Tamil Nadu Police - The Sakala

ଅଭିନେତ୍ରୀ ତ୍ରିଶାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଗିରଫ
ନୂଆଦିଲ୍ଲୀ: ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଗିରଫ । ଷ୍ଟାଲିନ୍‌ଙ୍କୁ ତାଙ୍କ ବାସଭବନରୁ ଗିରଫ କଲା ପୋଲିସ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ତଥା ଡିଏମକେ (DMK) ଯୁବ ମୋର୍ଚ୍ଚା ସମ୍ପାଦକ ଉଦୟନିଧି ଷ୍ଟାଲିନଙ୍କୁ ପୋଲିସ ପଚରାଉଚରା ପାଇଁ ଉଠାଇ ନେଇଛି। ମଙ୍ଗଳବାର ଦିନ ଚେନ୍ନାଇ ସ୍ଥିତ ନୀଲାଙ୍କରାଇ ବାସଭବନରୁ ତାଙ୍କୁ ପୋଲିସ ହେପାଜତକୁ ନେଇଥିବା ବେଳେ କେଉଁ ସ୍ଥାନକୁ ନିଆଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସୋମବାର ଦିନ ତାଞ୍ଜାଭୁରଠାରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ତାମିଲାଗା ଭେଟ୍ରି କାଜାଗମ୍ (TVK) ମହିଳା ଶାଖା ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ତାଞ୍ଜାଭୁର ପୋଲିସ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ (IT Act) ସମେତ ୬ଟି ଦଫାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲା ରୁଜୁ ହେବା ପରେ ତୁରନ୍ତ ଗିରଫଦାରୀରୁ ବର୍ତ୍ତିବା ପାଇଁ ଡିଏମକେ ପକ୍ଷରୁ ମାଡ୍ରାସ ହାଇକୋର୍ଟରେ ଆବେଦନ କରାଯାଇଛି।

ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ଆଲାଗେସନ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଏବଂ ଚେନ୍ନାଇ ପୋଲିସ କମିଶନର ଏ. ଅମଲରାଜ ଉଦୟନିଧିଙ୍କ ବାସଭବନରେ ପହଞ୍ଚିଥିଲେ। ଖବର ପାଇ ବରିଷ୍ଠ ଡିଏମକେ ନେତା କେ.ଏନ୍. ନେହେରୁ ଏବଂ ମା. ସୁବ୍ରମଣ୍ୟମଙ୍କ ସମେତ ଦଳର ଆଇନଜୀବୀମାନେ ସେଠାରେ ପହଞ୍ଚି ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଉଦୟନିଧିଙ୍କ ଘର ବାହାରେ ବହୁ ସଂଖ୍ୟାରେ ଡିଏମକେ କର୍ମୀ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୋମବାର ତାଞ୍ଜାଭୁରରେ ଡିଏମକେ ପକ୍ଷରୁ କାବେରୀ ଜଳ ବିବାଦ, ମେକେଦାଟୁ ଜଳଭଣ୍ଡାର ଏବଂ କୃଷି ଋଣ ଛାଡ଼ ଦାବିରେ ଟିଭିକେ (TVK) ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମାବେଶରେ ଉଦ୍‌ବୋଧନ ଦେବା ବେଳେ ଭିଡ଼ ମଧ୍ୟରୁ ଜଣେ ମହିଳା ଅଭିନେତ୍ରୀଙ୍କ ନାମ ଧରି ସ୍ଲୋଗାନ ଦିଆଯିବା ପରେ ଉଦୟନିଧି ମୁଖ୍ୟମନ୍ତ୍ରୀ ବିଜୟ ଏବଂ ଅଭିନେତ୍ରୀ ତ୍ରିଷାଙ୍କୁ ଟାର୍ଗେଟ କରି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ଏହି ମନ୍ତବ୍ୟକୁ ଟିଭିକେ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଏହା ଅତ୍ୟନ୍ତ ଅପମାନଜନକ ବୋଲି କୁହାଯାଇଛି। ଟିଭିକେର ଜାତୀୟ ମୁଖପାତ୍ର ପାଝା ସେଲଭାକୁମାର ଏ ନେଇ ଜାତୀୟ ମହିଳା ଆୟୋଗ (NCW)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉଦୟନିଧିଙ୍କ ଭାଷଣ ମହିଳାଙ୍କ ପ୍ରତି ଅପମାନଜନକ ଏବଂ ଯୌନ ଉଦ୍ଦେଶ୍ୟମୂଳକ ଥିବା ଦର୍ଶାଇ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ସର୍ବସାଧାରଣରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି।

୧୦ ବର୍ଷର ନାବାଳିକାର ହତ୍ୟା ପରେ ପୋଲିସର ହସ! ଆଇପିଏସ ଅଫିସରଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ କୁନିକା ସଦାନନ୍ଦ
ତାମିଲନାଡୁର କୋଏମ୍ବାଟୁରରେ ଏକ ୧୦ ବର୍ଷର ନାବାଳିକାର ନିର୍ମମ ହତ୍ୟା ଏବଂ ଯୌନ ନିର୍ଯାତନା ମାମଲା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। କିନ୍ତୁ ଏହି ଘଟଣାକୁ ନେଇ ଆୟୋଜିତ ଏକ ପ୍ରେସମିଟ୍‌ରେ ପୋଲିସ ଅଧିକାରୀଙ୍କ ଅସମ୍ବେଦନଶୀଳ ଆଚରଣ ଲୋକଙ୍କ କ୍ରୋଧକୁ ଆହୁରି ବଢ଼ାଇ ଦେଇଛି। ପ୍ରେସମିଟ୍ ସମୟରେ ଜଣେ ମହିଳା ଆଇପିଏସ (IPS) ଅଫିସର ହସୁଥିବାର ଭିଡିଓ ଭାଇରାଲ ହେବା ପରେ ବଲିଉଡ୍ ଅଭିନେତ୍ରୀ କୁନିକା ସଦାନନ୍ଦ (Kunickaa Sadanand) କଡ଼ା ନିନ୍ଦା କରିଛନ୍ତି।

କୋଏମ୍ବାଟୁରର ଅଭାବନୀୟ ଘଟଣା

ସୂଚନା ଅନୁଯାୟୀ, କୋଏମ୍ବାଟୁରର ସୁଲୁର ଅଞ୍ଚଳରେ ଜଣେ ୧୦ ବର୍ଷର ନାବାଳିକାକୁ ଅପହରଣ କରାଯିବା ପରେ ତା' ସହିତ ଦୁଷ୍କର୍ମ କରାଯାଇଥିଲା ଏବଂ ପରେ ତାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ପୋଲିସ ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲା। ମାତ୍ର ଏହି ଗମ୍ଭୀର ଏବଂ ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ବରିଷ୍ଠ ମହିଳା ପୋଲିସ ଅଧିକାରୀ ଏବଂ ଅନ୍ୟ ଦୁଇ ଜଣ ଅଫିସର ପରସ୍ପର ସହ ହସଖୁସି କରୁଥିବାର ନଜର ଆସିଥିଲେ।

ଆଇପିଏସ ଅଫିସରଙ୍କ ଉପରେ ବର୍ଷିଲେ କୁନିକା ସଦାନନ୍ଦ

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଭିନେତ୍ରୀ କୁନିକା ସଦାନନ୍ଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଏହି ଭିଡିଓକୁ ରି-ସେୟାର କରି ଲେଖିଛନ୍ତି ଯେ, "ଏମାନଙ୍କୁ କିଛି ଫରକ୍ ପଡ଼େ ନାହିଁ, ସେଥିପାଇଁ ତ ପ୍ରତିଦିନ ଛୋଟ ଛୋଟ ଝିଅମାନଙ୍କର ଶୋଷଣ ହେଉଛି। ଏହା ଦେଖିବା ବହୁତ କଷ୍ଟଦାୟକ ଯେ ଜଣେ ମହିଳା, ଯିଏ କି ନିଜେ ଜଣେ ମା' ହୋଇଥାଇ ପାରନ୍ତି, ସେ ଏପରି ଏକ ଘଟଣାରେ 'ଖି ଖି ଖି' କରି ହସୁଛନ୍ତି।" ନିଜର ବେବାକ ଅନ୍ଦାଜ ପାଇଁ ଜଣାଶୁଣା କୁନିକାଙ୍କ ଏହି ପୋଷ୍ଟ ପରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ସୋସିଆଲ ମିଡିଆରେ ତୀବ୍ର ଆକ୍ରୋଶ

ଏହି ଭିଡିଓ ଭାଇରାଲ ହେବା ପରେ ନେଟିଜେନ୍‌ମାନେ ପୋଲିସର ଏଭଳି ଆଚରଣକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ରିପୋର୍ଟ ଦେବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଅସମ୍ବେଦନଶୀଳତା ସେମାନଙ୍କ ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଚେନ୍ନାଇରେ ପ୍ରବାସୀ ଶ୍ରମିକଙ୍କୁ ସଂଘବଦ୍ଧ ଆକ୍ରମଣ: ଭାଇରାଲ ଭିଡିଓ ପରେ ୪ ନାବାଳକ ଅଟକ
ତାମିଲନାଡୁର ଚେନ୍ନାଇ ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚଳନ୍ତା ଟ୍ରେନ୍‌ରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ୪ ଜଣ ନାବାଳକଙ୍କୁ ଅଟକ ରଖିଛି। ସୋସିଆଲ ମିଡିଆରେ ଏହି ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଚେନ୍ନାଇରୁ ତିରୁଥାନୀ ଅଭିମୁଖେ ଯାଉଥିବା ଏକ ଲୋକାଲ୍ ଟ୍ରେନ୍‌ରେ ଏହି ଘଟଣା ଘଟିଛି। ୪ ଜଣ ନାବାଳକ ଜଣେ ପ୍ରବାସୀ ଶ୍ରମିକଙ୍କୁ ଘେରିଯାଇ ମାରଣାସ୍ତ୍ର (କଟୁରୀ) ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଅଭିଯୁକ୍ତମାନେ ନିଜେ ଏହି ବର୍ବର କାଣ୍ଡର ଭିଡିଓ ରେକର୍ଡିଂ କରିଥିଲେ। ପରେ ସେମାନେ ଏହାକୁ ଇନଷ୍ଟାଗ୍ରାମରେ ଏକ ତାମିଲ ଗୀତ ଯୋଡ଼ି ପୋଷ୍ଟ କରିଥିଲେ, ଯେଉଁଥିରେ ସେମାନେ ଅସ୍ତ୍ର ଧରି ବିଜୟର ଚିହ୍ନ (Victory Sign) ଦେଖାଉଥିବା ନଜର ଆସିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ଶ୍ରମିକ ଜଣକ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି। ଆକ୍ରମଣ ପରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ତିରୁଭାଲୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଡାକ୍ତରଙ୍କ ସୂଚନା ମୁତାବକ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଭିଡିଓ ଭାଇରାଲ ହେବା ପରେ ତାମିଲନାଡୁ ପୋଲିସ ତତ୍ପରତା ଦେଖାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଅଟକ ରଖିଛି। ସମସ୍ତ ଅଭିଯୁକ୍ତଙ୍କ ବୟସ ୧୭ ବର୍ଷ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବାଳ ସୁଧାର ଗୃହ (Juvenile Home) କୁ ପଠାଯାଇଥିବା ବେଳେ ଜଣଙ୍କୁ ପାଠପଢ଼ା ଦୃଷ୍ଟିରୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ଜୋରଦାର ହୋଇଛି। ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।