Traditional artistes - The Sakala

ପାରମ୍ପରିକ କଳାକାରଙ୍କ ପାଇଁ ଖୁସି ଖବର: ବଢ଼ିଲା ମାସିକ ଭତ୍ତା, ୪୦ରୁ ୮୦ ବୟସ୍କ ପାଇବେ ୩୦୦୦ ଟଙ୍କା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ ରାଜ୍ୟର ପାରମ୍ପରିକ କଳାକାରଙ୍କ ଭତ୍ତାରାଶି ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ୪୦ରୁ ୮୦ବର୍ଷ ବୟସ୍କ କଳାକାରମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାରମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ୪୭,୭୦୪ଜଣ କଳାକାର ଓ ସେମାନଙ୍କ ପରିବାରବର୍ଗ ଉପକୃତ ହେବେ। ରବିବାର କେନ୍ଦୁଝରର ପାର୍କଲେନ୍‌ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ  ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟ କଳାକାର ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାରପ୍ରସାର କରୁଥିବା କଳାକାରମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଲୋକନୃତ୍ୟ, ନାଟକ, କାବ୍ୟ ଆଦିରେ ସଙ୍ଗୀତର ଅଖଣ୍ଡ ପ୍ରଭାବ ପରିଲକ୍ଷିତ ହୋଇଥାଏ। ‘ପାଲା’ ହେଉଛି ସେହି ସଙ୍ଗୀତର ଅମୃତ ପରିପ୍ରକାଶ। ଏହା ହେଉଛି ଓଡ଼ିଶାର ଏକ ବିଶିଷ୍ଟ ସାରସ୍ୱତ କଳା ଓ ସାଧନା, ଯାହା ପିଢ଼ି ପରେ ପିଢ଼ି ଓଡ଼ିଶାର ଜନଜୀବନ ଓ ସାଂସ୍କୃତିକ ଚେତନା ସହ ନିବିଡ଼ ସମ୍ପର୍କ ରଖିଆସିଛି। ‘ପାଲା’ ହେଉଛି ଗୀତ, ନୃତ୍ୟ, ବାଦ୍ୟ, ପାଣ୍ଡିତ୍ୟ, ଆଶୁ କବିତ୍ୱ, ମନୋରଞ୍ଜନ ଓ ପ୍ରତିଭାର ମିଳନ ପୀଠ। ବିଧିବଦ୍ଧ ଆଲୋଚନା, ପାଣ୍ଡିତ୍ୟପୂର୍ଣ୍ଣ ତର୍କ, ସଂସ୍କୃତି ଓ ଭାଷାର ମୂଲ୍ୟାୟନରେ ହିଁ ଓଡ଼ିଶାର ‘ପାଲା’ ସଂସ୍କୃତି ପରିପୂର୍ଣ୍ଣ। ଓଡ଼ିଆ ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଚଳଣିର ଭିତ୍ତିଭୂମିକୁ ସୁଦୃଢ଼ କରିଛି ‘ପାଲା’। ତେଣୁ, ଏଭଳି ଏକ ସମୃଦ୍ଧ ଲୋକକଳା ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ଆମର ଓଡ଼ିଆ ଭାଷା ସଂସ୍କୃତି ଉପରେ ଉଚ୍ଚଶିକ୍ଷା ଲାଭ କରୁଥିବା ଯୁବପିଢ଼ିଙ୍କୁ ମୋର ଅନୁରୋଧ ଆମର ଏହି ମହାନ ଲୋକ କଳା ସଂସ୍କୃତି ଉପରେ ଅଧିକ ଗବେଷଣା କରନ୍ତୁ। ଯୁବପିଢ଼ିଙ୍କ ଭିତରେ ଯଦି ଆଗ୍ରହ ବଢ଼ିବ ତେବେ ନିଶ୍ଚିତ ରୂପେ ଆମର ଏହି ମହାନ୍‌ ଲୋକକଳା ଆହୁରି ଉଜ୍ଜ୍ୱଳ ହେବ।