Russia-Ukraine War - The Sakala

ରୋଜଗାର ଆଶାରେ ଋଷ୍‌ ଯାଇଥିଲେ ଗଞ୍ଜାମ ଯୁବକ, ୟୁକ୍ରେନର ଡ୍ରୋନ୍‌ ମାଡ଼ରେ ଚାଲିଗଲା ଜୀବନ
ଗଞ୍ଜାମ: ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମସ୍କୋରେ ହୋଇଥିବା ଏକ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅନ୍ତର୍ଗତ ମାଧବନ୍ଧ ଗାଁର ଏ. ରାମେୟା।

ମିଳିଥିବା ସୂଚନା ଅନୁଯାୟୀ, ଏ. ରାମେୟା ରୋଜଗାର ଏବଂ ନିଯୁକ୍ତି ଆଶାରେ ପ୍ରାୟ ଗୋଟିଏ ମାସ ପୂର୍ବରୁ ଋଷ ଯାଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଶନିବାର ରାତିରେ କମ୍ପାନିରେ କାମ କରୁଥିବାବେଳେ ମସ୍କୋରେ ଡ୍ରୋନ୍ ମାଡ଼ ହୋଇଥିଲା । ଏହି ଭୟଙ୍କର ଡ୍ରୋନ୍ ଷ୍ଟ୍ରାଇକ୍‌ରେ ତାଙ୍କର ପ୍ରାଣହାନି ଘଟିଛି। ତାଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି।

ଏନେଇ ସ୍ପଷ୍ଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ । ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ସିଧାସଳଖ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛି। ଯଥାଶୀଘ୍ର ମୃତକଙ୍କ ମରଶରୀରକୁ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଖାରକିଭ୍‌ରେ ରୁଷର ଡ୍ରୋନ୍‌ ଆକ୍ରମଣ: ବାପା ଓ ୩ ଶିଶୁଙ୍କ ମୃତ୍ୟୁ, ଗର୍ଭବତୀ ମାଆ ଗୁରୁତର
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ୟୁକ୍ରେନର ଖାରକିଭ୍ ଅଞ୍ଚଳରେ ରୁଷ ପକ୍ଷରୁ କରାଯାଇଥିବା ଏକ ଭୟଙ୍କର ଡ୍ରୋନ୍ ଆକ୍ରମଣରେ ଗୋଟିଏ ପରିବାର ଛାରଖାର ହୋଇଯାଇଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଏବଂ ତାଙ୍କର ତିନିଜଣ ଛୋଟ ପିଲାଙ୍କର ମୃତ୍ୟୁ ଘଟିଥିବା ବେଳେ, ମୃତକଙ୍କ ଗର୍ଭବତୀ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ପରିବାର ଉପରେ କାଳ ସାଜିଲା ଡ୍ରୋନ୍‌

ରିପୋର୍ଟ ଅନୁଯାୟୀ, ଖାରକିଭ୍‌ର ବୋଗୋଡୁଖିଭ୍ (Bohodukhiv) ସହରରେ ଏହି ଅଘଟଣ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ରୁଷୀୟ ଡ୍ରୋନ୍‌ ପରିବାରର ଘର ଉପରେ ମାଡ଼ ହୋଇଥିଲା। ଫଳରେ ଘରଟି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବା ସହ ନିଆଁ ଲାଗିଯାଇଥିଲା। ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ୩୪ ବର୍ଷୀୟ ବାପା ହ୍ରିହୋରି (Hryhorii) ଏବଂ ତାଙ୍କର ତିନି ସନ୍ତାନଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ଶିଶୁମାନଙ୍କ ମଧ୍ୟରେ ୨ ବର୍ଷର ଦୁଇ ଜାଆଁଳା ପୁଅ ଇଭାନ ଓ ଭ୍ଲାଦିସ୍ଲାଭ ଏବଂ ୧ ବର୍ଷର ଝିଅ ମାଇରୋସ୍ଲାଭା ଅନ୍ତର୍ଭୁକ୍ତ।

ଗର୍ଭବତୀ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଏହି ଭୟଙ୍କର ବିସ୍ଫୋରଣରୁ ପିଲାମାନଙ୍କ ମାଆ ଓଲ୍‌ହା (Olha) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ୩୫ ସପ୍ତାହର ଗର୍ଭବତୀ ଅଛନ୍ତି। ଉଦ୍ଧାରକାରୀ ଦଳ ତାଙ୍କୁ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର କରିଥିଲେ ମଧ୍ୟ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନ ଅନୁଯାୟୀ, ଏହି ପରିବାର ନିକଟରେ ଯୁଦ୍ଧକ୍ଷେତ୍ରରୁ ରକ୍ଷା ପାଇବା ପାଇଁ ଏହି ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଏଠାରେ ମଧ୍ୟ ସେମାନେ ରୁଷୀୟ ଆକ୍ରମଣର ଶିକାର ହେଲେ।

୧୨୯ଟି ଡ୍ରୋନ୍‌ ଆକ୍ରମଣ କଲା ରୁଷ

ୟୁକ୍ରେନ୍ ବାୟୁସେନା ସୂଚନା ଦେଇଛି ଯେ, ରୁଷ ଗତ ରାତିରେ ୟୁକ୍ରେନ୍ ଉପରେ ମୋଟ ୧୨୯ଟି 'ଶାହେଦ୍' (Shahed) ଡ୍ରୋନ୍ ଦ୍ୱାରା ଆକ୍ରମଣ କରିଥିଲା। ସେଥିମଧ୍ୟରୁ ୧୧୨ଟି ଡ୍ରୋନ୍‌କୁ ୟୁକ୍ରେନ୍ ସେନା ଖସାଇ ଦେବାରେ ସଫଳ ହୋଇଛି। ତେବେ କିଛି ଡ୍ରୋନ୍ ଆବାସିକ ଅଞ୍ଚଳରେ ପଡ଼ିବା ଯୋଗୁଁ ସାଧାରଣ ନାଗରିକଙ୍କ ଜୀବନହାନି ଘଟିଛି। ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଏହି ଘଟଣାକୁ ନିନ୍ଦା କରିବା ସହ ରୁଷ ଉପରେ ଚାପ ପ୍ରୟୋଗ କରିବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି।

‘ଏବେ ଯୁଦ୍ଧ ଶେଷ କର, ନହେଲେ କୋଟି କୋଟି ଲୋକ ମରିବେ’: ଜେଲେନସ୍କିଙ୍କ ସହ ଆଲୋଚନା ପରେ ଟ୍ରମ୍ପଙ୍କ ଚେତାବନୀ
ନୂଆଦିଲ୍ଲୀ: ଖୁବଶୀଘ୍ର ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ 'ଶେଷ ପର୍ଯ୍ୟାୟ' ଶାନ୍ତି ଆଲୋଚନା ପରେ ଯୁଦ୍ଧ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜେଲେନସ୍କିଙ୍କ ମିଳିତ ପ୍ରେସମିଟରୁ ସୂଚନା ମିଳିଛି । ଦୀର୍ଘ ଚାରି ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଏହି ବୈଠକକୁ ‘ଚୂଡ଼ାନ୍ତ ପର୍ଯ୍ୟାୟ’ ବା ଶେଷ ପର୍ଯ୍ୟାୟର ଶାନ୍ତି ଆଲୋଚନା ବୋଲି ବର୍ଣ୍ଣନା କରାଯାଇଛି। ଉଭୟ ନେତାଙ୍କ ମଧ୍ୟରେ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଯୁଦ୍ଧର ଭବିଷ୍ୟତ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା। ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୪ ବର୍ଷ ହେବ ଯୁବଦ୍ଧ ଚାଲିଥିବାରୁ ଏହାକୁ ବନ୍ଦ କରି ଦୁଇ ଦେଶରେ ଶାନ୍ତି ଫେରାଇ ଆଣିବାକୁ ଚାହୁଁଛନ୍ତି ଟ୍ରମ୍ପ । ଏଥିପାଇଁ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ବିଶେଷ ଭାବେ ଆଲୋଚନା ହୋଇଛି ।

ବୈଠକ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ଏହି ଯୁଦ୍ଧର ଫଳାଫଳ ଦୁଇଟି ରାସ୍ତାରେ ଯାଇପାରେ - ହୁଏତ ସଂଘର୍ଷ ଏବେ ଶେଷ ହେବ, ନଚେତ୍ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ। ଯଦି ଯୁଦ୍ଧ ଜାରି ରୁହେ, ତେବେ ଏଥିରେ କୋଟି କୋଟି ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଛି, ଯାହା କେହି ଚାହାନ୍ତି ନାହିଁ। ଟ୍ରମ୍ପ କହିଛନ୍ତି, "ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ଅଛୁ। ଏହାକୁ ଏବେ ଶେଷ କରିବାକୁ ପଡ଼ିବ, ନଚେତ୍ ଲକ୍ଷ ଲକ୍ଷ ଅତିରିକ୍ତ ଲୋକ ପ୍ରାଣ ହରାଇବେ।"

ଜେଲେନସ୍କିଙ୍କ ସହ ଭେଟିବା ପୂର୍ବରୁ, ଟ୍ରମ୍ପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୧ ଘଣ୍ଟା ୧୫ ମିନିଟ୍ ଧରି ଫୋନରେ କଥା ହୋଇଥିଲେ। ଏହି ଆଲୋଚନାକୁ ସେ ‘ଅତ୍ୟନ୍ତ ଫଳପ୍ରଦ’ ବୋଲି ଅଭିହିତ କରିଛନ୍ତି। ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ପୁଟିନ ଏଥର ଶାନ୍ତି ଚୁକ୍ତି ପାଇଁ ଗମ୍ଭୀର ଅଛନ୍ତି। ସେ କହିଛନ୍ତି, "ମୁଁ ଭାବୁଛି ଉଭୟ ନେତା ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। ବହୁତ ଲୋକ ମୃତ୍ୟୁବରଣ କରିସାରିଲେଣି, ତେଣୁ ଏକ ସମାଧାନର ଆବଶ୍ୟକତା ରହିଛି।"

ସଙ୍କଟ ସମୟରେ ଜେଲେନସ୍କିଙ୍କ ନେତୃତ୍ୱ ଏବଂ ସାହସକୁ ଟ୍ରମ୍ପ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଜେଲେନସ୍କି ଜଣେ କଠିନ ପରିଶ୍ରମୀ ଏବଂ ସାହସୀ ବ୍ୟକ୍ତି। ତାଙ୍କ ଦେଶର ଲୋକମାନେ ଯେଉଁ କଷ୍ଟ ସହିଛନ୍ତି, ତାହା ବିରଳ। ମାର-ଏ-ଲାଗୋ ବୈଠକ ପରେ ଟ୍ରମ୍ପ ପୁଣିଥରେ ପୁଟିନଙ୍କୁ ଫୋନ୍ କରିବେ ବୋଲି ସ୍ପଷ୍ଟ କରିଛନ୍ତି।