ଗିରଫ କରିଛି ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ହୋମଗାର୍ଡ ଡିଜି କରାଯାଇଥିଲା । ଏହାପରେ ପରମବୀରଙ୍କ ଏକ ଚିଠି ପଦାକୁ ଆସିଥିଲା । ଚିଠିଟି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଚିଠିରେ ସେ ଦାବି କରିଥିଲେ ଯେ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ ସଚିନ୍ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିଥିଲେ । ଏହାସହ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଦେଶମୁଖ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ।
୫ ଥର ସମନ ପରେ ଗତ ସୋମବାର ଇଡିରେ ହାଜର ହୋଇଥିଲେ ଦେଶମୁଖ । ଗୃହମନ୍ତ୍ରୀ ଥିବା ବେଳେ ଦେଶମୁଖ ପଦବୀର ଅପବ୍ୟବହାର କରି ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିବା ଓ ତାଙ୍କୁ ବରଖାସ୍ତ କରିବା, ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରୁ ୪.୭୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନେଇ ଇଡି ମାମଲା ରୁଜୁ କରି ତଦନ୍ତ ଚଲାଇଛି ।
ବିଧାନସଭାରେ ହଟ୍ଟଗୋଳ କରି ୧୨ ବିଜେପି ବିଧାୟକ ବର୍ଷକ ପାଇଁ ହେଲେ ନିଲମ୍ବିତ
ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତି ଏହି ନିଷ୍ପତି ନେଇ ୧୨ ଜଣ ବିଜେପି ବିଧାୟକଙ୍କୁ ଗୋଟିଏ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି । ନିଲମ୍ବିତ ହୋଇଥିବା ବିଧାୟକମାନେ ପଛୁଆବର୍ଗଙ୍କୁ ଆରକ୍ଷଣ ଦେବା ଦାବିରେ ହଟ୍ଟଗୋଳ କରିଥିଲେ । ଏହି ମାମଲାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ବିଧାୟକ ଦେବେନ୍ଦ୍ର ଫଡନଭିସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମିଥ୍ୟା ଅଭିଯୋଗରେ ବିଜେପି ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମହାରାଷ୍ଟ୍ରରେ ଓବିସି ବର୍ଗର ଲୋକଙ୍କୁ ଆରକ୍ଷଣ ଦେବାକୁ ବିଜେପି କିଛିଦିନ ହେବ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲା । ଏହାସହ ଏହି ମାମଲା ବି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏହା ହାଇକୋର୍ଟରେ ବିଚାର ହୋଇ ପାରିବ ବୋଲି କହି ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ ।
ଏହି ଘଟଣା ପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କ ଆହୁରି ଖରାପ ହୋଇପାରେ । କାରଣ ଆଜି ଶିବସେନା ନେତା ସଂଜୟ ରାୱତ କହିଥିଲେ କି ବିଜେପି ଓ ଶିବସେନାର ସଂପର୍କ ଅମୀର ଖାନ ଓ କିରଣ ରାଓଙ୍କ ସଂପର୍କ ଭଳି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିଛିଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଜେପି ଓ ଶିବସେନାର ସଂପର୍କ ଉପରେ ପଜିଟିଭ୍ ମନ୍ତବ୍ୟ ଗଣମାଧ୍ୟମରେ ଦେଇଥିଲେ । ହେଲେ ଏବେ ମହାରାଷ୍ଟ୍ର ବିଧାନ ସଭାରେ ଯେଭଳି ଘଟଣା ଦେଖାଦେଲା ଏହାପରେ ବିଜେପି ଓ ଶିବସେନାର ସଂପର୍କ ଖରାପ ହେବା ନେଇ ଆଲୋଚନା ହେଉଛି ।
