Odisha Culture - The Sakala

ଶ୍ରୀମନ୍ଦିରରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଓ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ: ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପିନ୍ଧିବେ ମହାପ୍ରଭୁ
ପୁରୀ: ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଅବସରରେ ପୁରୀ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଉଠିଛି। ଭାଇଭଉଣୀର ଅତୁଟ ପ୍ରେମର ପ୍ରତୀକ ଭାବେ ଆଜି ମହାପ୍ରଭୁ ଜଗନ୍ନାଥ ଏବଂ ବଡ଼ଭାଇ ବଳଭଦ୍ର ବିଶ୍ୱର ସବୁଠାରୁ ବଡ଼ ରାକ୍ଷୀ ପରିଧାନ କରିବେ।

ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପରେ ପୂଜା ପାଉଥିଲେ ମଧ୍ୟ ସାଧାରଣ ମଣିଷ ପରି ମହାପ୍ରଭୁ ସମସ୍ତ ପର୍ବପର୍ବାଣୀ ଏବଂ ରୀତିନୀତି ପାଳନ କରିଥାନ୍ତି। ଆଜିର ଦିନରେ ଭଉଣୀ ଦେବୀ ସୁଭଦ୍ରା ତାଙ୍କର ଦୁଇ ଭାଇଙ୍କ ହାତରେ ସ୍ନେହ ଓ ସୁରକ୍ଷାର ପ୍ରତୀକ ସ୍ୱରୂପ ରାକ୍ଷୀ ବାନ୍ଧିଥାନ୍ତି। ଏହି ରାକ୍ଷୀ ପ୍ରସ୍ତୁତ କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଟରା ବିଶୋୟୀ ସେବକମାନଙ୍କ ଉପରେ ନ୍ୟସ୍ତ ଥାଏ। ସେମାନେ ମୋଟ ୪ଟି ସ୍ୱତନ୍ତ୍ର ରାକ୍ଷୀ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ରାକ୍ଷୀ ନାଲି ଓ ହଳଦିଆ ସୂତାରେ ତିଆରି ହୋଇଥିବା ବେଳେ ପ୍ରଭୁ ବଳଭଦ୍ରଙ୍କ ରାକ୍ଷୀ ନୀଳ ଓ ବାଇଗଣୀ ରଙ୍ଗର ହୋଇଥାଏ।

ପୌରାଣିକ ମତ ଅନୁଯାୟୀ, ଗହ୍ମା ପୂର୍ଣ୍ଣିମା ତିଥିରେ ଶ୍ରାବଣ ନକ୍ଷତ୍ରର ମକର ଲଗ୍ନରେ ପ୍ରଭୁ ବଳରାମ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କୁ କୃଷିର ଦେବତା ଏବଂ କ୍ଷେତ୍ରର ରକ୍ଷକ ଭାବରେ ବିବେଚନା କରାଯାଏ। 'ଗହ୍ମା' ଶବ୍ଦଟି 'ଗୋ-ମାତା'ରୁ ଆସିଥିବା ବିଶ୍ୱାସ କରାଯାଏ, ଯାହା ଗୋରୁମାନଙ୍କ ସହିତ ପ୍ରଭୁ ବଳରାମଙ୍କ ପବିତ୍ର ସମ୍ପର୍କକୁ ଦର୍ଶାଏ। ଏହି କୃଷି ପରମ୍ପରାକୁ ବଜାୟ ରଖି ଓଡ଼ିଶାର ଚାଷୀ ପରିବାରଗୁଡ଼ିକ ଆଜିର ଦିନରେ ନିଜ ନିଜ ଲଙ୍ଗଳକୁ ପୂଜା କରିଥାନ୍ତି। ଗୋରୁମାନଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ସହ ବେକରେ ଫୁଲମାଳ ପିନ୍ଧାଇ ସେମାନଙ୍କୁ ବିଭିନ୍ନ ପ୍ରକାରର ପିଠା ଓ ମିଷ୍ଟାନ୍ନ ଖାଇବାକୁ ଦିଆଯାଏ।

ଏହି ଦିନ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳନ କରାଯାଏ। ରତ୍ନବେଦୀରେ ବିରାଜମାନ ଥିବା ୬ଟି ବିଗ୍ରହ- ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ, ଭୂଦେବୀ ଏବଂ ଶ୍ରୀଦେବୀ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୁଅନ୍ତି। ସୁଧ ସୁଆର, ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ ସେବକମାନେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି କରିଥାନ୍ତି। ଝୁଲଣ ରୀତିନୀତି ପାଇଁ ତିନି ଠାକୁରଙ୍କ ପ୍ରତିନିଧି ଦେବତା ଶ୍ରୀଦେବୀ, ଭୂଦେବୀ ଏବଂ ମଦନ ମୋହନଙ୍କୁ ଆଜ୍ଞାମାଳ ଅର୍ପଣ କରାଯାଏ। ଏହାପରେ ପ୍ରଭୁ ସୁଦର୍ଶନ ରତ୍ନସିଂହାସନରୁ ଓହ୍ଲାଇ ସୁନାମାଳି ଓ ହରିଡ଼ା ମାଳିରେ ସଜ୍ଜିତ ଚଉଦୋଳରେ ବସି ମାର୍କଣ୍ଡେୟ ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥାନ୍ତି।

ଓଡ଼ିଶାର ସଂସ୍କୃତିକୁ ବଡ଼ ସମ୍ମାନ: ରାଷ୍ଟ୍ରପତି ଭବନରେ ଶୋଭା ପାଇବ ପୁରୀ ରଥଯାତ୍ରାର ତିନି ରଥ ଚକ
ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଐତିହ୍ୟର ଏକ ବଡ଼ ସ୍ୱୀକୃତି ସ୍ୱରୂପ, ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଶ୍ରୀଜୀଉଙ୍କ ରଥଯାତ୍ରାରେ ବ୍ୟବହୃତ ତିନି ରଥର ଗୋଟିଏ ଲେଖାଏଁ ପବିତ୍ର ଚକ ସ୍ଥାପନ କରାଯିବ। ଏହି ପ୍ରସ୍ତାବକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପକ୍ଷରୁ ଉପସ୍ଥାପନ କରାଯିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ନିଜର ଅନୁମୋଦନ ଦେଇଛନ୍ତି। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଏହି ପ୍ରତୀକ ଏବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ବାସଭବନରେ ଶୋଭା ପାଇବ।

ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଲୋକ ଭବନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏହି ପ୍ରସ୍ତାବକୁ ଆନୁଷ୍ଠାନିକ ଭାବେ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଏହି ପଦକ୍ଷେପକୁ ତୁରନ୍ତ ଅନୁମୋଦନ କରିଛନ୍ତି, ଯାହା ଫଳରେ ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ଜଗନ୍ନାଥ ପରମ୍ପରାକୁ ସମ୍ମାନ ଜଣାଇ ରାଷ୍ଟ୍ରପତି ଭବନ ପରିସରରେ ପବିତ୍ର ରଥଚକ ପ୍ରଦର୍ଶିତ ହେବାର ବାଟ ଫିଟିଛି।

ପ୍ରତିବର୍ଷ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ନୂତନ ରଥ ନିର୍ମାଣ କରାଯାଇଥାଏ। ଏହି ପ୍ରସ୍ତାବିତ ଚକଗୁଡ଼ିକ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଂଶ। ଏହି ପବିତ୍ର ରଥ ଏବଂ ଏହାର ଚକ ରାଜ୍ୟର ଅନନ୍ୟ ସାଂସ୍କୃତିକ ପରିଚୟ, ଭକ୍ତି ଓ ବିଶ୍ୱାସର ପ୍ରତୀକ ଅଟେ।

ଖୁବଶୀଘ୍ର ଏହି ରଥ ଚକଗୁଡ଼ିକୁ ରାଷ୍ଟ୍ରପତି ଭବନକୁ ସ୍ଥାନାନ୍ତର କରାଯିବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ବାସଭବନରେ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟକୁ ସ୍ଥାୟୀ ପ୍ରତୀକ ଭାବେ ପ୍ରଦର୍ଶିତ କରିବା ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି ପଦକ୍ଷେପ ଶ୍ରୀଜଗନ୍ନାଥ ସଂସ୍କୃତିର ବିଶ୍ୱବ୍ୟାପୀ ଗୁରୁତ୍ୱକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ
ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏହି ଦିନଠାରୁ ଗ୍ରୀଷ୍ମ ଋତୁର ପ୍ରକୋପ ବୃଦ୍ଧି ପାଉଥିବାରୁ, ଜଳଛତ୍ର ଖୋଲିବା ସହ ଘରେ ଘରେ ସ୍ୱତନ୍ତ୍ର ରୀତିନୀତି ପାଳନ କରାଯାଏ। ବିଶେଷ କରି ଘରର ଆଗରେ ଥିବା ତୁଳସୀ ଚଉରା ଉପରେ ଏକ ମାଟି ପାତ୍ର ବା ବସୁନ୍ଧରା ଠେକି ବାନ୍ଧିବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି।

ବସୁନ୍ଧରା ଠେକି କ'ଣ?

ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ତୁଳସୀ ଗଛ ଉପରେ ଛାମୁଣ୍ଡିଆ କରି ଏକ ଛୋଟ ମାଟି ହାଣ୍ଡି ବା ଠେକି ଝୁଲାଯାଏ। ଏହି ଠେକିର ତଳ ଭାଗରେ ଏକ ଛୋଟ କଣା କରାଯାଇ ସେଥିରେ କୁଶ କିମ୍ବା ଦୁବ ଖୋସାଯାଇଥାଏ। ଠେକି ଭିତରେ ପଣା କିମ୍ବା ଶୀତଳ ଜଳ ଭର୍ତ୍ତି କରାଯାଏ, ଯାହାଦ୍ୱାରା ତୁଳସୀ ଗଛ ମୂଳରେ ଠୋପା ଠୋପା ହୋଇ ପାଣି ପଡ଼ିଥାଏ। ଏହାକୁ ହିଁ ବସୁନ୍ଧରା ଠେକି କୁହାଯାଏ।

ପରମ୍ପରା ଓ ବୈଜ୍ଞାନିକ ମହତ୍ତ୍ୱ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ମାନିଆସିଛନ୍ତି। ଗ୍ରୀଷ୍ମ ପ୍ରବାହରେ ପବିତ୍ର ତୁଳସୀ ଗଛ ଯେପରି ଶୁଖି ନଯାଏ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥାଏ। ଏହା ସହିତ ଏହା ପୃଥିବୀ ମାତା ବା ବସୁନ୍ଧରାଙ୍କ ପ୍ରତି କୃତଜ୍ଞତା ଏବଂ ଜୀବଜଗତକୁ ଜଳ ପ୍ରଦାନ କରିବାର ବାର୍ତ୍ତା ବହନ କରେ। ଗ୍ରୀଷ୍ମ ଦିନେ ପଶୁପକ୍ଷୀ ଏବଂ ବୃକ୍ଷଲତାଙ୍କୁ ନିୟମିତ ପାଣି ଯୋଗାଇବା ପାଇଁ ଏହା ଏକ ପରିବେଶ ଅନୁକୂଳ ପରମ୍ପରା, ଯାହା ଓଡ଼ିଆ ସଂସ୍କୃତିର ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ। ମାସକ ଯାକ ଏହି ଠେକିରେ ପାଣି ଦିଆଯାଏ, ଯାହା ଧରିତ୍ରୀକୁ ଶୀତଳ ରଖିବାର ପ୍ରତୀକ ଅଟେ।

ଦୋଳ ମେଳଣ: ଓଡ଼ିଶାର ଗଣପର୍ବର ଅନନ୍ୟ ପରମ୍ପରା, ଜାଣନ୍ତୁ କାହିଁକି ଏହା ସ୍ୱତନ୍ତ୍ର?
ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ମଧ୍ୟରେ 'ଦୋଳ ଯାତ୍ରା' ବା 'ଦୋଳ ମେଳଣ'ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଫାଲଗୁନ ମାସର ଶୁକ୍ଳ ପକ୍ଷରେ ପାଳିତ ହେଉଥିବା ଏହି ପର୍ବ କେବଳ ରଙ୍ଗର ପର୍ବ ନୁହେଁ, ବରଂ ଏହା ଦେବଦେବୀ ଓ ଭକ୍ତଙ୍କ ମିଳନର ଏକ ମହାର୍ଘ୍ୟ ଉତ୍ସବ। ଫାଲଗୁନ ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁଥିବା ଏହି ଯାତ୍ରାରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ।

ବିମାନରେ ଗାଁ ପରିକ୍ରମା କରନ୍ତି ଠାକୁର

ଏହି ସମୟରେ ବିଭିନ୍ନ ମନ୍ଦିରରୁ ରାଧାକୃଷ୍ଣ କିମ୍ବା ଅନ୍ୟ ଦେବଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବସାଇ ଶୋଭାଯାତ୍ରାରେ ବାହାର କରାଯାଏ। ଠାକୁରମାନେ ଗାଁ ଦାଣ୍ଡରେ ଘର ଘର ବୁଲି ଭକ୍ତଙ୍କଠାରୁ 'ଦୁଆର ଭୋଗ' ଗ୍ରହଣ କରନ୍ତି। ପାରମ୍ପରିକ ବାଦ୍ୟ, ସଂକୀର୍ତ୍ତନ, ଘଣ୍ଟ ଘଣ୍ଟା ଓ ମୃଦଙ୍ଗର ତାଳେ ତାଳେ ଭକ୍ତମାନେ ନାଚି ଉଠନ୍ତି। ଲୋକମାନେ ନିଜ ଦୁଆର ମୁହଁରେ ଠାକୁରଙ୍କୁ ଅବିର ଓ ଭୋଗ ଅର୍ପଣ କରି ପରିବାରର ମଙ୍ଗଳ କାମନା କରନ୍ତି।

ମେଳଣ ପଡ଼ିଆରେ ଦେବମିଳନ

ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି 'ମେଳଣ'। ଏକ ନିର୍ଦ୍ଦିଷ୍ଟ ସ୍ଥାନ ବା ପଡ଼ିଆରେ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁରଙ୍କ ବିମାନ ଗୁଡ଼ିକ ଏକାଠି ହୁଅନ୍ତି। ଏହାକୁ ହିଁ ଦୋଳ ମେଳଣ କୁହାଯାଏ। ଏଠାରେ ଆତସବାଜି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ହରିବୋଲ ହୁଳହୁଳିରେ ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି ହୁଏ। ଏହା କେବଳ ଧାର୍ମିକ ପରମ୍ପରା ନୁହେଁ, ବରଂ ସାମାଜିକ ଏକତା ଓ ଭାଇଚାରାର ପ୍ରତୀକ ଅଟେ। ଡୋଲ ପୂର୍ଣ୍ଣିମା ଦିନ ଓଡ଼ିଆ ନୂତନ ପଞ୍ଜିକା ପଠନ କରାଯାଏ ଏବଂ ମହାପ୍ରଭୁଙ୍କ ନିକଟରେ ସମର୍ପିତ କରାଯାଏ।

ଶିଶୁପାଳଗଡ଼ରେ ମା’ ଡାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ପ୍ରତିଷ୍ଠା ଉତ୍ସବ, ଯୋଗଦେଲେ ଏକାମ୍ର ବିଧାୟକ
ଭୁବନେଶ୍ୱର: ଐତିହାସିକ ଶିଶୁପାଳଗଡ଼ ସ୍ଥିତ ବଡ଼ଟାଙ୍ଗୀ ଗ୍ରାମରେ ଓଁ ମା’ ଡ଼ାଳଖାଇ ଠାକୁରାଣୀଙ୍କ ଚତୁର୍ଥ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଏକ ଭକ୍ତିମୟ ତଥା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ।

