Merry Christmas - The Sakala

ଆଜି ପବିତ୍ର ବଡ଼ଦିନ; ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ, ରଙ୍ଗୀନ ଆଲୋକମାଳରେ ଝଲସୁଛି ଚର୍ଚ୍ଚ
ଭୁବନେଶ୍ୱର: ଆଜି ପବିତ୍ର ବଡ଼ଦିନ । ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସାରା ବିଶ୍ବରେ ହେଉଛି ସେଲିବ୍ରେସନ । ମଧ୍ୟରାତ୍ରରେ ଯୀଶୁଙ୍କ ଧରାବତରଣକୁ ନେଇ ଉତ୍ସବମୁଖର ହୋଇଛି ରାଜ୍ୟର ସବୁ ଚର୍ଚ୍ଚ । ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଛି ଚର୍ଚ୍ଚ । ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚକୁ ଆସି ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି । ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ବଡ଼ ଦିନ ପାଇଁ ଚର୍ଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱରର ସତ୍ୟନଗର କ୍ୟାଥୋଲିକ୍ ଚର୍ଚ୍ଚ ଓ ୟୁନିଟ୍-୪ ୟୁନିଅନ ଚର୍ଚ୍ଚ ସମେତ ୩୫ରୁ ଅଧିକ ଚର୍ଚ୍ଚରେ ଯୀଶୁଙ୍କ ଜନ୍ମଦିନକୁ ଖୁବ ଧୁମଧାମରେ ପାଳିତ କରିଛନ୍ତି ଶ୍ରଦ୍ଧାଳୁ । କ୍ୟାଥୋଲିକ୍ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମବିଧି ପାରମ୍ପରିକ ଭାବରେ ସମ୍ପନ୍ନ ହୋଇଥିଲା । ଯୀଶୁଙ୍କ ଜନ୍ମ ପୂର୍ବରୁ ବଳିଦାନ ଯଜ୍ଞ ହେବା ପରେ ପରିସରରେ ନିର୍ମିତ ଅସ୍ଥାୟୀ ମେଣ୍ଢାଶାଳରୁ ଫାଦର୍ ନବଜାତ ଯୀଶୁଙ୍କ ମୂର୍ତ୍ତିକୁ ଆଣିଥିଲେ । ଖ୍ରୀଷ୍ଟଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ଉତ୍ସାହିତ ହୋଇଯାଇଥିଲେ । ସମସ୍ତ ଭାଷାରେ ବାଇବେଲ ପଢ଼ାଯାଇଥିଲା । ଶିଶୁ ଯୀଶୁଙ୍କୁ ଗୋଲାପ ଫୁଲ ଦିଆଯାଇଥିବା ଓ ମହମବତୀ ଜାଳି ତାଙ୍କ ସ୍ୱାଗତ କରାଯାଇଥିଲା ।

ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣ ଖୁସିରେ ଖ୍ରୀଷ୍ଟମାସ ତଥା ପବିତ୍ର ବଡ଼ଦିନକୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବଡ଼ ଧୂମଧାମ୍‌ରେ ପାଳନ କରିଥାନ୍ତି । ପବିତ୍ର ଗ୍ରନ୍ଥ ବାଇବେଲ୍‌ରେ ଯୀଶୁଙ୍କ ଜନ୍ମଦିନକୁ ନେଇ ସଠିକ୍ ତାରିଖ ଉଲ୍ଲେଖ ନ ଥିଲେ ମଧ୍ୟ ଏହି ଦିନକୁ ସାରା ବିଶ୍ୱରେ କ୍ରିସ୍‌ମାସ୍‌ ଭାବେ ପାଳନ କରାଯାଇଥାଏ। ବାଇବେଲ ଅନୁସାରେ, ଭଗବାନ ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ । ପୃଥିବୀରେ ପ୍ରେମ ଏବଂ ଶ୍ରଦ୍ଧାର ବାର୍ତ୍ତା ପ୍ରଚାର କରିବା ପାଇଁ ସେ ଧରାବତରଣ କରିଥିଲେ । ଖ୍ରୀଷ୍ଟ ଧର୍ମରେ ଏହି ଦିନକୁ ସବୁଠାରୁ ପବିତ୍ର ମନେ କରାଯାଇଥାଏ। ଦୟା, କ୍ଷମା, କରୁଣାର ଅବତାର ଥିଲେ ପ୍ରଭୁ ଯୀଶୁ। ମାନବ ସମାଜକୁ ଦିଗ୍‌ଦର୍ଶନ ଦେବା ଲାଗି ପରମେଶ୍ବରଙ୍କ ନିର୍ଦ୍ଦେଶରେ ସେ ଧରାବତରଣ କରିଥିଲେ। ସମାଜର ମଙ୍ଗଳ ପାଇଁ ସେ ହସିହସି ପ୍ରାଣବଳି ଦେଇଥିଲେ।

ପ୍ରଭୁ ଯୀଶୁ ମାନବ ସମାଜକୁ ପ୍ରେମ ଏବଂ ମାନବିକତା ଶିକ୍ଷା ଦେଇଥିଲେ। ସେ ଜଗତର ଲୋକଙ୍କୁ ପ୍ରେମ ଏବଂ ଭାଇଚାରା ସହିତ ବଞ୍ଚିବାକୁ ବାର୍ତ୍ତା ଦେଇଥିଲେ।  ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି।