Ankara - The Sakala

ନାଟୋ ସମ୍ମିଳନୀରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବିଭ୍ରାଟ: ଇରାନକୁ କହିଲେ 'ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ'
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତୁର୍କୀର ଆଙ୍କାରା ଠାରେ ଅନୁଷ୍ଠିତ ନାଟୋ ସମ୍ମିଳନୀ (NATO summit) ସମୟରେ ଟ୍ରମ୍ପ ଏକ ବଡ଼ ଧରଣର ତ୍ରୁଟି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଇରାନକୁ 'ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ' ବୋଲି ସମ୍ବୋଧନ କରିଥିଲେ। ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।

କିପରି ହେଲା ଏହି ବଡ଼ ତ୍ରୁଟି?

ବୁଧବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଉଥିବା ସମୟରେ ଟ୍ରମ୍ପ ଏହି ବିଭ୍ରାଟ କରିଥିଲେ। ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ସମ୍ପର୍କରେ ଆଲୋଚନା କରି ସେ କହିଥିଲେ ଯେ, ଆମର ବିମାନବାହୀ ଜାହାଜ ୟୁଏସଏସ ଆବ୍ରାହମ୍ ଲିଙ୍କନ୍ (USS Abraham Lincoln) ଉପରକୁ ଇସଲାମିକ୍ ରିପବ୍ଲିକ୍ ଅଫ୍ ଜାପାନ ପକ୍ଷରୁ ୧୧୧ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା ଏବଂ ଏହି ସମସ୍ତ କ୍ଷେପଣାସ୍ତ୍ରକୁ ଆମେ ସଫଳତାର ସହ ନଷ୍ଟ କରିଦେଇଛୁ। ପ୍ରକୃତରେ ସେ ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବଦଳରେ ଭୁଲ୍‌ରେ ଆମେରିକାର ପୁରୁଣା ବନ୍ଧୁ ରାଷ୍ଟ୍ର ଜାପାନର ନାମ ନେଇଥିଲେ।

ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟଗତ ଆଶଙ୍କା

୮୦ ବର୍ଷୀୟ ଟ୍ରମ୍ପଙ୍କ ଏହି ବୟାନ ପରେ ତାଙ୍କର ବୟସ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମାନ ସମ୍ମିଳନୀରେ ସେ କେବଳ ଗୋଟିଏ ନୁହେଁ ବରଂ ଏକାଧିକ ଭୁଲ କରିଥିବା ଦେଖିବାକୁ ମିଳିଥିଲା। ସେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭୁଲ୍‌ବଶତଃ 'ରାଷ୍ଟ୍ରପତି ପୁଟିନ' କହିଥିଲେ, ଲୋକପ୍ରିୟ ଆପ୍ ଟିକ୍‌ଟକ୍ (TikTok) କୁ 'ଟିକ୍ ଟାକ୍' (Tic Tac) କହିଥିଲେ ଏବଂ ତୁର୍କୀକୁ ଏକ ଦେଶ ବଦଳରେ ଏକ 'ବଡ଼ କମ୍ପାନୀ' ବୋଲି ବର୍ଣ୍ଣନା କରିଥିଲେ। ପୂର୍ବରୁ ସେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କହିବା ଶୈଳୀକୁ ନେଇ କଡ଼ା ସମାଲୋଚନା କରୁଥିବା ବେଳେ ବର୍ତ୍ତମାନ ନିଜେ ଏପରି ବିଭ୍ରାଟ କରିବା ତାଙ୍କ ସମାଲୋଚକମାନଙ୍କୁ ଏକ ବଡ଼ ସୁଯୋଗ ଦେଇଛି।

ଇରାନ ସହିତ ଯୁଦ୍ଧବିରତି ଶେଷ: ନାଟୋ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା
ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇରାନ ସହିତ ହୋଇଥିବା ଯୁଦ୍ଧବିରତି ଚୁକ୍ତି ବର୍ତ୍ତମାନ ଶେଷ ହୋଇଯାଇଛି। ତୁର୍କୀର ଆଙ୍କାରା ଠାରେ ଆୟୋଜିତ ନାଟୋ ଶିଖର ସମ୍ମିଳନୀ ୨୦୨୬ ରେ ଏକ ପ୍ରମୁଖ ବିବୃତ୍ତି ଦେଇ ସେ କହିଛନ୍ତି ଯେ ତେହେରାନ ସହିତ ଆଲୋଚନା କରିବା କେବଳ ସମୟ ନଷ୍ଟ ଅଟେ।

ନାଟୋ ମୁଖ୍ୟ ମାର୍କ ରୁଟେଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏହି ବିବୃତ୍ତି ଦେଇଛନ୍ତି। ସାମ୍ବାଦିକ ଜଣକ ପଚାରିଥିଲେ ଯେ ଇରାନ ସହ ଯୁଦ୍ଧବିରତି ଏବଂ ୧୪-ପଏଣ୍ଟ ଏମଓୟୁ ଶେଷ ହୋଇଯାଇଛି କି? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, ମୋ ପାଇଁ, ମୁଁ ଭାବୁଛି ଏହା ଶେଷ ହୋଇଯାଇଛି। ମୁଁ ଇରାନୀୟମାନଙ୍କ ସହିତ କୌଣସି ଆଲୋଚନା କରିବାକୁ ଚାହୁଁନାହିଁ। ସେମାନେ ଖରାପ ଏବଂ ଅସୁସ୍ଥ ଲୋକ।

ଆମେରିକା ଏବଂ ଇରାନ ମଧ୍ୟରେ ତାଜା ଆକ୍ରମଣ

ମଙ୍ଗଳବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଇରାନ ଉପରେ ନୂତନ ଆକ୍ରମଣ କରାଯାଇଥିଲା, ଯାହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଟ୍ରମ୍ପ କହିଛନ୍ତି ଯେ, ଗତକାଲି ରାତିରେ ଆମେ ଇରାନର ବିପଜ୍ଜନକ ଲୋକଙ୍କ ଉପରେ ବହୁତ ଶକ୍ତିଶାଳୀ ଆକ୍ରମଣ କରିଛୁ। ଆମେ ସେମାନଙ୍କୁ ନିଜର ଶେଷକୃତ୍ୟ ପାଳନ କରିବାକୁ କହିଥିଲୁ, କିନ୍ତୁ ଏହା ପରିବର୍ତ୍ତେ ସେମାନେ ଜାହାଜ ଉପରକୁ ରକେଟ ମାଡ଼ କରିବା ଆରମ୍ଭ କରିଥିଲେ। ତେଣୁ ଆମେ ଗତକାଲି ରାତିରେ ସେମାନଙ୍କୁ କଡ଼ା ଜବାବ ଦେଇଛୁ।

ଏହାର ପ୍ରତିକ୍ରିୟାରେ ଇରାନ ମଧ୍ୟ ବାହାରିନ, କୁଏତ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ନୂତନ ଆକ୍ରମଣ କରିଛି। ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ପୁଣି ଥରେ ଉପୁଜିଛି।

ସେଣ୍ଟକମ୍ ର ସୂଚନା

ଆମେରିକା କେନ୍ଦ୍ରୀୟ କମାଣ୍ଡ (CENTCOM) ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଆମେରିକୀୟ ସେନା ଇରାନର ଏୟାର ଡିଫେନ୍ସ ସିଷ୍ଟମ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ନେଟୱାର୍କ, ଉପକୂଳ ରାଡାର ସାଇଟ୍, ଆଣ୍ଟି-ସିପ୍ ମିସାଇଲ୍ କ୍ଷମତା ଏବଂ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ର ୬୦ ରୁ ଅଧିକ ଛୋଟ ଡଙ୍ଗା ଉପରେ ଆକ୍ରମଣ କରିଛି।

ଆମେରିକା କହିଛି ଯେ ଇରାନ ଆନ୍ତର୍ଜାତୀୟ ବାଣିଜ୍ୟ କରିଡର ଦେଇ ଯାଉଥିବା ତିନୋଟି ବାଣିଜ୍ୟିକ ଜାହାଜ - ଏମ/ଟି ଅଲ୍ ରେକାୟାତ, ଏମ/ଟି ୱେଡିଆନ୍, ଏବଂ ଏମ/ଟି ସାଇପ୍ରସ ପ୍ରୋସପେରିଟି ଉପରେ ଆକ୍ରମଣ କରିଥିଲା। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଆମେରିକା ପକ୍ଷରୁ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା: ଲିବିଆ ସେନା ମୁଖ୍ୟଙ୍କ ସମେତ ୫ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁର୍ଘଟଣାରେ ଲିବିଆର ସେନାମୁଖ୍ୟ (ଆର୍ମି ଚିଫ୍)ଙ୍କ ମୃତ୍ୟୁ ଘଟିଛି।ତୁର୍କୀର ରାଜଧାନୀ ଅଙ୍କାରା ନିକଟରେ ଘଟିଥିବା ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଲିବିଆର ସେନା ମୁଖ୍ୟ ମହମ୍ମଦ ଅଲି ଅହମ୍ମଦ ଅଲ-ହଦ୍ଦାଦ ଏବଂ ଅନ୍ୟ ଚାରିଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ତୁର୍କୀର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବିମାନରେ ଥିବା ୩ ଜଣ କ୍ରୁ ସଦସ୍ୟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଲିବିଆର ପ୍ରଧାନମନ୍ତ୍ରୀ ଅବଦୁଲ ହମିଦ ଦବିବାହ ଏହି ଘଟଣାକୁ ନିଶ୍ଚିତ କରିବା ସହ ଏହାକୁ ଏକ ଦୁଃଖଦ ଦୁର୍ଘଟଣା ବୋଲି ଅଭିହିତ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଏହି ଦୁର୍ଘଟଣା ଘଟିଥିଲା। ଲିବିଆର ସେନା ମୁଖ୍ୟ ତୁର୍କୀରେ ତାଙ୍କର ପ୍ରତିପକ୍ଷ ଏବଂ ଅନ୍ୟ ସାମରିକ କମାଣ୍ଡରମାନଙ୍କ ସହ ବୈଠକ ସାରି ଫେରୁଥିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ଦବିବାହ କହିଛନ୍ତି ଯେ, 'ଏହି ଦୁର୍ଘଟଣା ଦେଶ, ସାମରିକ ପ୍ରତିଷ୍ଠାନ ଏବଂ ସମସ୍ତ ଲୋକଙ୍କ ପାଇଁ ଏକ ବଡ଼ କ୍ଷତି। ଆମେ ଏଭଳି ବ୍ୟକ୍ତିତ୍ୱଙ୍କୁ ହରାଇଛୁ ଯେଉଁମାନେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ।'

ତୁର୍କୀ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ଏହା କୌଣସି ଷଡ଼ଯନ୍ତ୍ର ନୁହେଁ ବରଂ ଯାନ୍ତ୍ରିକ ତ୍ରୁଟି କାରଣରୁ ଘଟିଛି। ବିମାନରେ ବୈଦ୍ୟୁତିକ ତ୍ରୁଟି ଦେଖାଦେବା ପରେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଜରୁରୀ ଅବତରଣ ପାଇଁ ଅନୁରୋଧ କରିଥିଲେ। ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲି ୟେରଲିକାୟା ସୋସିଆଲ ମିଡିଆରେ ଜଣାଇଛନ୍ତି ଯେ, ଅଙ୍କାରାର ଏସେନବୋଗା ବିମାନବନ୍ଦରରୁ ତ୍ରିପୋଲି ଅଭିମୁଖେ ଯାଉଥିବା ଏହି ବିମାନର ଭଗ୍ନାବଶେଷ ହେମାନା ଜିଲ୍ଲାର କେସିକାଭାକ୍ ଗ୍ରାମ ନିକଟରେ ଠାବ କରାଯାଇଛି।

ସୂଚନାନୁଯାୟୀ, ତୁର୍କୀ ଅଧିକାରୀମାନେ କହିଛନ୍ତି ଯେ ଫାଲକନ୍ ୫୦ ପ୍ରକାରର ବ୍ୟବସାୟିକ ଜେଟ୍‌ର ଭଗ୍ନାବଶେଷ ଆଙ୍କାରାର ଦକ୍ଷିଣରେ ପ୍ରାୟ ୭୦ କିଲୋମିଟର ଦୂରରେ ହାଇମାନା ଜିଲ୍ଲାର କେସିକାଭାକ୍ ଗ୍ରାମ ନିକଟରେ ମିଳିଛି । ତୁର୍କୀ ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନେ କହିଛନ୍ତି ଯେ, ଅଙ୍କାରାର ଏସେନବୋଗା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଲିବିଆ ଫେରୁଥିବା ବିମାନ ସହିତ ସେମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ବିମାନଟି ରାତି ୮ଟା ୩୦ମିନିଟରେ ଉଡ଼ାଣ କରିଥିଲା ​​ଏବଂ ୪୦ ମିନିଟ୍ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ବୋଲି ତୁର୍କୀର ହୋମ୍ ମିନିଷ୍ଟର ଅଲି ୟେର୍ଲିକାୟା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି  । ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହେବା ପୂର୍ବରୁ ବିମାନଟି ହାଇମାନା ନିକଟରେ ଜରୁରୀକାଳୀନ ଅବତରଣ ପାଇଁ ସଙ୍କେତ ଦେଇଥିଲା । କିନ୍ତୁ ଦୁର୍ଭାଗ୍ୟବସତଃ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩ ଜଣ କ୍ରୁ ସଦସ୍ୟଙ୍କ ପରିଚୟ ମିଳିପାରିନାହିଁ ।