ମନ୍ଦିର ପ୍ରତିଷ୍ଠା ଦିବସ ସହିତ ଏଠାରେ ଷୋଡଶ ବାର୍ଷିକ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମଧ୍ୟ ଆୟୋଜିତ ହୋଇଥିଲା। ହରିବୋଲ ଓ ହୁଳହୁଳି ଶବ୍ଦ ସହ ନାମ ସଂକୀର୍ତ୍ତନର ଧ୍ୱନିରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ କରାଯାଇଥିଲା।

ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗଦେଇ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅତିଥି ଭାବେ ରବୀନ୍ଦ୍ର କୁମାର ପାତ୍ର ଏବଂ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିଶୁପାଳଗଡ଼ ଓ ବଡ଼ଟାଙ୍ଗୀ ଗ୍ରାମବାସୀବୃନ୍ଦଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

ମାତୃଭାଷା ଆମର ଗୌରବ: ଓଡ଼ିଆର ସୁରକ୍ଷା ଓ ପ୍ରସାର ପାଇଁ ଆଜି ନିଅନ୍ତୁ ଶପଥ
ଆଜି ସାରା ବିଶ୍ୱରେ ପାଳିତ ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ। ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଏହା ଗୋଟିଏ ଜାତିର ପରିଚୟ, ଅସ୍ମିତା ଏବଂ ସ୍ୱାଭିମାନର ପ୍ରତୀକ। ଏହି ବିଶେଷ ଦିବସରେ ଓଡ଼ିଶାବାସୀ ନିଜର ପ୍ରିୟ ମାତୃଭାଷା 'ଓଡ଼ିଆ'ର ଗୌରବଗାଥାକୁ ମନେ ପକାଇବା ସହ ଏହାର ସମୃଦ୍ଧି କାମନା କରୁଛନ୍ତି।

ବରେଣ୍ୟ ସାଧକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ଭାଷାର ସୁରକ୍ଷା, ବିକାଶ ଓ ପ୍ରସାର କ୍ଷେତ୍ରରେ ଅନେକ ମହାପୁରୁଷଙ୍କ ଅମୂଲ୍ୟ ଅବଦାନ ରହିଛି। ସେମାନଙ୍କର ନିରলস ଉଦ୍ୟମ ଯୋଗୁଁ ଆଜି ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଆଜିର ଏହି ପବିତ୍ର ଦିବସରେ ସେହି ବରେଣ୍ୟ ସାଧକମାନଙ୍କ ପ୍ରତି ଗଭୀର ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ।

ଭାଷାର ପ୍ରସାର ପାଇଁ ଆହ୍ୱାନ

ଭାଷା ହିଁ ସମୃଦ୍ଧିର ମୂଳ ଆଧାର। ମାତୃଭାଷାକୁ ଭଲପାଇବା ଏବଂ ଏହାର ବ୍ୟବହାରକୁ ଦୈନନ୍ଦିନ ଜୀବନରେ ଗୁରୁତ୍ୱ ଦେବା ଆବଶ୍ୟକ। କେବଳ ଦିବସ ପାଳନରେ ସୀମିତ ନ ରହି, ଆମ ମାତୃଭାଷାକୁ ଆହୁରି ସୁଦୂରପ୍ରସାରୀ କରିବା ପାଇଁ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଛି। ନିଜ ଭାଷାକୁ ସମ୍ମାନ ଦେଲେ ହିଁ ଆମର ସଂସ୍କୃତି ଓ ପରମ୍ପରା ବଞ୍ଚିରହିବ।

କୃଷ୍ଣପ୍ରସାଦରେ ଶ୍ରୀ ଶନି ଦେବଙ୍କ ୫୨ତମ ବାର୍ଷିକ ଉତ୍ସବ: ନାମ ସଂକୀର୍ତ୍ତନ ଓ ପାଇକ ଆଖଡ଼ାରେ କମ୍ପିଲା ଗାଁ ଦାଣ୍ଡ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର ରସଦିଗାଁ ସ୍ଥିତ ଆରାଧ୍ଯ ଦେବ ଶ୍ରୀ ଶ୍ରୀ ଶନି ଦେବଙ୍କ ପୀଠରେ ୫୨ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଶନିବାର ପ୍ରାତଃ ସମୟରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ଠାକୁରଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜମାନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା।

ଆଧ୍ୟାତ୍ମିକ ପରିବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଗ୍ରାମ ପରିକ୍ରମା ସମୟରେ ନାମ ସଂକୀର୍ତ୍ତନ ଏବଂ ପାରମ୍ପରିକ ପାଇକ ଆଖଡ଼ା ଖେଳ ପରିବେଶକୁ ବେଶ୍ ଆକର୍ଷଣୀୟ କରିଥିଲା। ହୁଳହୁଳି ଓ ହରିବୋଲ ଧ୍ୱନୀରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଦିନ ତମାମ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା।

ପରିଚାଳନା ଓ ସହଯୋଗ

ଗ୍ରାମ୍ୟ କମିଟି ସଭାପତି ଗୁରୁଚରଣ ବିଶ୍ବାଳ ଓ ସମ୍ପାଦକ ଦଇତାରୀ ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଗ୍ରାମର ଶୃଙ୍ଖଳା କମିଟି ଓ ଶ୍ରୀ ଶନିଶ୍ଚର ଟେମ୍ପୁଲ ଟ୍ରଷ୍ଟ ସଭାପତି ବୁଲାମଣୀ ତରେଇ, ସମ୍ପାଦକ ବୁଲୁ ବିଶ୍ବାଳ ଏବଂ ଉପସଭାପତି ଶେଷଦେବ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଏହି ମହୋତ୍ସବରେ ବିଦେଶୀ ବିଶ୍ବାଳ, ବାବୁର ବିଶ୍ବାଳ, କେଳୁଚରଣ ବିଶ୍ବାଳ, କୁଞ୍ଜବିହାରୀ ବିଶ୍ବାଳ, ଟୁଲୁ ତରେଇ, ପ୍ରାଣନାଥ ବଳିୟାରସିଂ, ଅଜୟ ବିଶ୍ବାଳ, ଅମିନ ବିଶ୍ବାଳ, ହେମନ୍ତ ବିଶ୍ବାଳ, ମିଥୁନ ବିଶ୍ବାଳ ଏବଂ ପବିତ୍ର ବିଶ୍ବାଳଙ୍କ ସମେତ ଗ୍ରାମର ଆବାଳବୃଦ୍ଧବନିତା ସହଯୋଗ କରିଥିଲେ।

ଚଇତି ମହୋତ୍ସବରେ ସାମିଲ ହୋଇ ଆଦିବାସୀଙ୍କ କଳା ଏବଂ ଜୀବନ ଜୀବିକାକୁ ପାଳନ କରିଛି ବେଦାନ୍ତ ଆଲୁମିନିୟମ୍
ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ରାୟଗଡ଼ାରେ ଚଇତି ମହୋତ୍ସବରେ ସାମିଲ ହେବା ସହିତ ସାଂସ୍କୃତିକ ସଂରକ୍ଷଣ ଏବଂ ଗୋଷ୍ଠି ନେତୃତ୍ୱାଧୀନ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଇଛି । ୨୦୦୫ ମସିହାରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଚଇତି ଏକ ପ୍ରମୁଖ ସାଂସ୍କୃତିକ ମହୋତ୍ସବ ଯାହା ଏହି ଅଞ୍ଚଳର ସମୃଦ୍ଧ ଆଦିବାସୀ ଐତିହ୍ୟକୁ ପାଳନ କରିଥାଏ । ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ୫୦୦ ରୁ ଅଧିକ କଳାକାରଙ୍କୁ ଏକାଠି କରିବା ସହିତ ଆଦିବାସୀ କଳା, ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ ପାଇଁ ଏକ ମଞ୍ଚ ଭାବରେ କାର୍ଯ୍ୟ କରେ।

ବେଦାନ୍ତ ଆଲୁମିନିୟମର ଷ୍ଟଲ ମହୋତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା, ଯେଉଁଥିରେ ସଉରା ଚିତ୍ରକଳା ଏବଂ ଡୋକ୍ରା ହସ୍ତଶିଳ୍ପ ଭଳି ପାରମ୍ପରିକ ଆଦିବାସୀ କଳାର ଏକ ମିଶ୍ରଣ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶନୀରେ ପ୍ରକଳ୍ପ ସଖୀ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା କମ୍ପାନୀର ମହିଳା-ସଶକ୍ତିକରଣ ପଦକ୍ଷେପ ସହିତ ଲଘୁ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ଉପରେ ଧ୍ୟାନ ଦେଇଥିଲା। ପ୍ରର୍ଦଶନୀ ସ୍ଥାନରେ ଅଙ୍କା ଯାଉଥିବା ସଉରା ଚିତ୍ରକଳା ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ଆକର୍ଷିତ କରିଥିଲା, ଯାହା ଏକ ଆକର୍ଷଣୀୟ ଏବଂ ସାଂସ୍କୃତିକ ଅଭିଜ୍ଞତା ସୃଷ୍ଟି କରିଥିଲା।

ଷ୍ଟଲରେ ଏକ ଅନନ୍ୟ ଆକର୍ଷଣ ଥିଲା ​​ଓଡ଼ିଶାର ହକି ଇଣ୍ଡିଆ ଲିଗ୍ ଦଳ, ବେଦାନ୍ତ ଆଲୁମିନିୟମର ମାଲିକାନାରେ ଥିବା କଳିଙ୍ଗ ଲାନ୍ସର୍ସର ପ୍ରଦର୍ଶନୀ। ପ୍ରଦର୍ଶନୀରେ ଖେଳାଳିଙ୍କ ପ୍ରର୍ଦଶନ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା ଏକ ପ୍ରଭାବଶାଳୀ ପ୍ଲାଟଫର୍ମ ସୃଷ୍ଟି କରିବା ସହିତ ଉଭୟ କ୍ରୀଡା ଏବଂ ସାଂସ୍କୃତିକ ଉତ୍ସବକୁ ମିଶ୍ରଣ କରି ପରିଦର୍ଶକଙ୍କ ମନ ମୋହିଥିଲା।

ବେଦାନ୍ତ ଆଲୁମିନିୟମ ଷ୍ଟଲକୁ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଏମଏସଏମଇ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଯାହା ୨୫ ହଜାର ରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏଥିରେ ରାୟଗଡ଼ାର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣୀ, ରାୟଗଡ଼ାର ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲା ସ୍ୱାମୀ ଏବଂ ସିଡିଓ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ରାୟଗଡ଼ାର ଶ୍ରୀଯୁକ୍ତ ସଚିନ ଆନ୍ନାସାହେବଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ।

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, "ଚଇତି ମହୋତ୍ସବରେ ଆମର ଉପସ୍ଥିତି ବେଦାନ୍ତ ଆଲୁମିନିୟମର ସ୍ୱଦେଶୀ କଳା ସଂସ୍କୃତିକୁ ପାଳନ କରିବା ଏବଂ ସ୍ଥାନୀୟ କାରିଗରମାନଙ୍କୁ ସମର୍ଥନ କରିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସମ୍ପ୍ରଦାୟଗୁଡ଼ିକୁ ବ୍ୟାପକ ଦର୍ଶକଙ୍କ ସହିତ ଯୋଡୁଥିବା ପ୍ଲାଟଫର୍ମ ସୃଷ୍ଟି କରି, ଆମେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା, ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଅନ୍ତର୍ଭୁକ୍ତି ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାର ଲକ୍ଷ୍ୟ ରଖିଛୁ।"

ରାୟଗଡା ଜିଲ୍ଲା ପରିଷଦର ସିଡିଓ ଅକ୍ଷୟ କୁମାର ଖେମୁଣ୍ଡୁ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ, "ଚଇତି ମହୋତ୍ସବରେ ବେଦାନ୍ତ ଆଲୁମିନିୟମର ଯୋଗଦାନ କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାପକ ଭାବେ ବଜାର ପ୍ରବେଶ ସୁଯୋଗ ପ୍ରଦାନ କରି ଅଞ୍ଚଳର ସାମାଜିକ-ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।"

ଚଇତି ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ରାୟଗଡ଼ାରେ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ସହିତ ସାଂସ୍କୃତିକ ସଂରକ୍ଷଣକୁ ସମର୍ଥନ କରିଆସୁଛି। କମ୍ପାନୀ ବିଶ୍ୱାସ କରେ ଯେ ସ୍ଥାନୀୟ କଳାକାରଙ୍କ ପ୍ରତିଭାକୁ ପ୍ରୋତ୍ସାହିତ କରିବା କେବଳ ସାଂସ୍କୃତିକ ସ୍ପନ୍ଦନ ବୃଦ୍ଧି କରେ ନାହିଁ ବରଂ ଆଗାମୀ ପିଢ଼ି ପାଇଁ ପାରମ୍ପରିକ କଳା ଅଭ୍ୟାସର ନିରନ୍ତରତା ମଧ୍ୟ ସୁନିଶ୍ଚିତ କରେ।

ସ୍ଥାନୀୟ କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମର ଅନ୍ୟାନ୍ୟ ପ୍ରଭାବଶାଳୀ ପ୍ରୟାସ ମଧ୍ୟରେ ସୁନ୍ଦରଗଡ଼ରେ ବିଶ୍ୱର ଦୀର୍ଘତମ ସମ୍ବଲପୁରୀ ନାଟକ ପାଇଁ ଥିଏଟରକୁ ସମର୍ଥନ, କୋରାପୁଟରେ ବିଶ୍ୱ ଆଦିବାସୀ ଦିବସର ସାମୁହିକ ଉତ୍ସବ, ନାମଯଜ୍ଞ ଉତ୍ସବ ଏବଂ ଜାମଖାନିରେ ବାହୁଡା ଯାତ୍ରା ଅନ୍ତର୍ଭୁକ୍ତ। ପୂର୍ବରୁ, କମ୍ପାନୀ 'ରଙ୍ଗବତୀ' ଏବଂ 'ଛଇଲି' ଭଳି ପ୍ରତୀକାତ୍ମକ ଗୀତ ମାଧ୍ୟମରେ ଓଡ଼ିଆ ସଙ୍ଗୀତକୁ ଲୋକପ୍ରିୟ କରିବାର ଶ୍ରେୟ ପାଇଥିବା ପ୍ରସିଦ୍ଧ ସମ୍ବଲପୁରୀ ଲୋକ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କୁ ସମ୍ମାନିତ କରିଥିଲା।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ସହିତ ତୃଣମୂଳସ୍ତରର କ୍ରୀଡା ଏବଂ ସଂସ୍କୃତି ମାଧ୍ୟମରେ ସାମୁହିକ ବିକାଶକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ। ଏହି ପଦକ୍ଷେପଗୁଡ଼ିକ ଏହାର କାର୍ଯ୍ୟ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହିତ ଘନିଷ୍ଠ ସହଯୋଗ ମାଧ୍ୟମରେ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଆର୍ଥିକ ପରିବର୍ତ୍ତନରେ ସକ୍ରିୟ ଭାବରେ ଯୋଗଦାନ ଦେଉଛି।