Nicolas Maduro - The Sakala

ନିଜକୁ ଭେନେଜୁଏଲାର 'କାର୍ଯ୍ୟକାରୀ ରାଷ୍ଟ୍ରପତି' ବୋଲି ଦାବି କଲେ ଡୋନାଲ୍ଡ ଟ୍ରମ୍ପ; ସୋସିଆଲ ମିଡିଆରେ ପୋଷ୍ଟ କଲେ ଫଟୋ
ନୂଆଦିଲ୍ଲୀ: ନିଜକୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି କହିଲେ ଟ୍ରମ୍ପ । ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ Truth Social ରେ ଏକ ଏଡିଟ୍ ହୋଇଥିବା ଫଟୋ ସେୟାର କରି ଟ୍ରମ୍ପ ନିଜକୁ ଭେନେଜୁଏଲାର "କାର୍ଯ୍ୟକାରୀ ରାଷ୍ଟ୍ରପତି" (Acting President) ବୋଲି ଘୋଷଣା କରିଛନ୍ତି। ନିକଟରେ ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ନିକୋଲାସ୍ ମାଦୁରୋଙ୍କ ଗିରଫଦାରୀ ଏବଂ କ୍ଷମତାଚ୍ୟୁତ ହେବା ପୃଷ୍ଠଭୂମିରେ ଏହି ଘଟଣା ସାମ୍ନାକୁ ଆସିଛି।

ମାଦୁରୋଙ୍କ ବିଦାୟ ପରେ ଭେନେଜୁଏଲାର ନୂତନ ନେତୃତ୍ୱ ସହ ଆମେରିକାର ସମ୍ପର୍କ ଭଲ ରହିଛି ବୋଲି ଟ୍ରମ୍ପ କହିଛନ୍ତି। ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ ଖୁଲାସା କରିଛନ୍ତି ଯେ, ଭେନେଜୁଏଲା ପକ୍ଷରୁ ଆମେରିକାକୁ ଏକ ବଡ଼ ଧରଣର ତୈଳ ପଠାଯାଉଛି। ଟ୍ରମ୍ପ କହିଛନ୍ତି, "ସେମାନେ ଆମକୁ ୫୦ ନିୟୁତ ବ୍ୟାରେଲ ତୈଳ ନେବାକୁ ଅନୁରୋଧ କରିଥିଲେ ଏବଂ ଆମେ ରାଜି ହୋଇଛୁ।" ଏହି ତୈଳର ମୂଲ୍ୟ ପ୍ରାୟ $୪.୨ ବିଲିୟନ ହେବ ଏବଂ ଏହା ବର୍ତ୍ତମାନ ଆମେରିକା ଅଭିମୁଖେ ଆସୁଛି ବୋଲି ସେ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ଭେନେଜୁଏଲାରୁ ଆଉ କୌଣସି ତୈଳ କିମ୍ବା ଅର୍ଥ କ୍ୟୁବାକୁ ଯିବ ନାହିଁ। ଦୁଇ ଦେଶ ମଧ୍ୟରେ ଦୂରତା ବଜାୟ ରଖିବା ପାଇଁ ଆମେରିକା ସେନା ନିୟୋଜିତ ହେବେ। ଟ୍ରମ୍ପ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, "ଭେନେଜୁଏଲାକୁ ବର୍ଷ ବର୍ଷ ଧରି ବନ୍ଧକ ରଖିଥିବା ଅପରାଧୀମାନଙ୍କଠାରୁ ଆଉ ସୁରକ୍ଷା ଲୋଡ଼ା ନାହିଁ। ବର୍ତ୍ତମାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ତଥା ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛି।"

ମାଦୁରୋଙ୍କ ଭଳି ପୁଟିନଙ୍କୁ ଗିରଫ କରିବ କି ଆମେରିକା? ଟ୍ରମ୍ପ ଦେଲେ ବଡ଼ ବୟାନ...
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଯେ ଭେନେଜୁଏଲାର ପୂର୍ବତନ ଶାସକ ନିକୋଲାସ ମାଦୁରୋଙ୍କ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ କୌଣସି ନାଟକୀୟ ସାମରିକ ଅପରେସନ୍ କରାଯିବ ନାହିଁ। ୟୁକ୍ରେନ ଯୁଦ୍ଧକୁ ନେଇ ନିରାଶା ପ୍ରକାଶ କରିବା ସତ୍ତ୍ୱେ ଟ୍ରମ୍ପ ଏଭଳି ପଦକ୍ଷେପକୁ ଅନାବଶ୍ୟକ ବୋଲି ଦର୍ଶାଇଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଏକ ବୟାନ ଉପରେ ପ୍ରତିକ୍ରିୟା ରଖି ଟ୍ରମ୍ପ ଏହି କଥା କହିଛନ୍ତି। ଜେଲେନସ୍କି ପରୋକ୍ଷରେ ଇଙ୍ଗିତ କରିଥିଲେ ଯେ ମାଦୁରୋଙ୍କ ପରେ ପୁଟିନଙ୍କ ପାଳି ପଡିପାରେ। ଏହାର ଜବାବରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, "ମୁଁ ଭାବୁନି ଯେ ଏହାର ଆବଶ୍ୟକତା ପଡ଼ିବ। ମୋର ପୁଟିନଙ୍କ ସହିତ ସର୍ବଦା ଭଲ ସମ୍ପର୍କ ରହିଛି।"

ଆମେରିକାର ପ୍ରମୁଖ ତୈଳ ଏବଂ ଗ୍ୟାସ କମ୍ପାନୀ ଅଧିକାରୀଙ୍କ ସହ ଏକ ବୈଠକରେ ଟ୍ରମ୍ପ ୟୁକ୍ରେନ-ରୁଷିଆ ଯୁଦ୍ଧ ଶେଷ ହୋଇନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗତ ମାସରେ ଏହି ଯୁଦ୍ଧରେ ପ୍ରାୟ ୩୧,୦୦୦ ଲୋକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଅନେକ ରୁଷୀୟ ସୈନିକ ସାମିଲ ଅଛନ୍ତି। ସେ କହିଛନ୍ତି, "ମୁଁ ଆଠଟି ଯୁଦ୍ଧର ସମାଧାନ କରିଛି, କିନ୍ତୁ ଏହି ଯୁଦ୍ଧ ଶୀଘ୍ର ଶେଷ ହେବା ଉଚିତ୍ ଥିଲା।"

ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ଆମେରିକା ସେନା ଏକ ଅତର୍କିତ ଚଢ଼ାଉ କରି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା। ଆମେରିକାର ଡେଲ୍ଟା ଫୋର୍ସ କାରାକାସ୍‌ରେ ମାଦୁରୋଙ୍କ ବାସଭବନରେ ପଶି ତାଙ୍କୁ ଉଠାଇ ନେଇଥିଲେ ଏବଂ ଡ୍ରଗ୍ସ କାରବାର ଅଭିଯୋଗରେ ବିଚାର ପାଇଁ ଆମେରିକାକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣା ପରେ ବିଶ୍ୱସ୍ତରରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ଜେଲେନସ୍କି ପୁଟିନଙ୍କ ପ୍ରତି ସମାନ ପଦକ୍ଷେପ ନେବାକୁ ଆମେରିକାକୁ ପରୋକ୍ଷ ଆହ୍ୱାନ ଦେଇଥିଲେ, ଯାହାକୁ ଟ୍ରମ୍ପ ଖଣ୍ଡନ କରିଛନ୍ତି।

ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ୍‌ ପରେ ଟ୍ରମ୍ପଙ୍କ ଦାବି: ଆମେରିକା ହେପାଜତରେ ଅଛନ୍ତି ରାଷ୍ଟ୍ରପତି ମାଦୁରୋ ଏବଂ ତାଙ୍କ ପତ୍ନୀ
ନୂଆଦିଲ୍ଲୀ: ଭେନେଜୁଏଲା ଉପରେ ଆମେରିକାର ଭୟଙ୍କର ଏୟାରଷ୍ଟ୍ରାଇକ୍‌ । ପୋର୍ଟ ଅଫ୍‌ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ । ଭେନେଜୁଏଲାରେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା। ଶନିବାର ଭୋର ସମୟରେ ରାଜଧାନୀ କାରାକାସରେ ଭୟଙ୍କର ବିସ୍ଫୋରଣ ହେବାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ ବର୍ତ୍ତମାନ ଆମେରିକା ହେପାଜତରେ ଅଛନ୍ତି।

ରାଷ୍ଟ୍ରପତି ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ ସୋସିଆଲ'ରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, "ଆମେରିକା ଭେନେଜୁଏଲା ଏବଂ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଉପରେ ଏକ ବଡ଼ ଧରଣର ଆକ୍ରମଣ ସଫଳତାର ସହ ଶେଷ କରିଛି। ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରି ଦେଶ ବାହାରକୁ ଅଣାଯାଇଛି।" ଏହି ଅପରେସନ୍ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ମିଳିତ ଭାବେ କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି।

ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କାରାକାସରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଆକାଶରେ ବିମାନ ଉଡ଼ିବାର ଶବ୍ଦ ପରେ ପ୍ରାୟ ସାତୋଟି ବଡ଼ ବିସ୍ଫୋରଣ ହୋଇଥିଲା। ବିଶେଷ କରି ଲା କାର୍ଲୋଟା ସାମରିକ ବିମାନଘାଟି ଏବଂ ଭେନେଜୁଏଲା ସେନାର ମୁଖ୍ୟାଳୟ କୁହାଯାଉଥିବା ଫୁଏର୍ଟେ ଟିଉନା ସାମରିକ କମ୍ପ୍ଲେକ୍ସରୁ ଧୂଆଁ ବାହାରୁଥିବାର ଦେଖାଯାଇଥିଲା।

ମାଦୁରୋଙ୍କ ଗିରଫ ଖବର ଆସିବା ପୂର୍ବରୁ ଭେନେଜୁଏଲା ସରକାର ଦେଶରେ 'ବାହ୍ୟ ବିଶୃଙ୍ଖଳା ପରିସ୍ଥିତି' ଏବଂ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଆମେରିକାର ଏହି କାର୍ଯ୍ୟାନୁଷ୍ଠାନକୁ ସେମାନେ "ନିର୍ମମ ସାମରିକ ଆକ୍ରମଣ" ବୋଲି ଅଭିହିତ କରିବା ସହ ଜନସାଧାରଣଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ, ମାଦୁରୋଙ୍କ ଗିରଫ ପରେ କାରାକାସରେ କ୍ଷମତା ପରିବର୍ତ୍ତନକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି।