Ammonia gas leak - The Sakala

ପ୍ରୟାଗରାଜର ଫାଫାମଉରେ କୋଲ୍ଡ ଷ୍ଟୋରେଜ୍ କାନ୍ଥ ଭୁଶୁଡ଼ି ୯ ମୃତ, ଏକାଧିକ ଆହତ
ଉତ୍ତରପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଫାଫାମଉ ଅଞ୍ଚଳରେ ସୋମବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଏକ କୋଲ୍ଡ ଷ୍ଟୋରେଜର କାନ୍ଥ ଭୁଶୁଡ଼ି ପଡ଼ିବାରୁ ମାଟି ଅତଡ଼ା ତଳେ ଚାପି ହୋଇ ୯ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆମୋନିଆ ଗ୍ୟାସ୍ ପାଇପ୍ ଫାଟିଯିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

କିପରି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ କୋଲ୍ଡ ଷ୍ଟୋରେଜ୍‌ ଭିତରେ ପ୍ରାୟ ୨୦ ଜଣ ଶ୍ରମିକ କାମ କରୁଥିଲେ। ହଠାତ୍ ଏକ ଶକ୍ତିଶାଳୀ ବିସ୍ଫୋରଣ ଶବ୍ଦ ଶୁଭିବା ସହ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। ଆମୋନିଆ ଗ୍ୟାସ୍ ପାଇପ୍ ଫାଟିଯିବା ଯୋଗୁଁ କାନ୍ଥଟି ଭାଙ୍ଗିପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗ୍ୟାସ୍ ଲିକ୍ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକଙ୍କ ମଧ୍ୟରେ ଧାଁଦଉଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉଦ୍ଧାର କାର୍ଯ୍ୟ ଜାରି

ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏସଡିଆରଏଫ୍ (SDRF) ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୭ଟି ବୁଲଡୋଜର ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମାଟି ତଳୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ, ଅନ୍ୟ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଜୋରସୋରରେ ଚାଲିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ

ଏହି କୋଲ୍ଡ ଷ୍ଟୋରେଜ୍‌ଟି ଚାନ୍ଦପୁରର ଜଣେ ପୂର୍ବତନ ବିଧାୟକଙ୍କର ବୋଲି ସୂଚନା ମିଳିଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଏବଂ ରକ୍ଷଣାବେକ୍ଷଣରେ ତ୍ରୁଟି ଅଭିଯୋଗରେ ପୋଲିସ କୋଲ୍ଡ ଷ୍ଟୋରେଜର ମ୍ୟାନେଜର ଏବଂ ଅନ୍ୟ କିଛି ବରିଷ୍ଠ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଦ୍ଧାର କାର୍ଯ୍ୟରେ ଯେପରି କୌଣସି ବାଧା ନଆସେ, ସେଥିପାଇଁ ପୋଲିସ ପକ୍ଷରୁ ଉକ୍ତ ରାସ୍ତାରେ ଯାତାୟାତକୁ ଡାଇଭର୍ସନ୍ କରାଯାଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଭୁବନେଶ୍ୱରରେ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍, ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକେ ଅଣନିଶ୍ବାସୀ
ଭୁବନେଶ୍ବର: ଭୁବନେଶ୍ବରର ଆଇଗିଣିଆରେ ବିଷାକ୍ତ ଆମୋନିଆ ଗ୍ୟାସ୍‌ ଲିକ୍‌ । ଗତକାଲି ବିଳମ୍ବିତ ରାତିରେ ଆଇଗିଣିଆ ସ୍ଥିତ ଆଳୁଗଦିର ଶୀତଳ ଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍‌ ହୋଇଥିବା ଜଣାପଡିଛି । କୋଲ୍ଡ ଷ୍ଟୋରେଜ୍ ପାଇପ୍ ଫାଟି ଯିବାରୁ ଗ୍ୟାସ ଲିକ୍‌ ହୋଇଥିବା ସୂଚନା । ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକମାନେ ଅଣନିଶ୍ବାସୀ ହୋଇପଡିଥିଲେ ।  ଗ୍ୟାସ୍ ଯୋଗୁଁ ଆଖି ମଧ୍ୟ ପୋଡିଥିଲା । ଖବର ପାଇ ତମାଣ୍ଡୋ ଫାୟାର ଷ୍ଟେସନ, ଭୁବନେଶ୍ୱର ଫାୟାର ଷ୍ଟେସନ ଓ ସ୍ପେଶାଲ ଫାୟାର ଫାଇଟିଂ ଫୋର୍ସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ ।

ପ୍ରଥମେ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଆଖପାଖର ଲୋକମାନଙ୍କୁ ସେଠାରୁ ହଟାଯାଇଥିଲା । ଆମୋନିଆ ଗ୍ୟାସ ପାଣିରେ ଘୁଲନଶୀଳ ହେବାରୁ ଗ୍ୟାସ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ କୋଲ୍ଡ ଷ୍ଟୋରେଜ ଭିତରେ ପାଣି ଛିଟାଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀମାନେ ଶୀତଳ ଭଣ୍ଡାର ଭିତରକୁ ପ୍ରବେଶ କରି ଯେଉଁ ଭାଲ୍ଭରୁ ଗ୍ୟାସ ଲିକ୍ ହେଉଥିଲା, ସେହି ଭାଲ୍ଭକୁ ବନ୍ଦ କରିଥିଲେ । ପ୍ରାୟ ତିନି ଘଣ୍ଟାର ଅପରେସନ ପରେ ଲିକ୍ ସଫଳତାର ସହ ନିୟନ୍ତ୍ରଣ ହୋଇଥିଲା ।

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ୍ ଲିକ୍
ପାରାଦୀପ: ଆମୋନିଆ ଗ୍ୟାସ୍ ଲିକ ଯୋଗୁଁ ତିନି ଜଣ ମହିଳା ଗୁରୁତର ହୋଇଛନ୍ତି । ପାରାଦୀପର ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ ଲିକ୍ ହୋଇ ୩ ମହିଳା ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଫ୍ୟାକ୍ଟ୍ରିରେ ଥିବା ଆମୋନିଆ ଟ୍ୟାଙ୍କରର ଏକ ଭଲବରୁ ଆମୋନିଆ ଲିକ୍ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ୩ ଜଣ ମହିଳା ଏହି ଗ୍ୟାସ ପ୍ରଭାବରେ ବେହୋସ୍ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ଉକ୍ତ ଭଲବକୁ ବଦଳାଇ ଦିଆଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଏକ ଟେକ୍ନିକାଲ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।