ନାଳ ସଫା ନ ହୋଇଥିବାରୁ ରାଗିଗଲେ ଶିବସେନା ବିଧାୟକ, ସଫେଇ କାମ କରୁଥିବା ଠିକାଦାରକୁ ନାଳରେ ବସାଇ ତାଙ୍କ ଉପରେ ଢାଳିଲେ ଅବାର୍ଜନା
ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ଠିକାଦାରକୁ ଅଳିଆ ଗଦା ଉପରେ ବସାଇବା ଏବଂ ଡ୍ରେନ୍ ସଠିକ୍ ପରିଷ୍କାର ନହେଲେ ଏହା ଉପରେ ଅଳିଆ ଫିଙ୍ଗିଥିବାର ଦେଖାଯାଉଛି ।
ସୂଚନାନୁଯାୟୀ, ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କ ଘରେ ନାଳ ପାଣି ପଶୁଥିବା ନେଇ ବାରମ୍ବାର ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଠାରେ ଅଭିଯୋଗ କରୁଥିଲେ । ଏଥିରେ ରାଗିଯାଇ ବିଧାୟକ ତାଙ୍କ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ନାଳ ଠିକରେ ସଫା ନହେବା ଦେଖି ବିଧାୟକ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ସଫେଇ କରି ଏବଂ ସେଠାକାର ସଫେଇ ଠିକାଦାରଙ୍କୁ ଡକାଇ ଥିଲେ । ଠିକାଦାରଙ୍କୁ କାମ କାହିଁକି ଠିକରେ ହୋଇନାହିଁ ବୋଲି ପଚାରିଥିଲେ । ହେଲେ ଠିକାଦାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ନାଳ ନିକଟରେ ବସାଇ ତାଙ୍କ ଉପରେ ନାଳରୁ ବାହାରିଥିବା ଅବର୍ଜନା କୁଢାଇ ଦେଇଥିଲେ ।
କଣ୍ଟ୍ରାକ୍ଟରଙ୍କ ଉପରେ ଅଳିଆ ପକାଇବା ଘଟଣା ପରେ ସୋସିଆଲ ମିଡିଆରେ ତାଙ୍କୁ କଡା ସମାଲୋଚନା କରାଯାଇଛି । ସମାଲୋଚିତ ହେବା ପରେ ବି ବିଧାୟକ କ୍ଷମା ନମାଗି ସଫେଇ ଦେଇଛନ୍ତି କି ‘ଲୋକଙ୍କ ଦୁଖ ଦୂର କରିବା ପାଇଁ କଣ୍ଟ୍ରାକ୍ଟର କାମ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ଦୁଖ ଦୂର କରିବା ଆମର ଦାୟିତ୍ବ ହୋଇଯାଏ । ମୋ ପାଖରେ ବାରମ୍ବାର ଅଭିଯୋଗ ପହଂଚିବାରୁ ମୁଁ ଦଳୀୟ କର୍ମୀମାନଙ୍କୁ ଡାକି ନାଳ ସଫା କରାଇଲି ।
ମୁମ୍ବାଇ ଆଶିଆନା ଟାୱାରରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ମୁମ୍ବାଇ : ମୁମ୍ବାଇ ଓସିୱାରା ଅଞ୍ଚଳରେ ଥିବା ଆଶିଆନା ଟାୱାରରେ ଆଜି ସକାଳ ୮ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅନେକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛନ୍ତି । ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାଁନ୍ତି ବୋଲି ସୂଚନାରୁ ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଦମକଳର ଆଠଟି ଗାଡ଼ି ଏବଂ ଅନେକ ୱାଟର ଟ୍ୟାଙ୍କର୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ନିଆଁ ଲିଭାଇବା କାମ ଏବେବି ଜାରି ରହିଛି।
ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍, ଦେଶରେ ମହାମାରୀ କରୋନା ସମୟରେ ଶତକ ପାର କଲା ଦର
ଏପଟେ ମହାମାରୀ କରୋନା ଦାଉ ସାଧୁଥିବାବେଳେ ସେପଟେ ପେଟ୍ରୋଲ ଦର ଲୋକଙ୍କୁ ଆହୁରି ହନ୍ତସନ୍ତ କରୁଛି । ପେଟ୍ରୋଲର ମହଙ୍ଗା ଦର ଲୋକଙ୍କ ଆଖିରୁ ନିଦ ହଜେଇ ସାରିଲାଣି । କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସର୍ବୋଚ୍ଚ ସ୍ତରରେ ପହଂଚିଛି ତୈଳଦର । ଏଠାରେ ଶନିବାର ଦିନ ପେଟ୍ରୋଲ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇ ୧୦୦.୧୯ ଟଙ୍କାରେ ପହଂଚିଛି । ସେହିଭଳି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଶନିବାର ତେଲ ଦର ବୃଦ୍ଧି ହେବା ପରେ ପେଟ୍ରୋଲ ଦର ଲିଟର ପିଛା ୧୦୫.୧୫ ଟଙ୍କା ହୋଇଛି ।
ତେବେ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଏବଂ ମହାରାଷ୍ଟ୍ରର କେତେକ ସହରରେ ତେଲ ଦର ୧୦୦ ଟଙ୍କା ପାର୍ କରି ସାରିଥିବା ବେଳେ ଆଜି ମୁମ୍ବାଇରେ ୧୦୦ ପାର୍ କରିଛି ପେଟ୍ରୋଲ ମୂଲ୍ୟ ।
ମେ ମାସରେ ଆଜି ପର୍ଯ୍ୟନ୍ତ ୧୬ ଥର ତୈଳଦର ବୃଦ୍ଧି ପାଇଥିବା ବେଳେ ମାତ୍ର ଗୋଟିଏ ଥର ତୈଳଦାମ କମି ନାହିଁ । ଏପ୍ରିଲ ମାସରେ କିଛିଥର ତୈଳଦର କମି ପେଟ୍ରୋଲ ଉପରେ ୭୭ ପଇସା ହ୍ରାସ ପାଇଥିଲା ହେଲେ ମେ ମାସରେ କ୍ରମାଗତ ଭାବେ ପେଟ୍ରୋଲ ଦର ବୃଦ୍ଧି ପାଇ ୩.୫୯ ଟଙ୍କା ମହଙ୍ଗା ହେଲାଣି । ସେହିଭଳି ଡିଜେଲର ଦର ବୃଦ୍ଧି ପାଇ ମେ ମାସରେ ୪.୧୩ ଟଙ୍କା ମହଙ୍ଗା ହୋଇଛି । ଏହାସହ ଦେଶର ଅନେକ ସହରରେ ଏବେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ବିକ୍ରି ହେଉଛି ।
ବିବାହ ବାର୍ଷିକୀରେ ୧ କିଲୋର ହାର ପିନ୍ଧି ଫସିଲେ ଦମ୍ପତି
ମୁମ୍ବାଇ: ସୁନାର ହାର ! ସେ ବି ପୁଣି ୧ କିଲୋ ଓଜନର ! ଲୋକେ ସୋସିଆଲ ମିଡିଆରେ ଏହି ହାର ଦେଖି ତାଯୁବ ହୋଇଗଲେ । ଏହାପରେ ପୋଲିସ ଷ୍ଟେସନ ର ଦ୍ୱାରସ୍ଥ ହେଲେ ଦମ୍ପତି । ଘଟଣା ଟି ଏହିପରି କି ବିବାହ ବାର୍ଷିକୀରେ ସ୍ୱାମୀ ନିଜ ସ୍ତ୍ରୀ ଙ୍କୁ ଗିଫ୍ଟ ଦେଲେ ୧ କିଲୋର ସୁନାର ହାର । ସ୍ତ୍ରୀ ପିନ୍ଧିଥିବା ଏହି ହାରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଥାନାର ଦ୍ୱାରସ୍ଥ ହେଲେ ପତି ପତ୍ନୀ । ତେବେ ପୋଲିସ ପଚାରିବାରୁ ଦମ୍ପତ୍ତିଙ୍କ କଥା ଶୁଣି ପୋଲିସର ହୋସ ଉଡିଯାଇଥିଲା । ସୂଚନା ଥାଉକି, ମୁମ୍ୱାଇ ଭିମଣ୍ଡୀ କୋଗାଁରେ ରୁହନ୍ତି ବାଲା କୋଲି ନାମକ ବ୍ୟକ୍ତି ।
ଏଇ ନିକଟରେ ବ୍ୟକ୍ତି ଜଣଙ୍କ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ସମୟରେ ସେ ଗୋଟିଏ ସେ ତାଙ୍କ ପତ୍ନୀଙ୍କୁ ଲମ୍ୱା ମଙ୍ଗଳସୂତ୍ର ଉପହାର ସ୍ୱରୂପ ଭେଟି ଦେଇଥିଲେ । ଏହାର ଲମ୍ୱା ଏତେ ଥିଲା କି, ଏହା ପତ୍ନୀ ଆଣ୍ଠୁଯାଏ ଲମ୍ୱିଥିଲା । ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଅନେକ କଥା ଚର୍ଚ୍ଚା କରିଥିଲେ । ଆଉ ଏହି କଥା ପୋଲିସ କାନକୁ ବି ପହଞ୍ଚିଯାଇଥିଲା । ପରେ ପୋଲିସ ଏହି ଦମ୍ପତ୍ତିଙ୍କୁ ଥାନାକୁ ଡାକିଥିଲେ ।
ତେବେ ବାଲା କୋଲି ଯାହା କହିଥିଲେ ତା ଶୁଣି ପୋଲିସ ତାଜୁବ ହୋଇଥିଲା । ବାଲା କୋଲିଙ୍କ ମତରେ ଆନିଭର୍ସରୀକୁ ଟିକେ ନିଆରା ଢଙ୍ଗରେ ପାଳିବାକୁ ଏମାନେ ନିଷ୍ପତ୍ତି ନେଇଥିଲେ । କେକ୍ କାଟିବା ସହ ନିଆରା ଉପହାର ବି ଦେଇଥିଲେ । ହେଲେ ଏହି ଦେଇଥିବା ୧ କିଲୋର ହାରରେ ଅସଲି ସୁନାର ଅଳଙ୍କାର ନଥିଲା । ଜଣେ କାରିଗର ଏହି ନକଲି ହାର ପ୍ରସ୍ତୁତ କରିଥିଲେ ।
ହାର ପାଇଁ ଖର୍ଚ୍ଚ କରିବାକୁ ପଡିଥିଲା ପାଖାପାଖି ୩୮ ହଜାର ଟଙ୍କା । ତେବେ ଏକଥା ଜାଣିବା ପରେ ପୋଲିସ ଦମ୍ପତ୍ତଙ୍କୁ ଦଣ୍ଡ ଦେବା ବଦଳରେ ଚେତାଇ ଦେଇଥିଲା । କି ଆପଣ ଏମିତି ନକଲି ହାର କିମ୍ୱା ଅସଲି ଗହଣା ପିନ୍ଧି ସୋସିଆଲ ମିଡିଆରେ ଫଟୋ ଛାଡନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।