Anakapalli Incident - The Sakala

ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ, ଜଣେ ମୃତ
ଆନ୍ଧ୍ରପ୍ରଦେଶ: ଟାଟା-ଏର୍ନାକୁଲମ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିଯିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲ୍ଲାରେ ସୋମବାର ଭୋର ସମୟରେ ଟାଟାନଗର-ଏର୍ଣ୍ଣାକୁଲମ ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ବୃଦ୍ଧ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଅଗ୍ନିକାଣ୍ଡ ସମୟରେ ଗୋଟିଏ ବଗିରେ ୮୨ ଜଣ ଏବଂ ଅନ୍ୟ ଏକ ବଗିରେ ୭୬ ଜଣ ଯାତ୍ରୀ ଥିଲେ।

ସୂଚନା ଅନୁଯାୟୀ, ଟ୍ରେନ୍‌ଟି ଟାଟାନଗରରୁ ଏର୍ଣ୍ଣାକୁଲମ ଯାଉଥିବା ବେଳେ ରାତି ପ୍ରାୟ ୧:୩୦ ମିନିଟ ସମୟରେ ଏଲାମଞ୍ଚିଲି ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଟ୍ରେନ୍‌ର ପ୍ୟାଣ୍ଟ୍ରି କାର୍ ପାଖରେ ଥିବା B1 ଏବଂ M2 ଏୟାର କଣ୍ଡିସନର ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା। ଲୋକୋ ପାଇଲଟ୍ ତୁରନ୍ତ ଏହା ଦେଖି ଟ୍ରେନ୍ ଅଟକାଇ ଦେଇଥିଲେ, ଯାହାଫଳରେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଭାବେ ବାହାରି ପାରିଥିଲେ।

ଅନକାପଲ୍ଲୀ ଏସପି ତୁହିନ ସିହ୍ନାଙ୍କ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ବିଜୟୱାଡାର ଚନ୍ଦ୍ରଶେଖର ସୁନ୍ଦର (୭୦) ବୋଲି ଜଣାପଡିଛି। ସେ B1 କୋଚ୍‌ରେ ଯାତ୍ରା କରୁଥିଲେ ଏବଂ ନିଆଁ ଲାଗିବା ପରେ ବଗି ଭିତରେ ଫସି ଯାଇଥିଲେ, ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ବଗିରେ ଥିବା ଯାତ୍ରୀଙ୍କର ସମସ୍ତ ଜିନିଷପତ୍ର ଜଳି ପାଉଁଶ ହୋଇଯାଇଛି। ତେବେ ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ଘଟଣା ପରେ ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪ ଘଣ୍ଟା ବିଳମ୍ବରେ ଅନକାପଲ୍ଲୀ ଷ୍ଟେସନରେ ପହଞ୍ଚିଥିଲା।