corona-vaccination - The Sakala

ସରୁଛି ମାଗଣା ଟିକାର ଅବଧି, ତୁରନ୍ତ ବୁଷ୍ଟର ଡୋଜ୍ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଆହ୍ୱାନ
ଭୁବନେଶ୍ୱର: ମାଗଣା ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ସତର୍କ ଘଣ୍ଟି । ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି, ଏହା ପୂର୍ବରୁ ତୁରନ୍ତ ବୁଷ୍ଟର ଡୋଜ୍ ନେଇଯିବା ଲାଗି ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟୀକା ନେଇଯିବା ଲାଗି ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ପ୍ରିକସନ ଡୋଜ ନେଇଛନ୍ତି । ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଇଛନ୍ତି ୨୩ ଲକ୍ଷ ୩୨ ହଜାର ଲୋକ । ଏହାସହିତ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉ ନ ଥିବା କହିଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ କାଲିଠୁ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା କାଲିଠୁ ମିଳିବ ମାଗଣା ବୁଷ୍ଟର ଡୋଜ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ଏହି ମାଗଣା ବୁଷ୍ଟର ଡୋଜ । ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହି ଡ୍ରାଇଭ ଜାରି ରହିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ଘଟୁଛି, ତେଣୁ ସମସ୍ତ ବର୍ଗର ଲୋକଙ୍କୁ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ୧୨ ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ ୯୮% ଦ୍ୱିତୀୟ ଡୋଜ ୭୨%। ୧୫ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ୯୨% ଏବଂ ଦ୍ୱିତୀୟ ଡୋଜ ୮୨% ଟୀକାକରଣ କରାଯାଇଛି। ୧୮ ରୁ ଅଧିକ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ୯୦% ଟୀକାକରଣ ଦିଆସରିଛି। ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କରୋନା ଯୋଦ୍ଧା, ସମ୍ମୁଖ ଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକମାନେ ୨୮% ଟୀକାକରଣ କରାଯାଇଛି ।

ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଷର ନାଗରିକମାନଙ୍କୁ ପ୍ରିକସନ ଡୋଜ ମାଗଣାରେ ଦିଆଯିବ । ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟୀକାକରଣ ଚାଲିବ । ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟୀକାକରଣ କେନ୍ଦ୍ର ରହିଛି । ସେଠାରେ ମାଗଣାରେ ଟୀକାକରଣ କରିପାରିବେ । ଟିକାକରଣ କେନ୍ଦ୍ରଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି । ଯଦି ମାଗଣାରେ ଏଭଳି ଟୀକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ । ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ ।

ଏହି ବର୍ଗର ମୋଟ ୨ କୋଟି ୬୫ ଲକ୍ଷ ୮୫ ହାଜର ହିତାଧିକାରୀ ଅଛନ୍ତି । ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହାଜର ହିତାଧିକାରୀ ପ୍ରିକ୍ସସନ୍ ଡୋଜ ନେଇଛନ୍ତି । ଅର୍ଥାତ ୯୯% ଆହୁରି ଟିକା ନେଇନାହାନ୍ତି । ଏହି ଟୀକାକରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ । ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି । ଏହି ବୈଠକରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ମାଗଣା ଟୀକାକରଣ ନେଇ ଆଲୋଚନା ହେବ ।

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୁଷ୍ଟର ଡୋଜ, ୧୦ରୁ ଘରୋଇ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା
ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରୁ ଦେଶର ୧୮ ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ । ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ ଦେଶରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଭୂତାଣୁ ଚିହ୍ନଟ ହେବା ସହ ଦେଶରେ ଦୈନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାକୁ ଆରମ୍ଭ କରିଛି। ଗତକାଲି ଦେଶରେ ଦୈିନିକ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ଆଜି ଏହା ୧୧୦୦ ଟପି ଯାଇଛି। ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏପରି ପରିସ୍ଥିତିରେ ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ନାଗରିକଙ୍କୁ କରୋନାର ବୁଷ୍ଟର ଡୋଜ ଦିଆଯିବ। ଏନେଇ ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧୦ ତାରିଖରୁ ଘରୋଇ ଟିକା କେନ୍ଦ୍ରରେ ଏହି ବୁଷ୍ଟର ଡୋଜ ପ୍ରଦାନ କରାଯିବ।ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲରେ ନେଇପାରିବେ ବୁଷ୍ଟର ଡୋଜ । ଆସନ୍ତା ୧୦ରୁ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ ପକ୍ରିୟା। ସରକାରୀ ମେଡିକାଲରେ ଦୁଇଟି ଯାକ ଟିକା ନେଇସାରିଥିବା ବେଳେ ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲରୁ ନେଇ ପାରିବେ । କୋଭିଡର ଦୁଇଟି ଯାକ ଡୋଜ ନେବାର ୯ ମାସ ପରେ ବୁଷ୍ଟର ଡୋଜ ନେବେ ।

ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ଗୋଟିଏ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି । ସେହିପରି ୮୩ ପ୍ରତିଶତ ଡବଲ ଡୋଜ ଅର୍ଥାତ ଦୁଇଟି ଯାକ ଟିକା ନେଇସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ ସ୍ୱାସ୍ଥ୍ୟ କର୍ମୀ ଏବଂ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆସରିଛି । ଅନ୍ୟପଟେ ୧୨ ରୁ ୧୪ ବର୍ଷ ବୟସର ୪୫ ପ୍ରତିଶତ ପିଲା ଟିକା ନେଇସାରିଛନ୍ତି ।

ସୂଚନାଯୋଗ୍ୟ ୨୦୨୧ ଜାନୁଆରୀ ୧୬ରେ ଦେଶରେ ସାର୍ବଜାନୀନ ଟିକାକରଣ ଆରମ୍ଭ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଦିଆଯାଇଥିଲା। ଏହାପରେ ଗତ ବର୍ଷ ଫେବ୍ରୁଆରୀ ୨ ତାରିଖରେ ସମ୍ମୁଖଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଜୁନ ୨୧ ଯୋଗ ଦିବସରୁ ସାରା ଦେଶରେ ସମସ୍ତଙ୍କୁ ମାଗଣା ଟିଆ ଦେବା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୫.୩୮ କୋଟି ଡୋଜ ଦିଆଯାଇଛି।

ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ: ଜାତିସଂଘ
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିଚେଲ ବାସେଲେଟ କହିଛନ୍ତି ଯେ, ବାଧ୍ୟତାମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ । ଯେଉଁ ରାଷ୍ଟ୍ରମାନଙ୍କରେ କରୋନା ବିରୋଧୀ ଲଢ଼େଇରେ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି କିମ୍ବା ଏଥିପାଇଁ ଯୋଜନା ରହିଛି ସଂପୃକ୍ତ ରାଷ୍ଟ୍ର ମାନବାଧିକାରକୁ ମଧ୍ୟ ଗୁରୁତ୍ବ ଦେବା ଦରକାର। କୌଣସି ବି ପରିସ୍ଥିତିରେ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ଜାତିସଂଘ ମାନବାଧିକାର ପରିଷଦର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମିଚେଲ ସମସ୍ତଙ୍କୁ ସତର୍କ କରାଇବା ସହ ଟିକାକରଣ ବାଧ୍ୟତାମୂଳକ କରିବା ପୂର୍ବରୁ ମାନବାଧିକାର କ୍ଷେତ୍ରର ବିଭିନ୍ନ ଦିଗକୁ ବିଚାରକୁ ନେବା ଉଚିତ ବୋଲି କହିଛନ୍ତି । ଯଦି ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବ ସେତେବେଳେ ଟିକାକୁ ବାଧ୍ୟତାମୂଳକ କରାଯାଇପାରେ। ମାସ୍କ ପରିଧାନ ଠାରୁ ସମାଜିକ ଦୂରତାରକ୍ଷା ଭଳି କରୋନା କଟକଣା ପାଇଁ ରହିଥିବା ବିଭିନ୍ନ ନିୟମ ପାଳନ ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ସଫଳତା ନ ମିଳିଲେ ଟିକା ନିୟମକୁ ଜରୁରୀ କରାଯାଇ ପାରିବ ବୋଲି ମିଚେଲ କହିଛନ୍ତି । ଯଦି ଜଣେ ବ୍ୟକ୍ତି ବାଧ୍ୟତାମୂଳକ ଟିକାକରଣ ନୀତିକୁ ଗ୍ରହଣ ନ କରନ୍ତି ତେବେ ତାଙ୍କ ବିରୋଧରେ ଜୋରିମାନା ଲଗାଯାଇପାରିବ ଯେଉଁଠି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ସେଠାରେ ଲୋକଙ୍କୁ ଏହାର ସମୀକ୍ଷା ପାଇଁ ନ୍ୟାୟପାଳିକା ସୁବିଧା ମଧ୍ୟ ମିଳିବା ଦରକାର ବୋଲି ସେ କହିଛନ୍ତି।

କେନ୍ଦ୍ରକୁ କଂଗ୍ରେସର ଟାର୍ଗେଟ: ‘କରଦାତାଙ୍କ ଟଙ୍କାରେ ଚାଲିଛି ଟିକାକରଣ, ମାଗଣା କେମିତି ହେଲା’
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣକୁ ୧୦୦ କୋଟି ଟପିଛି । ଏହାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । କେନ୍ଦ୍ରକୁ ଟାର୍ଗେଟ କରି କଂଗ୍ରେସର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ କହିଛନ୍ତି ଯେ, ଏହି ଦେଶରେ କିଛି ବି‌ ମାଗଣା ନୁହେଁ। କରଦାତାଙ୍କ ଟଙ୍କାରେ ଟିକାକରଣ ଚାଲିଛି | କରଦାତାଙ୍କ ଟଙ୍କା କେବଳ କରଦାତାଙ୍କ ପାଇଁ ଖର୍ଚ୍ଚ ହେଉଛି । ସେଥିପାଇଁ ଏହା ମାଗଣା ନୁହେଁ । ଯଦି ବିଜେପି ନିଜ ନିର୍ବାଚନୀ ଫଣ୍ଡରୁ ମିଳିଥିବା ଟଙ୍କାରେ ଟିକାକରଣ ଅଭିଯାନ ଚଳାଇଥାନ୍ତା ତେବେ ଏହାକୁ ମାଗଣା କୁହାଯାଇଥାନ୍ତା ବୋଲି ସେ କହିଛନ୍ତି ।

ଗୌରବ ବଲ୍ଲଭ କହିଛନ୍ତି କହିଛନ୍ତି, ‘୩୩ ଲକ୍ଷ କୋଟି ଟଙ୍କା ଆପଣ କେବଳ ପେଟ୍ରୋଲ ଏବଂ ଡିଜେଲ ଉପରେ ଟ୍ୟାକ୍ସ ଆକାରରେ ସଂଗ୍ରହ କରିଛନ୍ତି | ଏହାର ମାତ୍ର ଦୁଇ ପ୍ରତିଶତରୁ କମ୍ ଅର୍ଥାତ୍ ପ୍ରାୟ ୩୫ ହଜାର କୋଟି ଟଙ୍କା ଟିକାକରଣ ପାଇଁ ଖର୍ଚ୍ଚ ହୋଇଛି। ଟିକାକରଣ ପ୍ରମାଣପତ୍ରରେ ପିଏମ ମୋଦିଙ୍କ ଫଟୋ ରହିବା ଉଚିତ ନୁହେଁ, ବରଂ ତେଲ ଉତ୍ପାଦନ କରି ଟିକାକରଣକୁ ଫଣ୍ଡିଂ କରୁଥିବା ବ୍ୟକ୍ତିଙ୍କ ଫଟୋ ରହିବା ଉଚିତ ।

କେନ୍ଦ୍ର ଉପରେ ଆକ୍ରମଣ କରି ଗୌରବ ବଲ୍ଲଭ କହିଛନ୍ତି, ‘ଏକ ଧାରଣା ସୃଷ୍ଟି ହୋଇଛି ଯେ ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ୧୦୦ କୋଟି ଟିକା ଦିଆଯାଇଛି। ୧୬ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଚାଇନାର ୮୦% ଜନସଂଖ୍ୟାକୁ ଉଭୟ ଡୋଜ୍ ଟିକା ଦିଆଯାଇଛି। ୧୬ ସେପ୍ଟେମ୍ବର ସୁଦ୍ଧା ଚାଇନାରେ ୨୧୬ କୋଟି ଡୋଜ୍ ଦିଆଯାଇଥିଲା। ଦ୍ୱିତୀୟତଃ, ଦୁନିଆର କେବଳ ଦୁଇଟି ଦେଶ ଚୀନ୍ ଏବଂ ଭାରତର ଜନସଂଖ୍ୟା ୫୦ କୋଟିରୁ ଅଧିକ | ତେବେ ଯେଉଁ ଦେଶ ଜନସଂଖ୍ୟାର ମାତ୍ର ତିନି କୋଟି, ସେହି ଦେଶ ସହିତ ଆମେ କ’ଣ ତୁଳନା କରିବାର କୌଣସି ଆବଶ୍ୟକତା ନାହିଁ ।

ବାସ୍ତବତା ହେଉଛି ଆମ ଦେଶର ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଟିକାର ଗୋଟିଏ ବି ଡୋଜ୍ ପାଇନାହାଁନ୍ତି | ତେବେ ଏତେ ଉଲ୍ଲସିତ ହେବାର‌କଣ କାରଣ ? ଦେଶରେ ଏପର୍ଯ୍ୟନ୍ତ ୨୧ ପ୍ରତିଶତ ଲୋକ ଉଭୟ ଡୋଜ୍ ଗ୍ରହଣ କରିଛନ୍ତି, କିନ୍ତୁ ଚାଇନାରେ ଏକ ମାସ ପୂର୍ବରୁ ୮୦ ପ୍ରତିଶତ ଲୋକ ଉଭୟ ଡୋଜ ପାଇଛନ୍ତି। ପିଲାମାନଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ନାହିଁ। ଏଥି ସହିତ ଗତ ୧୦ ଦିନ ଧରି ଟୀକାକରଣ ହାର ହ୍ରାସ ପାଇଛି ବୋଲି ଏହି କଂଗ୍ରେସ ମୁଖପାତ୍ର କହିଛନ୍ତି ।

କରୋନା ଟିକାକରଣ ପାଇଁ ଲକି ଡ୍ର’
ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଥାନରେ ବହୁ ଅଭିନବ ପ୍ରୟାସ କରାଯାଉଛି। ଏହି କ୍ରମରେ ବିହାରର କଟିହାରରୁ ଏକ ସେମିତି ଦୃଶ୍ୟ ସାମ୍ନାକୁ ଆସିଛି। ସେଠାରେ କରୋନା ଟିକା ନେଇସାରିବା ପରେ ଲୋକଙ୍କ ପାଇଁ ଲକି ଡ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ବିହାର ସରକାର ଲୋକଙ୍କୁ ଟିକା ନେବା ଦିଗରେ ଉତ୍ସାହିତ କରିବା ସହ ଏକ ସାମାଜିକ ଅନୁଷ୍ଠାନ ମଧ୍ୟ ଏ ଦିଗରେ ଆଗକୁ ବଢ଼ିଛି। ସେଥ଄ପାଇଁ  ‘ଟିକା ଲଗାଓ, ଇନାମ ପାଓ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଲକି ଡ୍ର ବିଜେତାଙ୍କୁ ଉପହାର ସ୍ବରୂପ ଟିଭି, ପଙ୍ଖା, ସାଇକେଲ୍ ଆଦି ଦିଆଯାଉଛି। ଅବଶ୍ୟ ସମାଜସେବୀ ତଥା ୪୫ ନମ୍ବର ୱାର୍ଡର କାଉନ୍‌ସିଲର୍‌ ମଞ୍ଜୁର ଖାନ୍‌ଙ୍କ ଉକ୍ତ ପ୍ରଚେଷ୍ଟାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ତାଙ୍କ କହିବା ଅନୁସାରେ, ତାଙ୍କ ଅଞ୍ଚଳର ଭଟ୍ଟା ମୋହଲ୍ଲାରେ ଗରିବ ଲୋକ ରହନ୍ତି। ସେଥ଄ପାଇଁ ଟିକା ନେବା ପାଇଁ କେହି ଆଗ୍ରହ ପ୍ରକାଶ କରୁନଥ଄ଲେ। ଏହା ସହ ଟିକାକୁ ନେଇ ଭ୍ରାନ୍ତ ଧାରଣା ଯୋଗୁଁ ସେମାନେ ଏହାଠାରୁ ଦୂରରେ ଥ଄ବା ଜଣାପଡ଼ିଛି। ଏସବୁକୁ ଦୃଷ୍ଟିରେ ରଖ଄ ଏଭଳି ଏକ ଅଭିନବ ଉପାୟ ଆପଣାଇଥ଄ବା କଥା ସେ କହିଛନ୍ତି।  ଅବଶ୍ୟ ଏହା ଦ୍ବାରା ୭୮୦ ଜଣ ଟିକା ନେଇ ସାରିଲେଣି।

ମହାମାରୀ ସମୟରେ ଟିକା ବଦଳରେ ବିଜେପିର ପୋଷ୍ଟର ଚିନ୍ତା
ଭୁବନେଶ୍ୱର: ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଚେତନତା ବାର୍ତ୍ତା ଥିବା ପୋଷ୍ଟର ଚିରୁଛନ୍ତି । ଏହାକୁ ଦେଖି ଏବେ ସମଗ୍ର ରାଜ୍ୟରେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପିର ଏହା ହୀନ ରାଜନୀତି ବୋଲି ଚର୍ଚ୍ଚା ହେଉଛି । ଟିକା ଯୋଗାଣରେ ଫେଲ୍ ମାରିଥିବା କେନ୍ଦ୍ରର ବିଜେପି ସରକାରଙ୍କ ଭାବମୂର୍ତ୍ତି ମଳିନ ହୋଇ ଆସୁଥିବା ବେଳେ ବିଜେପି କର୍ମୀଙ୍କ ଏଭଳି କାଣ୍ଡ ଭୋକ ବିକଳରେ ତାଟିଆ କାମୁଡ଼ା ବୋଲି ମତ ପ୍ରକାଶ ପାଇଛି ।

ସଂକଟ ବେଳେ ଶ୍ରେୟ ପାଇଁ କେତେ ତଳକୁ ଖସିପାରେ ବିଜେପି । ଦଳୀୟ ନେତାଙ୍କ ବିଜ୍ଞାପନ ପାଇଁ କେତେ ହୀନ ରାଜନୀତି କରିପାରେ ଦଳ। କରୋନା ଉଜାଡିଛି ଅନେକ ଘର, ଭାଙ୍ଗିଛି କେତେ ସଂସାର । ହେଲେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟର୍ ନଲାଗିବାକୁ ନେଇ ଲଜ୍ଜାଜନକ କାଣ୍ଡ କରିଛନ୍ତି ବିଜେପି କର୍ମୀ । ଧସେଇ ପଶିବା, ଠେଲାପେଲା କରିବାକୁ ବି ପଛାଇ ନାହାନ୍ତି । ଏଭଳି ଘଟଣା ଏବେ ରାଜ୍ୟବାସୀଙ୍କୁ ଚକିତ କରିଛି ।

ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ହେଲେ ଫଟୋରେ ଟିକାର ଦୁଇଟି ଯାକ ମାତ୍ରା ଠିକ୍ ସମୟରେ ନେବା ପାଇଁ ଅନୁରୋଧ କରିବା ସହ ଟିକା ନେବା ପରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିବେଦନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି, ସଂକ୍ରମଣ ବେଳେ ସଚେତନ କରିବାରେ ଭୁଲ୍ କେଉଁଠି ? ଟିକାର ଶ୍ରେୟ ନେଇ ପ୍ରଶ୍ନ କେଉଁଠୁ ଆସିଲା ? ସେପଟେ କୋଭିଡ୍ ବେଳେ ଲୋକେ ଠିକ୍‌ରେ ଟିକା ପାଆନ୍ତୁ କି ନପାଆନ୍ତୁ ସେଥିପ୍ରତି କେନ୍ଦ୍ର ସରକାରଙ୍କ ଧ୍ୟାନ ନାହିଁ । ହେଲେ ମୋଦିଙ୍କ ଫଟୋ କାହିଁକି ନାହିଁ, ତାକୁ ନେଇ ହଙ୍ଗାମା କରିଛନ୍ତି ବିଜେପି କର୍ମୀ । ଫଳରେ ବିଭିନ୍ନ କେନ୍ଦ୍ରରେ ଟିକାକରଣ ବାଧାପ୍ରାପ୍ତ ହୋଇଛି ।

ସାରା ଦେଶରେ ଟିକାକରଣ ଅଭିଯାନକୁ ନୂଆ ଦିଶା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ମାଗଣା ଟିକା ଘୋଷଣା ହେଉ କି ଟିକା କିଣିବା, ଲୋକଙ୍କ ଜୀବନ ରକ୍ଷା ପାଇଁ ସବୁବେଳେ ଆଗୁଆ ପଦକ୍ଷେପ ନେଇଛନ୍ତି ସରକାର । ପ୍ରଥମେ ଟିକା କମ୍ପାନୀ ସହ ଏମଓୟୁ କରିବା ସହ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ବି କରିଛି ରାଜ୍ୟ। କେବଳ ସେତିକି ନୁହେଁ ଆବଶ୍ୟକ ବେଳେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଇ ରାଷ୍ଟ୍ରନାୟକର ପରିଚୟ ମଧ୍ୟ ଦେଇଛନ୍ତି ନବୀନ । ସେପଟେ ଦ୍ବିତୀୟ ଲହର ମୁକାବିଲା ଓ ଭ୍ୟାକସିନ୍‌ ପ୍ଲାନ୍ ନେଇ କେନ୍ଦ୍ରକୁ ବାରମ୍ବାର ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଭୂତାଣୁ ଯୁଦ୍ଧରେ ଫେଲ୍ ମାରିଛି କେନ୍ଦ୍ରର ବିଜେପି ସରକାର । ଠିକ୍‌ ସମୟରେ ଟିକାକରଣ ନହେବାରୁ ଅନେକ ଜୀବନ ଯାଇଛି । ଆଉ ଏବେ ଶ୍ରେୟ ନେବାକୁ ଗୁଣ୍ଡାଗର୍ଦ୍ଦି କରି ଲୋକଙ୍କୁ ହଇରାଣ କରୁଛନ୍ତି ବିଜେପି କର୍ମୀ ।

ସେପଟେ ବାହାବା ନେବା ଉଦ୍ଦେଶ୍ୟରେ ଫଟୋକୁ ନେଇ ରାଜନୀତି କରୁଥିବା ବିଜେପି ପାଇଁ ବୁମେରାଂ ହେବ ପୋଷ୍ଟର ଚିରା । ଲୋକଙ୍କୁ ଦିଆଯାଉଥିବା ମାଗଣା ଟିକା, କେନ୍ଦ୍ର ସରକାର ନିଜ ପକେଟରୁ ଦେଉନାହାନ୍ତି। ଏହା ଜନତାଙ୍କ ପଇସା। ତେଣୁ ଶ୍ରେୟ ମାଗିବାକୁ ବିଜେପି କିଏ ? ଏତେ ଅସହିଷ୍ଣୁତା କାହିଁକି? ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିବା ଘଟଣା ବିଜେପିର ହୀନ ରାଜନୀତିକୁ ପଦାରେ ପକାଇଛି ।

ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା : କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର
୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ସୂଚନା ଥାଉକି ଶୁକ୍ରବାର ଗଣମାଧ୍ୟମ ଭିଡିଓ କନଫରେନ୍ସିଂ କଥା ହେଲା ବେଳେ କରୋନା ପରିଚଳାନା ଓ ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଏମିତି ଫାର୍ସ(ନୌଟଙ୍କି) ପାଇଁ ଦେଶରେ କରୋନାର ଦ୍ୱିତୀୟ ଲହର ବଢ଼ିଲା। ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର। ସେ କେବଳ ଗୋଟିଏ ସମୟରେ ଗୋଟିଏ ହିଁ କାର୍ଯ୍ୟ କରନ୍ତି। ତାଙ୍କୁ ମୁକାବିଲା କରିବା ଜଣା ନାହିଁ ବୋଲି ରାହୁଲ କହିଥିଲେ। ତା ସହିତ ସାମାଜିକ ଦୂରତା ଓ ମାସ୍କ ଦ୍ୱାରା କରୋନା ଯୁଦ୍ଧ ଜିତାଯାଇପାରିବ ନାହିଁ ଏଥିପାଇଁ ଭ୍ୟାକ୍ସିନ ସ୍ଥାୟୀ ବ୍ୟବସ୍ଥା ବୋଲି କହିଥିଲେ ରାହୁଲ।

ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଭାରତରେ ଟିକାକରଣ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀ ଜାଭଡେକର ଟିକାକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିବା ନେତାଙ୍କ ଉପରେ କାଉଣ୍ଟର ମଧ୍ୟ କରିଛନ୍ତି। “କଂଗ୍ରେସ ଟୁଲ୍କିଟ” କୁ ସୂଚାଇ ଏକ ଅନଲାଇନ୍ ଡକ୍ୟୁମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କୁ ଅସମ୍ମାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି।

ରାଜ୍ୟବାସୀଙ୍କୁ ସୁବିଧାରେ ଟିକା ଉପଲବ୍ଧ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ, ଭ୍ୟାକ୍ସିନ ପାଇଁ ହେବ ଗ୍ଲୋବାଲ ଟେଣ୍ଡର
ରାଜ୍ୟବାସୀଙ୍କୁ ଯେପରି ସୁବିଧାରେ ଟିକା ଉପଲବ୍ଧ ହୋଇପାରିବ, ସେନେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଟିକା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ସରକାର । କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଓ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କୁହାଯାଇଛି । ଏହି ଅଵସରରେ ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା ଠିକ୍ ଭାବେ ମାସ୍କ ପିନ୍ଧିବା ,ବାରମ୍ବାର ସାବୁନ ରେ ଭଲ ଭାବେ ହାତ ଧୋଇବା ,ସାମାଜିକ ଦୂରତା ରଷା କରିବା ,ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦି କୁ କଡ଼ାକଡ଼ି ଭାବରେ ପାଳନ କରିବା ସହ କୋଭିଡ ଯୋଦ୍ଧାଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସଂକଳ୍ପବଦ୍ଧ ବୋଲି କହିଛନ୍ତି ।

ଏଣିକି ୨୪ ଘଣ୍ଟା ଦିଆଯିବ କରୋନା ଟିକା
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ଉଭୟ ପ୍ରଥମ ଦ୍ବିତୀୟ ପର୍ଯ୍ୟାୟରେ ବର୍ତ୍ତମାନସୁଦ୍ଧା ଦେଢ କୋଟିରୁ ଉର୍ଦ୍ଧ୍ବ ଟିକା ନେଇସାରିଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ଅଛନ୍ତି । ତେବେ ଟିକା ନେବାର ସମୟ ସୀମାକୁ ବନ୍ଦ କରିଦେଇଛନ୍ତି ସରକାର । ଅର୍ଥାତ ଏବେଠୁ ୨୪ ଘଣ୍ଟିଆ ଟୀକାକରଣ ଜାରି ରହିବ । ବର୍ତ୍ତମାନ ଲୋକେ ସପ୍ତାହକ ୭ ଦିନ ୨୪ ଘଣ୍ଟା ନିଜ ସୁବିଧା ଅନୁସାରେ ଟିକା ନେଇ ପାରିବେ।

सरकार ने #vaccination की रफ़्तार बढ़ाने के लिए समय की बाध्यता समाप्त कर दी है। देश के नागरिक अब 24×7अपनी सुविधानुसार टीका लगवा सकते हैं।

PM श्री @narendramodi जी देश के नागरिकों के स्वास्थ्य के साथ-साथ उनके समय की कीमत बखूबी समझते हैं।#VaccineAppropriateBehavior pic.twitter.com/cpKVlXurvL

— Dr Harsh Vardhan (@drharshvardhan) March 3, 2021

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ବିଟ କରି କହିଛନ୍ତି, ଦିନ ହେଉ କି ରାତି କୌଣସି ବି ସମୟରେ ଘରୋଇ ହସ୍ପିଟାଲ ଯାଇ ଜନସାଧାରଣ କୋରୋନା ଟିକା ନେଇପାରିବେ । ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ସରକାର ଟୀକାକରଣର ଗତି ବଢାଇବା ପାଇଁ ସମୟର ବ୍ୟବସ୍ଥା ଶେଷ କରିଦେଇଛନ୍ତି । ଦେଶର ଜନସାଧାରଣ ଏବେ ୨୪ ଘଣ୍ଟା ନିଜ ସୁବିଧାରେ ଟିକା ନେଇପାରିବେ । ପ୍ରଧାନମନ୍ତ୍ରୀ ମୋଦି ଦେଶର ନାଗରିକଙ୍କ ସ୍ବାସ୍ଥ୍ୟ ସହିତ ସମୟର ମୂଲ୍ୟକୁ ମଧ୍ୟ ବୁଝନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ମହାମାରୀ କୋରୋନା ବିରୋଧରେ ଯୁଦ୍ଧରେ ଟୀକାକରଣର ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯାଉଛି ଟିକା । ଏହା ସହିତ ୪୫ ବର୍ଷରୁ ଅଧିକ ଯେଉଁମାନଙ୍କର ଗମ୍ଭୀର ରୋଗ ରହିଛି ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି ।  କରୋନା ଟିକା ସରକାରୀ ହସ୍ପିଟାଲରେ ମାଗଣାରେ ଦିଆଯାଉଛି। ଘରୋଇ ହସ୍ପିଟାଲମାନଙ୍କରେ ଟିକା ପାଇଁ ଲୋକଙ୍କୁ ୨୫୦ ଟଙ୍କା ଦେବାକୁ ପଡୁଛି। ଦୁଇଟି ଡୋଜ ପାଇଁ ୫୦୦ ଟଙ୍କା ଦେବାକୁ ହେବ।

ଯଦି କୌଣସି ବ୍ୟକ୍ତି କୋରୋନା ଟିକା ନେବାକୁ ଚାହୁଁଥାନ୍ତି, ସେମାନଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ କୋ-ୱିନ ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରାଇପାରିବେ । ସେହିପରି ଆରୋଗ୍ୟସେତୁ ଆପ ଜରିଆରେ କୋ-ୱିନ ୱେବସାଇଟରେ ମଧ୍ୟ ରେଜିଷ୍ଟ୍ରେସନ କରିହେବ ।