Medical Negligence - The Sakala

“ଆପଣଙ୍କୁ ଡାକ୍ତର ଲେଖିବାର ଅଧିକାର ନାହିଁ”: ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍
“ଆପଣଙ୍କୁ ନିଜ ନାମ ଆଗରେ 'ଡାକ୍ତର' ଲେଖିବାର କୌଣସି ଅଧିକାର ନାହିଁ।” ଗାଜିଆବାଦର ଏକ ୪ ବର୍ଷର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ମାମଲାରେ ଘରୋଇ ଡାକ୍ତରଖାନା ଏବଂ ଡାକ୍ତରଙ୍କୁ ଏହିଭଳି କଡ଼ା ଭାଷାରେ ତାଗିଦ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଠିକ୍ ସମୟରେ ଜରୁରୀକାଳୀନ ଚିକିତ୍ସା ନମିଳିବାରୁ ମାସୁମ ଝିଅଟିର ଜୀବନ ଯାଇଥିଲା, ଯାହାକୁ ନେଇ କୋର୍ଟ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି।

ଗରିବ ହୋଇଥିବାରୁ ମିଳିଲାନି ଚିକିତ୍ସା

ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାର ଶୁଣାଣି କରି ଡାକ୍ତରମାନଙ୍କ ଆଚରଣକୁ ଅତ୍ୟନ୍ତ ନିର୍ଦ୍ଦୟ, ନିଷ୍ଠୁର ଏବଂ ସମ୍ବେଦନହୀନ ବୋଲି ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି ଯେ, କେବଳ ଗରିବ ହୋଇଥିବାରୁ ଏବଂ ହସ୍ପିଟାଲ୍ ଫିସ୍ ଦେବାକୁ ଅସମର୍ଥ ଥିବାରୁ ଝିଅଟିକୁ ଚିକିତ୍ସା ଯୋଗାଇ ଦିଆଯାଇନଥିଲା। ଯଦି ଆପଣମାନଙ୍କ ପାଖରେ ଜରୁରୀକାଳୀନ ସୁବିଧା ନଥିଲା, ତେବେ ଟିକିଏ ସମ୍ବେଦନଶୀଳତା ଦେଖାଇ ତାକୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ବ୍ୟକ୍ତିଗତ ଭାବେ ସାହାଯ୍ୟ କରିବାର ଥିଲା ବୋଲି ଖଣ୍ଡପୀଠ କହିଛନ୍ତି। ନିଜ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବାରୁ ନିଜ ନାମ ଆଗରୁ 'ଡାକ୍ତର' ପଦବୀ ହଟାଇ ଦେବାକୁ କୋର୍ଟ ସିଧାସଳଖ ଶୁଣାଇଛନ୍ତି।

କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଏହି ଘୋର ଅବହେଳା ପାଇଁ କୋର୍ଟ ସମ୍ପୃକ୍ତ ଡାକ୍ତରଖାନାଗୁଡ଼ିକ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ କୋର୍ଟ ଚେତାବନୀ ଦେଇଛନ୍ତି ଯେ, ଏଭଳି ଦାୟିତ୍ୱହୀନତା ପାଇଁ ସେମାନଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଯିବ। ଆସନ୍ତା ଜୁଲାଇ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

କ'ଣ ଥିଲା ପୂରା ଘଟଣା?

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ନନ୍ଦଗ୍ରାମ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପଡ଼ୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତି ୪ ବର୍ଷର ନିଷ୍ପାପ ବାଳିକାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ନିଜ ସହ ନେଇଯାଇଥିଲା। ପରେ ଝିଅଟି ରକ୍ତାକ୍ତ ଏବଂ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲା। ପରିବାର ଲୋକେ ତାକୁ ତୁରନ୍ତ ସ୍ଥାନୀୟ ଦୁଇଟି ଘରୋଇ ଡାକ୍ତରଖାନା ଏବଂ ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ନିକଟକୁ ନେଇଥିଲେ ମଧ୍ୟ ସେମାନେ ଆଡମିଶନ କରିବାକୁ ସିଧାସଳଖ ମନା କରିଦେଇଥିଲେ। ପୋଲିସର ପ୍ରାରମ୍ଭିକ ତଦନ୍ତ ପ୍ରକ୍ରିୟା ଏବଂ ଡାକ୍ତରଖାନା ଗୁଡ଼ିକର ଏଭଳି ଅବହେଳା ବିରୋଧରେ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ସୁପ୍ରିମକୋର୍ଟ ଏହି ମାମଲାକୁ ଅତି ଗୁରୁତର ସହ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱର ଏମ୍ସରେ ଉତ୍ତେଜନା: ଚିକିତ୍ସାରେ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ଡାକ୍ତରଙ୍କୁ ଆକ୍ରମଣ
ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ଏମ୍ସରେ ତୁମୁଳକାଣ୍ଡ । ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର । ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଏମ୍ସ ହସ୍ପିଟାଲ ପରିସରରେ। ସୂଚନା ଅନୁସାରେ, ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡାର ଶିବଶଙ୍କର ବେହେରା ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ପରିବାର ଓ ଗାଁ ଲୋକେ କିନ୍ତୁ ଚିକିତ୍ସାରେ ଅବହେଳା ପାଇଁ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ନମିଳିବା କାରଣରୁ ହିଁ ଶିବଶଙ୍କରଙ୍କ ପ୍ରାଣହାନି ଘଟିଛି। ଏହାକୁ ନେଇ ପରିସ୍ଥିତି ଅଣାୟତ୍ତ ହୋଇଥିଲା ଏବଂ କ୍ରୋଧିତ ଲୋକେ ଡାକ୍ତରଖାନା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ମାଡ଼ ମାରିଥିଲେ।

ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଏମ୍ସ ହସ୍ପିଟାଲରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରି ଥାନାକୁ ନେଇଛି । ସିସିଟିଭି ମଧ୍ୟ ଯାଞ୍ଚ କରିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନାଧିକାରୀ ।

ସାପକାମୁଡ଼ାରେ ଗର୍ଭବତୀଙ୍କ ମୃତ୍ୟୁ! ଚିକିତ୍ସା ଅବହେଳା ଅଭିଯୋଗରେ ମେଡିକାଲ୍‌ରେ ଡାକ୍ତରଙ୍କୁ ଆକ୍ରମଣ
ମାଲକାନଗିରି: ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ନାମ ବନ୍ଦନା ମଣ୍ଡଳ ବୋଲି ଜଣାପଡିଛି। ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ପରିବାର ଲୋକେ ଡାକ୍ତରଖାନା ପରିସରରେ ଉପସ୍ଥିତ ଥିବା ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ବନ୍ଦନା ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ଘରେ ଏକ ସାପ ଦେଖିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ସେମାନେ ସର୍ପାଘାତ ସନ୍ଦେହ କରି ଡାକ୍ତରଙ୍କୁ ଜଣାଇଥିଲେ ମଧ୍ୟ, ମେଡିକାଲ ଟିମ୍ ସେମାନଙ୍କ କଥାକୁ ଅଣଦେଖା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିନା ଉପଯୁକ୍ତ ଚିକିତ୍ସାରେ ଡାକ୍ତର ବନ୍ଦନାଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଥିଲେ ବୋଲି କୁହାଯାଇଛି।

ପରଦିନ ସକାଳେ ବନ୍ଦନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ପୁଣି ଡାକ୍ତରଖାନା ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ସମ୍ପର୍କୀୟମାନେ ଉତକ୍ଷିପ୍ତ ହୋଇପଡିଥିଲେ। ସେମାନେ ପ୍ରଶ୍ନ କରିଥିଲେ ଯେ କାହିଁକି ତାଙ୍କୁ ପୂର୍ବରୁ ଡିସଚାର୍ଜ କରାଗଲା ଏବଂ ଠିକ୍ ସମୟରେ ଚିକିତ୍ସା ମିଳିଥିଲେ ତାଙ୍କ ଜୀବନ ବଞ୍ଚିପାରିଥାନ୍ତା ବୋଲି ଦାବି କରିଥିଲେ। ଅନ୍ୟପକ୍ଷରେ, ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ବନ୍ଦନା ନିଜ ଇଚ୍ଛାରେ ପରିବାର ସହ ଘରକୁ ଫେରିଥିଲେ ଏବଂ ତାଙ୍କୁ ସମସ୍ତ ଆବଶ୍ୟକୀୟ ଔଷଧ ଓ ଯତ୍ନ ପ୍ରଦାନ କରାଯାଇଥିଲା।

ମୃତ୍ୟୁ ପରେ ଉତକ୍ଷିପ୍ତ ସମ୍ପର୍କୀୟମାନେ ଡାକ୍ତରଙ୍କୁ ଆକ୍ରମଣ କରିବା ଫଳରେ ଡାକ୍ତରଖାନାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଅଭିଯୋଗ ହୋଇଥିବା ଚିକିତ୍ସା ଅବହେଳା ଏବଂ ମୃତ୍ୟୁର କାରଣ ସମ୍ପର୍କରେ ଏକ ପ୍ରଶାସନିକ ତଦନ୍ତ ଆରମ୍ଭ କରାଯାଇଛି।

ପାକିସ୍ତାନରେ ଡାକ୍ତରଙ୍କ ସାଂଘାତିକ ଅବହେଳା: ଗୋଟିଏ ସିରିଞ୍ଜ୍ ବ୍ୟବହାର ଯୋଗୁଁ ୩୩୧ ଶିଶୁ HIV ଆକ୍ରାନ୍ତ
ପାକିସ୍ତାନରୁ ଏକ ହୃଦୟ ବିଦାରକ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କ ସାଂଘାତିକ ଅବହେଳା କାରଣରୁ ଶହ ଶହ ଶିଶୁଙ୍କ ଜୀବନ ବର୍ତ୍ତମାନ ବିପନ୍ନ ହୋଇପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ସିରିଞ୍ଜର ବାରମ୍ବାର ବ୍ୟବହାର କାରଣରୁ ୩୩୧ ଜଣ ନିଷ୍ପାପ ଶିଶୁ ଦୁରାରୋଗ୍ୟ HIV ରେ ଆକ୍ରାନ୍ତ ହୋଇଛନ୍ତି।

ସାଧାରଣତଃ ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ମାତ୍ର ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଟାଉନ୍ସାରେ ଥିବା ଟିଏଚ୍‌କ୍ୟୁ (THQ) ସରକାରୀ ହସ୍ପିଟାଲର ଡାକ୍ତରମାନେ ରୋଗୀମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି। ଗୋଟିଏ ସିରିଞ୍ଜରେ ଏକାଧିକ ପିଲାଙ୍କୁ ଇଞ୍ଜେକ୍ସନ ଦେବା ଏବଂ ମୌଳିକ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ନଦେବା ଫଳରେ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସବୁଠାରୁ ଦୁଃଖଦ ବିଷୟ ହେଉଛି, ଏହି ମାରାତ୍ମକ ଭୁଲ୍ ଯୋଗୁଁ ଜଣେ ୮ ବର୍ଷୀୟ ଶିଶୁର ମୃତ୍ୟୁ ଘଟିସାରିଛି। HIV ରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବାର କିଛି ସମୟ ପରେ ହିଁ ଶିଶୁଟି ଆଖିବୁଜିଥିଲା। ମୃତ ଶିଶୁର ମା'ଙ୍କ କହିବା ଅନୁଯାୟୀ, ତାଙ୍କ ପିଲାଟି ଗତ କିଛି ଦିନ ଧରି ପ୍ରବଳ ଜ୍ୱର ଓ ଯନ୍ତ୍ରଣାରେ ପୀଡ଼ିତ ଥିଲା। ସରକାରୀ ଡାକ୍ତରଖାନାରେ ଦିଆଯାଇଥିବା ଦୂଷିତ ଇଞ୍ଜେକ୍ସନ ଯୋଗୁଁ ହିଁ ତାଙ୍କ ସନ୍ତାନର ପ୍ରାଣହାନି ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ଅନ୍ୟ ଏକ କନ୍ୟା ସନ୍ତାନର ନମୁନା ମଧ୍ୟ HIV ପଜିଟିଭ୍ ଆସିଥିବା ସେ ପ୍ରକାଶ କରିଛନ୍ତି।

ଆନ୍ତର୍ଜାତୀୟ ଗଣମାଧ୍ୟମ ବିବିସି (BBC) ର ରିପୋର୍ଟ ଅନୁସାରେ, ଏହି ଭୟଙ୍କର ମାମଲା ନଭେମ୍ବର ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ଘଟିଥିବା ଜଣାପଡ଼ିଛି। ଟାଉନ୍ସାରେ ୩୩୧ ଜଣ ପିଲାଙ୍କ ରକ୍ତ ନମୁନା ପରୀକ୍ଷା ପରେ ସେମାନେ ଏଚ୍‌ଆଇଭି ପଜିଟିଭ୍ (HIV Positive) ଥିବା ସ୍ପଷ୍ଟ ହୋଇଥିଲା। ଅସୁରକ୍ଷିତ ଇଞ୍ଜେକ୍ସନ ଏବଂ ସିରିଞ୍ଜର ପୁନଃବ୍ୟବହାର ହିଁ ଏହି ବ୍ୟାପକ ସଂକ୍ରମଣର ଏକମାତ୍ର କାରଣ ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶହ ଶହ ପରିବାରକୁ ଗଭୀର ଶୋକ ଏବଂ ଆତଙ୍କ ମଧ୍ୟକୁ ଠେଲି ଦେଇଛି।

ୱାର୍ମର ମେସିନ୍‌ରେ ଜୀବନ୍ତ ଜଳିଗଲା ନବଜାତ ଶିଶୁ, ଡାକ୍ତର ଫେରାର
ଉତ୍ତରପ୍ରଦେଶର କାନପୁର ସ୍ଥିତ ବିଠୁର ଅଞ୍ଚଳରେ ଏକ ଅତି ଦୁଃଖଦାୟକ ଓ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ରାଜା ନର୍ସିଂ ହୋମ୍‌ରେ ଡାକ୍ତରଖାନା କର୍ମଚାରୀଙ୍କ ଚରମ ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁକନ୍ୟାର ଜୀବନ୍ତ ଜଳି ମୃତ୍ୟୁ ଘଟିଛି। ଅଭିଯୋଗ ଅନୁଯାୟୀ, ଶିଶୁଟିକୁ ୱାର୍ମର ମେସିନ୍‌ରେ ରଖାଯାଇଥିବା ବେଳେ ମେସିନ୍‌ର ତାପମାତ୍ରା ଅତ୍ୟଧିକ ବଢ଼ିଯିବାରୁ ଶିଶୁଟି ଜଳି ଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍ ଡାକ୍ତରଖାନା ଛାଡି ଫେରାର ହୋଇଯାଇଛନ୍ତି।

କିପରି ଘଟିଲା ଏହି ଅଭାବନୀୟ ଘଟଣା?

ସୂଚନା ମୁତାବକ, ରବିବାର ସନ୍ଧ୍ୟା ପ୍ରାୟ ୪ଟାରୁ ୫ଟା ମଧ୍ୟରେ ଶାଲୁ ନାମକ ଜଣେ ମହିଳା ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଜନ୍ମ ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। ଶୀତରୁ ରକ୍ଷା କରିବା ପାଇଁ ନର୍ସମାନେ ନବଜାତ ଶିଶୁଟିକୁ ଆଇସିୟୁ (ICU)ରେ ଥିବା ୱାର୍ମର ମେସିନ୍‌ରେ ରଖିଥିଲେ। କିନ୍ତୁ ଅଭିଯୋଗ ହୋଇଛି ଯେ, ମେସିନ୍‌ର ତାପମାତ୍ରା ନିୟନ୍ତ୍ରଣ କରିବା କିମ୍ବା ଶିଶୁର ସ୍ଥିତି ଯାଞ୍ଚ କରିବା ପାଇଁ କେହି ସେଠାରେ ଉପସ୍ଥିତ ନଥିଲେ। ଫଳରେ ମେସିନ୍ ଅତ୍ୟଧିକ ଗରମ ହୋଇଯିବାରୁ ଶିଶୁଟି ମୃତ୍ୟୁବରଣ କରିଥିଲା।

ଶିଶୁର ପିତା ଅରୁଣ ନିଷାଦ ଓ ଅନ୍ୟ ପରିଜନଙ୍କ କହିବା ଅନୁଯାୟୀ, ସେମାନେ ଶିଶୁକୁ ଦେଖିବାକୁ ଚାହିଁଥିଲେ ମଧ୍ୟ ନର୍ସିଂ ଷ୍ଟାଫ୍ ସେମାନଙ୍କୁ ବାରଣ କରୁଥିଲେ। ସନ୍ଦେହ ହେବାରୁ ପରିବାର ଲୋକେ ଜୋରଜବରଦସ୍ତ ଆଇସିୟୁ ଭିତରକୁ ପଶିଯାଇଥିଲେ, ଯେଉଁଠାରେ ଶିଶୁର ମୁଣ୍ଡ ଓ ହାତ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ଦେଖି ଡାକ୍ତର ବିବେକ ମିଶ୍ର ଏବଂ ସମସ୍ତ କର୍ମଚାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଡିସିପି ଏସଏମ କାସିମ ଆବିଦି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନବଜାତକର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ନର୍ସିଂ ହୋମ୍‌ର ଆଇସିୟୁକୁ ସିଲ୍ କରାଯାଇଛି। ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମିଳିବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

କାନାଡାରେ ଚିକିତ୍ସା ଅବହେଳା: ୮ ଘଣ୍ଟା ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ଭାରତୀୟ
କାନାଡାର ଏକ ହସ୍ପିଟାଲରେ ଚିକିତ୍ସା ଅବହେଳାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୪୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଜରୁରୀକାଳୀନ ବିଭାଗରେ ପ୍ରାୟ ୮ ଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ପ୍ରଶାନ୍ତ ଶ୍ରୀକୁମାର, ଯିଏକି ପେଷାରେ ଜଣେ ଆକାଉଣ୍ଟାଣ୍ଟ ଥିଲେ। ଏହି ଘଟଣା କାନାଡାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୨ ତାରିଖରେ ଅଫିସରେ କାମ କରୁଥିବା ସମୟରେ ପ୍ରଶାନ୍ତଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କୁ ତୁରନ୍ତ ଏଡମଣ୍ଟନର ଗ୍ରେ ନନ୍ସ କମ୍ୟୁନିଟି ହସ୍ପିଟାଲ (Grey Nuns Community Hospital) କୁ ନିଆଯାଇଥିଲା। ସେଠାରେ ତାଙ୍କ ବାପା କୁମାର ଶ୍ରୀକୁମାର ମଧ୍ୟ ପହଞ୍ଚିଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରଶାନ୍ତ ବାପାଙ୍କୁ କହିଥିଲେ, "ବାପା, ମୁଁ ଆଉ ଯନ୍ତ୍ରଣା ସହି ପାରୁନି।" ପରିବାର ଲୋକଙ୍କ କହିବା ମୁତାବକ, ତାଙ୍କର ଯନ୍ତ୍ରଣା ଅସହ୍ୟ ଥିଲା ଏବଂ ରକ୍ତଚାପ ମଧ୍ୟ ବିପଜ୍ଜନକ ଭାବେ ବଢିଚାଲିଥିଲା।

ଅଭିଯୋଗ ହୋଇଛି ଯେ, ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଶାନ୍ତଙ୍କ ଅବସ୍ଥାକୁ ଗୁରୁତର ସହ ନେଇନଥିଲେ। ତାଙ୍କର ଇସିଜି (ECG) କରାଯାଇଥିଲା କିନ୍ତୁ ରିପୋର୍ଟ ସ୍ୱାଭାବିକ ଥିବା କହି ଡାକ୍ତରମାନେ ତାଙ୍କୁ ଅପେକ୍ଷା କରିବାକୁ କହିଥିଲେ। ଯନ୍ତ୍ରଣା ଉପଶମ ପାଇଁ କେବଳ ଏକ 'ଟାଇଲେନଲ୍' (Tylenol) ବଟିକା ଦିଆଯାଇଥିଲା। ଦୀର୍ଘ ୮ ଘଣ୍ଟା ଧରି ସେ ଓ୍ୱେଟିଂ ରୁମ୍‌ରେ ବସି ରହିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗିଡିବାରେ ଲାଗିଥିଲା।

୮ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ଯେତେବେଳେ ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ଭିତରକୁ ଡକାଗଲା, ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଚିକିତ୍ସା କକ୍ଷରେ ବସିବାର ମାତ୍ର ୧୦ ସେକେଣ୍ଡ ମଧ୍ୟରେ ସେ ଟଳି ପଡ଼ିଥିଲେ। ଡାକ୍ତରମାନେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ। ହୃଦଘାତ (Cardiac Arrest) ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ପ୍ରଶାନ୍ତ ନିଜ ପଛରେ ପତ୍ନୀ ଏବଂ ତିନି ସନ୍ତାନଙ୍କୁ ଛାଡି ଯାଇଛନ୍ତି।