Cuttack DCP - The Sakala

ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର
ପାରିବାରିକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନା ବିବାଦକୁ ନେଇ ଓଲିଉଡ୍‌ର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ଓ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ସାତ୍ୟକି କଟକ ଡିସିପିଙ୍କୁ ଭେଟିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ପରିବାରର ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

'କଟକ ଷ୍ଟୁଡେଣ୍ଟ ଷ୍ଟୋର' ମାଲିକାନାକୁ ନେଇ ବିବାଦ

କଟକ ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ଓ ବିକ୍ରୟ କେନ୍ଦ୍ର 'କଟକ ଷ୍ଟୁଡେଣ୍ଟ ଷ୍ଟୋର'ର ମାଲିକାନାକୁ ନେଇ ଏହି ବିବାଦ ଉପୁଜିଛି। ସାତ୍ୟକିଙ୍କ ଅଭିଯୋଗ ଅନୁଯାୟୀ, ଏହି ପ୍ରତିଷ୍ଠାନଟି ତାଙ୍କ ଜେଜେବାପାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ପରେ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ବେଆଇନ ଭାବେ ଏହି ବ୍ୟବସାୟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛନ୍ତି।

ଘରେ ପଶି ଆକ୍ରମଣ ଓ ହତ୍ୟା ଧମକ

ଅଭିନେତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ଜୋରଜବରଦସ୍ତି ତାଙ୍କ ଘରେ ପଶି ୮୪ ବର୍ଷୀୟ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଘରର ମହିଳା ସଦସ୍ୟଙ୍କ ସହ ମଧ୍ୟ ଅଭଦ୍ର ଆଚରଣ କରାଯାଇଥିଲା। ଏହି ଘଟଣା ପରେ ସାତ୍ୟକି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦର୍ଶାଇ ସେ ଡିସିପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଭୟରେ ଅଭିନେତାଙ୍କ ପରିବାର

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାତ୍ୟକି କହିଛନ୍ତି ଯେ, "ମାମଲା ପ୍ରତ୍ୟାହାର କରିବାକୁ ମୋ ଉପରେ ଚାପ ପକାଯାଉଛି। ଆପୋଷ ବୁଝାମଣା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ମୁଁ ପୋଲିସର ଆଶ୍ରୟ ନେଇଛି। ବର୍ତ୍ତମାନ ମୋ ପିଲାମାନଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ ଅଛି।" ତେବେ ଏହି ଅଭିଯୋଗ ସମ୍ପର୍କରେ ଅଭିଯୁକ୍ତ ସବ୍ୟସାଚୀ ଓ ସୌମିତ୍ରୀ ମିଶ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ହ୍ୟୁମାନ ସାଗର ମୃତ୍ୟୁ ମାମଲା: ମା’ ଶେଫାଳୀଙ୍କ ଏତଲା ଆଧାରରେ ତଦନ୍ତ କରାଯାଉଛି କହିଲେ କଟକ ଡିସିପି
କଟକ: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା । ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ଦେଇଥିବା ଏତଲା ଆଧାରରେ ତଦନ୍ତ କରାଯାଉଥିବା ନେଇ ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ । କଟକ ଡିସିପି କହିଛନ୍ତି କି, ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି । ଚିକିତ୍ସା ସମ୍ପର୍କରେ ଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି ।  ହ୍ୟୁମାନଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ନହେବା ସମ୍ପର୍କରେ ଏମ୍ସର ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଛି ପୁଲିସ । କିଛି ଚିକିତ୍ସା ସମ୍ପର୍କିତ ଦସ୍ତାବିଜକୁ ମଧ୍ୟ ଆଣିଛି ପୁଲିସ । ହୋଇଥିବା ଅଭିଯୋଗର ଗୋଟି ଗୋଟି କରି ତଦନ୍ତ ହେବ । ସବୁଦିଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ । ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମା’ ଶେଫାଳି ସୁନା କଟକ ମର୍କତ ନଗର ଥାନାରେ ୯ ଜଣଙ୍କ ନାଁରେ ଏତଲା ଦେଇଥିଲେ।