Kuldeep Singh Sengar - The Sakala

ଉନ୍ନାଓ ମାମଲା: କୁଲଦୀପ ସେଙ୍ଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା, ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ ପିତାଙ୍କ ହାଜତ ମୃତ୍ୟୁ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ସୋମବାର ଦିନ କୋର୍ଟ ସେଙ୍ଗରଙ୍କ ୧୦ ବର୍ଷର ଜେଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ରବିନ୍ଦର ଡୁଡେଜା ଏହି ରାୟ ଶୁଣାଇଛନ୍ତି। କୁଲଦୀପ ସେଙ୍ଗର ବର୍ତ୍ତମାନ ହାଜତ ମୃତ୍ୟୁ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ସହ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

ପୀଡ଼ିତାଙ୍କ ପକ୍ଷରୁ ଓକିଲ ମେହମୁଦ ପ୍ରାଚା ଯୁକ୍ତି ଦର୍ଶାଇଥିଲେ ଯେ କୁଲଦୀପ ସେଙ୍ଗର ମୁକୁଳିଲେ ପୀଡ଼ିତା ଓ ତାଙ୍କ ପରିବାର ପ୍ରତି ବିପଦ ରହିଛି। ସେ କହିଥିଲେ ଯେ ପୀଡ଼ିତା ଏବେ ମଧ୍ୟ ସୋସିଆଲ ମିଡିଆରେ ନାନାଦି ହଇରାଣ ହରକତର ଶିକାର ହେଉଛନ୍ତି, ତେଣୁ ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜାମିନ ଦିଆଯିବା ଉଚିତ ନୁହେଁ। ଅନ୍ୟପକ୍ଷରେ, କୁଲଦୀପ ସେଙ୍ଗରଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ ସେ ପ୍ରାୟ ୯ ବର୍ଷ ଜେଲରେ କାଟି ସାରିଛନ୍ତି ଏବଂ ମାତ୍ର ୧୧ ମାସ ଦଣ୍ଡ ବାକି ଅଛି। ଘଟଣା ସମୟରେ ସେଙ୍ଗର ସେଠାରେ ଉପସ୍ଥିତ ନଥିବା ମଧ୍ୟ ଦାବି କରାଯାଇଥିଲା।

ସୂଚନାଯୋଗ୍ୟ ଯେ, କୁଲଦୀପ ସେଙ୍ଗର ଏପ୍ରିଲ ୧୩, ୨୦୧୮ରୁ ଜେଲରେ ଅଛନ୍ତି। ଗତ ଡିସେମ୍ବର ୨୩, ୨୦୨୫ରେ ବଳାତ୍କାର ମାମଲାରେ ତାଙ୍କୁ ଜାମିନ ମିଳିଥିଲେ ମଧ୍ୟ ସୁପ୍ରିମକୋର୍ଟ ଡିସେମ୍ବର ୨୯ରେ ଏହା ଉପରେ ରୋକ ଲଗାଇଥିଲେ। ୨୦୧୮ ଏପ୍ରିଲରେ ପୀଡ଼ିତାଙ୍କ ବାପାଙ୍କୁ ପୋଲିସ ହାଜତରେ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଦାଲତ କୁଲଦୀପ ସେଙ୍ଗର ଓ ତାଙ୍କ ଭାଇ ଅତୁଲ ସିଂହ ସେଙ୍ଗରଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଟ୍ରାଏଲ କୋର୍ଟ ଏହାକୁ ଗମ୍ଭୀର ଅପରାଧ ବୋଲି ବିବେଚନା କରି କୌଣସି କୋହଳ ମନୋଭାବ ପୋଷଣ କରିବାକୁ ମନା କରିଦେଇଥିଲେ।

ଉନ୍ନାଓ ଦୁଷ୍କର୍ମ ମାମଲା: କୁଲଦୀପ ସେଙ୍ଗରଙ୍କ ଜାମିନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ବାହାରେ ତୀବ୍ର ବିକ୍ଷୋଭ
ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗରଙ୍କ ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ଏବଂ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ନିଷ୍ପତ୍ତିକୁ ନେଇ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ବାହାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଆନ୍ଦୋଳନକାରୀମାନେ କୋର୍ଟ ପରିସର ନିକଟରେ ଏକାଠି ହୋଇ ସ୍ଲୋଗାନ ଦେବା ସହ ଏହାକୁ ଦୃଢ଼ ବିରୋଧ କରିଛନ୍ତି ।

ପୀଡ଼ିତାଙ୍କ ମା’ ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପରିବାର ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ସେ କହିଛନ୍ତି, "ତାଙ୍କ ଜାମିନ ଖାରଜ କରାଯିବା ଉଚିତ୍। ଆମେ ହାଇକୋର୍ଟ ଉପରେ ଭରସା ହରାଇ ସାରିଛୁ। ଯଦି ସୁପ୍ରିମକୋର୍ଟରେ ନ୍ୟାୟ ନ ମିଳେ, ତେବେ ଆମେ ଅନ୍ୟ ଦେଶକୁ ଚାଲିଯିବୁ। ମୋ ସ୍ୱାମୀଙ୍କ ହତ୍ୟାକାରୀକୁ ତୁରନ୍ତ ଫାଶୀ ଦିଆଯାଉ।"

କୋର୍ଟଙ୍କ ନିଷ୍ପତ୍ତି ପରେ ପୀଡ଼ିତା ନିଜକୁ ଅତ୍ୟନ୍ତ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସେଙ୍ଗର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ସେ ଜେଲରୁ ବାହାରିବା ପରେ ବିପଦ ବଢ଼ିଯାଇଛି। ପୀଡ଼ିତା ୨୦୧୯ରେ ଘଟିଥିବା ଏକ ଦୁର୍ଘଟଣାର ଉଦାହରଣ ଦେଇଥିଲେ, ଯେଉଁଥିରେ ତାଙ୍କର ଦୁଇ ସମ୍ପର୍କୀୟ ଏବଂ ଓକିଲଙ୍କ ମୃତ୍ୟୁ ଘଟିଥିଲା। ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ସେଙ୍ଗର ନିଜ ଲୋକଙ୍କ ଜରିଆରେ ପୁଣି କ୍ଷତି ପହଞ୍ଚାଇ ପାରନ୍ତି। ବର୍ତ୍ତମାନ ଦିଲ୍ଲୀରେ ରହୁଥିବା ପୀଡ଼ିତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ(CRPF) ସୁରକ୍ଷା ଯୋଗାଇ ଦିଆଯାଇଛି।

ବିକ୍ଷୋଭରେ ସାମିଲ ଥିବା ମହିଳା ଅଧିକାର କର୍ମୀ ଯୋଗିତା ଭାୟାନା କହିଛନ୍ତି ଯେ, ଜଣେ ଦୁଷ୍କର୍ମକାରୀର ଦଣ୍ଡାଦେଶ ବାତିଲ ହେବା ସମଗ୍ର ଦେଶର ମହିଳାଙ୍କୁ ଆଘାତ ଦେଇଛି। ପୋଲିସ ଏବଂ ସୁରକ୍ଷା କର୍ମୀମାନେ ବିକ୍ଷୋଭକାରୀଙ୍କୁ ଘଟଣାସ୍ଥଳରୁ ହଟାଇବାକୁ ଚେଷ୍ଟା କରିଥିଲେ ଏବଂ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ଥାନ ଖାଲି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସେଙ୍ଗରଙ୍କୁ ୨୦୧୯ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।