Wrestler Sushil Kumar - The Sakala

ରେସଲର ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ୍ କଲା ରେଲୱେ
ହତ୍ୟା ମାମଲାରେ ଗିରଫ ହୋଇଥିବା ରେସଲର ସୁଶୀଲ କୁମାରଙ୍କୁ ଲାଗିଛି ବଡ ଝଟକା । ସୁଶୀଲ କୁମାରଙ୍କୁ ସସ୍‌ପେଣ୍ଡ କରିଛି ଉତ୍ତର ରେଲୱେ । ଏହା ପୂର୍ବରୁ ସୁଶୀଲ କୁମାରଙ୍କୁ ନଲମ୍ୱିତ କରାଯିବ ବୋଲି ସୋମବାର ଦିନ ଉତ୍ତର ରେଲୱେର ପ୍ରବକ୍ତା କହିଥିଲେ।

ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ କହିଛନ୍ତି ଯେ, ସୁଶୀଲ ୨୦୧୫ ମସିହାରୁ ଦିଲ୍ଲୀ ସରକାରଙ୍କ ସହ ଡେପୁଟେସନରେ ଥିଲେ ଏବଂ ସ୍କୁଲ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରସାଲ ଷ୍ଟାଡିୟମରେ ସ୍ପେଶାଲ ଡ୍ୟୁଟି (ଓଏସଡି)ରେ ତାଙ୍କୁ ଅଫିସର ଭାବରେ ପୋଷ୍ଟିଂ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ୨୦୨୧ ମେ ୪ ତାରିଖରେ ଅଲିମ୍ପିକ୍ସ ବିଜେତା ସୁଶୀଲ କୁମାର ପାଲଟିଥିଲା ସାଗରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ସାଗରଙ୍କର ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଶୀଲ କୁମାରଙ୍କର ନାଁ। ଏହାପରେ ସୁଶୀଲ ହୋଇଯାଇଥିଲେ ଫେରାର। ଦିଲ୍ଲୀ ପୋଲିସ ସୁଶୀଲଙ୍କୁ ଖୋଜିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶିର ଘୋଷଣା କରିଥିଲେ। ଏହା ପରେ ଲୁକଆଉଟ୍ ନୋଟିସ୍ ଏବଂ ମେ ୧୫ ରେ କୋର୍ଟ ସୁଶୀଲ କୁମାରଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ। ତା’ପରେ ସୁଶୀଲଙ୍କ ପକ୍ଷରୁ ଓକିଲ ରୋହିଣୀ ଜିଲ୍ଲା କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମୁନ୍ଦକା ଅଞ୍ଚଳରୁ ଗିରଫ କରାଯାଇଥିଲା। ସୁଶୀଲଙ୍କ ସହ ତାଙ୍କର ଜଣେ ସହଯୋଗୀ ଅଜୟ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଫେରାର ପରେ ସୁଶୀଲ ହରିଦ୍ୱାରର ଋଷିକେଶର ଏକ ବଡ ଆଶ୍ରମରେ ରହୁଥିଲେ।

ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାର ଗିରଫ
ନୂଆଦିଲ୍ଲୀ: ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଅଲିମ୍ପିକ ପଦକ ବିଜେତା ତଥା ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ମୁଣ୍ଡକାଙ୍କ ଅଞ୍ଚଳରୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏକ ଟିମ୍ ଗିରଫ କରିଥିବା ଜଣାପଡ଼ିଛି।  ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ସୁଶୀଲର ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି।

Wrestler Sushil Kumar has been arrested by a team of Special Cell, says Neeraj Thakur, Special CP-Special Cell pic.twitter.com/cIbyulgsbk

— ANI (@ANI) May 23, 2021

କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରିବା ପାଇଁ ପୋଲିସ ପଞ୍ଜାବର ଭଟିଣ୍ଡା, ମୋହାଲି ସମେତ କେତେକ ରାଜ୍ୟରେ ଲଗାତାର୍ ରେଡ୍ କରିଥିଲା । ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଚଢ଼ାଉ କରିଥିଲା ଦିଲ୍ଲୀ ପୋଲିସ । ତଥାପି ସୁଶୀଲ କୁମାର ଧରାପଡ଼ି ନଥିଲେ । ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ପୋଲିସକୁ ଚକମା ଦେଇ ଫେରାର ହେବାରେ ସକ୍ଷମ ହେଉଥିଲେ । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲର ବରିଷ୍ଠ ଇନ୍ସପେକ୍ଟର ଶିବକୁମାର, ଇନ୍ସପେକ୍ଟର କରମବୀର ଏବଂ ଏସିପି ଅତର ସିଂଙ୍କ ଟିମ୍ କୁସ୍ତିଯୋଦ୍ଧା ସୁଶୀଲ କୁମାର ଓ ଅଜୟଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଛତ୍ରାସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରଣା ହତ୍ୟା ମାମଲାରେ ସୁଶୀଲ କୁମାର ଗିରଫ ହୋଇଛନ୍ତି ।