VK Pandian - The Sakala
ସକାଳୁ ସକାଳୁ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ
ପୁରୀ: ସକାଳୁ ସକାଳୁ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚାରିପଟ ବୁଲି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ଶ୍ରୀ ମାର୍ଗ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିବା ବେଳେ, ନୂତନ କରି ଶ୍ରୀମନ୍ଦିର ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଉଥିବା ସେଡେଡ୍ ଚଲାପଥ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯିବାକୁ ଥିବା ବିଶ୍ରାମସ୍ଥଳୀ ବୁଲି ଦେଖିବା ସହ କାର୍ଯ୍ୟକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି 5T ଅଧ୍ୟକ୍ଷ । ବଡ଼ଦାଣ୍ଡରେ ନିର୍ମାଣ ହେଉଥିବା ଶୀତ ତାପ ସେଡେଡ୍ ଚଲାପଥରେ ଭକ୍ତ ଓ ଶ୍ରଦ୍ଧାଳୁ ଆସିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳେ କରାଯାଉଥିବା ବିଶ୍ରାମ ଗୃହରେ ଅବସ୍ଥାନ କରିବେ । ସେହିପରି ଶ୍ରୀମନ୍ଦିର ନିକଟରେ ଗତ ସପ୍ତାହରେ ଅଧିଗ୍ରହଣ ହୋଇଥିବା ନରେନ୍ଦ୍ର ମହଲା ଜମିରେ ଏକ ପାର୍କିଂ ନିର୍ମାଣ ସମ୍ପର୍କରେ ମଧ୍ୟ ବୁଲି ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି 5T ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ଭୁବନେଶ୍ବର : ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡିରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍। ଗତ ଅକ୍ଟୋବର ମାସରେ ସେ ପ୍ରଶାସନିକ ଅଧିକାରୀ ପଦରୁ ଅବ୍ୟାହତି ନେଇଥିଲେ । ଏହାପରେ କ୍ୟାବିନେଟ୍ ପାହ୍ୟା ସହିତ ତାଙ୍କୁ ନବୀନ ଓଡିଶା ଏବଂ ଫାଇଭ୍ ଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ।
ତେବେ ଆଜି ଭି.କେ. ପାଣ୍ଡିଆନ ବିଜେଡିରେ ଯୋଗଦେବା ପୂର୍ବରୁ ଆଜି ସକାଳେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମୀର ଦାଶ, ସଞ୍ଜୟ ଦାସ ବର୍ମା, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା,ମାନସ ମଙ୍ଗରାଜ ଓ ବିଜେଡିର ଅନ୍ୟ କେତେକ ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଥିଲେ।
ଭିକେ ପାଣ୍ଡିଆନରେ ବିଜେଡିରେ ଯୋଗଦେବା ପରେ ବିଜେଡି ନେତା ଉତ୍ସାହିତ ହୋଇଛନ୍ତି। କାରଣ ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ପ୍ରଶାସନିକ ଅଧିକାରୀଭାବେ ପାଣ୍ଡିଆନ୍‌ଙ୍କର ନାଁ ରହିଛି। ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବତାର ରୂପ ଦେଇ ଚାଲିଛି। ତୃଣମୂଳସ୍ତର ସହ ଜଡିତ ରହି ବିକାଶର ଶିଖରକୁ ସ୍ପର୍ଶ କରିବାରେ ସେ ଅତ୍ୟନ୍ତ ପାରଙ୍ଗମ। ସେଥିପାଇଁ ଆଜି ସାରା ଦେଶରେ ୫-ଟି ଭଳି ଏକ ନିଆରା ଚିନ୍ତାଧାରାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନୂତନ ଓଡ଼ିଶାର ନବନିର୍ମାଣର କରୁଛନ୍ତି ତାହାର ସାରଥୀ ସାଜିଛନ୍ତି ଭି.କେ.ପାଣ୍ଡିଆନ୍।
ଭି.କେ ପାଣ୍ଡିଆନ୍‌
ଭି.କେ ପାଣ୍ଡିଆନ୍ ଏହି ନାମକୁ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କର ପୂରା ନାଁ ଭି. କାର୍ତିକେୟନ୍‌ ପାଣ୍ଡିଆନ୍‌ ।୧୯୭୪ ମେ ମାସ ୨୯ ତାରିଖରେ ତାମିଲନାଡୁ ମଦୁରାଇରେ ଜନ୍ମ ଗ୍ରହଣ କରିଥିଲେ ଏହି ଆଇଏଏସ୍‌ ଅଫିସର । ତାଙ୍କ ନିଜ ଘର ତାମିଲନାଡୁରେ ହୋଇଥିବାବେଳେ, ସେଇଠି ହିଁ ତାଙ୍କ ପାଠ ପଢା ଶେଷ ହୋଇଥିଲା । ତାଙ୍କ ସ୍କୁଲ କ୍ୟାରିୟର ନେଭେଲି ସ୍ପୋର୍ଟସ୍‌ ହଷ୍ଟେଲରେ ଶେଷ ହୋଇଥିବାବେଳେ, ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଏସି ଏଗ୍ରିକଲଚର ଓ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଆଇଏଏସ୍‌ ପରୀକ୍ଷାରେ ସଫଳତା ପାଇଥିଲେ ।
ଓଡ଼ିଶାରେ ପାଣ୍ଡିଆନଙ୍କ କ୍ୟାରିୟର
ଓଡିଶାରେ ପାଣ୍ଡିଆନ କାମ ଆରମ୍ଭ କରିଥିଲେ ଜଣେ ଯୁବ ସବ-କଲେକ୍ଟର ହିସାବରେ । ୨୦୦୦ ବ୍ୟାଚର ଏହି ଆଇଏଏସ୍‌ ଅଫିସର ନିଜ ଚାକିରି ଜୀବନର ପ୍ରଥମରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରୁ ସବ-କଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ପାଣ୍ଡିଆନଙ୍କ ଗୋଟିଏ ନିଷ୍ପତି ତାଙ୍କୁ ଚର୍ଚ୍ଚାରେ ଆଣିଥିଲା । ସେତେବେଳେ ମିଲରମାନଙ୍କୁ ପୂରା ଏମଏସପି ଚାଷୀମାନଙ୍କୁ ଦେବାକୁ ନିଷ୍ପତି ନେଇଥିଲେ ପାଣ୍ଡିଆନ୍‌ । ଆଉ ଏହାର ସିଧାସଳଖ ଲାଭ ପାଇଥିଲେ ହଜାର ହଜାର ଚାଷୀ ଭାଇ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ଏହି ନିଷ୍ପତିକୁ ପ୍ରଂଶସା କରିଥିଲେ।
୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ପାଣ୍ଡିଆନ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଉରକେଲା ଏଡିଏମ୍ ଭାବେ କାମ କରିବା ପରେ୨୦୦୫ ରୁ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହୋଇଥିଲେ। ମୟୁରଭଞ୍ଜ କଲେକ୍ଟର ଭାବରେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ କାମ କରିଥିଲେ ପାଣ୍ଡିଆନ। ସେତେବେଳେ ସାରା ଦେଶରେ ସେ ସବୁଠୁ ୟଙ୍ଗ କଲେକ୍ଟର ହେବାର ଗୌରବ ଅର୍ଜନ କରିଥିଲେ ଭି.କେ ପାଣ୍ଡିଆନ୍, ଆଉ ତାଙ୍କ କାମକୁ ନେଇ ବି ବେଶ ଚର୍ଚ୍ଚା ହେଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ସେ ପ୍ରଥମ କରି ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦେବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ମୟୂରଭଞ୍ଜଙ୍କୁ ନ୍ୟାସନାଲ୍‌ ଆୱାର୍ଡ ମିଳିବା ସହ ପାଣ୍ଡିଆନଙ୍କୁ ହେଲେନ୍‌ କିଲର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଏହାପରେ ଓଡିଶାର ଉତ୍ତରରୁ ଏବେ ଦକ୍ଷିଣକୁ ଆସିଥିଲେ ଭି କେ ପାଣ୍ଡିଆନ୍‌ । ମୟୂରଭଞ୍ଜରୁ ବଦଳି ହେଇ ସେ ହେଇଥିଲେ ଗଞ୍ଜାମ କଲେକ୍ଟର । ସେତେବେଳେ ଓଡିଶାର ଜିଲ୍ଲାମାନଙ୍କ ଭିତରେ ଗଞ୍ଜାମକୁ ଗୋଟିଏ ପଛୁଆ ଜିଲ୍ଲା ହିସାବରେ ଦେଖାଯାଉଥିଲା । ହେଲେ ଯେବେଠୁ ପାଣ୍ଡିଆନ୍‌ ଏ ଜିଲ୍ଲାର କଲେକ୍ଟର ହେଲେ, ସେବେଠୁ ଗଞ୍ଜାମ ଆଗକୁ ବଢିବା ସହ ବିକାଶର ସ୍ୱପ୍ନ ଦେଖିଥିଲା। ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ଅଶେଷ ସଫଳତା ମିଳିଥିଲା। ପାଣ୍ଡିଆନ ଜିଲ୍ଲାପାଳ ଥିବା ସମୟରେ ବିଭିନ୍ନ ସରକାରୀ ଯୋଜନାର ସଠିକ କାର୍ଯ୍ୟ ପାଇଁ ୪ ଥର ଜାତୀୟ ପୁରସ୍କାର ପାଇଥିଲା ଗଞ୍ଜାମ।
ସେତେବେଳେ ମନରେଗା ଭଳି ଜନ ହିତକାରୀ ସରକାରୀ ଯୋଜନାକୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ଭି କେ ପାଣ୍ଡିଆନ୍‌ ସେତେବେଳେ ଏ କାମକୁ ନିଜେ ହିଁ ତର୍ଜମା କରୁଥିଲେ । ଲୋକଙ୍କ ମନରେଗା କାମର ପାଉଣା, ସେତେବେଳେ ପ୍ରଥମ କରି ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଉ ପାଣ୍ଡିଆନଙ୍କ ନିଆରା ନିଷ୍ପତି ଯୋଗୁଁ ଦୁଇ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଥିଲା ଗଞ୍ଜାମ । ଏହାସହ ରାଜ୍ୟ ସରକାର ମଧ୍ୟ ଭି କେ ପାଣ୍ଡିଆନ୍‌ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିବା ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁକରିଥିଲେ।
ମନରେଗା ପରେ ଗଞ୍ଜାମରେ ଏଡସ୍‌ ରୋକିବାକୁ ଅଣ୍ଟା ଭିଡିଥିଲେ କଲେକ୍ଟର ଭିକେ ପାଣ୍ଡିଆନ୍‌ । ସେତେବେଳେ ଗଞ୍ଜାମ ହିଁ ଓଡିଶାରେ ଗୋଟିଏ ମାତ୍ର ଜିଲ୍ଲା ଥିଲା । ଯେଉଁଠି ଏଡସ୍‌ ରୋଗୀଙ୍କ ସଂଖ୍ୟା ସବୁଠୁ ଉପରେ ଥିଲା । ଗଞ୍ଜାମ ଜିଲ୍ଲାରେ ଏଡସ୍‌ ରୋକିବାକୁ କାମ ଆରମ୍ଭ କରିଥିଲେ ପାଣ୍ଡିଆନ୍‌ । ଆଉ ଏଥିପାଇ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ନ୍ୟାସନାଲ ଆୱାର୍ଡ ମିଳିଥିଲା । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ସର୍ବବୃହତ୍ ଦୁଇ ଜିଲ୍ଲା ମୟୁରଭଞ୍ଜ ଓ ଗଞ୍ଜାମର ଜିଲ୍ଲାପାଳ ଭାବେ ଉତ୍କୃଷ୍ଟ ପ୍ରଶାସନର ଉତ୍ତମ ନିଦର୍ଶନ କରିପାରିଥିଲେ। ପାଣ୍ଡିଆନ୍‌ଙ୍କ ସୁଦୂରପ୍ରସାରୀ ବିଚାର ଓ ଲକ୍ଷ୍ୟର ପ୍ରାମାଣିକତା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ଅନୁମେୟ ହେଉଥିଲା।
ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ପାଣ୍ଡିଆନଙ୍କ ଷ୍ଟାଇଲ୍‌ ଅଫ୍‌ ୱାର୍କ । ଆଉ ଲୋକଙ୍କ ପାଇଁ ତାଙ୍କ କାମ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହେଇଥିଲେ । ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା। ଏହାପରେ ୨୦୧୧ ମସିହା ମେ ୨ ତାରିଖରୁ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଇଥିଲେ ଭିକେ ପାଣ୍ଡିଆନ।
ନବୀନଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭିକେ ପାଣ୍ଡିଆନ
କ୍ୟାରିୟର ଆରମ୍ଭରୁ ଲୋକଙ୍କ ପାଇଁ କାମ କରି ସମସ୍ତଙ୍କ ପ୍ରିୟ କଲେକ୍ଟର ହୋଇପାରିଥିବା ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବା ପରେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ନବୀନଙ୍କ ସରଳତା ଆଉ କଥା କମ୍‌ କାମ ଅଧିକ ଗୁଣ ତାଙ୍କୁ ବେଶ ପ୍ରଭାବିତ କରିଥିଲା।
୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରେ ଯୋଗ ଦେବା ସହ ତାଙ୍କର ଆରମ୍ଭ ହୋଇଥିଲା ନୂଆ ମିଶନ୍।
ନୀରବ କର୍ମଯୋଗୀ, ପ୍ରଗତିର ସାଧକ ଭାବେ ଅତ୍ୟନ୍ତ ସରଳତାର ସହ ସର୍ବଦା ତୃଣମୂଳସ୍ତର ସହ ଯୋଡି ରହି ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭୂମିକା ତୁଲାଇ ଆସିଛନ୍ତି ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସାରା ରାଜ୍ୟର ସାମଗ୍ରୀକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ଦିଗରେ ଅଦ୍ଵିତୀୟ କର୍ତ୍ତବ୍ୟଭାରକୁ ସେ ନିଜ କାନ୍ଧ ଉପରକୁ ନେଇ ଆଗେଇ ଚାଲିଛନ୍ତି। ସାଜିଛନ୍ତି ରୂପାନ୍ତରଣର ଅଗ୍ରଧ୍ଵଜାଧାରୀ। ସହରାଞ୍ଚଳରେ ଆହାର ଯୋଜନାର ତଦାରଖ ପାଇଁ ଯିବା ବେଳେ ନିଜେ ଥାଳ ଧରି କାଉଣ୍ଟର୍‌ରୁ ନିଜ ପାଇଁ ଖାଦ୍ୟ ଆଣିବା ଓ ଅନ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ କରିବା ତାଙ୍କ ସରଳତାର ପ୍ରତୀକ। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଯେଉଁଠି ରାଜ୍ୟର ଆଗାମୀ ଭବିଷ୍ୟତକୁ ଯେକୌଣସି ହାଇ-ଫାଇ ଇଂରାଜୀ ମାଧ୍ୟମ ତଥା ନାମୀଦାମୀ ସ୍କୁଲ ସମାନ ଛାତ୍ରଛାତ୍ରୀଙ୍କୁ ମିଳୁଛି ଅତ୍ୟାଧୁନିକ ଶିକ୍ଷା। ସ୍ମାର୍ଟ କ୍ଲାସ୍ ରୁମ୍‌ରେ ଡିଜିଟାଲ୍ ପାଠପଢା, କମ୍ପ୍ୟୁଟର୍ ଓ ମଡର୍ଣ୍ଣ ସାଇନ୍ସ ଲ୍ୟାବ୍ ସହ ଯୁଗପଯୋଗୀ ଶିକ୍ଷା ପରିବେଶ ସେମାନଙ୍କୁ ଭବିଷ୍ୟତର ଆହ୍ବାନ ପାଇଁ ଦକ୍ଷ କରି ଗଢି ତୋଳୁଛି। କେବଳ ବିଦ୍ୟାର ମନ୍ଦିର ନୁହେଁ, ଧର୍ମର ପୀଠକୁ ମଧ୍ୟ ୫-ଟି ରୂପାନ୍ତରଣରେ ସାମିଲ କରିଛନ୍ତି। ହେଉଛି ବିଭିନ୍ନ ପ୍ରସିଦ୍ଧ ଧର୍ମସ୍ଥଳର ନବକଳେବର। ଉନ୍ନତ ପର୍ୟ୍ୟଟନସ୍ଥଳ ଭାବେ ଗଢି ଉଠୁଛି ଏସବୁ ସ୍ଥାନ। ନିଜେ ଭକ୍ତ ସାଜି ଠାକୁରଙ୍କ ଆଗରେ ମୁଣ୍ଡିଆ ମାରି ଏ ଜାତି, ଏ ରାଜ୍ୟର ମଙ୍ଗଳ କାମନା କରି ସେ ନତମସ୍ତକ ହେବା ଦୃଶ୍ୟ ତାଙ୍କ ଚରିତ୍ରର ମହନୀୟତା ଦର୍ଶାଏ। ସର୍ବଦା ହସ ହସ ମୁହଁରେ ଦୃଶ୍ୟମାନ ପାଣ୍ଡିଆନ୍ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସଦା ପ୍ରେରଣାଦାୟୀ।
ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣରୁ ଆରମ୍ଭ କରି କୃଷକର ଜମିକୁ ଜଳସେଚନ ପାଇଁ ଏକାଧିକ ଜଳପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଇଛନ୍ତି ସେ। ଯାହାଙ୍କ ପାଇଁ କର୍ତ୍ତବ୍ୟ ପ୍ରାଥମିକତା, ତାଙ୍କ ପାଇଁ ସମୟ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଏଣୁ ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟକୁ ପଛ କରି ଭୋର୍ କି ସକାଳ ନାହିଁ, ମଧ୍ୟାହ୍ନ କି ସନ୍ଧ୍ୟା ନାହିଁ ସେ ତଦାରଖ ସକାଶେ ବିଭିନ୍ନ ସ୍ଥାନରେ ପହଞ୍ଚି ଯାଆନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ହେଉ କି କାଳିଆ ସ୍କିମ୍, ମୁଖ୍ୟମନ୍ତ୍ରୀଙ୍କ ଯୋଜନାର ପ୍ରକୃତ କାର୍ଯ୍ୟକାରିତା ପାଇଁ ପରଦା ପଛର ନାୟକ ସାଜି ସେ ସଦା ତତ୍ପର। ସେଥିପାଇଁ ତ ଆଜି ଓଡ଼ିଶା ହକିର ହବ୍। କ୍ରୀଡା ଓ କ୍ରୀଡାବିତ୍‌ଙ୍କୁ ଏଠି ମିଳୁଛି ସର୍ବାଧିକ ସୁବିଧା ସୁଯୋଗ। ଏକ କ୍ରୀଡା ଛାତ୍ରାବାସରୁ ଆସିଥିବା ଏହି ଆଇଏଏସ୍ ଜଣକ ହକି ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ରାଜ୍ୟରେ ହକିର ଭିତ୍ତିଭୂମିକୁ ଏତେ ଅଧିକ ବିକଶିତ କରାଇଲେଣି ଯେ ତାହାର ତୁଳନା ନାହିଁ। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ସେଠି ତାଙ୍କ ଛାଇ ଭଳି ଉପସ୍ଥିତ ରହି ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ଆଗେଇ ନେଇ ଚାଲିଛନ୍ତି ସେ। ପୁଣି ସାମୂହିକ ପ୍ରୟାସ ପ୍ରତି ଗୁରୁତ୍ବ ମଧ୍ୟ ଦିଅନ୍ତି ସେ। ପ୍ରଶାସନିକ ସହଯୋଗୀଙ୍କ ସହ ତାଙ୍କ ବନ୍ଧୁତା ତାଙ୍କୁ ଜଣେ ଉତ୍ତମ ମାର୍ଗଦର୍ଶକର ସ୍ଥାନ ଦିଏ।
ଏତେ ଉଚ୍ଚ ଓ ମହତ୍ତ୍ୱପୂର୍ଣ୍ଣ ପଦରେ ଥାଇ ନିଜକୁ ସାଧାରଣ କରି ରଖିବାରେ ତାଙ୍କର ଆଗ୍ରହ। ସେଥିପାଇଁ ତ ପିଲାଙ୍କ ସହ ମିଶି କ୍ଲାସରେ ବସିବା ହେଉ ବା ନିଜ ହାତରେ ସେମାନଙ୍କୁ ମିଠା ପରଷିଦେବାରେ ତାଙ୍କର ତୃପ୍ତି ଦେଖିବା ଯୋଗ୍ୟ। ସାଧାରଣ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟତର ହୋଇ ପ୍ରଶାସନକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟରତ ସେ। କଟକର ଏସ୍‌ସିବି ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ଏମ୍‌ସ୍ ପ୍ଲସ୍ ମାନ୍ୟତା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାରେ ପରିଣତ କରାଇବା ନିମନ୍ତେ ୫-ଟି କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା। କରୋନା ବିରୋଧୀ ମୁକାବିଲା ହେଉ କି ପ୍ରାକୃତିକ ବିପର୍ୟ୍ୟୟ ଓ ଦୁର୍ବିପାକର ପ୍ରତିକାର, ଏ କ୍ଷେତ୍ରରେ ଆମ ରାଜ୍ୟକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ବାସ୍ତବତାରେ ପରିଣତ କରିପାରିଛନ୍ତି ଭିକେ ପାଣ୍ଡିଆନ।
ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରି ମା’ ମାନେ ହିଁ ନବୀନ ଓଡ଼ିଶାର ମଙ୍ଗ ଧରିଛନ୍ତି: 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର  ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି  ୧୩୯.୫୦    କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ।  ଏହିସବୁ ନିର୍ବାଚନ ମଣ୍ଡଳୀର   ୧୭ଟି ବ୍ଲକ୍‌‌ର       ୨୭୯ଟି  ଗ୍ରାମ ପଞ୍ଚାୟତରେ   ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ  ୧୦୬ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ।  ଏଥିରେ ୮ଟି ବ୍ଲକ୍‌ର      ୨୧୨ ଟି   ଗ୍ରାମପଞ୍ଚାୟତରେ  ୩୦୫୩ଟି ପ୍ରକଳ୍ପ କରାଯିବ। ସେହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୩୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – କଣ୍ଟାମାଳ, ବୌଦ୍ଧ  । ଏହିସବୁ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌‌ର   ୬୯ ଟି  ଗ୍ରାମ ପଞ୍ଚାୟତରେ ୧୧୫୯ଟି ପ୍ରକଳ୍ପ ହେବ।
ଆଜିର କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି, ଢେଙ୍କାନାଳ ଜିଲ୍ଲାର ୪ଟି ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସେ ପୁଣି କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ହିଁ ନବୀନ ଓଡିଶାର ମଙ୍ଗ ଧରିଛନ୍ତି।
ସେ ପୁଣି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।
ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟକ୍ରମରେ, ଶ୍ରୀ ପାଣ୍ଡିଆନ କହିଥିଲେ ଯେ ସୁନ୍ଦରଗଡ ଲୋକଙ୍କ ହକି ପ୍ରତି ପ୍ରବଳ ଉତ୍ସାହକୁ ମୁଖ୍ୟମନ୍ତ୍ରୀ ଭଲ ଭାବରେ ଅନୁଭବ କରିଛନ୍ତି। ସେମାନଙ୍କ ମନୋଭାବକୁ ସମ୍ମାନ ଜଣାଇ ସେ ସୁନ୍ଦରଗଡରେ ବିଶ୍ୱକପ ହକିର ଆୟୋଜନ କରିଥିଲେ ଏବଂ ଏଥିପାଇଁ ଏକ ସୁନ୍ଦର ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମ ମଧ୍ୟ ରେକର୍ଡ ସମୟରେ ନିର୍ମାଣ ହୋଇଥିଲା। ହକିର ବିକାଶ ପାଇଁ ସୁନ୍ଦରଗଡର ପ୍ରତି ବ୍ଲକକୁ ଆଷ୍ଟ୍ରୋଟର୍ଫ ମଧ୍ୟ ଦେଇଛନ୍ତି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭୯.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭଷ୍ମାଠାରେ ଇବ ନଦୀ ରେ Istream Storage Structure ନିର୍ମାଣ ପାଇଁ ୨୬୨.୫୦ କୋଟି ଟଙ୍କାର ମଞ୍ଜୁରି, ପାରିଜାତ ଓ ଥିମ୍ ପାର୍କ ଏବଂ ନଗର ବନ ପ୍ରକଳ୍ପ ପାଇଁ ସମୁଦାୟ ୭.୭୮ କୋଟି ଟଙ୍କା, ଗୁରୁଲିଜୋରଠାରେ Minor Irrigation ପ୍ରକଳ୍ପ ପାଇଁ ୧.୩୪ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ। ଏହା ସହିତ ୫ଟି ମନ୍ଦିର, ୨ଟି ସମଜିଦ୍ କମ୍ପ୍ଲେକ୍ସ, ୧ଟି କ୍ୟାଥଲିକ୍ ଚର୍ଚ୍ଚ ଆଦି ରହିଛି। ତଳସରା ନିର୍ବାଚନ ମଣ୍ଡଳୀରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଲେଫ୍ରିପଡା ବ୍ଲକରେ ରାସ୍ତା ପାଇଁ ୨୪ କୋଟି ଟଙ୍କା, ଲେଫ୍ରିପଡା ବ୍ଲକରେ ବିଜୁ ସେତୁ ପାଇଁ ୫.୨୬ କୋଟି ଏବଂ ଫୁଲବାରୀ ସପେଇ ନଦୀରେ Istream Storage Structure ନିର୍ମାଣ ପାଇଁ ୧୨୩.୭୫ କୋଟି। ଏଥିରେ ୫ଟି ମନ୍ଦିର ଓ ୨ଟି ଚର୍ଚ୍ଚ ମଧ୍ୟ ସାମିଲ । ସେହିପରି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନୂଆଗାଁ ଓ କୁଆଁରମୁଣ୍ଡାରେ ୨ଟି ନୂଆ ଡିଗ୍ରୀ କଲେଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ଓ ଏହା ସହିତ ଅନେକ ସ୍କୁଲ, କଲେଜ, ୱାଟର ପାର୍କ ମଧ୍ୟ ରହିଛି । ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଜଲ୍‌ଦାଠାରେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଉନ୍ନତିକରଣ। ବଣାଇ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବଣେଇ ଉପଖଣ୍ଡ ଡାକ୍ତରଖାନାର ଉନ୍ନତିକରଣ ଓ ଡାୟଲିସିସ୍ କେନ୍ଦ୍ର ପାଇଁ ୧.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ବାଣେଶ୍ୱରୀ ମନ୍ଦିର ଓ ୨ଟି ଚର୍ଚ୍ଚ ପାଇଁ ୧.୪୫ କୋଟି ଟଙ୍କା । ଏହା ସହିତ ୨ଟି ଡିଗ୍ରୀ କଲେଜ, ୩ଟି ହାୟର ସେକେଣ୍ଡାରୀ ସ୍କୁଲ ଏଥିରେ ସାମିଲ ହୋଇଛି । ରାଉରକେଲା ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମ୍ୟୁନିସପାଲିଟି ଡିଗ୍ରୀ କଲେଜ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ, ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ଓ ଅନ୍ୟ ୪ଟି ମହାବିଦ୍ୟାଳୟ। ଏଥି ସହିତ ୨ଟି ମନ୍ଦିର ୧ଟି ଗୁରୁଦ୍ୱାର ସାମିଲ ହୋଇଛି।
ଏହିପରି ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୬୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୩.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୭.୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଜୋରନ୍ଦା ମହିମା ଗାଦୀ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଶପ୍ତଶଯ୍ୟା ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇ ୪.୬୧ କୋଟି ଟଙ୍କା, ବଳରାମ ମନ୍ଦିର ଓ ଜାଉଳି ପୋଖରୀ ମଠ ପାଇଁ ୫.୮୫ କୋଟି ଟଙ୍କାର ମଞ୍ଜୁର କରାଯାଇଛି। ଏଥି ସହିତ ୪ଟି ମହାବିଦ୍ୟାଳୟ ଓ ୧ଟି ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ହୋଇଛି। କାମକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ୬ଟି ସେତୁ ପାଇଁ ୨୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏକତାଳିଠାରେ ମିନି ଷ୍ଟାଡିୟମ ଓ ପାଠାଗାର ପାଇଁ ୪.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୪ଟି କଲେଜ ଏବଂ ୨ଟି ହାୟର ସେକେଣ୍ଡାରୀ ସ୍କୁଲ, ୨ଟି ଭିତ୍ତିଭୂମି ପ୍ରକଳ୍ପ ରହିଛି । ସେହିପରି ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ, ୩ଟି କଲେଜ ଓ ୨ଟି ହାୟର ସେକେଣ୍ଡାରୀ ସ୍କୁଲ ଅନ୍ତର୍ଭୁକ୍ତ। ସେହିପରି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସାପୁଆ ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ୭.୪୪ କୋଟି ଟଙ୍କା, ସାପୁଆ- ବଡଜୋର ଜଳସେଚନ ପ୍ରକଳ୍ପର ସର୍ଭିସ ରାସ୍ତା ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୩ଟି କଲେଜ ୨ଟି ହାୟର ସେକେଣ୍ଡାରି ସ୍କୁଲ ଅନ୍ତର୍ଭୁକ୍ତ। । ଏହି ପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୫୯.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଖଡଙ୍ଗ ନଦୀ ଓ ଖଇରମାଲଠାରେ ୨ଟି Instream Storage Structure । ଖଡଙ୍ଗ ନଦୀ I.S.S. ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧୨ ହଜାର ଲୋକ ଉପକୃତ ହେବେ। ସେହିପରି ଖଇରମାଳ I.S.S. ପାଇଁ ୯୨୫.୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହା ସହିତ କଣ୍ଟାମାଳ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ, ପଳସାଗୁଡା ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲ, ପର୍ଯ୍ୟଟନ କ୍ଷେତ୍ର, କଣ୍ଟାମାଳର ବିର ମୁଣ୍ଡା ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସାମିଲ । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପୁରୁଣାକଟକଠାରେ ମା ଭୈରବୀ ମନ୍ଦିର ର ଉନ୍ନତିକରଣ ପାଇଁ ୩. ୬୭ କୋଟି ଏବଂ ବୌଦ୍ଧଠାରେ ମା ଚନ୍ଦ୍ରଚୂଡା ମନ୍ଦିର ଓ ଆରତି ଘାଟର ଉନ୍ନତିକରଣ ପାଇଁ ୩.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ବର୍ଷକୁ ମା ଭୈରବୀ ମନ୍ଦିରକୁ ୬୦ ହଜାର ଭକ୍ତ ଓ ମା ଚନ୍ଦ୍ରଚୂଡା ମନ୍ଦିରକୁ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ । ଏହା ସହିତ ୩ଟି ଡିଗ୍ରୀ କଲେଜ, ୧ଟି ମହାବିଦ୍ୟାଳୟ, ୩ଟି ପର୍ଯ୍ୟଟନ କ୍ଷେତ୍ର, ୧ଟି ଛାତ୍ରୀନିବାସ ସାମିଲ ଅଛି।
ଏହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୪୧.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ  ଶାରଦା ପ୍ରସାଦ ନାୟକ, ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ସୁବ୍ରତ ତରାଇ, ବିଧାୟକ ସୁଧିର କୁମାର ସାମଲ, ବିଧାୟକ ଡ. ନୃସିଂହ ଚରଣ ସାହୁ, ବିଧାୟକ ମହେଶ ସାହୁ, ବିଧାୟକ ମହିଧର ରଣା, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।
ସୁନ୍ଦରଗଡରେ ଉପସ୍ଥିତ ମନ୍ତ୍ରୀ ଶାରଦା ନାୟକ କହିଲେ ଯେ ସୁନ୍ଦରଗଡକୁ ବିଶ୍ୱ ଦରବାରରେ ପରିଚୟ ଦେଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ। ବଣେଇଠାରେ ଉପସ୍ଥିତ ମନ୍ତ୍ରୀ  ପ୍ରିତିରଞ୍ଜନ ଘଡାଇ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ସମଗ୍ର ବିଶ୍ୱରେ ଯେଭଳି ପରିଚୟ ଦେଇଛନ୍ତି ତାକୁ ସୁନ୍ଦରଗଡବାସୀ କେବେ ଭୁଲିବେ ନାହିଁ।
କାମାକ୍ଷାନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ କହିଲେ ଯେ ଗାଁର ବିକାଶ ନ ହେଲେ ରାଜ୍ୟର ବିକାଶ ହେବ ନାହିଁ। ଗାନ୍ଧିଜୀଙ୍କ ଏହି ଚିନ୍ତାଧାରାକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଉଦ୍ୟମ କରିଚାଲିଛନ୍ତି। ଓଡପଡାଠାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ସମଗ୍ର ଭାରତବର୍ଷରେ ଆଜି ଓଡିଶାର ବିକାଶ ଚର୍ଚ୍ଚା ସୃଷ୍ଟି କରିଛି।
ହରଭଙ୍ଗାରେ ଉପସ୍ଥିତ ମନ୍ତ୍ରୀ ପ୍ରଦୀପ ଅମାତ କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ଭାରତର ଆତ୍ମା ଗାଁରେ ହିଁ ଅଛି କୁ ଗ୍ରାମାଞ୍ଚଳର ବିକାଶ ଜରିଆରେ କାର୍ଯ୍ୟରେ କରି ଦେଖାଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ।କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ।କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର  ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି  ୧୩୯.୫୦    କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ।  ଏହିସବୁ ନିର୍ବାଚନ ମଣ୍ଡଳୀର   ୧୭ଟି ବ୍ଲକ୍‌‌ର       ୨୭୯ଟି  ଗ୍ରାମ ପଞ୍ଚାୟତରେ   ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ  ୧୦୬ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ।  ଏଥିରେ ୮ଟି ବ୍ଲକ୍‌ର      ୨୧୨ ଟି   ଗ୍ରାମପଞ୍ଚାୟତରେ  ୩୦୫୩ଟି ପ୍ରକଳ୍ପ କରାଯିବ। ସେହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୩୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – କଣ୍ଟାମାଳ, ବୌଦ୍ଧ  । ଏହିସବୁ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌‌ର   ୬୯ ଟି  ଗ୍ରାମ ପଞ୍ଚାୟତରେ ୧୧୫୯ଟି ପ୍ରକଳ୍ପ ହେବ।
ଆଜିର କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି, ଢେଙ୍କାନାଳ ଜିଲ୍ଲାର ୪ଟି ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସେ ପୁଣି କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।
ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ, ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ହିଁ ନବୀନ ଓଡିଶାର ମଙ୍ଗ ଧରିଛନ୍ତି।
ସେ ପୁଣି କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।
ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟକ୍ରମରେ, ଶ୍ରୀ ପାଣ୍ଡିଆନ କହିଥିଲେ ଯେ ସୁନ୍ଦରଗଡ ଲୋକଙ୍କ ହକି ପ୍ରତି ପ୍ରବଳ ଉତ୍ସାହକୁ ମୁଖ୍ୟମନ୍ତ୍ରୀ ଭଲ ଭାବରେ ଅନୁଭବ କରିଛନ୍ତି। ସେମାନଙ୍କ ମନୋଭାବକୁ ସମ୍ମାନ ଜଣାଇ ସେ ସୁନ୍ଦରଗଡରେ ବିଶ୍ୱକପ ହକିର ଆୟୋଜନ କରିଥିଲେ ଏବଂ ଏଥିପାଇଁ ଏକ ସୁନ୍ଦର ଅନ୍ତର୍ଜାତୀୟ ମାନର ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ଏହି ଷ୍ଟାଡିୟମ ମଧ୍ୟ ରେକର୍ଡ ସମୟରେ ନିର୍ମାଣ ହୋଇଥିଲା। ହକିର ବିକାଶ ପାଇଁ ସୁନ୍ଦରଗଡର ପ୍ରତି ବ୍ଲକକୁ ଆଷ୍ଟ୍ରୋଟର୍ଫ ମଧ୍ୟ ଦେଇଛନ୍ତି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁନ୍ଦରଗଡ ଜିଲ୍ଲାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରେ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୭୯.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଭଷ୍ମାଠାରେ ଇବ ନଦୀ ରେ Istream Storage Structure ନିର୍ମାଣ ପାଇଁ ୨୬୨.୫୦ କୋଟି ଟଙ୍କାର ମଞ୍ଜୁରି, ପାରିଜାତ ଓ ଥିମ୍ ପାର୍କ ଏବଂ ନଗର ବନ ପ୍ରକଳ୍ପ ପାଇଁ ସମୁଦାୟ ୭.୭୮ କୋଟି ଟଙ୍କା, ଗୁରୁଲିଜୋରଠାରେ Minor Irrigation ପ୍ରକଳ୍ପ ପାଇଁ ୧.୩୪ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ। ଏହା ସହିତ ୫ଟି ମନ୍ଦିର, ୨ଟି ସମଜିଦ୍ କମ୍ପ୍ଲେକ୍ସ, ୧ଟି କ୍ୟାଥଲିକ୍ ଚର୍ଚ୍ଚ ଆଦି ରହିଛି। ତଳସରା ନିର୍ବାଚନ ମଣ୍ଡଳୀରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଲେଫ୍ରିପଡା ବ୍ଲକରେ ରାସ୍ତା ପାଇଁ ୨୪ କୋଟି ଟଙ୍କା, ଲେଫ୍ରିପଡା ବ୍ଲକରେ ବିଜୁ ସେତୁ ପାଇଁ ୫.୨୬ କୋଟି ଏବଂ ଫୁଲବାରୀ ସପେଇ ନଦୀରେ Istream Storage Structure ନିର୍ମାଣ ପାଇଁ ୧୨୩.୭୫ କୋଟି। ଏଥିରେ ୫ଟି ମନ୍ଦିର ଓ ୨ଟି ଚର୍ଚ୍ଚ ମଧ୍ୟ ସାମିଲ । ସେହିପରି ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନୂଆଗାଁ ଓ କୁଆଁରମୁଣ୍ଡାରେ ୨ଟି ନୂଆ ଡିଗ୍ରୀ କଲେଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ଓ ଏହା ସହିତ ଅନେକ ସ୍କୁଲ, କଲେଜ, ୱାଟର ପାର୍କ ମଧ୍ୟ ରହିଛି । ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଜଲ୍‌ଦାଠାରେ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ଉନ୍ନତିକରଣ। ବଣାଇ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବଣେଇ ଉପଖଣ୍ଡ ଡାକ୍ତରଖାନାର ଉନ୍ନତିକରଣ ଓ ଡାୟଲିସିସ୍ କେନ୍ଦ୍ର ପାଇଁ ୧.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ବାଣେଶ୍ୱରୀ ମନ୍ଦିର ଓ ୨ଟି ଚର୍ଚ୍ଚ ପାଇଁ ୧.୪୫ କୋଟି ଟଙ୍କା । ଏହା ସହିତ ୨ଟି ଡିଗ୍ରୀ କଲେଜ, ୩ଟି ହାୟର ସେକେଣ୍ଡାରୀ ସ୍କୁଲ ଏଥିରେ ସାମିଲ ହୋଇଛି । ରାଉରକେଲା ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦.୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମ୍ୟୁନିସପାଲିଟି ଡିଗ୍ରୀ କଲେଜ, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ, ସୁଶିଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ଓ ଅନ୍ୟ ୪ଟି ମହାବିଦ୍ୟାଳୟ। ଏଥି ସହିତ ୨ଟି ମନ୍ଦିର ୧ଟି ଗୁରୁଦ୍ୱାର ସାମିଲ ହୋଇଛି।
ଏହିପରି ସୁନ୍ଦରଗଡ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୬୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୩.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୭.୭୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଜୋରନ୍ଦା ମହିମା ଗାଦୀ ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଶପ୍ତଶଯ୍ୟା ପର୍ଯ୍ୟଟନ କ୍ଷେତ୍ର ବିକାଶ ପାଇ ୪.୬୧ କୋଟି ଟଙ୍କା, ବଳରାମ ମନ୍ଦିର ଓ ଜାଉଳି ପୋଖରୀ ମଠ ପାଇଁ ୫.୮୫ କୋଟି ଟଙ୍କାର ମଞ୍ଜୁର କରାଯାଇଛି। ଏଥି ସହିତ ୪ଟି ମହାବିଦ୍ୟାଳୟ ଓ ୧ଟି ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ହୋଇଛି। କାମକ୍ଷାନଗର ନିର୍ବାଚନ ମଣ୍ଡଳୀରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ୬ଟି ସେତୁ ପାଇଁ ୨୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଏକତାଳିଠାରେ ମିନି ଷ୍ଟାଡିୟମ ଓ ପାଠାଗାର ପାଇଁ ୪.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୪ଟି କଲେଜ ଏବଂ ୨ଟି ହାୟର ସେକେଣ୍ଡାରୀ ସ୍କୁଲ, ୨ଟି ଭିତ୍ତିଭୂମି ପ୍ରକଳ୍ପ ରହିଛି । ସେହିପରି ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତିକରଣ, ୩ଟି କଲେଜ ଓ ୨ଟି ହାୟର ସେକେଣ୍ଡାରୀ ସ୍କୁଲ ଅନ୍ତର୍ଭୁକ୍ତ। ସେହିପରି ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୯୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସାପୁଆ ଡ୍ୟାମର ସୌନ୍ଦର୍ଯ୍ୟକରଣ ପାଇଁ ୭.୪୪ କୋଟି ଟଙ୍କା, ସାପୁଆ- ବଡଜୋର ଜଳସେଚନ ପ୍ରକଳ୍ପର ସର୍ଭିସ ରାସ୍ତା ପାଇଁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ୩ଟି କଲେଜ ୨ଟି ହାୟର ସେକେଣ୍ଡାରି ସ୍କୁଲ ଅନ୍ତର୍ଭୁକ୍ତ। । ଏହି ପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୫୯.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଖଡଙ୍ଗ ନଦୀ ଓ ଖଇରମାଲଠାରେ ୨ଟି Instream Storage Structure । ଖଡଙ୍ଗ ନଦୀ I.S.S. ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧୨ ହଜାର ଲୋକ ଉପକୃତ ହେବେ। ସେହିପରି ଖଇରମାଳ I.S.S. ପାଇଁ ୯୨୫.୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହା ସହିତ କଣ୍ଟାମାଳ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ, ପଳସାଗୁଡା ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲ, ପର୍ଯ୍ୟଟନ କ୍ଷେତ୍ର, କଣ୍ଟାମାଳର ବିର ମୁଣ୍ଡା ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସାମିଲ । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ପୁରୁଣାକଟକଠାରେ ମା ଭୈରବୀ ମନ୍ଦିର ର ଉନ୍ନତିକରଣ ପାଇଁ ୩. ୬୭ କୋଟି ଏବଂ ବୌଦ୍ଧଠାରେ ମା ଚନ୍ଦ୍ରଚୂଡା ମନ୍ଦିର ଓ ଆରତି ଘାଟର ଉନ୍ନତିକରଣ ପାଇଁ ୩.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ବର୍ଷକୁ ମା ଭୈରବୀ ମନ୍ଦିରକୁ ୬୦ ହଜାର ଭକ୍ତ ଓ ମା ଚନ୍ଦ୍ରଚୂଡା ମନ୍ଦିରକୁ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ । ଏହା ସହିତ ୩ଟି ଡିଗ୍ରୀ କଲେଜ, ୧ଟି ମହାବିଦ୍ୟାଳୟ, ୩ଟି ପର୍ଯ୍ୟଟନ କ୍ଷେତ୍ର, ୧ଟି ଛାତ୍ରୀନିବାସ ସାମିଲ ଅଛି।
ଏହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୧୪୧.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ  ଶାରଦା ପ୍ରସାଦ ନାୟକ, ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ସୁବ୍ରତ ତରାଇ, ବିଧାୟକ ସୁଧିର କୁମାର ସାମଲ, ବିଧାୟକ ଡ. ନୃସିଂହ ଚରଣ ସାହୁ, ବିଧାୟକ ମହେଶ ସାହୁ, ବିଧାୟକ ମହିଧର ରଣା, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।
ସୁନ୍ଦରଗଡରେ ଉପସ୍ଥିତ ମନ୍ତ୍ରୀ ଶାରଦା ନାୟକ କହିଲେ ଯେ ସୁନ୍ଦରଗଡକୁ ବିଶ୍ୱ ଦରବାରରେ ପରିଚୟ ଦେଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ। ବଣେଇଠାରେ ଉପସ୍ଥିତ ମନ୍ତ୍ରୀ  ପ୍ରିତିରଞ୍ଜନ ଘଡାଇ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ସମଗ୍ର ବିଶ୍ୱରେ ଯେଭଳି ପରିଚୟ ଦେଇଛନ୍ତି ତାକୁ ସୁନ୍ଦରଗଡବାସୀ କେବେ ଭୁଲିବେ ନାହିଁ।
କାମାକ୍ଷାନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ କହିଲେ ଯେ ଗାଁର ବିକାଶ ନ ହେଲେ ରାଜ୍ୟର ବିକାଶ ହେବ ନାହିଁ। ଗାନ୍ଧିଜୀଙ୍କ ଏହି ଚିନ୍ତାଧାରାକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ଉଦ୍ୟମ କରିଚାଲିଛନ୍ତି। ଓଡପଡାଠାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ସମଗ୍ର ଭାରତବର୍ଷରେ ଆଜି ଓଡିଶାର ବିକାଶ ଚର୍ଚ୍ଚା ସୃଷ୍ଟି କରିଛି।
ହରଭଙ୍ଗାରେ ଉପସ୍ଥିତ ମନ୍ତ୍ରୀ ପ୍ରଦୀପ ଅମାତ କହିଲେ ଯେ ମହାତ୍ମା ଗାନ୍ଧୀଙ୍କ ଉକ୍ତି ଭାରତର ଆତ୍ମା ଗାଁରେ ହିଁ ଅଛି କୁ ଗ୍ରାମାଞ୍ଚଳର ବିକାଶ ଜରିଆରେ କାର୍ଯ୍ୟରେ କରି ଦେଖାଇଛନ୍ତି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ।କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନ ମଧ୍ୟରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ।କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ଆମେ ସମସ୍ତେ ମିଶି ଭଲ କାମ କରିବୁ, ସ୍ୱଚ୍ଛତାର ସହ କାମ କରିବୁ, ନବୀନ ଓଡିଶା ଗଢିବୁ: 5T ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ୧୧ତମ ଦିନରେ କନ୍ଧମାଳ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।
ଆଜିର କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଜିଲ୍ଲାର ୩ଟି, ଅନୁଗୋଳ ଜିଲ୍ଲାର ୫ଟି ଓ ଗଜପତି ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସଂସ୍କୃତି ସହିତ ଆଧୁନିକତାର ସମନ୍ଵୟ ହିଁ ବିକାଶର ଆଦର୍ଶ ମାର୍ଗ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ। ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।
ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ ଏବେ ଓଡିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ସେମାନଙ୍କ ଦାବୀ, ସେମାନଙ୍କ ଅନୁରୋଧ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ।
ସେ ପୁଣି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।
ଭିକେ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବାଲିଗୁଡାରୁ ବୁଡ଼ାଗୁଡ଼ା ପର୍ଯ୍ୟନ୍ତ ରାସ୍ତା ପାଇଁ ୪୩.୮୭ କୋଟି, ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପାଇଁ ୩୭ କୋଟି, ଜଗନ୍ନାଥ ମନ୍ଦିର, ପାଟଖଣ୍ଡ ମନ୍ଦିର, କୋଟଗଡ ଆଦିବାସୀ ହଷ୍ଟେଲ, ଆଦିବାସୀ କଲେଜ, ଲୁଡୁ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ। ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ପ୍ରସିଦ୍ଧ ଦାରିଙ୍ଗିବାଡି ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମୀ ପାଇଁ ୧୭.୧୧ କୋଟି, ରାଇଖୋଲ ପଞ୍ଚାୟତରେ ସେତୁ, ସାଲୁଙ୍କି ନଦୀ ଉପରେ ସେତୁ ପାଇଁ ୬ କୋଟି, ରତିଙ୍ଗିଆ ରେ ସେତୁ ପାଇଁ ୮.୮ କୋଟି, ଦୁଲିରି, ରିଶିମାଳ, କାଲିଗୁଡ଼ା ପର୍ଯ୍ୟଟନ କ୍ଷେତ୍ର ବିକାଶ, ୩ଟି ଚେକ୍ ଡ୍ୟାମ, ଓ ତିନିଟି କଲେଜ। ସେହିପରି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୫.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ତିନୋଟି ବୃହତ୍ ସେତୁ ପାଇଁ ୧୬.୩୦ କୋଟି, ବରାଳ ଦେବୀ ମନ୍ଦିର ପାଇଁ ୩ କୋଟି, ଜଗନ୍ନାଥ ମନ୍ଦିର ପାଇଁ ୨.୨୧ କୋଟି, କସମ୍ ଯୋଜନାରେ revolving fund ପାଇଁ ୨ କୋଟି, ତିନିଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ, ୭ ଟି check dam ପାଇଁ ୬.୫୭ କୋଟି ଓ ତିନିଟି କଲେଜ ପାଇଁ ୪ କୋଟି।
ଏହି ପରି କନ୍ଧମାଳ ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୮.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଅନୁଗୋଳ ଜିଲ୍ଲାର ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪୪.୮୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କଣିହାଁ ଠାରେ ବ୍ରାହ୍ମଣୀ ନଦୀ ଉପରେ ଏକ ବୃହତ୍ ସେତୁ ପାଇଁ ୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଲୋକଙ୍କ ମନୋଭାବକୁ ସମ୍ମାନ ଜଣାଇ ଏହାକୁ ପ୍ରଜା ମଣ୍ଡଳ ନେତା ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ଏହା ସହିତ ସିବିଦା ଠାରୁ ଖଡକ କୁମ୍ଭାର ମାଟି ପର୍ଯ୍ୟନ୍ତ ସଡ଼କ ପାଇଁ ୪୨ କୋଟି, ପାଲଲହଡ଼ା ଫାର୍ମ ଠାରୁ ନାଇକାନିପଳି ପର୍ଯ୍ୟନ୍ତ ସଡ଼କ ପାଇଁ ୨୦.୬୦ କୋଟି, ଧଲଗଡିଆ ସିଆରିଆ ସଡ଼କ ପାଇଁ ୧୫ କୋଟି ମଞ୍ଜୁର କରାଯାଇଛି। ପବିତ୍ର ନଗର ଠାରେ ପବିତ୍ର ମୋହନ ସ୍ମୃତି ପୀଠ ପାଇଁ ୩ କୋଟି ଓ ଆଉ କେତେକ ପ୍ରକଳ୍ପ ସାମିଲ। ତାଳଚେର ନିର୍ବାଚନ ମଣ୍ଡଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭.୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଗୋପାଳ ପ୍ରସାଦ ଠାରେ ମା’ ହିଙ୍ଗୁଳା ମନ୍ଦିର ପାଇଁ ୧୫.୮୦ କୋଟି, ବଡ଼ ଗୁଣ୍ଡିରି ଗାଁରେ ଜଗନ୍ନାଥ ମନ୍ଦିର, ଗୋପାଳ ପ୍ରସାଦ ଜଗନ୍ନାଥ ମନ୍ଦିର, ଓ କେତେକ କଲେଜ। ଲୋକମତକୁ ସମ୍ମାନ ଜଣାଇ ତାଳଚେର ମେଡିକାଲ କଲେଜ କୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଛି। ସେହିପରି ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୩୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୌରାଞ୍ଚଳରେ ଜଗନ୍ନାଥ ମନ୍ଦିର, ମା’ ବୁଢୀ ଠାକୁରାଣୀ, ଓ ଯାତ୍ରୀ ନିବାସ, ମନ୍ଦର ଗିରି ପର୍ଯ୍ୟଟନ ପ୍ରକଳ୍ପ, ଅଙ୍ଗରା ବନ୍ଧ ଅଲେଖ ମହିମା ଧାମ, ପଞ୍ଚ ଶ୍ରୀ କ୍ଷେତ୍ର, ଓ ତିନିଟି କଲେଜ ରହିଛି । ଏହା ସହିତ ବନ୍ତଲାରେ ହାତୀ ମଣିଷ ଲଢେଇ ରୋକିବା ପାଇଁ ୪.୬୪ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ସାମିଲ। ସେହିପରି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୯୩ କୋଟି ମଞ୍ଜୁର ହୋଇ ପାରିବ। ଏଥିରେ ଛେଣ୍ଡିପଦା ହସପିଟାଲକୁ ଆମ ହସ୍ପିଟାଲ ରେ ପରିଣତ କରିବା ପାଇଁ ୩.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ମା’ ରାମଚଣ୍ଡୀ ପୀଠ, ଖମ୍ବେଶ୍ୱରୀ ପୀଠ, ହନୁମାନ ବାଟିକା ଓ ଦୁଇଟି କଲେଜ ର ଉନ୍ନତି କରଣ ରହିଛି। ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ୧୦ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୪.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଦେଉଳ ଝରି ବାବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ପାଇଁ ୪.୨୦ କୋଟି, ବିନିକେୟୀ ମନ୍ଦିର ପାଇଁ ୨.୬୩ କୋଟି, କିଶୋର ନଗର ସନ୍ଥ କବି ଭୀମ ଭୋଇ ପୀଠ, ମା’ ମାହେଶ୍ୱରୀ ପୀଠ, ଜଗନ୍ନାଥ ଓ ମଦନ ମୋହନ ମନ୍ଦିର, କୁଡ଼ାଗାଁ ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳ ଓ ଟିକରପଡ଼ା ବନ୍ୟା ଆଶ୍ରୟ ସ୍ଥଳ ପାଇଁ ୫.୪୬ କୋଟି, ଏବଂ ତିନିଟି ଡ଼ିଗ୍ରୀ କଲେଜ ରହିଛି। ଏହି ପରି ଅନୁଗୋଳ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯୨.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫.୨୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଛେଳିଗଡ ଜଳସେଚନ ପ୍ରକଳ୍ପର ପାରିପାର୍ଶ୍ୱିକ ଉନ୍ନତିକରଣ। ଏଥିପାଇଁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ଫଳ ଓ ପନିପରିବା ପ୍ରକ୍ରିୟାକରଣ ୟୁନିଟ, Tribal Park, ଗ୍ରାମାଞ୍ଚଳ ବଜାର କେନ୍ଦ୍ର, ପର୍ଯ୍ୟଟନ ପ୍ରକଳ୍ପ, ଲିଙ୍ଗୋଦରା ଶିବ ମନ୍ଦିର ଉନ୍ନତିକରଣ, ୫ଟି ଲାଇବ୍ରେରୀ, କପିଳେଶ୍ୱର ଶିବ ମନ୍ଦିର ଓ ଛେଳିଗଡ ଶିବ ମନ୍ଦିର ପରିସର ଉନ୍ନତିକରଣ ଇତ୍ୟାଦି। ଜିରାଙ୍ଗ ବୌଦ୍ଧ ପୀଠ ପାଇଁ ୨.୬୮ କୋଟି ଟଙ୍କା, ମାଙ୍କଡଡିଆଁ ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ର ସମେତ ୭ଟି ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ ହୋଇଛି। ଏହ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ବ୍ୟାପକ ପ୍ରସାର ହେବ। ନୂଆଗଡରେ ୩ଟି ST Hostel ଓ ୨ଟି ST Girls Hostel ପାଇଁ ୧୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ହୋଇଛି। ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୮.୮୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁମାଠାରେ ଏକ ନୂଆ ସରକାରୀ ଡିଗ୍ରୀ କଲେଜ ଓ ଗୁମା ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ଉନ୍ନିତ କରିବା ପାଇଁ ଅନୁମୋଦନ କରାଯାଇଛି। ପାରଳାଖେମୁଣ୍ଡି ବାଇପାସ୍ ରୋଡ ପାଇଁ ୫୪ କୋଟି ଟଙ୍କା ମଞ୍ଜୁର ହୋଇଛି। ୩ଟି ପୁଷ୍କରିଣୀର ଉନ୍ନତିକରଣ, ଜିଲ୍ଲା ସଂସ୍କୃତି ଭବନର ଉନ୍ନତିକରଣ, ଟାଉନ୍ ହଲ୍ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ଓ ସ୍କଲ କଲେଜର ଉନ୍ନତିକରଣ ରହିଛି।
ଏହିପରି ଗଜପତି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୪.୦୬ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
୩ଟି ଜିଲ୍ଲାରେ ସମୁଦାୟ ୧୧୮ ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୬୪.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ, ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ସାଂସଦ ଶ୍ରୀ ମହେଶ ସାହୁ, ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ଶ୍ରୀ ଚକ୍ରମଣି କହଁର, ବିଧାୟକ ଶ୍ରୀ ସାଲୁଗା ପ୍ରଧାନ, ବିଧାୟକ ଶ୍ରୀ ଅଙ୍ଗଦ କହଁର, ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ବିଧାୟକ ଶ୍ରୀ ମୁକେଶ ପାଲ୍, ବିଧାୟକ ଶ୍ରୀ ସୁଶାନ୍ତ ବେହେରା, ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଇ, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।
ଅନୁଗୋଳରେ ଉପସ୍ଥିତ ଉପବାଚସ୍ପତି ଶ୍ରୀ ରଜନୀ କାନ୍ତ ସିଂହ କହିଲେ ଯେ ୭ ଦିନରେ ପ୍ରକଳ୍ପ ମଞ୍ଜୁରି ଆମ ସମସ୍ତଙ୍କୁ ସ୍ୱପ୍ନ ଭଳି ଲାଗୁଛି । ଫୁଲବାଣୀରେ ଉପସ୍ଥିତ ସାଂସଦ ଡଃ ଅଚ୍ୟୁତାନନ୍ଦ ସାମନ୍ତ କହିଲେ ଯେ ଏହି ଅଭିନବ ପ୍ରୟାସ ବିକାଶ ପ୍ରକ୍ରିୟାରେ ଗାଁର ଗୁରୁତ୍ୱ ବଢାଇଛି। ଏଭଳି ବିକାଶ କାର୍ଯ୍ୟକ୍ରମ ଇତିହାସ ପୃଷ୍ଠାରେ ସ୍ଥାନ ପାଇବ। ମୋହନାରେ ଉପସ୍ଥିତ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯେ ଆଗରୁ କେବେ ଏତେ ପ୍ରକଳ୍ପ, ଏତେ ଶୀଘ୍ର ଆସି ନଥିଲା । କଣିହାରେ ଉପସ୍ଥିତ ସାଂସଦ ଶ୍ରୀ ମହେଶ ସାହୁ କହିଲେ ଯେ ଅପହଞ୍ଚ ଇଲାକାରେ ଆଜି ବିକାଶ ପହଞ୍ଚି ପାରିଛି। ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ୭ ଦିନରେ ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ। ଏହା ଆମ ସମସ୍ତଙ୍କ ପାଇଁ ଖୁସି ଆଣିଛି। କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।
ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସଂଘର କର୍ମକର୍ତ୍ତା
ଭୁବନେଶ୍ବର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସଂଘର କର୍ମକର୍ତ୍ତା । ଏଥିସହ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ ସଭାପତିଙ୍କ ନେତୃତ୍ବରେ ବହୁ ଯୁବ-ଛାତ୍ର ନେତାମାନେ ଭେଟି ନୂଆ ଦାୟିତ୍ବ ପାଇଁ ୫ଟି ଓ ନବୀନ ଓଡିଶାର ଅଧକ୍ଷଙ୍କୁ  ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ଟ୍ରାନ୍ସଜେଣ୍ଡର ଶାଖାର ଉହଦେଷ୍ଟା ମିରା ପରିଡ଼ା, ଓଡ଼ିଶା ଶିଶୁ ସୁରକ୍ଷା ଅଧିକାରୀ ଏବଂ କର୍ମଚାରୀ ସଂଘ, ଓଡ଼ିଆ ମହାମଞ୍ଚ ନୂଆଦିଲ୍ଲୀ, ରାଜ୍ୟ ବିଡ଼ିଓ ସଂଘର କର୍ମକର୍ତା, ପଞ୍ଜାବୀ ଗ୍ଲୋବାଲ୍ ଫାଉଣ୍ଡେସନ୍, ବିଧାୟକ ତଥା ବିଜୁ ଯୁବା ଜନତା ଦଳର ରାଜ୍ୟ ସଭାପତି ବ୍ୟମୋକେଶ ରାୟ ଓ ବିଧାୟକ ତଥା ବିିଜୁ ଛାତ୍ର ଜନାତ ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ବହୁ ଯୁବ ଓ ଛାତ୍ର ନେତା ମାନେ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
୫ଟି ଅଧ୍ୟକ୍ଷଙ୍କ ନେତୃତ୍ବରେ ରାଜ୍ୟରେ ରୁପାନ୍ତରଣ ପ୍ରକ୍ରିୟା ଆହୁରି କ୍ରିୟାଶୀଳ ହେବା ସହ ରାଜ୍ୟର ଦ୍ରୁତ ବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟର ବିଭିନ୍ନ  ସଂଘ । ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କ ସହ ଓଡ଼ିଶାର ବିକାଶରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ସମସ୍ତେ ପ୍ରତିଶୃତି ଦେଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷଙ୍କସୁସ୍ଥ ଜୀବନ କାମନା କରିଛନ୍ତି।
ଭେଟିବାକୁ ଆସିଥିବା ସମସ୍ତ ସଂଗଠନ ଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି ଭି.କେ ପାଣ୍ଡିଆନ୍। ଏଥିସହ ରାଜ୍ୟର ଉଦ୍ୟମରେ ସେମାନଙ୍କର ସହଯୋଗ ଲୋଡିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏକ ନୂତନ ତଥା ସଶକ୍ତ ଓଡିଶା ଗଠନରେ ସେମାନଙ୍କୁ ଏହି ରୂପାନ୍ତର ଡ୍ରାଇଭ୍ରରେ ଅଂଶୀଦାର ଭାବରେ କାର୍ଯ୍ୟ କରିବାକୁ କହିଥିଲେ।
‘ଆମ ଓଡିଶା ନବୀନ ଓଡିଶା’ ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି : ୫ଟି ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ
ଭୁବନେଶ୍ବର : : ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ରେ ରହିଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ । ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏଥିରେ ପର୍ଯ୍ୟାୟ କ୍ରମେ ସାମିଲ ହେବେ ରାଜ୍ୟର ୬୭୯୪ଟି ପଞ୍ଚାୟତ । ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ୯୦୭୨୩ଟି ପ୍ରକଳ୍ପ। ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି, ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏଥି ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ।
ଗତ ୧୦ ତାରିଖରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପ୍ରଥମେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା । ପରେ ପୁରୀ, ନୟାଗଡ଼, ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼, କଟକ, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲା ପରେ ଆଜି ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହୋଇଛି। ତେବେ ଆଜି ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’  ଶୁଭାରମ୍ଭ କାର୍ଯ୍ୟକ୍ରମରେ ୫ଟି ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ କହିଛନ୍ତି ଯେ ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଆଦର୍ଶ ହେବ । ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ପାଣ୍ଡିଆନ କହିଛନ୍ତି।
୫ଟି ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି।ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲ୍ଲାର ୩୫ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୩୪.୪୩ କୋଟି ମଞ୍ଜୁର କରିଛନ୍ତି, ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ ସାମିଲ, ଗଣ୍ଡ ସମାଜକୁ ଭୁବନେଶ୍ୱରରେ ଜମି, ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଥିବା ବେଳେ ସେମାନଙ୍କୁ ପଟ୍ଟା ମଧ୍ୟ ମିଳିବ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀକୁ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି।  ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ରାୟଗଡ, ଗୁଣୁପୁର ଓ ବିଷମକଟକ । ଏହିସବୁ ନିର୍ବାଚନମଣ୍ଡଳୀର ୧୧ଟି ବ୍ଲକ୍‌‌ର ୧୮୨ଟି ଗ୍ରାମ ପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ କାମ ହେବ। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୪.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ମଝିଘରିଆଣୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ରାୟଗଡ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ, କାଶିପୁର କୁମାଖାଲରେ ୧୨୦ ଆସନ ବିଶିଷ୍ଟ ଏକ ହଷ୍ଟେଲ, ରାୟଗଡ ମଡେଲ ଡିଗ୍ରୀ କଲେଜ, ରାୟଗଡ ଅଟୋନମସ୍ କଲେଜ ଆଦିର ଉନ୍ନତିକରଣ ।
ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୮.୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚଟିକଣା ଶିବ ମନ୍ଦିରର ଉନ୍ନତିକରଣ, ନେଳିଆ ବନ୍ଧର ସୌନ୍ଦର୍ଯ୍ୟକରଣ ଓ ବିକାଶ, ଖଜୁରୀ ଗାଁ ଗଡଗଡା ଜଳପ୍ରପାତ ପର୍ଯ୍ୟଟନ କ୍ଷେତ୍ରର ବିକାଶ। ସେହିପରି ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୨.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାମେଶ୍ୱର ମହାଶମ୍ଭୁ ଶିବ ମନ୍ଦିରର ଉନ୍ନତିକରଣ, ମାତରବନମ ସଉରା ମନ୍ଦିରର ସୌନ୍ଦର୍ଯ୍ୟକରଣ, ବଂଶଧାରା ନଦୀ ଉପରେ ସେତୁ । ଏହିପରି ଜିଲ୍ଲାରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୬.୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ଅନ୍ୟପଟେ ଝାରସୁଗୁଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୩୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଝାରସୁଗୁଡା ଓ ବ୍ରଜରାଜ ନଗର। ଏଥିରେ ୫ଟି ବ୍ଲକ୍‌ର ୭୮ଟି ଗ୍ରାମପଞ୍ଚାୟତରେ ୯୫୭ ଟି ପ୍ରକଳ୍ପ କରାଯିବ। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୪୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨.୭୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଲାଇକେରାସ୍ଥିତ ଜଂଘାଲିଙ୍ଗ ମନ୍ଦିର । ଏହା ସହିତ ଝାରସୁଗୁଡାର ଗଣ୍ଡ ସମାଜ ପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରଠାରେ ୫୦ ଡେସିମିଲ ଜମି ଦିଆଯାଇଛି। ଏହା ଦ୍ୱାରା ଗଣ୍ଡ ସମାଜର ରାଜଧାନୀରେ ରହିବା ସୁବିଧା ସହିତ ସେମାନଙ୍କ କଳା ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସୁବିଧା ହେବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ବ୍ରଜରାଜ ନଗର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୮ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୮.୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ରାମଚଣ୍ଡୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ। ଏହା ଦ୍ୱାରା ବର୍ଷକୁ ଏହି ମନ୍ଦିରକୁ ଅତି କମ୍‌ରେ ୫୦ ହଜାର ଭକ୍ତ ଆସି ସୁବିଧାରେ ଦର୍ଶନ କରିପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେହିପରି ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ଦୀର୍ଘ ବର୍ଷର ସମସ୍ୟାକୁ ସମାଧାନ କରି ରାଜ୍ୟ ସରକାର ସେମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ୧୮୦୦ରୁ ଅଧିକ ପରିବାରକୁ ୩୧୩୦ ଏକରରୁ ଅଧିକ ଜମି ପାଇଁ ପଟ୍ଟା ଯୋଗାଇଦିଆଯିବ। ଫେବୃଆରୀ ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ। ଜିଲ୍ଲାରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।
ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଜାନୁଆରୀ ପହିଲାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
କଟକ: ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭୋରରୁ ତ୍ରିଶୂଳିଆରେ ପହଞ୍ଚି ଭୁବନେଶ୍ବର- କଟକ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ତ୍ରିଶୂଳିଆରେ ପ୍ରସ୍ତାବିତ ମେଟ୍ରୋ ରେଳ ଷ୍ଟେସନ ଟର୍ମିନାଲ ଏବଂ ଡିପୋ ବୁଲି ଦେଖିଛନ୍ତି । ମେଟ୍ରୋ ରେଲ ପ୍ରକଳ୍ପର ଠିକ ସମୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ଉପରେ ଆଲୋଚନା କରିଛନ୍ତି ।
5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପ୍ରସ୍ତାବିତ ମେଟ୍ରୋ ଟର୍ମିନାଲ ଓ ତ୍ରିଶୁଳିଆ ଡିପୋରେ ପହଞ୍ଚି ସମୀକ୍ଷା କରିଛନ୍ତି । ଭୁବନେଶ୍ବର ଓ କଟକ ପାଇଁ ତ୍ରିଶୁଳିଆ ହେବ ପରିବହନର ହବ୍ । ଏହି ଅବସରରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 5T ନୀତି ଆଧାରରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଭି.କେ. ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଡିପିଆରକୁ ମଞ୍ଜୁରୀ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ପ୍ରକଳ୍ପ ପରବର୍ତ୍ତି ସମୟରେ ଖୋର୍ଦ୍ଧା ଓ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ ହେବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଆଗାମୀ ଦିନରେ ତ୍ରିଶୂଳିଆ, ଟୁଇନ୍ ସିଟି କଟକ ଓ ଭୁବନେଶ୍ବର, ବାଙ୍କି ଓ ଆଠଗଡ଼ ମଧ୍ୟରେ ଏକ ଗେଟ୍ ଓ୍ବେ ଭାବେ କାର୍ଯ୍ୟ କରିବ ।
ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୂଳିଆରେ ପ୍ରତିଷ୍ଠା ହେବ । ତ୍ରିଶୂଳିଆରେ ମେଟ୍ରୋ ରେଳର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହ ମରାମତି ସୁବିଧା ରହିବ । ଏଥିପାଇଁ ତ୍ରିଶୂଳିଆରେ ଏକ ବସଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି । ଏହି ବସଷ୍ଟାଣ୍ଡ ମେଟ୍ରୋ ରେଳ ଷ୍ଟେସନ ସହ ସଂଯୋଗ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ନେଇ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକୁ 5T ନୀତି ଆଧାରରେ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି ।
ନିର୍ଦ୍ଧାରିତ ୪ ବର୍ଷ ସମୟସୀମା ମଧ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଜନ ହୋଇଥିବାରୁ ଶିଳାନ୍ୟାସ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏକ ବିଶ୍ବସ୍ତରୀୟ ସହରାଞ୍ଚଳ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଯନ୍ତ୍ରପାତିର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଭି.କେ. ପାଣ୍ଡିଆନ୍ । ଯାତ୍ରୀଙ୍କ ସୁବିଧା ପାଇଁ ଟୁଇନ୍ ସିଟିର ସବୁ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହ ସଂଯୋଗ କରାଯିବ । ଭବିଷ୍ୟତ ସଂପ୍ରସାରଣ ପାଇଁ ମଧ୍ୟ ଏବେଠୁ ଆଗୁଆ ପ୍ରସ୍ତୁତି କରିବାକୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।
ସେହିପରି ନବ ନର୍ମିତ ନେତାଜୀ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ । ଯାତ୍ରୀ, ବସ ଚାଳକ ଓ ସେବା ପ୍ରଦାନକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବସ୍ ସେବା କିପରି ଚାଲିଛି ସେନେଇ ମତାମତ ନେଇଥଲେ ଭି.କେ. ପାଣ୍ଡିଆନ୍ । ଟର୍ମିନାଲରେ ସମନ୍ବିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ ।
5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ରୂପାନ୍ତରୀତ ତାଳଦଣ୍ଡା କେନାଲ ବୁଲି ଦେଖିଥିଲେ । କେନାଲର ସୌନ୍ଦର୍ଯ୍ୟକରଣ ଓ ଯାତ୍ରୀଙ୍କ ପାଇଁ ଥିବା ଆମୋଦ ପ୍ରମୋଦ କେନ୍ଦ୍ରର ନିୟମିତ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେଇଥିଲେ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ଭି.କେ.ପାଣ୍ଡିଆନ୍
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।  ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ଅବସର ନେବା ଖବର ପ୍ରସାରିତ ହେବାପରେ ଏହାକୁ ନେଇ ବେଶ ଚର୍ଚ୍ଚା ଓ ଆଲୋଚନା ଚାଲିଛି। କାରଣ ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଅଫିସର ହେଉଛନ୍ତି ପାଣ୍ଡିଆନ। ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବତାର ରୂପ ଦେଇ ଚାଲିଛି। ତୃଣମୂଳସ୍ତର ସହ ଜଡିତ ରହି ବିକାଶର ଶିଖରକୁ ସ୍ପର୍ଶ କରିବାରେ ସେ ଅତ୍ୟନ୍ତ ପାରଙ୍ଗମ। ସେଥିପାଇଁ ଆଜି ସାରା ଦେଶରେ ୫-ଟି ଭଳି ଏକ ନିଆରା ଚିନ୍ତାଧାରାକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନୂତନ ଓଡ଼ିଶାର ନବନିର୍ମାଣର କରୁଛନ୍ତି ତାହାର ସାରଥୀ ସାଜିଛନ୍ତି ଭି.କେ.ପାଣ୍ଡିଆନ୍।
ଭି.କେ ପାଣ୍ଡିଆନ୍‌ – କେଉଁଠୁ ଆସିଲେ ଏ ଆଇଏଏସ୍‌ ଅଫିସର?
ଭି.କେ ପାଣ୍ଡିଆନ୍ ଏହି ନାମକୁ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କର ପୂରା ନାଁ ଭି. କାର୍ତିକେୟନ୍‌ ପାଣ୍ଡିଆନ୍‌ ।୧୯୭୪ ମେ ମାସ ୨୯ ତାରିଖରେ ତାମିଲନାଡୁ ମଦୁରାଇରେ ଜନ୍ମ ଗ୍ରହଣ କରିଥିଲେ ଏହି ଆଇଏଏସ୍‌ ଅଫିସର । ତାଙ୍କ ନିଜ ଘର ତାମିଲନାଡୁରେ ହୋଇଥିବାବେଳେ, ସେଇଠି ହିଁ ତାଙ୍କ ପାଠ ପଢା ଶେଷ ହୋଇଥିଲା । ତାଙ୍କ ସ୍କୁଲ କ୍ୟାରିୟର ନେଭେଲି ସ୍ପୋର୍ଟସ୍‌ ହଷ୍ଟେଲରେ ଶେଷ ହୋଇଥିବାବେଳେ, ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ବିଏସି ଏଗ୍ରିକଲଚର ଓ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ଆଇଏଏସ୍‌ ପରୀକ୍ଷାରେ ସଫଳତା ପାଇଥିଲେ ।
ଓଡ଼ିଶାରେ ପାଣ୍ଡିଆନଙ୍କ କ୍ୟାରିୟର
ଓଡିଶାରେ ପାଣ୍ଡିଆନ କାମ ଆରମ୍ଭ କରିଥିଲେ ଜଣେ ଯୁବ ସବ-କଲେକ୍ଟର ହିସାବରେ । ୨୦୦୦ ବ୍ୟାଚର ଏହି ଆଇଏଏସ୍‌ ଅଫିସର ନିଜ ଚାକିରି ଜୀବନର ପ୍ରଥମରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡରୁ ସବ-କଲେକ୍ଟର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ସମୟରେ ପାଣ୍ଡିଆନଙ୍କ ଗୋଟିଏ ନିଷ୍ପତି ତାଙ୍କୁ ଚର୍ଚ୍ଚାରେ ଆଣିଥିଲା । ସେତେବେଳେ ମିଲରମାନଙ୍କୁ ପୂରା ଏମଏସପି ଚାଷୀମାନଙ୍କୁ ଦେବାକୁ ନିଷ୍ପତି ନେଇଥିଲେ ପାଣ୍ଡିଆନ୍‌ । ଆଉ ଏହାର ସିଧାସଳଖ ଲାଭ ପାଇଥିଲେ ହଜାର ହଜାର ଚାଷୀ ଭାଇ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଣ୍ଡିଆନଙ୍କ ଏହି ନିଷ୍ପତିକୁ ପ୍ରଂଶସା କରିଥିଲେ।
୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ପାଣ୍ଡିଆନ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ରାଉରକେଲା ଏଡିଏମ୍ ଭାବେ କାମ କରିବା ପରେ୨୦୦୫ ରୁ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ହୋଇଥିଲେ। ମୟୁରଭଞ୍ଜ କଲେକ୍ଟର ଭାବରେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ କାମ କରିଥିଲେ ପାଣ୍ଡିଆନ। ସେତେବେଳେ ସାରା ଦେଶରେ ସେ ସବୁଠୁ ୟଙ୍ଗ କଲେକ୍ଟର ହେବାର ଗୌରବ ଅର୍ଜନ କରିଥିଲେ ଭି.କେ ପାଣ୍ଡିଆନ୍, ଆଉ ତାଙ୍କ କାମକୁ ନେଇ ବି ବେଶ ଚର୍ଚ୍ଚା ହେଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ସେ ପ୍ରଥମ କରି ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦେବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ମୟୂରଭଞ୍ଜଙ୍କୁ ନ୍ୟାସନାଲ୍‌ ଆୱାର୍ଡ ମିଳିବା ସହ ପାଣ୍ଡିଆନଙ୍କୁ ହେଲେନ୍‌ କିଲର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ଏହାପରେ ଓଡିଶାର ଉତ୍ତରରୁ ଏବେ ଦକ୍ଷିଣକୁ ଆସିଥିଲେ ଭି କେ ପାଣ୍ଡିଆନ୍‌ । ମୟୂରଭଞ୍ଜରୁ ବଦଳି ହେଇ ସେ ହେଇଥିଲେ ଗଞ୍ଜାମ କଲେକ୍ଟର । ସେତେବେଳେ ଓଡିଶାର ଜିଲ୍ଲାମାନଙ୍କ ଭିତରେ ଗଞ୍ଜାମକୁ ଗୋଟିଏ ପଛୁଆ ଜିଲ୍ଲା ହିସାବରେ ଦେଖାଯାଉଥିଲା । ହେଲେ ଯେବେଠୁ ପାଣ୍ଡିଆନ୍‌ ଏ ଜିଲ୍ଲାର କଲେକ୍ଟର ହେଲେ, ସେବେଠୁ ଗଞ୍ଜାମ ଆଗକୁ ବଢିବା ସହ ବିକାଶର ସ୍ୱପ୍ନ ଦେଖିଥିଲା। ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ଅଶେଷ ସଫଳତା ମିଳିଥିଲା। ପାଣ୍ଡିଆନ ଜିଲ୍ଲାପାଳ ଥିବା ସମୟରେ ବିଭିନ୍ନ ସରକାରୀ ଯୋଜନାର ସଠିକ କାର୍ଯ୍ୟ ପାଇଁ ୪ ଥର ଜାତୀୟ ପୁରସ୍କାର ପାଇଥିଲା ଗଞ୍ଜାମ।
ସେତେବେଳେ ମନରେଗା ଭଳି ଜନ ହିତକାରୀ ସରକାରୀ ଯୋଜନାକୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ଭି କେ ପାଣ୍ଡିଆନ୍‌ ସେତେବେଳେ ଏ କାମକୁ ନିଜେ ହିଁ ତର୍ଜମା କରୁଥିଲେ । ଲୋକଙ୍କ ମନରେଗା କାମର ପାଉଣା, ସେତେବେଳେ ପ୍ରଥମ କରି ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଆଉ ପାଣ୍ଡିଆନଙ୍କ ନିଆରା ନିଷ୍ପତି ଯୋଗୁଁ ଦୁଇ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ପାଇଥିଲା ଗଞ୍ଜାମ । ଏହାସହ ରାଜ୍ୟ ସରକାର ମଧ୍ୟ ଭି କେ ପାଣ୍ଡିଆନ୍‌ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଥିବା ଏହି ବ୍ୟବସ୍ଥାକୁ ସାରା ରାଜ୍ୟରେ ଲାଗୁକରିଥିଲେ।
ମନରେଗା ପରେ ଗଞ୍ଜାମରେ ଏଡସ୍‌ ରୋକିବାକୁ ଅଣ୍ଟା ଭିଡିଥିଲେ କଲେକ୍ଟର ଭିକେ ପାଣ୍ଡିଆନ୍‌ । ସେତେବେଳେ ଗଞ୍ଜାମ ହିଁ ଓଡିଶାରେ ଗୋଟିଏ ମାତ୍ର ଜିଲ୍ଲା ଥିଲା । ଯେଉଁଠି ଏଡସ୍‌ ରୋଗୀଙ୍କ ସଂଖ୍ୟା ସବୁଠୁ ଉପରେ ଥିଲା । ଗଞ୍ଜାମ ଜିଲ୍ଲାରେ ଏଡସ୍‌ ରୋକିବାକୁ କାମ ଆରମ୍ଭ କରିଥିଲେ ପାଣ୍ଡିଆନ୍‌ । ଆଉ ଏଥିପାଇ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ନ୍ୟାସନାଲ ଆୱାର୍ଡ ମିଳିଥିଲା । କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ସର୍ବବୃହତ୍ ଦୁଇ ଜିଲ୍ଲା ମୟୁରଭଞ୍ଜ ଓ ଗଞ୍ଜାମର ଜିଲ୍ଲାପାଳ ଭାବେ ଉତ୍କୃଷ୍ଟ ପ୍ରଶାସନର ଉତ୍ତମ ନିଦର୍ଶନ କରିପାରିଥିଲେ। ପାଣ୍ଡିଆନ୍‌ଙ୍କ ସୁଦୂରପ୍ରସାରୀ ବିଚାର ଓ ଲକ୍ଷ୍ୟର ପ୍ରାମାଣିକତା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ଅନୁମେୟ ହେଉଥିଲା।
ପାଣ୍ଡିଆନ କେମିତି ହେଲେ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ପାଣ୍ଡିଆନଙ୍କ ଷ୍ଟାଇଲ୍‌ ଅଫ୍‌ ୱାର୍କ । ଆଉ ଲୋକଙ୍କ ପାଇଁ ତାଙ୍କ କାମ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହେଇଥିଲେ । ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିଲା। ଏହାପରେ ୨୦୧୧ ମସିହା ମେ ୨ ତାରିଖରୁ ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଇଥିଲେ ଭିକେ ପାଣ୍ଡିଆନ।
ନବୀନଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭିକେ ପାଣ୍ଡିଆନ
କ୍ୟାରିୟର ଆରମ୍ଭରୁ ଲୋକଙ୍କ ପାଇଁ କାମ କରି ସମସ୍ତଙ୍କ ପ୍ରିୟ କଲେକ୍ଟର ହୋଇପାରିଥିବା ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବା ପରେ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ନବୀନଙ୍କ ସରଳତା ଆଉ କଥା କମ୍‌ କାମ ଅଧିକ ଗୁଣ ତାଙ୍କୁ ବେଶ ପ୍ରଭାବିତ କରିଥିଲା।
୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ୟ୍ୟରେ ଯୋଗ ଦେବା ସହ ତାଙ୍କର ଆରମ୍ଭ ହୋଇଥିଲା ନୂଆ ମିଶନ୍।
ନୀରବ କର୍ମଯୋଗୀ, ପ୍ରଗତିର ସାଧକ ଭାବେ ଅତ୍ୟନ୍ତ ସରଳତାର ସହ ସର୍ବଦା ତୃଣମୂଳସ୍ତର ସହ ଯୋଡି ରହି ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭୂମିକା ତୁଲାଇ ଆସିଛନ୍ତି ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସାରା ରାଜ୍ୟର ସାମଗ୍ରୀକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ଦିଗରେ ଅଦ୍ଵିତୀୟ କର୍ତ୍ତବ୍ୟଭାରକୁ ସେ ନିଜ କାନ୍ଧ ଉପରକୁ ନେଇ ଆଗେଇ ଚାଲିଛନ୍ତି। ସାଜିଛନ୍ତି ରୂପାନ୍ତରଣର ଅଗ୍ରଧ୍ଵଜାଧାରୀ। ସହରାଞ୍ଚଳରେ ଆହାର ଯୋଜନାର ତଦାରଖ ପାଇଁ ଯିବା ବେଳେ ନିଜେ ଥାଳ ଧରି କାଉଣ୍ଟର୍‌ରୁ ନିଜ ପାଇଁ ଖାଦ୍ୟ ଆଣିବା ଓ ଅନ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ କରିବା ତାଙ୍କ ସରଳତାର ପ୍ରତୀକ। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଯେଉଁଠି ରାଜ୍ୟର ଆଗାମୀ ଭବିଷ୍ୟତକୁ ଯେକୌଣସି ହାଇ-ଫାଇ ଇଂରାଜୀ ମାଧ୍ୟମ ତଥା ନାମୀଦାମୀ ସ୍କୁଲ ସମାନ ଛାତ୍ରଛାତ୍ରୀଙ୍କୁ ମିଳୁଛି ଅତ୍ୟାଧୁନିକ ଶିକ୍ଷା। ସ୍ମାର୍ଟ କ୍ଲାସ୍ ରୁମ୍‌ରେ ଡିଜିଟାଲ୍ ପାଠପଢା, କମ୍ପ୍ୟୁଟର୍ ଓ ମଡର୍ଣ୍ଣ ସାଇନ୍ସ ଲ୍ୟାବ୍ ସହ ଯୁଗପଯୋଗୀ ଶିକ୍ଷା ପରିବେଶ ସେମାନଙ୍କୁ ଭବିଷ୍ୟତର ଆହ୍ବାନ ପାଇଁ ଦକ୍ଷ କରି ଗଢି ତୋଳୁଛି। କେବଳ ବିଦ୍ୟାର ମନ୍ଦିର ନୁହେଁ, ଧର୍ମର ପୀଠକୁ ମଧ୍ୟ ୫-ଟି ରୂପାନ୍ତରଣରେ ସାମିଲ କରିଛନ୍ତି। ହେଉଛି ବିଭିନ୍ନ ପ୍ରସିଦ୍ଧ ଧର୍ମସ୍ଥଳର ନବକଳେବର। ଉନ୍ନତ ପର୍ଯ୍ୟଟନସ୍ଥଳ ଭାବେ ଗଢି ଉଠୁଛି ଏସବୁ ସ୍ଥାନ। ନିଜେ ଭକ୍ତ ସାଜି ଠାକୁରଙ୍କ ଆଗରେ ମୁଣ୍ଡିଆ ମାରି ଏ ଜାତି, ଏ ରାଜ୍ୟର ମଙ୍ଗଳ କାମନା କରି ସେ ନତମସ୍ତକ ହେବା ଦୃଶ୍ୟ ତାଙ୍କ ଚରିତ୍ରର ମହନୀୟତା ଦର୍ଶାଏ। ସର୍ବଦା ହସ ହସ ମୁହଁରେ ଦୃଶ୍ୟମାନ ପାଣ୍ଡିଆନ୍ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସଦା ପ୍ରେରଣାଦାୟୀ।
ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣରୁ ଆରମ୍ଭ କରି କୃଷକର ଜମିକୁ ଜଳସେଚନ ପାଇଁ ଏକାଧିକ ଜଳପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଇଛନ୍ତି ସେ। ଯାହାଙ୍କ ପାଇଁ କର୍ତ୍ତବ୍ୟ ପ୍ରାଥମିକତା, ତାଙ୍କ ପାଇଁ ସମୟ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଏଣୁ ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟକୁ ପଛ କରି ଭୋର୍ କି ସକାଳ ନାହିଁ, ମଧ୍ୟାହ୍ନ କି ସନ୍ଧ୍ୟା ନାହିଁ ସେ ତଦାରଖ ସକାଶେ ବିଭିନ୍ନ ସ୍ଥାନରେ ପହଞ୍ଚି ଯାଆନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ହେଉ କି କାଳିଆ ସ୍କିମ୍, ମୁଖ୍ୟମନ୍ତ୍ରୀଙ୍କ ଯୋଜନାର ପ୍ରକୃତ କାର୍ଯ୍ୟକାରିତା ପାଇଁ ପରଦା ପଛର ନାୟକ ସାଜି ସେ ସଦା ତତ୍ପର। ସେଥିପାଇଁ ତ ଆଜି ଓଡ଼ିଶା ହକିର ହବ୍। କ୍ରୀଡା ଓ କ୍ରୀଡାବିତ୍‌ଙ୍କୁ ଏଠି ମିଳୁଛି ସର୍ବାଧିକ ସୁବିଧା ସୁଯୋଗ। ଏକ କ୍ରୀଡା ଛାତ୍ରାବାସରୁ ଆସିଥିବା ଏହି ଆଇଏଏସ୍ ଜଣକ ହକି ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ରାଜ୍ୟରେ ହକିର ଭିତ୍ତିଭୂମିକୁ ଏତେ ଅଧିକ ବିକଶିତ କରାଇଲେଣି ଯେ ତାହାର ତୁଳନା ନାହିଁ। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ସେଠି ତାଙ୍କ ଛାଇ ଭଳି ଉପସ୍ଥିତ ରହି ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ଆଗେଇ ନେଇ ଚାଲିଛନ୍ତି ସେ। ପୁଣି ସାମୂହିକ ପ୍ରୟାସ ପ୍ରତି ଗୁରୁତ୍ବ ମଧ୍ୟ ଦିଅନ୍ତି ସେ। ପ୍ରଶାସନିକ ସହଯୋଗୀଙ୍କ ସହ ତାଙ୍କ ବନ୍ଧୁତା ତାଙ୍କୁ ଜଣେ ଉତ୍ତମ ମାର୍ଗଦର୍ଶକର ସ୍ଥାନ ଦିଏ।
