DRG - The Sakala

ଛତିଶଗଡ଼ ବିଜାପୁରରେ ପୋଲିସ-ମାଓବାଦୀ ଗୁଳିବିନିମୟ: ଦୁର୍ଦ୍ଦାନ୍ତ ମାଓ ନେତା ଉଧମ ସିଂ ନିହତ
ଛତିଶଗଡ଼: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ଗୁରୁବାର ସକାଳେ ଦକ୍ଷିଣ ବିଜାପୁର ଅଞ୍ଚଳରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରୁ ମୃତଦେହ ସହ ଏକ ଏକେ-୪୭ (AK-47) ରାଇଫଲ୍ ମଧ୍ୟ ଜବତ କରାଯାଇଛି। ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି ।

ସୂଚନା ଅନୁଯାୟୀ, ବିଜାପୁରର ଚିନ୍ନାଗେଲ୍ଲୁର-ତାରେମ୍ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଏହା ପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (DRG) ଏବଂ କୋବ୍ରା (CoBRA) ବାହିନୀର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ସକାଳ ପ୍ରାୟ ୭.୩୦ ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ, ଯାହାର ପାଲଟା ଜବାବ ଦେଇଥିଲେ ଯବାନମାନେ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନିହତ ମାଓବାଦୀ ଜଣକ ହେଉଛନ୍ତି ଉଧମ ସିଂ। ସେ ମାଓବାଦୀ ସଙ୍ଗଠନର ପ୍ଲାଟୁନ୍ ନମ୍ବର ୩୦ ସହ ଜଡ଼ିତ ଥିଲେ ଏବଂ ଜଣେ ଡିଭିଜନାଲ୍ କମିଟି ମେମ୍ବର (DVCM) ଭାବରେ କାର୍ଯ୍ୟ କରୁଥିଲେ। ଦକ୍ଷିଣ ବସ୍ତର ଅଞ୍ଚଳରେ ସେ ବେଶ୍ ସକ୍ରିୟ ଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଅପରେସନ୍ ଶେଷ ହେବା ପରେ ତାଙ୍କ ପଦବୀ ଓ ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ପୋଲିସ କହିଛି।

ବର୍ତ୍ତମାନ ସୁଦ୍ଧା ଅପରେସନ୍ ଜାରି ରହିଛି ଏବଂ ଅଞ୍ଚଳରେ ଅଧିକ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ଜଙ୍ଗଲରେ ଅନ୍ୟ କୌଣସି ମାଓବାଦୀ କିମ୍ବା ବିସ୍ଫୋରକ ସାମଗ୍ରୀ ଲୁଚି ରହିଛି କି ନାହିଁ, ସେ ନେଇ ଯବାନମାନେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛନ୍ତି।

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ସୁରକ୍ଷାକର୍ମୀମଙ୍କ ଗୁଳିରେ ସୁକମା ଓ ବିଜାପୁରରେ ୧୪ ମାଓବାଦୀ ନିହତ
ଛତିଶଗଡ଼: ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ରାଜ୍ୟର ସୁକମା ଏବଂ ବିଜାପୁର ଜିଲ୍ଲାରେ ହୋଇଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ମୋଟ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସୁକମା ଜିଲ୍ଲାର କୋଣ୍ଟା-କିଷ୍ଟାରାମ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ହୋଇଥିଲା। ସୁକମା ଏସପି କିରଣ ଚୌହ୍ୱାନଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ DRG (ଜିଲ୍ଲା ରିଜର୍ଭ ଗାର୍ଡ) ପକ୍ଷରୁ ଏହି ଅପରେସନ୍ କରାଯାଇଥିଲା। ଏହି ଏନକାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି ଏବଂ ସେମାନଙ୍କ ନିକଟରୁ ଏକେ-୪୭ ଓ ଇନସାସ୍ ରାଇଫଲ ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ନିହତ ମାଓବାଦୀଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ସଦସ୍ୟ ସଚିନ୍ ମାଙ୍ଗଡୁ ସାମିଲ ଅଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କୋଣ୍ଟା ASP ଆକାଶ ରାଓ ଗିରେପୁଞ୍ଜେଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ସମସ୍ତ ମାଓବାଦୀ କମାଣ୍ଡର ଏହି ଅପରେସନରେ ନିହତ ହୋଇଛନ୍ତି।

ଅନ୍ୟପକ୍ଷରେ, ବିଜାପୁର ଜିଲ୍ଲାର ଦକ୍ଷିଣ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଶନିବାର ଭୋର ୫ଟା ସମୟରେ DRG ଟିମ୍ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା।  ବର୍ତ୍ତମାନ ସୁଦ୍ଧା ଉଭୟ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।