Shiv Sena UBT - The Sakala

ଉଦ୍ଧବ ଠାକରେଙ୍କୁ ଶକ୍ତ ଝଟକା: ଶିନ୍ଦେ ଗୋଷ୍ଠୀରେ ସାମିଲ ହେବା ପରେ ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତି ହେଲେ ସଚିନ ଅହିର
ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଆଉ ଏକ ଶକ୍ତ ଝଟକା ଲାଗିଛି। ଆଦିତ୍ୟ ଠାକରେଙ୍କ ଅତ୍ୟନ୍ତ ଘନିଷ୍ଠ ତଥା ବିଶ୍ୱସ୍ତ ନେତା ଭାବେ ପରିଚିତ ଥିବା ସଚିନ ଅହିର ଦଳ ଛାଡ଼ି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ଶିନ୍ଦେ ଶିବିରରେ ଯୋଗଦେବାର ଗୋଟିଏ ଦିନ ପରେ ବୁଧବାର ତାଙ୍କୁ ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତି ଭାବେ ମଧ୍ୟ ନିର୍ବାଚିତ କରାଯାଇଛି।

ବିନା ପ୍ରତିଦ୍ୱନ୍ଦ୍ୱିତାରେ ଉପସଭାପତି ନିର୍ବାଚିତ

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ସଚିନ ଅହିର ମହାଯୁତି ମେଣ୍ଟର ପ୍ରାର୍ଥୀ ଭାବେ ଉପସଭାପତି ପଦ ପାଇଁ ନିଜର ନାମାଙ୍କନ ଦାଖଲ କରିଥିଲେ। ଅନ୍ୟପକ୍ଷରେ ମହାବିକାଶ ଅଘାଡ଼ି (MVA) ପକ୍ଷରୁ ଶିବସେନା (ୟୁବିଟି) ନେତା ଜେ.ଏମ୍ ଅଭ୍ୟଙ୍କର ପ୍ରାର୍ଥୀ ହୋଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ଉଦ୍ଧବ ଗୋଷ୍ଠୀ ନିଜ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିନେବାରୁ ସଚିନ ଅହିର ବିନା ପ୍ରତିଦ୍ୱନ୍ଦ୍ୱିତାରେ ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ନାମାଙ୍କନ ଦାଖଲ ସମୟରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ଏବଂ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଏକନାଥ ଶିନ୍ଦେ ଅତ୍ୟନ୍ତ ଗୋପନୀୟ ରଖିଥିଲେ।

ଉଦ୍ଧବ ସେନା ପାଇଁ ଲଗାତାର ବିପର୍ଯ୍ୟୟ

ମହାରାଷ୍ଟ୍ରରେ ଶିବସେନା ବିଭାଜନ ପରେ ଉଦ୍ଧବ ଠାକରେଙ୍କ ଦଳ ପାଇଁ ଏହା ଅନ୍ୟତମ ବଡ଼ କ୍ଷତି। କିଛି ଦିନ ପୂର୍ବରୁ ଉଦ୍ଧବ ଗୋଷ୍ଠୀର ୬ ଜଣ ଲୋକସଭା ସାଂସଦ ମଧ୍ୟ ଦଳ ଛାଡ଼ି ଶିନ୍ଦେ ଶିବିରରେ ଯୋଗ ଦେଇଥିଲେ। ଏହାକୁ ଶିନ୍ଦେ ଗୋଷ୍ଠୀ ପକ୍ଷରୁ 'ଅପରେସନ୍ ଟାଇଗର-୩' ବୋଲି କୁହାଯାଉଛି। ଏବେ ଆଦିତ୍ୟ ଠାକରେଙ୍କ 'ଡାହାଣ ହାତ' କୁହାଯାଉଥିବା ସଚିନ ଅହିରଙ୍କ ପରି ଜଣେ ପ୍ରଭାବଶାଳୀ ତଥା ଅଭିଜ୍ଞ ବିଧାନ ପରିଷଦ ସଦସ୍ୟ (MLC) ଙ୍କ ଦଳତ୍ୟାଗ ୟୁବିଟି (UBT) କ୍ୟାମ୍ପର ମନୋବଳକୁ ବହୁ ମାତ୍ରାରେ ଦୁର୍ବଳ କରିଦେଇଛି।

ଦଳବଦଳ ଆଇନରୁ ବର୍ତ୍ତିବେ ସଚିନ!

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏକନାଥ ଶିନ୍ଦେଙ୍କ ଏହା ଏକ 'ମାଷ୍ଟରଷ୍ଟ୍ରୋକ୍' ଅଟେ। ଶିନ୍ଦେ ଗୋଷ୍ଠୀରେ ଯୋଗଦେବା ମାତ୍ରେ ସଚିନଙ୍କୁ ଉପସଭାପତି ପରି ସାମ୍ବିଧାନିକ ପଦବୀ ଦିଆଯାଇଛି, ଯାହାଫଳରେ ତାଙ୍କ ଉପରେ ଦଳବଦଳ ନିରୋଧୀ ଆଇନ କିମ୍ବା ଅଯୋଗ୍ୟ ଘୋଷଣା କାର୍ଯ୍ୟାନୁଷ୍ଠାନ ଲାଗୁ ହେବାର ସମ୍ଭାବନା ହ୍ରାସ ପାଇଛି। ପଦବୀ ଗ୍ରହଣ କରିବା ପରେ ସଚିନ ଅହିର କହିଛନ୍ତି ଯେ, ଏକନାଥ ଶିନ୍ଦେ ତାଙ୍କ ଉପରେ ଯେଉଁ ଭରସା ପ୍ରକଟ କରିଛନ୍ତି, ସେ ତାହାକୁ ନିଷ୍ଠାର ସହ ପାଳନ କରିବେ ଏବଂ ସମାଜର ସବୁ ବର୍ଗର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ପ୍ରୟାସ କରିବେ।

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା: ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ୬ ଶିବସେନା (ୟୁବିଟି) ସାଂସଦ
ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ବଡ଼ ଧରଣର ଉଲଟପାଲଟ ଦେଖିବାକୁ ମିଳିଛି। ଆଗାମୀ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକ ଶକ୍ତ ଝଟକା ଦେଇ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ୬ ଜଣ ସାଂସଦ ସୋମବାର ଦିନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ଅନେକ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ସାଂସଦମାନେ ଦଳ ପରିବର୍ତ୍ତନ କରିଛନ୍ତି, ଯାହା ସିନ୍ଦେଙ୍କ ପ୍ରଭାବକୁ ଆହୁରି ମଜବୁତ କରିଛି।

ଗତ ଜୁନ ୧୭ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ଶିବସେନା (ୟୁବିଟି) ସଂସଦୀୟ ଦଳର ବୈଠକରେ ଯୋଗ ଦେଇନଥିବା ଏହି ୬ ସାଂସଦ ହେଲେ ସଞ୍ଜୟ ଦୀନା ପାଟିଲ, ସଞ୍ଜୟ ଦେଶମୁଖ, ସଞ୍ଜୟ ଯାଦବ, ଭାଉସାହେବ ୱାକଚୌରେ, ନାଗେଶ ପାଟିଲ-ଅଷ୍ଟିକର ଏବଂ ଓମପ୍ରକାଶ ରାଜେ ନିମ୍ବାଲକର। ଶିବସେନା (ୟୁବିଟି)ର ମୋଟ ୯ ଜଣ ଲୋକସଭା ସାଂସଦ ଥିବା ବେଳେ, ଦଳ ବଦଳାଇବା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟା (୬ ଜଣ) ପୂରଣ କରିବାରେ ବିଦ୍ରୋହୀ ଗୋଷ୍ଠୀ ସଫଳ ହୋଇଛନ୍ତି।

ଏହି ୬ ସାଂସଦଙ୍କୁ ନିଜ ଦଳରେ ସ୍ୱାଗତ କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏକନାଥ ସିନ୍ଦେ କହିଛନ୍ତି ଯେ, ଏହି ସାଂସଦମାନେ ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରକୃତ ଶିବସେନାରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, "ଆଜି ମୋ ସାମ୍ନାରେ ଗୋଟିଏ ନୁହେଁ, ବରଂ ୬ଟି ବାଘ ଉପସ୍ଥିତ ଅଛନ୍ତି। ଏଥର ଆମେ ଛକ୍କା ମାରିଛୁ।" ୨୦୨୨ ମସିହାର ବିଦ୍ରୋହକୁ ମନେ ପକାଇ ସେ ଏହି ଘଟଣାକୁ ଦ୍ୱିତୀୟ ବିଦ୍ରୋହ ବୋଲି ଅଭିହିତ କରିଛନ୍ତି। ନୂତନ ଭାବେ ସାମିଲ ହୋଇଥିବା ସାଂସଦମାନଙ୍କ ନିର୍ବାଚନମଣ୍ଡଳୀର ବିକାଶମୂଳକ ଆବଶ୍ୟକତା ପୂରଣ କରାଯିବ ବୋଲି ସିନ୍ଦେ ପ୍ରତିଶ୍ରୁତି ଦେଇଛନ୍ତି।

ଶିବସେନା (ୟୁବିଟି)ରେ ବିଦ୍ରୋହର ଆଶଙ୍କା: ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଦିଲ୍ଲୀରେ ଡେରା ପକାଇଲେ ସଞ୍ଜୟ ରାଉତ
ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକ ବଡ଼ ଧରଣର ଭୂକମ୍ପ ଆସିବାର ସମ୍ଭାବନା ଦେଖାଦେଇଛି। 'ଅପରେସନ୍ ଟାଇଗର୍' କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ରେ ବିଦ୍ରୋହର ଆଶଙ୍କା ସୃଷ୍ଟି ହୋଇଛି। ଦଳର କିଛି ସାଂସଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମ୍ପର୍କରେ ଥିବା ନେଇ ଖବର ପ୍ରକାଶ ପାଇବା ପରେ ଦଳ ଭିତରେ ହଟଚମଟ ସୃଷ୍ଟି ହୋଇଛି। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଦଳକୁ 'ଡ୍ୟାମେଜ୍ କଣ୍ଟ୍ରୋଲ୍' କରିବା ପାଇଁ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୁରନ୍ତ ଦିଲ୍ଲୀ ଗସ୍ତ କରି ସେଠାରେ ଡେରା ପକାଇଛନ୍ତି।

ସାଂସଦଙ୍କ ଅନୁପସ୍ଥିତି ଓ ନୂଆ ଗୋଷ୍ଠୀ ଗଠନର ଚର୍ଚ୍ଚା

ଗତ ରବିବାର ଦିନ ମାତୋଶ୍ରୀଠାରେ ଉଦ୍ଧବ ଠାକରେ ଦଳୀୟ ସାଂସଦମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଦଳର ୯ ଜଣ ସାଂସଦଙ୍କ ମଧ୍ୟରୁ କେବଳ ୪ ଜଣ ବୈଠକରେ ଶାରୀରିକ ଭାବେ ଉପସ୍ଥିତ ଥିଲେ। ଅବଶିଷ୍ଟ ୫ ଜଣ ସାଂସଦ ଅନଲାଇନ୍ ମାଧ୍ୟମରେ ଯୋଡ଼ି ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲେ ମଧ୍ୟ ଏହାକୁ ନେଇ ଅନେକ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, କିଛି ଅସନ୍ତୁଷ୍ଟ ସାଂସଦ ନିଜର ଏକ ସ୍ୱତନ୍ତ୍ର ସଂସଦୀୟ ଗୋଷ୍ଠୀ ଗଠନ କରିବାକୁ ବିଚାର କରୁଛନ୍ତି ଏବଂ ସେମାନେ ନିକଟରେ ଶିନ୍ଦେ ଗୋଷ୍ଠୀର କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି।

'ନମ୍ବର ଗେମ୍' ଏବଂ ଶପଥ ପାଠ

ଏହି ସମଗ୍ର ବିବାଦ ମଧ୍ୟରେ ଏବେ ଏକ ନୂଆ 'ନମ୍ବର ଗେମ୍' ଦେଖିବାକୁ ମିଳିଛି। ପୂର୍ବରୁ ସାଂସଦମାନଙ୍କୁ ୧୫ କୋଟି ଟଙ୍କାର ଅଫର୍ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଦଳରେ ବିଭାଜନ ଖବରକୁ ସଞ୍ଜୟ ରାଉତ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସମସ୍ତ ସାଂସଦ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି। ନିକଟରେ ଅନୁଷ୍ଠିତ ବୈଠକରେ ସାଂସଦମାନେ ଦଳ ନଛାଡ଼ିବା ନେଇ ବିଭିନ୍ନ ପ୍ରକାରର ଶପଥ ନେଇଥିବା ସେ ପ୍ରକାଶ କରିଛନ୍ତି। କେହି ତୁଳଜା ଭବାନୀଙ୍କ ନାମରେ ତ କେହି ସାଇବାବା ଏବଂ ନିଜ ପିଲାମାନଙ୍କ ନାମରେ ଶପଥ ନେଇଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜେପି ଉପରେ ବର୍ଷିଲେ ସଞ୍ଜୟ ରାଉତ

ବିଦ୍ରୋହୀ ଗୋଷ୍ଠୀକୁ ନେଇ ଚାଲିଥିବା ରାଜନୈତିକ ଷଡ଼ଯନ୍ତ୍ର ପଛରେ ବିଜେପିର ହାତ ଥିବା ନେଇ ସଞ୍ଜୟ ରାଉତ ସିଧାସଳଖ ଆକ୍ରମଣ କରିଛନ୍ତି। ଏହାସହ "ଯାହାର ଯିବାର ଅଛି, ସେ ଯାଇପାରେ" ବୋଲି ଉଦ୍ଧବ ଠାକରେ ବୈଠକରେ କହିଥିବା ଖବରକୁ ସେ ଗୁଜବ ବୋଲି ଦର୍ଶାଇଛନ୍ତି ଏବଂ ଏହା ୪ ବର୍ଷ ତଳର କଥା ବୋଲି ସ୍ପଷ୍ଟ କରିଛନ୍ତି। ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ବିରୋଧୀମାନେ ଜାଣିଶୁଣି ଏଭଳି ଅପପ୍ରଚାର କରୁଛନ୍ତି ବୋଲି ସେ ଦାବି କରିଛନ୍ତି। ତେବେ ଲୋକସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ପୁଣି ଥରେ ସାଂସଦମାନଙ୍କର ଏହି ସମ୍ଭାବ୍ୟ 'ଦଳବଦଳ' ରାଜନୈତିକ ମାହୋଲକୁ ସରଗରମ କରିଛି।

୨୦ବର୍ଷ ପରେ ଏକାଠି ହେଲେ ଠାକରେ ଭାଇ: ନିର୍ବାଚନ ପାଇଁ ଶିବସେନା ଓ ଏମଏନଏସ ମଧ୍ୟରେ ମେଣ୍ଟ ଘୋଷଣା
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦୀର୍ଘ ୨୦ ବର୍ଷ ପରେ ହାତ ମିଳାଇଛନ୍ତି ରାଜ ଠାକରେ ଓ ଉଦ୍ଧବ ଠାକରେ । ଶିବସେନା ଓ ଏମଏନଏସ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି । ଦୀର୍ଘ ଦିନର ଆଲୋଚନା, ପାରିବାରିକ ବୈଠକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଶେଷରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମଧ୍ୟରେ ଆନୁଷ୍ଠାନିକ ମେଣ୍ଟ ଘୋଷଣା କରାଯାଇଛି। ବୁଧବାର ଦିନ ମୁମ୍ବାଇର ୱର୍ଲିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଠାକରେ ଭାଇ, ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଏକାଠି ହୋଇ ଏହି ଘୋଷଣା କରିଛନ୍ତି। ଏହି ମେଣ୍ଟ ମୁଖ୍ୟତଃ ବିଏମସି ଏବଂ ନାଶିକ ସମେତ ଅନ୍ୟାନ୍ୟ ପୌର ନିଗମ ନିର୍ବାଚନ ପାଇଁ ଗଠନ କରାଯାଇଛି।

ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ବେଶ୍ ଭାବପ୍ରବଣ ହୋଇପଡିଥିଲେ। ଉଦ୍ଧବ ଠାକରେ ମରାଠୀ ଲୋକଙ୍କୁ ସତର୍କ କରାଇ କହିଥିଲେ ଯେ, ଯଦି ଆପଣମାନେ ଏବେ ବିଭାଜିତ ହୁଅନ୍ତି କିମ୍ବା କୌଣସି ଭୁଲ କରନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଶେଷ ହୋଇଯିବେ। ସେ କହିଥିଲେ ଯେ ମହାରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଦୁହେଁ ଏକାଠି ହୋଇଛନ୍ତି । ଅନ୍ୟପକ୍ଷରେ ରାଜ ଠାକରେ କହିଥିଲେ ଯେ କୌଣସି ବିବାଦ କିମ୍ବା ଲଢେଇ ଅପେକ୍ଷା ମହାରାଷ୍ଟ୍ର ଅନେକ ବଡ଼ ଏବଂ ସେଥିପାଇଁ ସେମାନେ ଏହି ମେଣ୍ଟ କରିଛନ୍ତି।

ଏହି ଘୋଷଣା ପୂର୍ବରୁ ଉଭୟ ନେତା ନିଜ ପରିବାର ସହ ଶିବାଜୀ ପାର୍କସ୍ଥିତ ବାଲାସାହେବ ଠାକରେଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆଦିତ୍ୟ ଠାକରେ, ରଶ୍ମି ଠାକରେ, ଅମିତ ଠାକରେ ଏବଂ ଶର୍ମିଲା ଠାକରେ ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଉଦ୍ଧବ ରାଜଙ୍କ ଦାଦରସ୍ଥିତ ବାସଭବନକୁ ଯାଇଥିଲେ, ଯେଉଁଠାରେ ରାଜଙ୍କ ମାତା କୁନ୍ଦା ଠାକରେ ଦୁଇ ଭାଇଙ୍କୁ ଆଳତି କରି ଆଶୀର୍ବାଦ ଦେଇଥିଲେ।

ଏହି ମେଣ୍ଟକୁ ନେଇ ପ୍ରତିପକ୍ଷ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) କଡ଼ା ସମାଲୋଚନା କରିଛି। ଶିବସେନା ନେତା ରାଜୁ ୱାଘମାରେ ଅଭିଯୋଗ କରିଛନ୍ତି ଯେ, ଉଭୟ ଭାଇ ବାଲାସାହେବଙ୍କ ଆଦର୍ଶ ସହ ବିଶ୍ୱାସଘାତକତା କରିଛନ୍ତି ଏବଂ ବାଲାସାହେବ ସେମାନଙ୍କୁ କେବେବି କ୍ଷମା କରିବେ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ ନେତା ଅତୁଲ ଲୋନ୍ଧେ ଏହାକୁ ମହାୟୁତି ମେଣ୍ଟରେ ଫାଟ ସୃଷ୍ଟିର ସଙ୍କେତ ବୋଲି କହିଛନ୍ତି।

ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନ ବିଏମସି, ପୁଣେ ଏବଂ ପିମ୍ପ୍ରି-ଚିଞ୍ଚୱାଡ ସମେତ ୨୯ଟି ପୌର ନିଗମ ପାଇଁ ନିର୍ବାଚନ ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରୀ ୧୫ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ଜାନୁଆରୀ ୧୬ରେ ଭୋଟ୍ ଗଣତି ହେବ।