ଏତେ ଉଚ୍ଚ ଓ ମହତ୍ତ୍ୱପୂର୍ଣ୍ଣ ପଦରେ ଥାଇ ନିଜକୁ ସାଧାରଣ କରି ରଖିବାରେ ତାଙ୍କର ଆଗ୍ରହ। ସେଥିପାଇଁ ତ ପିଲାଙ୍କ ସହ ମିଶି କ୍ଲାସରେ ବସିବା ହେଉ ବା ନିଜ ହାତରେ ସେମାନଙ୍କୁ ମିଠା ପରଷିଦେବାରେ ତାଙ୍କର ତୃପ୍ତି ଦେଖିବା ଯୋଗ୍ୟ। ସାଧାରଣ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟତର ହୋଇ ପ୍ରଶାସନକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟରତ ସେ। କଟକର ଏସ୍‌ସିବି ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ଏମ୍‌ସ୍ ପ୍ଲସ୍ ମାନ୍ୟତା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାରେ ପରିଣତ କରାଇବା ନିମନ୍ତେ ୫-ଟି କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା। କରୋନା ବିରୋଧୀ ମୁକାବିଲା ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକର ପ୍ରତିକାର, ଏ କ୍ଷେତ୍ରରେ ଆମ ରାଜ୍ୟକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ବାସ୍ତବତାରେ ପରିଣତ କରିପାରିଛନ୍ତି ଭିକେ ପାଣ୍ଡିଆନ।
ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ
ଭୁବନେଶ୍ବର: ସ୍ୱେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ। ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ମିଳିଛି । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ଆଜି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ।
ଭିକେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ନେବା ନେଇ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୁପିନ୍ଦର ପାଲ ସିଂ ଏ ସଂକ୍ରାନ୍ତରେ ପତ୍ର ଲେଖି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କୁ ଅବଗତ କରିଛନ୍ତି।ଗତ ୨୦ ତାରିଖ ଦିନ ଭି କେ ପାଣ୍ଡିଆନ୍ ସ୍ବେଚ୍ଛାକୃତ ଅବସର ଲାଗି ଆବେଦନ କରିଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବା ସହ କେନ୍ଦ୍ରର ଅନୁମୋଦନ ଲାଗି ପଠାଇଥିଲେ। ଏହାପରେ ଓଡ଼ିଶା କ୍ୟାଡରର ୨୦୦୦ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇ କେନ୍ଦ୍ର ସରକାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ପ୍ରସ୍ତାବ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଗୃହୀତ ହୋଇଥିବା କେନ୍ଦ୍ର କାର୍ମିକ ବିଭାଗ ଆଜି ଜଣାଇଛି।
୨୦୦୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ଭି କାର୍ତ୍ତିକେୟ ପାଣ୍ଡିଆନ୍‌ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ। ଏହାପରେ ୨୦୦୫ରୁ ୨୦୦୭ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ । ୨୦୦୭ରୁ ୨୦୧୧ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଥିଲେ ଭି.କେ ପାଣ୍ଡିଆନ । ତେବେ ୨୦୧୧ ପରଠୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।
ପୁରୀ ଗସ୍ତରେ 5T ସଚିବ, ଲୋକଙ୍କ ପାଖରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା
ପୁରୀ: ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗ୍ରାଉଣ୍ଡକୁ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଲୋକଙ୍କ ପାଖରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ପାନ ଚାଷୀ ୧୫ ଦିନରେ ସ୍ବତନ୍ତ୍ର ପ୍ୟାକେଜ ପାଇବେ । ଖୁବଶୀଘ୍ର ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ମା’ ମଙ୍ଗଳାଙ୍କ ମନ୍ଦିର DPR ପ୍ରସ୍ତୁତ ହୋଇ ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ରୂପାନ୍ତର ହେବ । ଏଥିପାଇଁ ଖର୍ଚ୍ଚ ହେବ ୧୦ କୋଟି ଟଙ୍କା । ୨୧୦ କୋଟି କୋଣାର୍କ ମନ୍ଦିର ବିକାଶ ପାଇଁ ଖର୍ଚ୍ଚ ହେବ । ଅନ୍ତର୍ଜାତୀୟ ସ୍ତରର ହେବ କୋଣାର୍କ । ଚନ୍ଦ୍ରଭାଗା ବେଳାଭୂମି ପାଇଁ ବି ମୁଖ୍ୟମନ୍ତ୍ରୀ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅସ୍ତରଙ୍ଗ ବ୍ଲକର ୫୦ ଗାଁ, କାକଟପୁରର ୪୭ଗାଁ, ଗୋପର ୫୦ଗାଁ ପାଇଁ ୨୩୫ କୋଟି ଖର୍ଚ୍ଚ ହୋଇ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି ।
ପ୍ରାଚୀ ନଦୀ ଉପରେ ୨ଟି, ଦେବୀ ଓ କାଦୁଆ ନଦୀ ଉପରେ ଗୋଟିଏ ଲେଖାଏ ସେତୁ ହେବ । ଅସ୍ତରଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୨ କୋଟି ଅନୁମୋଦନ ହୋଇଛି । ପ୍ରାଚୀ ନଦୀ ଉନ୍ନତିକରଣ ପାଇଁ ୧୫ କୋଟି ଖର୍ଚ୍ଚ ହୋଇଛି । ନିମାପଡାରୁ କାକଟପୁର ଯାଏ ବିଦ୍ୟୁତ ପାଇଁ ଖର୍ଚ୍ଚ ହୋଇଛି ୮ କୋଟି ଟଙ୍କା । ସେହିପରି ଚିଙ୍ଗୁଡାରୁ ଇତିପୁର, ଗୋପ ରାସ୍ତା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରୁ ୧୫ କୋଟି ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।
ଆଜି ଦ୍ବିତୀୟ ଦିନରେ ପୁରୀ ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । କାକଟପୁରରେ ପହଞ୍ଚି ଲୋକଙ୍କ ହାତରୁ ଗ୍ରହଣ କରିଛନ୍ତି ଅଭିଯୋଗପତ୍ର । ମହିଳାମାନେ ପୁଷ୍ପ ବର୍ଷା ସହ ହୁଳହୁଳି ଦେଇ 5T ସଚିବଙ୍କୁ ସ୍ବାଗତ କରିଥିଲେ । 5T ସଚିବ ନିଜେ ଚାଲି ଚାଲି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ହାତ ମିଶାଇଥିଲେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଯେଉଁମାନେ ଦରଖାସ୍ତ ଦେଇଛନ୍ତି ତାହା ୭ ଦିନ ମଧ୍ୟରେ ପୂରଣ କରାଯିବ । ପିଇବା ପାଣି ସମସ୍ୟା ଯାହାର ଅଛି, ତାହା ମଧ୍ୟ ପୂରଣ ହେବ । ଆଜି ସନ୍ଧ୍ୟା କି କାଲି ସକାଳ ସୁଦ୍ଧା ଆପଣଙ୍କ ଗାଁକୁ ଯନ୍ତ୍ରୀ ଯିବେ । ଦୁଇ ଦିନ ଭିତରେ ପିଇବା ପାଣି ସମସ୍ୟାର ସମାଧାନ ହେବ । ବାକି ଦରଖାସ୍ତ ବି ଟିକନିକ ଦେଖାଯିବ । ମୁଖ୍ୟମନ୍ତ୍ରୀ ସବୁବେଳେ ମିଶନ ଶକ୍ତି ମାଆମାନଙ୍କ ସହ ଅଛନ୍ତି । ମିଶନ ଶକ୍ତିରେ ଏବେ ୭୦ ଲକ୍ଷରୁ ଅଧିକ ମା’ ସାମିଲ ହୋଇଛନ୍ତି । ଗୋଟିଏ ବର୍ଷରେ ୧୧ ହଜାର ୩ଶହ କୋଟି ଋଣ ନେଇଛନ୍ତି ମିଶନ ଶକ୍ତି ମାଆ ।
ପୁରୀ ଜିଲ୍ଲାରେ ଋଣର ପରିମାଣ ୩.୪୬ ଲକ୍ଷ ରହିଛି । ସେହିପରି BSKY ଜରିଆରେ ଦେଶର ଓ ରାଜ୍ୟର ବଡ଼ ବଡ଼ ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି । ଚାଷୀ ମାନଙ୍କ ପାଇଁ ୧ ଲକ୍ଷ ଯାଏ ବିନା ସୁଧରେ ଋଣ ଦେଉଛନ୍ତି । ଏବେ ଫସଲ ବିମାରେ ପ୍ରିମିୟମ ବି ରାଜ୍ୟ ସରକାର ବହନ କରିବେ । ପୁରୀ ଜିଲ୍ଲାର ୧ ଲକ୍ଷ ୬ ହଜାର ଚାଷୀ ଫସଲ ବୀମାରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି 5T ସଚିବ । ପାନ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ ।
ବହୁପ୍ରତିକ୍ଷୀତ ସୋନ ବ୍ୟାରେଜ ପ୍ରକଳ୍ପ ପାଇଁ ୭୩୮ କୋଟି ମଞ୍ଜୁର କଲେ ରାଜ୍ୟ ସରକାର
ବାରିପଦା: ଦ୍ୱିତୀୟ ଦିନରେ ମୟୂରଭଞ୍ଜରେ ‘୫-ଟି’ ସଚିବ ମାରାଥନ ସମୀକ୍ଷା କରିଛନ୍ତି। ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରି ଫେରିଛନ୍ତି। ବହୁପ୍ରତିକ୍ଷୀତ ସୋନ ବ୍ୟାରେଜ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୭୩୮.୮ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏହି ପ୍ରକଳ୍ପ ଜରିଆରେ ବଡ଼ସାହି ବ୍ଲକ ଏବଂ ଗୋପବନ୍ଧୁ ନଗରରେ ୧୨,୧୮୬ ଏକର ଚାଷ ଜମିକୁ ଜଳସେଚିତ କରାଯାଇ ପାରିବ। ସେହିପରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପରିସର ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡିଆନ୍‌‌ ସୂଚନା ଦେଇଛନ୍ତି। ସମ୍ପ୍ରତି ବେତନଟୀ ବ୍ଲକରେ ୨୦୦୦୦ ଏକର ଜମିରେ ଜଳସେଚନ କରାଯାଉ ଥିବା ବେଳେ ସମ୍ପ୍ରସାରଣ କାମ ଶେଷ ହେବା ପରେ ୭୨୦୦୦ ଏକର ଜମିରେ ପାଣି ପହଞ୍ଚିବ। ଏହି ଦୁଇ ପ୍ରକଳ୍ପ ଦ୍ବାରା ମୋଟ ୮୪,୧୮୬ ଏକର ଜମିରେ ଜଳସେଚନ ହୋଇପାରିବ।
ଆଜି ‘୫-ଟି’ ସଚିବ ଶ୍ରୀ ପାଣ୍ଡିଆନ୍‌‌ ଏହା ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେହିପରି ବାଙ୍ଗିରିପୋଷୀରେ ୮୨ କୋଟି ଟଙ୍କା ବ୍ୟୟରେ ୩୨ କିମି ଲମ୍ବର ଘାଟ ରାସ୍ତା ପ୍ରକଳ୍ପ ଆସନ୍ତା ୬ ମାସ ମଧ୍ୟରେ ଶେଷ କରିବା ପାଇଁ ‘୫-ଟି’ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଶ୍ରୀ ପାଣ୍ଡିଆନ୍‌‌ ଆଜି କୁଳିଅଣା, ବେତନଟୀ ଏବଂ ସାରସକଣା ବ୍ଲକରେ ବୃହତ ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ୧୭୯ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପରୁ ଉକ୍ତ ତିନି ବ୍ଲକରେ ୧୫ ହଜାର ଏକର ଜମିକୁ ଜଳସେଚନ କରାଯାଇ ପାରିବ। ବର୍ତ୍ତମାନ ଏହି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ସେହିପରି ୨୧୧୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବୃହତ ପାଇପ୍‌‌ ପାଣି ଯୋଗାଣ ପ୍ରକଳ୍ପ ଆସନ୍ତା ଅକ୍ଟୋବର ମାସରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ କରାଯିବ ବୋଲି ଘୋଷଣା କରିଥିଲେ। ପ୍ରତ୍ୟେକ ପ୍ରକଳ୍ପରେ ସମୟାନୁବର୍ତ୍ତିତା ଏବଂ ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ଶ୍ରୀ ପାଣ୍ଡିଆନ୍‌‌ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ୫-ଟି ସଚିବ ପ୍ରକଳ୍ପ ସମୀକ୍ଷା କରିବା ସହିତ ବାଙ୍ଗିରିପୋଷି, ମୋରଡ଼ା, ବେତନଟୀ ଏବଂ ଉଦଳା ବ୍ଲକରେ ନିର୍ମାଣାଧୀନ ଆମ ହସ୍ପିଟାଲ ପ୍ରକଳ୍ପ ପରିଦର୍ଶନରେ ଯାଇଥିଲେ। ସେହିପରି ଉକ୍ତ ଚାରି ବ୍ଲକରେ ଆୟୋଜିତ ଜନ ଶୁଣାଣୀ ଶିବିରରେ ଯୋଗଦେଇ ଜନସାଧାରଣଙ୍କ ଲିଖିତ ଆପତ୍ତି ଅଭିଯୋଗ ଗ୍ରହଣ କରି ନିର୍ଦ୍ଧାରିତ ସମୟରେ ତାହା ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ।