Wellness - The Sakala

ଗଳାରେ କଫ ଜମି ରହୁଛି କି? ପୋଷ୍ଟ ନାଜାଲ୍ ଡ୍ରିପ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର
ବଦଳୁଥିବା ଋତୁରେ ଅନେକ ଲୋକଙ୍କର ଗଳାରେ କଫ ଜମିବା କିମ୍ବା ନାକରୁ ଗଳା ଭିତରକୁ ସିଙ୍ଘାଣି ବୋହିବା ଭଳି ସମସ୍ୟା ଦେଖାଦେଇଥାଏ। ଡାକ୍ତରୀ ଭାଷାରେ ଏହାକୁ 'ପୋଷ୍ଟ ନାଜାଲ୍ ଡ୍ରିପ୍' (Post Nasal Drip) କୁହାଯାଏ। ଏହା ଦ୍ୱାରା ଗଳା ଦରଜ ହେବା, କୁଣ୍ଡାଇ ହେବା ସହ ବାରମ୍ବାର କାଶ ହୋଇଥାଏ। ତେବେ କିଛି ସହଜ ଘରୋଇ ଉପଚାର ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ।

ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ

ଶରୀରକୁ ହାଇଡ୍ରେଟେଡ୍ ବା ଜଳୀୟ ଅଂଶ ବଜାୟ ରଖିବା ନିହାତି ଜରୁରୀ। ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଗଳାରେ ଥିବା କଫ ପତଳା ହୋଇଥାଏ, ଯାହା ସହଜରେ ବାହାରିଯାଏ। ଉଷୁମ ପାଣି, ସୁପ୍ କିମ୍ବା ହର୍ବାଲ୍ ଟି ପିଇବା ଏଥିପାଇଁ ଅଧିକ ଲାଭଦାୟକ।

ଲୁଣ ପାଣିରେ କୁଳି କରନ୍ତୁ

ଦିନକୁ ଦୁଇରୁ ତିନି ଥର ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ କୁଳି ବା ଗାର୍ଗଲ୍ (Gargle) କରନ୍ତୁ। ଏହା ଗଳାରେ ହେଉଥିବା ଇନଫେକ୍ସନ ଓ ଯନ୍ତ୍ରଣା କମାଇବା ସହ କଫ ସଫା କରିବାରେ ସାହାଯ୍ୟ କରେ।

ବାମ୍ଫ ନିଅନ୍ତୁ (Steam Inhalation)

ନାକ ଏବଂ ଗଳା ପାଇଁ ବାମ୍ଫ ନେବା ଏକ ରାମବାଣ ସଦୃଶ। ଗରମ ପାଣିର ବାମ୍ଫ ନେବା ଦ୍ୱାରା ନାକ ଭିତର ଓଦା ରହେ ଏବଂ ଜମି ରହିଥିବା କଫ ତରଳି ବାହାରି ଆସେ। ଆପଣ ଚାହିଁଲେ ପାଣିରେ ଏସେନସିଆଲ୍ ଅଏଲ୍ କିମ୍ବା ୟୁକାଲିପଟାସ୍ ତେଲ ପକାଇପାରିବେ।

ଶୋଇବା ସମୟରେ ଧ୍ୟାନ ଦିଅନ୍ତୁ

ଯଦି ରାତିରେ ଶୋଇବା ବେଳେ କାଶ ଅଧିକ ହେଉଛି, ତେବେ ମୁଣ୍ଡ ତଳେ ଅଧିକ ତକିଆ ଦେଇ ମୁଣ୍ଡକୁ ଟିକେ ଉଚ୍ଚାରେ ରଖନ୍ତୁ। ଏହା ଦ୍ୱାରା ନାକରୁ ବାହାରୁଥିବା ତରଳ ପଦାର୍ଥ ଗଳାରେ ଜମା ନ ହୋଇ ସହଜରେ ତଳକୁ ଯାଇଥାଏ।

ଯଦି ଏହି ଘରୋଇ ଉପଚାର ପରେ ମଧ୍ୟ ସମସ୍ୟା ଲାଗି ରହେ କିମ୍ବା କଫର ରଙ୍ଗ ପରିବର୍ତ୍ତନ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’ – ଏକ ନୂଆ ସ୍ୱାସ୍ଥ୍ୟ ସଚେତନତା ପ୍ଲାଟଫର୍ମ
ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର, ଭାରତର ଅଗ୍ରଣୀ ହସ୍ପିଟାଲ୍ ନେଟୱର୍କ ମଣିପାଲ୍ ହସ୍ପିଟାଲ୍ସ ଗ୍ରୁପ୍ ଅଧୀନରେ, ‘‘MAHI (Manipal Hospitals Healthy India)’ ନାମରେ ଏକ ନୂଆ ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ଓ ୱେଲନେସ୍ ପ୍ଲାଟଫର୍ମ ଆରମ୍ଭ କରିଛି । ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ‘MAHI’ ସମ୍ପର୍କରେ ସେ କହିଥିଲେ ମଣିପାଲ ହସ୍ପିଟାଲ ସଦା ସର୍ବଦା ରୋଗୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରେ, ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ଭାବରେ ଲୋକପ୍ରିୟ ହେବ ଏବଂ ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କ ପ୍ରତେକ ଘରେ ପହଞ୍ଚିବ ଏହି ଅବସରରେ ଡାକ୍ତର ଶକ୍ତିମୟ ମହାପାତ୍ର (କଲଷ୍ଟର ଡାଇରେକ୍ଟ ର ସାଉଥ ଇଷ୍ଟ୍, ମଣିପାଲ୍ ହସ୍ପିଟାଲ୍ ) ଙ୍କ ସମେତ ଅନେକ ଅଭିଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ ବିଶେଷଜ୍ଞ, ନର୍ସ ଓ ଅନ୍ୟାନ୍ୟ ବୁଦ୍ଧିଯିବୀ ମାନେ ଉପସ୍ଥିତ ଥିଲେ ।

ଆଜିକାଲି ଲୋକମାନେ ରୋଗ ହେଲା ପରେ ଚିକିତ୍ସା କରିବା ଠାରୁ, ଆଗରୁ ସ୍ୱାସ୍ଥ୍ୟ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିଶେଷଜ୍ଞ ମାନଙ୍କ ଅନୁମାନ ଅନୁଯାୟୀ, ୨୦୨୬ ସୁଦ୍ଧା ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟ ବଜାର ୧୬ ହଜାର କୋଟି ଟଙ୍କାରୁ ଅଧିକ ହେବ । କୋଭିଡ୍ ପରେ ପ୍ରାୟ ୪୦ ପ୍ରତିଶତ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରତିରୋଧାତ୍ମକ ଚିକିତ୍ସା ପ୍ରତି ସଚେତନ ହୋଇଛନ୍ତି । ଏହି ସମୟରେ ଦେଶରେ ଲକ୍ଷାଧିକ ଲୋକ ଡାଏବେଟିସ୍‌, ବ୍ଲଡ୍ ପ୍ରେସର, ହୃଦ୍‌୍‌ରୋଗ ଭଳି ଦୀର୍ଘକାଳୀନ ରୋଗରେ ପୀଡ଼ିତ କିମ୍ବା ରୋଗ ହେବାର ରିସ୍କ ରହିଛି । ଏହି କାରଣରୁ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ରୋଗ ଆଗୁଆ ଚିହ୍ନଟ ଅତ୍ୟନ୍ତ ଜରୁରୀ ।

ମଣିପାଲ୍ ହସ୍ପିଟାଲ୍ ପକ୍ଷରୁ ଆରମ୍ଭ ହୋଇଥିବା ‘MAHI’ କୁ ଏକ ସହଜ ଓ ବିଶ୍ୱସନୀୟ ସ୍ୱାସ୍ଥ୍ୟ ସାଥୀ ଭାବେ ଗଢ଼ାଯାଇଛି । ଏହି ପ୍ଲାଟଫର୍ମ ମାଧ୍ୟମରେ ସାଧାରଣ ଲୋକ ସହଜରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ନିୟମିତ ହେଲେଥ୍ ଚେକଅପ୍‌, ଡାକ୍ତରଙ୍କ ପରାମର୍ଶ ଓ ଟୀକାକରଣ ସେବା ପାଇପାରିବେ ।

‘MAHI’ ରେ କଣ କଣ ସୁବିଧା ମିଳିବ

‘MAHI’ ରେ ପ୍ରତ୍ୟେକ ବୟସ୍ ଓ ପରିସ୍ଥିତି ଅନୁଯାୟୀ ହେଲ୍ଥ୍ ଚେକଅପ୍ ପ୍ୟାକେଜ୍ ରହିଛି ।

କିଶୋର, ପୁରୁଷ, ମହିଳା ଓ ବୟସ୍କ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ୟାକେଜ୍‌

ଡାଏବେଟିସ୍‌, ଥାଇରଏଡ୍‌, PCOS, ହୃଦ୍‌‌ରୋଗ ଓ କ୍ୟାନସର ସମ୍ଭାବନା ଯାଞ୍ଚ ପାଇଁ ବିଶେଷ ପ୍ୟାକେଜ୍‌

ହୃଦୟ, କିଡନି, ଯକୃତ, ଫୁସଫୁସ, ଆଖି ଓ ହାଡ଼ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଅଲଗା ପ୍ୟାକେଜ୍ । ଏହି ସେବାଗୁଡ଼ିକୁ ଧୀରେ ଧୀରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ ।

‘MAHI’ ମାଧ୍ୟମରେ MAHI Check ଦ୍ୱାରା ହେଲ୍ଥ୍ ଚେକଅପ୍‌, ‘MAHI’ ଡାକ୍ତରୀ ଦ୍ୱାରା ୨୪ ଘଣ୍ଟା ଡାକ୍ତରୀ ପରାମର୍ଶ ଓ MAHI Shots ଦ୍ୱାରା ବୟସ୍କଙ୍କ ପାଇଁ ଟୀକାକରଣ ସୁବିଧା ମିଳିବ ।

ଏହି ପ୍ଲାଟଫର୍ମ ୱେବସାଇଟ୍ ଓ ମୋବାଇଲ୍ ଆପ୍ ସହିତ ହସ୍ପିଟାଲ୍ ମଧ୍ୟରେ ମଧ୍ୟ ଉପଲବ୍ଧ ରହିବ । ଏହା ଦ୍ୱାରା ସାଧାରଣ ଲୋକ ସହଜରେ ନିଜ ଓ ପରିବାରର ସ୍ୱାସ୍ଥ୍ୟ ଯତ୍ନ ନେଇପାରିବେ ।

ଏହି ଅବସରରେ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱରର (କଲଷ୍ଟର ଡାଇରେକ୍ଟ ର ସାଉଥ ଇଷ୍ଟ୍, ମଣିପାଲ୍ ହସ୍ପିଟାଲ୍ ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ରୋଗ ହେବା ପୂର୍ବରୁ ସ୍ୱାସ୍ଥ୍ୟ ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ସମୟରେ ପରୀକ୍ଷା କଲେ ଗୁରୁତର ରୋଗକୁ ରୋକିହେବ । MAHI ମାଧ୍ୟମରେ ଆମେ ସାଧାରଣ ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ କରିବାକୁ ଚେଷ୍ଟା କରୁଛୁ ।”