Zero Night Celebration - The Sakala

ଜିରୋ ନାଇଟ ପାଇଁ ପୋଲିସ କମିଶନରଙ୍କ ଚେତାବନୀ: ରାତି ୧୨ଟା ପରେ ମ୍ୟୁଜିକ୍ ମନା, ମଦ ପିଇ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଜିରୋ ନାଇଟ ପାଇଁ ପୋଲିସ କମିଶନରଙ୍କ ଚେତାବନୀ । ମଦ ପିଇ ଉତ୍ପାତ ନ କରି ନିୟମ ପାଳିବାକୁ ପରାମର୍ଶ ।  ଜିରୋ ନାଇଟରେ ଅମାନିଆ ହେଲେ ଥାନାରେ କଟିବ ରାତି । ରାଜଧାନୀରେ ୧୮ଟି ସ୍ଥାନରେ ନାକାବନ୍ଦୀ ରହିବ । ୧୮ ପ୍ଲାଟୁନ ଫୋର୍ସ ସାରା ଭୁବନେଶ୍ୱର ଦାୟିତ୍ୱରେ ରହିବେ। ୨୯ଟି ଛକରେ ୱାଚ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟରେ ୧୨ଟାରେ ବୁଲିବ କ୍ୱିକ୍ ରିଆକସନ ଟିମ୍ । ହୋଟେଲ, ବାର ପବକୁ ୧୨ ଯାଏଁ ପ୍ରୋଗ୍ରାମ ନିମନ୍ତେ ଅନୁମତି ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଓ ମଦ୍ୟପ ଚାଳକ ଉପରେ ଲଗାମ ଲଗାଇବା ପାଇଁ ଡିସିପିଙ୍କ ନେତୃତ୍ବରେ ୫ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୩୦ ଇନ୍ସପେକ୍ଟର, ୯୬ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ଓ ୫୮ କନଷ୍ଟେବଳ ନିୟୋଜିତ ହେବେ। ଯେଉଁମାନେ ନିଜ କ୍ୟାମ୍ପସ ଯେପରିକି ଆପାର୍ଟମେଣ୍ଟ ବା କଲୋନୀ ଭିତରେ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି, ସେମାନେ ନିୟମାବଳୀ ମାନିବାକୁ ବାଧ୍ୟ । ଡିଜେ ବଜାଇବାକୁ କାହାରିକୁ ମଧ୍ୟ ଅନୁମତି ମିଳିନାହିଁ । ସେହିପରି ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କମିଶନର ।

ଜିରୋ ନାଇଟ୍‌ରେ ରାଜଧାନୀର ୨୪ ଛକରେ ନାକାବନ୍ଦୀ, ମଦ୍ୟପଙ୍କୁ ନାହିଁ ନିସ୍ତାର
ଭୁବନେଶ୍ୱର: ଆଉ ୨ଦିନ ପରେ ପୁରୁଣା ବର୍ଷ ବିଦାୟ ନେବା ସହ ନୂଆବର୍ଷର ଆଗମନ ହେବ। ନୂଆ ବର୍ଷକୁ ସ୍ୱାଗତ ସହ ଜିରୋ ନାଇଟ୍‌ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧ ରାତିରେ ମତୁଆଲା ହେବାକୁ ଅନାଇ ବସିଛନ୍ତି ଯୁବପିଢ଼ି। ଏହାରି ଭିତରେ ସବୁକିଛି ସୁରୁଖୁରୁରେ ସମାପନ କରିବା ଲାଗି କମିସନରେଟ ପୁଲିସ ଅଣ୍ଟା ଭିଡ଼ିଛି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଜିରୋ ଟଲରାନ୍ସ ନୀତି ଆପଣାଇବ ପୁଲିସ। ପାଳନ ହେଉଥିବା ସ୍ଥାନ ସମେତ ସହରର ବିଭିନ୍ନ ଯାଗାରେ ପାଟ୍ରୋଲିଂ ସାଙ୍ଗକୁ ଯାଞ୍ଚ କରାଯିବ। ଏଥିଲାଗି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବୁଧବାର ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରାଯାଇଛି। କ୍ଲବ୍‌ ଓ ପବ୍‌ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ବାର୍‌ଗୁଡ଼ିକ ମଧ୍ୟ ପଛରେ ପଡ଼ିନାହାନ୍ତି। ଏଥିସହିତ ବିଭିନ୍ନ ସ୍ଥାନରେ ଭୋଜିଭାତ ସାଙ୍ଗକୁ ମଦର ଆସର ଜମିବ। ପୂର୍ବରୁ ଜିରୋ ନାଇଟରେ ଅନେକ ଅଘଟଣ ଘଟିଥିବାରୁ ଏଥର ସଜାଗ ହୋଇଛି ପୁଲିସ। ବୁଧବାର ରାତିରେ ଡ୍ରଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ଅଭିଯାନକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ସହରର ୨୪ଟି ଛକରେ କମିସନରେଟ ପୁଲିସ ପକ୍ଷରୁ ନାକାବନ୍ଦୀ କରିବାକୁ ଯୋଜନା କରାଯାଇଛି। ବିଭିନ୍ନ ଛକରେ ନାକାବନ୍ଦୀ କରି ମଦ୍ୟପ ଚାଳକଙ୍କୁ ଧରିବାକୁ ପୁଲିସ ଯୋଜନା କରିଛି। ୨୪ଟି ନାକାବନ୍ଦୀ ସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ୫ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୩୦ ଜଣ ଇନ୍ସପେକ୍ଟର, ୯୬ ଜଣ ଏସ୍‌ଆଇ/ଏଏସ୍‌ଆଇ ଓ ୫୮ ଜଣ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏଥିସହ ମହିଳାମାନେ କିପରି ସୁରକ୍ଷିତ ଭାବେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ କରିବେ, ସେଥିପାଇଁ ବ୍ୟବସ୍ଥା କରିବାକୁ ହୋଟେଲମାନଙ୍କୁ କୁହାଯାଇଛି।

ବିଭିନ୍ନ ହୋଟେଲରେ ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରିବାକୁ ଯୋଜନା ହୋଇଛି। ଏଥିସହ ସହରରେ ଥିବା ସମସ୍ତ ଥାନା ଆଲର୍ଟରେ ରହିବାକୁ କୁହାଯାଇଛି। ସେପଟେ ନୂଆବର୍ଷ ଲାଗି ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭିଡ଼ ହେବାର ଆଶଙ୍କା କରାଯାଉଛି। ସେଥିଲାଗି ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶାନ୍ତିସ୍ତୁପ ଧଉଳିରେ ଗୋଟିଏ ସେକ୍ସନ ଫୋର୍ସ ଓ ୨ ମହିଳା କନେଷ୍ଟବଳ, ନନ୍ଦନକାନନରେ ଗୋଟିଏ ସେକ୍ସନ ଫୋର୍ସ ଓ ୪ ଜଣ ମହିଳା କନେଷ୍ଟବଳ ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ୨ ସେକ୍ସନ ଓ ୪ ମହିଳା କନେଷ୍ଟବଳ ନିୟୋଜିତ କରାଯାଇଛି। ସେହିପରି ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ଗୋଟିଏ ସେକ୍ସନ ଫୋର୍ସ ଓ ୪ ମହିଳା କନେଷ୍ଟବଳ ମୁତୟନ ହୋଇଛନ୍ତି। ଏହା ବାଦ୍‌ ସ୍ଥାନୀୟ ଥାନାର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଜଗିବେ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ...
ଭୁବନେଶ୍ୱର: ବଡ଼ଦିନ ଓ ନୂଆବର୍ଷ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଶେଷକରି ଜିରୋ ନାଇଟ୍ ସେଲିବ୍ରେସନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସହରରେ କଡ଼ା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି।

ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ବିଶେଷ ଭାବରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ସହରର ବିଭିନ୍ନ ଛକରେ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯିବ। ତେଣୁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ନକରିବାକୁ କମିଶନରେଟ ପୁଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।

ଉତ୍ସବ ସମୟରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହାଇ ଏଫିସିଏନ୍ସି ରେସପନ୍ସ (HER) ଟିମ୍ ମୁତୟନ ରହିବେ। ଏହାସହ ସାଦା ପୋଷାକରେ ପୁଲିସ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ, ଯାହାଦ୍ୱାରା ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଯାଇପାରିବ। ସମଗ୍ର ସହର ଉପରେ ସିସିଟିଭି କ୍ୟାମେରା ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ।

ବିଭିନ୍ନ ହୋଟେଲ ଏବଂ କିଛି ଖୋଲା ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏଥିପାଇଁ ଅଗ୍ନିଶମ ବିଭାଗର ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି। ବାର୍ ଓ ପବ୍ ଗୁଡ଼ିକର ପ୍ରବେଶ ଓ ପ୍ରସ୍ଥାନ ପଥରେ ପୋଲିସ ମୁତୟନ ରହିବେ। ବାର୍ ଓ ପବ୍ ଖୋଲିବା ନେଇ ସମୟ ସୀମା ନିର୍ଦ୍ଧାରଣ କରିବା ପାଇଁ ଅବକାରୀ ବିଭାଗ ସହ ଆଲୋଚନା ଚାଲିଛି ଏବଂ ଖୁବଶୀଘ୍ର ଏନେଇ ବିସ୍ତୃତ ନିୟମାବଳୀ ଜାରି କରାଯିବ ବୋଲି ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ ସୂଚନା ଦେଇଛନ୍ତି।