Environment Protection - The Sakala

ଆରାବଳୀ ପାହାଡ଼ର ସଂଜ୍ଞା ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍, ଜାନୁଆରି ୨୧ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ: ଆରାବଳୀ ମାମଲାରେ ନିଜ ରାୟ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ । ଆରାବଳୀ ପାହାଡ଼ର ସଂଜ୍ଞା ପରିବର୍ତ୍ତନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଆରାବଳୀ ପାହାଡ଼ର ନୂତନ ସଂଜ୍ଞା କାର୍ଯ୍ୟକାରୀ କରିବା ସମ୍ପର୍କିତ ପୂର୍ବ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଛନ୍ତି। ଶୁଣାଣିରେ କୋର୍ଟ ଗତ ମାସରେ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଆରାବାଳୀ ପର୍ବତ ଶ୍ରେଣୀର ସଜ୍ଞା ବାବଦରେ ଉଲ୍ଲେଖ ହୋଇଥିଲା । ବିଶେଷଜ୍ଞ କମିଟିର ରିପୋର୍ଟ ଏବଂ କୋର୍ଟଙ୍କ ପର୍ଯ୍ୟବେକ୍ଷଣର ଭୁଲ୍ ବ୍ୟାଖ୍ୟା କରାଯାଉଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମହେଶ୍ୱରୀ ଏବଂ ବିଚାରପତି ଏ.ଜି. ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆରାବଳୀ ପାହାଡ଼ର ସଂଜ୍ଞା ବଦଳିଲେ ବେଆଇନ ଖଣି ଖନନ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ କୋର୍ଟ ଏହା ଉପରେ ଏକ ସ୍ୱତଃପ୍ରବୃତ୍ତ (Suo Motu) ମାମଲା ରୁଜୁ କରିଥିଲେ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କୌଣସି ନୂତନ ନିୟମ ଲାଗୁ ହେବା ପୂର୍ବରୁ ଏହାର ନିରପେକ୍ଷ ଏବଂ ସ୍ୱାଧୀନ ବିଶେଷଜ୍ଞ ତଦନ୍ତ ହେବା ଆବଶ୍ୟକ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୨୧ ତାରିଖରେ ହେବ।

କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ଯେ, ନୂତନ ସଂଜ୍ଞା ଦ୍ୱାରା ଅଣ-ଆରାବଳୀ ଅଞ୍ଚଳର ପରିସର ବୃଦ୍ଧି ପାଇପାରେ, ଯାହା ପରୋକ୍ଷରେ ଅନିୟନ୍ତ୍ରିତ ଖଣି ଖନନକୁ ପ୍ରୋତ୍ସାହିତ କରିବ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏହି ମାମଲାର ସମୀକ୍ଷା ପାଇଁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି କମିଟି ଆରାବଳୀ ଅଞ୍ଚଳରୁ ବାଦ୍ ପଡୁଥିବା କ୍ଷେତ୍ରଗୁଡ଼ିକର ଚିହ୍ନଟ କରିବା ସହ ଏହାର ପରିବେଶଗତ ପ୍ରଭାବ ଆକଳନ କରିବ।