Install - The Sakala

ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ସ୍ଥାପନ: ରାଜକୋଷରୁ ୭୩୫ କୋଟି ବ୍ୟୟ କାହା ସ୍ୱାର୍ଥରେ
ଭୁବନେଶ୍ୱର: ଦେଶର ୩୫ କୋଟି ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ସ୍ଥାପନ ପାଇଁ କେନ୍ଦ୍ର ସରକାର ବଜେଟରେ ଆବଶ୍ୟକୀୟ ନିୟମ କରିଛନ୍ତି। ଓଡିଶାରେ ଏପର୍ଯ୍ୟନ୍ତ ପ୍ରାୟ ୧୩ ଲକ୍ଷ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲାଗି ସାରିଛି। ଓଇଆରସି ୨ କିଲୋୱାଟ ଘରୋଇ ଉପଭୋକ୍ତାଙ୍କୁ ବିନା ଭଡ଼ାରେ ମାଗଣା ସ୍ମାର୍ଟ ମିଟର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେବା ପରେ ଟାଟା ପୁଞ୍ଜିନିବେଶ ନକରି ରାଜ୍ୟ ବଜେଟ ଅନୁଦାନ ମାଧ୍ୟମରେ ସ୍ମାର୍ଟ ମିଟର ସ୍ଥାପନ ପାଇଁ ସରକାରଙ୍କ ଦ୍ୱାରସ୍ଥ ହୋଇଛି। ଏଥିପାଇଁ ରାଜ୍ୟ କ୍ୟାବିନେଟ ପ୍ରଥମ ଦଫାରେ ୭୩୫ କୋଟି ଟଙ୍କା ବ୍ୟୟବରାଦ ମଞ୍ଜୁର କରିବାକୁ ନେଇ ଶକ୍ତି ସମୀକ୍ଷକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

କାରଣ ରାଜ୍ୟ ରାଜକୋଷରୁ ୭୩୫ କୋଟି ଟଙ୍କା ଖର୍ଚ୍ଚ ବୋଝ ଓଡିଶା ଲୋକ ବହନ କରିବେ। କିନ୍ତୁ ଏହା କାହିଁକି କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ଦେଶର ଅନ୍ୟ କୌଣସି ରାଜ୍ୟ ସ୍ମାର୍ଟମିଟର ସ୍ଥାପନ ପାଇଁ ନିଜ ରାଜକୋଷରୁ ଅର୍ଥ ଖର୍ଚ କରି ନ ଥିବା ବେଳେ ଓଡିଶା କାହିଁକି ଖର୍ଚ୍ଚ କରିଛି ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଅନ୍ୟ ସମସ୍ତ ରାଜ୍ୟର ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥାର ପରିଚାଳନା ରାଜ୍ୟ ସରକାର କରୁଛନ୍ତି। କିନ୍ତୁ କେବଳ ଓଡିଶାରେ ଘରୋଇ କମ୍ପାନୀ ଟାଟା କରୁଛି। ସ୍ମାର୍ଟ ମିଟର ସ୍ଥାପନ ପାଇଁ ଅନ୍ୟ ରାଜ୍ୟଗୁଡିକ କେନ୍ଦ୍ରୀୟ ଅନୁଦାନ ପାଉଥିଲେ ବି ବିଶ୍ୱସନୀୟତା ଅଭାବ ଯୋଗୁ ଅଗ୍ରଗତି ମନ୍ଥର ହେଉଛି। ଏହାସହିତ କେଉଁ ବିଶ୍ୱାସନୀୟତା ବଳରେ ରାଜ୍ୟସରକାର ରାଜକୋଷରୁ ବ୍ୟୟ ବରାଦ କରି ଜନଗଣଙ୍କ ଉପରେ ବୋଝ ଲଦିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସ୍ମାର୍ଟ ମିଟରଗୁଡିକ ରିମୋଟ କଣ୍ଟ୍ରୋଲ ପ୍ରଯୁକ୍ତିବିଦ୍ୟା ଅନୁସାରେ କାର୍ଯ୍ୟ କରେ। ସ୍ମାର୍ଟ ମିଟରକୁ କଣ୍ଟ୍ରୋଲ କରୁଥିବା ବ୍ୟକ୍ତିଟି ଅନାୟାସରେ ଉପଭୋକ୍ତାର ମାସିକ ବିଦ୍ୟୁତ ବ୍ୟବହାରକୁ କେହି ନଜାଣିପାରିବା ଭଳି ନାମକୁମାତ୍ର ୧୦ ୟୁନିଟ ବୃଦ୍ଧି କରି ୧ କୋଟି ଉପଭୋକ୍ତାଙ୍କଠାରୁ ବାର୍ଷିକ ୬୦୦ କୋଟି ଟଙ୍କା ଲୁଟ କରିପାରିବା ପାଇଁ ସକ୍ଷମ ହୋଇପାରିବେ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ତେଣୁ ସ୍ମାର୍ଟ ମିଟର ସ୍ଥାପନ ପାଇଁ ୭୩୫ କୋଟିଟଙ୍କା ବଜେଟ ବ୍ୟୟ ବରାଦକୁ କେନ୍ଦ୍ର ରାଜକୋଷରୁ ପ୍ରତିପୂରଣ ପାଇଁ ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି।