Online Game - The Sakala
ଅକ୍ଷୟ କୁମାରଙ୍କ ଝିଅଙ୍କୁ ଅନ୍‌ଲାଇନ୍ ଗେମ୍‌ରେ ଅଶ୍ଳୀଳ ଫଟୋ ମାଗିଥିବା ଅଭିଯୁକ୍ତ ଗିରଫ
ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ୧୩ ବର୍ଷୀୟା ଝିଅ ନିତାରାଙ୍କୁ ଅନ୍‌ଲାଇନ୍ ଗେମ୍ ଖେଳିବା ସମୟରେ ଅଶ୍ଳୀଳ ଫଟୋ ମାଗିବା ଘଟଣାରେ ମହାରାଷ୍ଟ୍ର ସାଇବର ବିଭାଗକୁ ବଡ଼ ସଫଳତା ମିଳିଛି। ଏହି ସାଇବର ହଇରାଣ (Cyber Harassment) ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG) ଯଶସ୍ୱୀ ଯାଦବ ମୁମ୍ବାଇର ଆର୍.ଡି. ନ୍ୟାସନାଲ୍ କଲେଜରେ ଆୟୋଜିତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମରେ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି।
କିପରି ଘଟିଥିଲା ଘଟଣା?
ଗତ ଅକ୍ଟୋବର ୨୦୨୫ ମସିହାରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ନିଜେ ଏହି ଘଟଣା ବିଷୟରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ତାଙ୍କ ଝିଅ ଏକ ଅନ୍‌ଲାଇନ୍ ମଲ୍ଟିପ୍ଲେୟାର୍ ଗେମ୍ ଖେଳୁଥିଲେ, ଯେଉଁଥିରେ ଅଜଣା ଲୋକଙ୍କ ସହ କଥାବାର୍ତ୍ତା କରିବାର ସୁବିଧା ଥିଲା। ପ୍ରଥମେ ଅଭିଯୁକ୍ତ ଜଣକ ନିତାରାଙ୍କୁ ସାଧାରଣ ଏବଂ ଭଦ୍ର ଭାବରେ ମେସେଜ୍ କରିଥିଲା ଏବଂ ତାଙ୍କ ଘର କେଉଁଠି ବୋଲି ପଚାରିଥିଲା। ନିତାରା 'ମୁମ୍ବାଇ' ବୋଲି ଉତ୍ତର ଦେବା ପରେ, ଅଭିଯୁକ୍ତ ଜଣକ ତାଙ୍କର ଲିଙ୍ଗ ପଚାରିଥିଲା। ସେ ଝିଅ ବୋଲି ଜାଣିବା ପରେ ସେ ହଠାତ୍ ଅଶ୍ଳୀଳ ବା ନ୍ୟୁଡ୍ ଫଟୋ ପଠାଇବାକୁ ଦାବି କରିଥିଲା।
ନିତାରାଙ୍କ ସାହସିକତା
ଅକ୍ଷୟ କୁମାର ଏବଂ ପୋଲିସ ଅଧିକାରୀମାନେ ନିତାରାଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତାକୁ ବେଶ୍ ପ୍ରଶଂସା କରିଛନ୍ତି। ଅଶ୍ଳୀଳ ମେସେଜ୍ ପାଇବା କ୍ଷଣି ସେ ତୁରନ୍ତ ଗେମ୍ ବନ୍ଦ କରିଦେଇଥିଲେ ଏବଂ ଏହି ବିଷୟରେ ନିଜ ମା' ଟ୍ୱିଙ୍କଲ୍ ଖାନ୍ନାଙ୍କୁ ଜଣାଇଥିଲେ। ପିତାମାତାଙ୍କ ମାଧ୍ୟମରେ ଏହି ଖବର ପୋଲିସ ନିକଟରେ ପହଞ୍ଚିଥିଲା ଏବଂ ମହାରାଷ୍ଟ୍ର ସାଇବର ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।
ସାଇବର ସୁରକ୍ଷା ପ୍ରତି ସତର୍କତା
ମହାରାଷ୍ଟ୍ର ସାଇବର ବିଭାଗର ADG ଯଶସ୍ୱୀ ଯାଦବ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏହା ହେଉଛି 'ସେକ୍ସଟର୍ସନ୍' ର ଏକ ଜ୍ୱଳନ୍ତ ଉଦାହରଣ। ଛୋଟ ପିଲାମାନେ ଅନେକ ସମୟରେ ଅନ୍‌ଲାଇନ୍ ଖେଳ ଏବଂ ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ କଥା ହୋଇ ବିପଦରେ ପଡ଼ିଥାନ୍ତି। ତେଣୁ ପିଲାମାନଙ୍କର ଡିଜିଟାଲ୍ ସୁରକ୍ଷା ପ୍ରତି ପିତାମାତା ଅଧିକ ସତର୍କ ରହିବା ଉଚିତ୍ ଏବଂ ପିଲାମାନେ ମଧ୍ୟ ଏଭଳି କୌଣସି ଅସ୍ୱାଭାବିକ ପରିସ୍ଥିତି ସାମ୍ନା କଲେ ବିନା ଭୟରେ ତୁରନ୍ତ ପରିବାରକୁ ଜଣାଇବା ଦରକାର ବୋଲି ପରାମର୍ଶ ଦିଆଯାଇଛି।
ଭୁବନେଶ୍ବର: ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଏହି ଉକ୍ତିଟିକୁ ସେମାନେ ବିଶ୍ବସ କରିଥାନ୍ତି ଯେଉଁ ମାନଙ୍କ ସହ ଏଭଳି କିଛି ଚମତ୍କାର ଘଟଣା ଘଟିଥାଏ। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର ଗ୍ରାମର ଦିନ ମଜୁରିଆ ଭାବେ କାମ କରୁଥିବା ‘ଗୁରୁଚରଣ ଜାମୁଡା’ ନାମକ ଯୁବକଙ୍କ ଭାଗ୍ୟ ଏପରି ଚମକିଛି। ଏକ ଥରକେ ସେ ୩ କୋଟି ଟଙ୍କା ଏବଂ ଏକ ମହିନ୍ଦ୍ରା ଥର ଗାଡ଼ି ଜିତିଛନ୍ତି। ଜଣେ ଦିନ ମଜୁରିଆଙ୍କ ଜୀବନରେ ଚମତ୍କାର ଭାବରେ ଏହି ପରିବର୍ତ୍ତନ ଆସିଛି। ଜ୍ୟାକପଟ୍ ବିଷୟରେ ସୂଚନା ପାଇବା ପରେ ତାଙ୍କ ଖୁସିର ସୀମା ସରହଦ ଛୁଇଁଛି।
ରିପୋର୍ଟ ଅନୁସାରେ, ଯୁବକ ଜଣକ ଅନଲାଇନ୍ ବେଟିଂ ଏବଂ ଜୁଆ ଆପ୍ ରେ ମାତ୍ର ୪୯ ଟଙ୍କା ନିବେଶ କରିଥିଲେ। ଏଥିରେ ସେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଆପ୍ ରେ ଖେଳୁଥିଲେ। ତେବେ ମାର୍ଚ୍ଚ ୨୬ ରେ ମୁମ୍ବାଇ ସ୍ଥିତ ବେଟିଂ ଆପ୍ ରୁ ତାଙ୍କୁ ଏକ କଲ୍ ମିଳିଥିଲା। କିନ୍ତୁ, ସେ କଲ୍ ଉଠାଇ ନଥିଲେ ଏବଂ ପରଦିନ ତାଙ୍କୁ ପୁଣି ଏକ କଲ୍ ମିଳିଥିଲା। ମ୍ୟାନେଜର ତାଙ୍କୁ ଜଣାଇଲେ ଯେ ସେ ୩ କୋଟି ଟଙ୍କା ଏବଂ ଏକ ବିଳାସପୂର୍ଣ୍ଣ ଥାର ଗାଡ଼ି ଜିତିଛନ୍ତି।ଏହି ଖବର ପାଇ ତାଙ୍କ ପରିବାର ସଦସ୍ୟମାନେ ଖୁସି ହୋଇଯାଇଥିଲେ। ତେବେ ଏହାଠାରୁ ଆହୁରି ବଡ କଥା ହେଉଛି ଯେ ସେମାନେ ଏହି ଟଙ୍କାରେ ସେମାନଙ୍କ ଗାଁର ସମସ୍ୟା ସମାଧାନ କରିବାକୁ ଚାହାଁନ୍ତି। ଏଥିସହିତ ଗୁରୁଚରଣ ତାଙ୍କ ଘର ଜମିରୁ ବିସ୍ଥାପିତ ହୋଇଥିବା ଲୋକଙ୍କ ମଧ୍ୟରୁ ଜଣେ। ତେଣୁ ସେ ଜିତିଥିବା ଟଙ୍କାରେ ନିଜର ଘର ତିଆରି କରିବେ ବୋଲି କହିଛନ୍ତି।
ସୋର: ଅନଲାଇନ୍ ଗେମ ପାଇଁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର । ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ଅନଲାଇନ୍ ଗେମ୍ ଯୋଗୁ ମୃତ୍ୟୁ ହୋଇଛି । ଅନନ୍ତପୁର ସାରସ୍ବତ ମହାବିଦ୍ୟାଳୟରେ +୨ ପାଠ ପଢୁଥିବା ଆଶିଷ ଗତ ଦୁଇମାସ ଧରି ପପ୍ ଜି ଗେମ ଖେଳୁଥିଲା । କିଛିଦିନ ଧରି ସେ ମାନସିକ ଅବସାଦ ଦେଇ ଗତି କରୁଥିଲା ବୋଲି ସୂଚନା ମିଳିଛି । ଆଶିଷ ଗତକାଲି କଲେଜରୁ ଫେରିବା ପରେ ନିଜ ରୁମରେ ପଶି ଭିତରୁ କବାଟ ଦେଇଥିଲେ। ଦୀର୍ଘ ସମୟ ପରେ ମା’ ଖାଇବାକୁ ଡାକିଥିଲେ ବି ସେ କବାଟ ଖୋଲି ନ ଥିଲେ। ଏହାପରେ ତାଙ୍କ ମା’ ଝରକା ପାଖକୁ ଯାଇ ପୁଅ ବେକରେ ଗାମୁଛା ଦେଇ ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଲେ।
ମୃତ୍ୟୁର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଆଶିଷ ମୋବାଇଲରେ ବିଭିନ୍ନ ଅନଲାଇନ ଗେମ୍‌ ଖେଳୁଥିବା ପରିବାର ଲୋକେ କହିଛନ୍ତି। ତେଣୁ ତାଙ୍କର ମୃତ୍ୟୁ ପାଇଁ ଅନଲାଇନ ଗେମ୍ ହିଁ ଦାୟୀ ବୋଲି ସନ୍ଦେହ ସୃଷ୍ଟି ହେଉଛି ।
ମହଙ୍ଗା ହେବ ଅନ୍‌ଲାଇନ୍‌ ଗେମ୍‌; ଲାଗିବ ୨୮% ଜିଏସ୍‌ଟି
ନୂଆଦିଲ୍ଲୀ :ଆଗାମୀ ଦିନରେ ମହଙ୍ଗା ହେବ ଅନ୍‌ଲାଇନ୍‌ ଗେମ୍‌। ଏହା ଉପରେ ସରକାର ଲଗାଇବେ ୨୮% ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି)। ଏକ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ(ଜିଓଏମ୍‌) ଅନଲାଇନ୍ ଖେଳ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଲଗାଇବାକୁ ସୁପାରିଶ କରିବାର ସମ୍ଭାବନା ରହିଛି। ମନ୍ତ୍ରୀଗୋଷ୍ଠୀ ବୈଠକରେ ଖୁବ୍‌ ଶୀଘ୍ର ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାଯାଇଛି।
ପ୍ରଚଳିତ ନିୟମାନୁଯାୟୀ, ଅନଲାଇନ୍ ଗେମିଂ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ସଂଗ୍ରହ କରାଯାଉଛି। ଅନଲାଇନ୍ ଗେମିଂରେ ଜିଏସ୍‌ଟି ହାର ବୃଦ୍ଧି ଉପରେ ମନ୍ତ୍ରୀଗୋଷ୍ଠୀର ରିପୋର୍ଟ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି। ଖୁବ ଶୀଘ୍ର ଏହାକୁ ଜିଏସ୍‌ଟି ପରିଷଦ ସମ୍ମୁଖରେ ଉପସ୍ଥାପନ କରାଯିବ। ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀଗୋଷ୍ଠୀ ଅନଲାଇନ୍ ଗେମ୍‌ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରିବାକୁ ପରାମର୍ଶ ଦେଇଥିଲେ।
ତେବେ ପରିଷଦ ଏହାର ରିପୋର୍ଟର ପୁନର୍ବିଚାର କରିବାକୁ ମନ୍ତ୍ରୀ ଗୋଷ୍ଠୀଙ୍କୁ କହିଛି। ଏହାପରେ ମନ୍ତ୍ରୀଗୋଷ୍ଠୀ ପ୍ରସଙ୍ଗ ଉପରେ ଆଟର୍ଣ୍ଣି ଜେନେରାଲଙ୍କ ମତାମତ ନେଇଥିଲା ଏବଂ ଅନ୍‌ଲାଇନ୍ ଗେମିଂ ଶିଳ୍ପର ହିତାଧିକାରୀଙ୍କୁ ମଧ୍ୟ ଭେଟିଥିଲା। ଯଦିଓ ମନ୍ତ୍ରୀଗୋଷ୍ଠୀ ‘ସ୍କିଲ୍ ଅଫ୍ ସ୍କିଲ୍’ ଏବଂ ‘ଗେମ୍ ଅଫ୍ ଅପରଚ୍ୟୁନିଟି’ ପାଇଁ ବିଭିନ୍ନ ସଂଜ୍ଞା ଉପରେ ବିଚାର ବିମର୍ଶ କରିଥିଲା, ଶେଷରେ ଉଭୟଙ୍କ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ମୋବାଇଲ୍ ଗେମ୍‌ ହେଲା କାଳ: ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହାରିବା ପରେ ଆତ୍ମହତ୍ୟା
ବାସୁଦେବପୁର: ଅନଲାଇନ ମୋବାଇଲ ଗେମ୍ ହେଲା କାଳ । ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ରେ ହାରିବା ପରେ ଜୀବନ ହାରିଛନ୍ତି ଯୁବକ । ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରେନ୍ଦ୍ର ନାୟକଙ୍କ ୧୮ ବର୍ଷୀୟ ପୁଅ ଶ୍ରୀତମ ନିଜ ସାଙ୍ଗ ସାଥିଙ୍କ ସହ ମିଶି ଗତକାଲି ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ । ହେଲେ ଏହି ଅନ୍‌ଲାଇନ୍‌ ଗେମରେ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଘର ପାଖରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୋରରୁ ପରିବାର ଲୋକ ଶ୍ରୀତମଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ କସିଆ ସାମୁଦ୍ରିକ ଥାନାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।