NDRF Team - The Sakala

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଜି ପ୍ରଭାବିତ ଜିଲ୍ଲାକୁ ଯିବେ NDRF, ଓଡ୍ରାଫ ଓ ଅଗ୍ନିଶମ ବାହିନୀ
ସମ୍ଭାବ୍ୟ ବାତ୍ୟା ‘ୟସ୍’ ର ମୁକାବିଲା ନେଇ ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ତଳିଆ ଅଞ୍ଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର । ଜିଲ୍ଲାପାଳ ଓ ଏସ୍‌ପିମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ଅଧିକାରୀ ଜିଲ୍ଲାସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସଜାଗ ଅଛନ୍ତି ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ଆଜି ପ୍ରଭାବିତ ଆଶଙ୍କା ଥିବା ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବ ଉଦ୍ଧାରକାରୀ ଦଳ । ସାଙ୍ଗରେ ନିଜ ନିଜର ସରଞ୍ଜାମ ନେଇ ବାହାରିବେ । ଉଦ୍ଧାର କାର୍ଯ୍ୟ ପାଇଁ ୨୨ଟି ଏନଡିଆରଏଫ୍, ୬୬ଟି ଓଡ୍ରାଫ ସହ ଅଗ୍ନିଶମ ବାହିନୀର ୧୭୭ଟି ଟିମ୍ ମୁତୟନ ରହିବେ ।

ବିଭିନ୍ନ ଜିଲ୍ଲାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି । ଆଜି ବାତ୍ୟା ନେଇ ପାଣିପାଗ ବିଭାଗର ସୂଚନା ପାଇବା ପରେ ଆରମ୍ଭ ହୋଇପାରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା । ଲୋକଙ୍କୁ ସ୍ଥାନାନ୍ତର ପାଇଁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଆଶ୍ରୟସ୍ଥଳ ବି ଚିହ୍ନଟ ହୋଇଛି । ବିଶେଷ କରି କରୋନା ସମୟରେ ବାତ୍ୟା ମୁକାବିଲା ବଡ଼ ଚ୍ୟାଲେଞ୍ଜ । କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ବାଲେଶ୍ୱର ଜିଲ୍ଲାରେ ୧୨ଶହ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ୭୦୦, କେନ୍ଦ୍ରାପଡ଼ାରେ ୯୭୦ ଓ ଜଗତସିଂହପୁରରେ ୨୨୩ଟି ଆଶ୍ରୟ ସ୍ଥଳଚିହ୍ନଟ କରି ରଖାଯାଇଛି । ଏଥିସହ ଅକ୍ସିଜେନ୍ ବ୍ୟବସ୍ଥା, ଉଦ୍ଧାର କାର୍ୟ୍ୟ, ରିଲିଫ ସାମଗ୍ରୀ, ଔଷଧ, ପାନୀୟ ଜଳ ଆଦି ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି ।