Muslim mayor - The Sakala

ନ୍ୟୁୟର୍କର ପ୍ରଥମ ମୁସଲିମ ମେୟର ହେଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ
ନୂଆଦିଲ୍ଲୀ: ନ୍ୟୁୟର୍କ ସିଟିର ନୂତନ ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ। ଗୁରୁବାର ମଧ୍ୟରାତ୍ରି ପରେ ମ୍ୟାନହଟ୍ଟନର ଏକ ଐତିହାସିକ ତଥା ବନ୍ଦ ପଡିଥିବା ସବୱେ ଷ୍ଟେସନରେ ସେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି। ୩୪ ବର୍ଷୀୟ ଡେମୋକ୍ରାଟ୍ ନେତା ଜୋହରାନ ଆମେରିକାର ସବୁଠାରୁ ବଡ ସହରର ପ୍ରଥମ ମୁସଲିମ ମେୟର ହୋଇ ଇତିହାସ ସୃଷ୍ଟି କରିଛନ୍ତି।

ପୁରାତନ ସିଟି ହଲ୍ ସବୱେ ଷ୍ଟେସନରେ ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ଜୋହରାନ କୁରାନ ଉପରେ ହାତ ରଖି ଶପଥ ନେଇଥିଲେ। ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଜେମ୍ସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଏବଂ ଏହି ସମୟରେ ତାଙ୍କ ପତ୍ନୀ ରମା ଦୁୱାଜି କୁରାନ ଧରିଥିଲେ। ମେୟର ଭାବରେ ନିଜର ପ୍ରଥମ ଅଭିଭାଷଣରେ ସେ ଏହି ସ୍ଥାନକୁ ସହରର ଜୀବନରେଖା ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରରେ ସେ ମାଇକ୍ ଫ୍ଲିନ୍ଙ୍କୁ ସହରର ପରିବହନ ବିଭାଗର କମିଶନର ଭାବେ ଘୋଷଣା କରିଥିଲେ।

ରିପୋର୍ଟ ଅନୁଯାୟୀ, ଜୋହରାନ ପୁନର୍ବାର ସିଟି ହଲ୍‌ରେ ଏକ ବଡ଼ ସାଧାରଣ କାର୍ଯ୍ୟକ୍ରମରେ ଶପଥ ନେବେ, ଯାହାକୁ ଆମେରିକୀୟ ସିନେଟର ବର୍ଣ୍ଣି ସ୍ୟାଣ୍ଡର୍ସ ପରିଚାଳନା କରିବେ। ୧୯୯୧ ମସିହାରେ ଉଗାଣ୍ଡାରେ ଜନ୍ମିତ ଜୋହରାନ ହେଉଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର ଏବଂ ଶିକ୍ଷାବିତ୍ ମହମୁଦ ମମଦାନୀଙ୍କ ପୁତ୍ର। ସେ କେବଳ ପ୍ରଥମ ମୁସଲିମ ନୁହନ୍ତି, ବରଂ ଦକ୍ଷିଣ ଏସୀୟ ବଂଶୋଦ୍ଭବ ତଥା ଆଫ୍ରିକାରେ ଜନ୍ମିତ ପ୍ରଥମ ବ୍ୟକ୍ତି ଭାବେ ନ୍ୟୁୟର୍କର ମେୟର ହୋଇଛନ୍ତି।